STORYMIRROR

Sunanda Mohanty

Children Stories Thriller Children

3  

Sunanda Mohanty

Children Stories Thriller Children

ଶିଶୁ

ଶିଶୁ

1 min
126


ଶିଶୁ ମନ ଫୁଲ ପରି

ଦେହ ତୁଳା ସମ ସରି

କୋମଳ ହୃଦୟ ଭାରି

କଞ୍ଚା ମାଟି ପିଣ୍ଡୁଳା ll


ଶିଖି ଶିଖାଇଲେ ଶୃଙ୍ଖଳା

ଫୁଟେ ସିନା ଫୁଲ କଢି

ଦେହ ମୁଣ୍ଡୁ ଧୂଳି ଝାଡ଼ି

ଯିବୁ ନାହିଁ କେବେ ଝଡ଼ି

ମାଆ ଦିଏ ଦେହ ଝାଡ଼ି ll


ନହେବାକୁ ବାଉଳା କି କାଉଳା

ଆସ୍ତେ ଆସ୍ତେ ଚାଲି ଶିଖି

ହେବୁ ଆମେ ପଞ୍ଚମୁଖୀ

ପ୍ରତିଭାକୁ ସାକ୍ଷୀ ରଖି ll


ଆଗେଇ ନିଜ ସାଥେ ଅନ୍ୟ ଭେଳା

ଶିଶୁ ଆମେ ଆଜି ହେବୁ ଦିନେ ବଡ଼

ଶିଖି ବିଦ୍ୟା ଖଟାଇବୁ ବୁଦ୍ଧି ବଳ

ପଢ଼ିବୁ ପାଠ ନକରି ମଠ

ହେବୁ ଆଗୁସାର ll


ଆପଣେଇ କଳ ବଳ କୌଶଳ

ବିଜ୍ଞାନ ଯୁଗରେ ହେବୁ ବୈଜ୍ଞାନିକ

ଦେଶ ବିଦେଶରେ ଆମ ନାମ ଟେକ ll



Rate this content
Log in