ବନ୍ଦେ ଗୁରୁକୁଳ
ବନ୍ଦେ ଗୁରୁକୁଳ
ଆକାଶ ଚାହିଁଥିଲା ଗଇଣ୍ଠିଆଳ
ପୃଥିବୀକୁ ଛନ୍ଦି ବାନ୍ଧି କରିବ ପରସ୍ତେ ପରାସ୍ତ
ହେଲା ବିଫଳ
ବର୍ଷାର ଅଶ୍ରୁ ଝର ଝରେ ସେକାଳୁ
ପୃଥିବୀରେ ସବୁଜିମା ଚିରକାଳ
ଋତୁମାନେ ଦେଖି ଗ୍ରହ ନକ୍ଷେତ୍ର ତତ୍କାଳ
କାହିଁକି ଭାଙ୍ଗିଲେ ଆକାଶ କୌଶଳ
ଦେଖି କେବଳ ଚାଷୀର ଆକୁଳ ପ୍ରାର୍ଥନା ବିକଳ
ପୃଥିବୀ ତା ବାଟରେ ଥାଉ
ଆକାଶ ଉଆସେ ମେଘ ଓ ବର୍ଷା
ସାଥେ ଶୀତ ଓ ବସନ୍ତ ଟିକେ ଶୋଉ
ତାରାଫୁଲେ ଆକାଶ ସୁନ୍ଦର ଦିଶୁଥାଉ
ବିଧାତା ଯାହାକୁ ଯୋଉଠି ଖଞ୍ଜି ରଖିଛନ୍ତି
ସେସବୁ ସକଳ ମିଶି ଉତ୍କଳ ସରି
ଶୋଭା ପାଉଥାଉ
ଜଗନ୍ନାଥଙ୍କ ରଥଯାତ୍ରା ହେଉ
ବର୍ଷା ଆସି ଆଖି ପହଁରେଇ
ଭରୁ ଶୀତଳତା
ଭକ୍ତ ଓ ଭଗବାନଙ୍କ ମିଳନ ସକାଳ
ନୂଆବାର୍ତ୍ତା ଆଣିଦେଉ
ଆକାଶ ଉପରୁ ଧରଣୀକୁ ଚାହିଁ
ଢାଳୁ ମେଘ ଢାଳ
ବର୍ଷା ନାମେ ଭେଟଘାଟ ଜମି ସହ
ଚାଷୀର ବିତୁ ବେଳ କାଳ
ବର୍ଷା ଆଖି କଜ୍ଜଳ ସଜ୍ଜଳ ସଜ୍ଜଳ
ବନ୍ଦେ ଜନନୀ ଭାରତ ବର୍ଷ ବନ୍ଦେ ଉତ୍କଳ
ବନ୍ଦେ ଗୁରୁଦେବ ଶ୍ରେଷ୍ଠ ଜଗନ୍ନାଥ
ହସି ହସାନ୍ତୁ ଚିରକାଳ
କୁସୁମ ପରଶେ ଗୁରୁଙ୍କୁ ହରଷେ
ଜୟ ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସକଳ ।
