ମୋହନ-ମୁରଲୀଧର
ମୋହନ-ମୁରଲୀଧର
ତୁମ ଅଧରର ଏଇ ଧାରେ ହସ
ମନ କିଣିନେଲା ମୋର ,
ସେଇଥିପାଇଁକି ଶରଧାରେ କହେ
ତୁମକୁ ମୁଁ ମନଚୋର ।
ଜଗତ ଯାକର ସକଳ ସୁଷମା
ତୁମଠି ହୋଇଛି ଠୁଳ ,
ଲୀଳାମୟ କିଏ ଖୁଣିବ ତୁମକୁ
ତୁମେ ହିଁ ସବୁରି ମୂଳ ।
ଏ ସକଳ ସୃଜି ସବୁରି ଭିତରେ
ବିରାଜି ଅଛ ତ ତୁମେ ,
ଗ୍ରହ,ନକ୍ଷତ୍ର ଯେ ହୋନ୍ତି ଆତଯାତ
ତୁମରି ଇଙ୍ଗିତ କ୍ରମେ ।
ରଚିଅଛ ଯେତେ ଲୀଳାମାନ ନାଥ
ମୁନିଙ୍କୁ ଦୁର୍ଲ୍ଲଭ ତାହା ,
କେତେ ଜନମର ତପବଳେ ହେଲ
ଗୋପିଙ୍କୁ ସୁଲଭ୍ୟ ନାହା ।
ଯେତେବେଳେ ତୁମେ ଯେଉଁଭାବେ ଆସ
ନେଇ ଏଠି ଅବତାର ,
ମୋ ପାଇଁକି କିନ୍ତୁ ତୁମେ ଅଟ ସେଇ
ମୋହନ-ମୁରଲୀଧର ।