Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance

2  

Sadananda Sahoo

Romance

ସ୍ମୃତିର ଅଭୁଲା ଦିନ

ସ୍ମୃତିର ଅଭୁଲା ଦିନ

1 min
904



ସ୍ମୃତିର ଦିବସ ଶୁଭ ଅବକାଶ 

   ବିବାହ ବାର୍ଷିକୀ ପର୍ବ , 

ଉଚ୍ଛୁଳି ପଡୁଛି ସଵୁ ପ୍ରେମ ସ୍ମୃତି

   ନିଆରା  ଏ'ଅନୁଭବ ! ! 


ପ୍ରେମ ବନ୍ଧନର ଏ'ମହା ପରବ 

   ଜୀବନର ସ୍ମୃ୍ତି ଛବି , 

ଦୁଇଟି ଆତ୍ମାର ମିଳନ ସୌଭାଗ୍ୟ 

    ପବିତ୍ର ଦିବସ ତିଥୀ ! ! 


ଆହେ ପ୍ରିୟତମ ମନର ମଣିଷ 

    ହୃଦୟର ରାଜା ମୋର , 

ଏ'ଶୁଭ ଦିବସେ ପ୍ରେମର ପରଶେ 

     ଅଜାଡିବା ପ୍ରୀତି ନୀର ! ! 


ବାଇଶି ବରଷ ହୋଇଲା ପୁରଣ 

     ବିବାହ ବାର୍ଷିକୀ ଧନ , 

ଆଜି ପରାଦିନେ ବିବାହ ବେଦୀରେ 

    ବସିଥିଲେ  ଦୁଇମନ ! ! 


ବୈଶାଖ ଶୁକ୍ଳର ବିବାହ ଦିବସ 

    ଊନବିଂଶ  ଶତାନବେ , 

ଦଶ ତାରିଖର ଏ' ମହାମିଳନ 

   ମହାସ୍ମୃତି   ଅନୁଭବେ ! ! 


ମୁଁ'ତୁମ ପ୍ରେମର ପ୍ରୀତିର କାଞ୍ଚନ 

     ହୃଦୟର ରାଜ ରାଣୀ , 

ସଵୁ ଜନମରେ ରହିବି ସାଥିରେ 

     ହେ' ପ୍ରିୟ ରଞ୍ଜନ ମଣି ! ! 


ସୁରମ୍ୟ ଆବାସେ ପ୍ରୀତିଛବି ଭାସେ 

      ସଵୁତୁମ   ଅବଦାନ ,

ଆମ ଟିକିବସା   ହସୁଛି ସର୍ବଦା 

      ତୁମରି ସ୍ଵୀକୃତି ଧନ ! ! 


ଶାବକ ବିଭବ ପ୍ରୀତିର ସନ୍ତକ 

    ବବୁଲ ସୁପୁତ୍ର ଜ୍ୟୋତି , 

ଦୀପ୍ତିମୟୀ ରେଶ୍ମା ଆମ ସୁନା କନ୍ୟା 

     ଉଚ୍ଛୁଳି ପଡୁଛି ପ୍ରୀତି ! ! 


ବିଗତ ଦିନର  ସ୍ମୃତିର  ଝଲକ 

      ଲାଗେ ଆଜି ନୂଆ ନୂଆ , 

ପାଳୁଛି ମୁଁ'ଆଜି ବିବାହ ବାର୍ଷିକୀ 

     ଲିପିବଦ୍ଧ ହେଵ ନାଆଁ ! ! 


ହେ'ମା ହିଙ୍ଗୁଳା ହେ' ମାଆ ମଙ୍ଗଳା 

       ସହାୟ ହୋଇବୁ ମାତା , 

ତୋହରି ଆଶ୍ରିତ ମୋ'ସଂସାର ସତ 

     ହେ'ମାଆ ଜଗତ ଜୀତା ! ! 


ଆହେ' ଶିବ ଶମ୍ଭୁ କୃପାମୟ ବିଭୁ 

      କରୁଛି ବିନତୀ ଅଳି , 

ସୁଖ ସମୃଦ୍ଧିରେ ରଖହେ' ସଂସାରେ 

      ମୁଁ'ତୁମ କାଞ୍ଚନ ବାଳୀ ! ! 


ଅଚିରେ ପାଳିବି ବିବାହ ବାର୍ଷିକୀ 

     ଆହେ ପ୍ରଭୁ ଜଗନ୍ନାଥ , 

ମୋ' ଶଙ୍ଖା ସିନ୍ଦୁର ତୁମ୍ଭ ଆଶିର୍ବାଦ 

    ଶ୍ରୀଚରଣେ  ପ୍ରଣିପାତ  ! ! 


ସଦା ନନ୍ଦ ସାହୁ , କାରା କର୍ମଚାରୀ , 

କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର ! !ମୋରଜଣେ ସହୃଦୟା ବାନ୍ଧବୀ( facebook friend )ଙ୍କ ବିବାହ ବାର୍ଷିକୀ ଉପଲକ୍ଷେ କବିତାଟି ସମର୍ପିତ !!


Rate this content
Log in

Similar oriya poem from Romance