Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Thriller

3  

Narayan chandra Senapati

Thriller

ହେ ମହାଳୟା

ହେ ମହାଳୟା

1 min
275


ସରଗର ସିଡିରୁ ଯେବେ ଓହ୍ଲାଇଆସ

ପିତୃପକ୍ଷ ଓ ଦେବୀପକ୍ଷର ମଧୁର ସଙ୍ଗମରେ

ଏ ପବିତ୍ର ବସୁଧାଟା ଆନନ୍ଦରେ ହସିଉଠେ

ଶରଧାରେ ସର୍ବେ ଶ୍ରାଦ୍ଧ ଦିଅନ୍ତି ପୂର୍ବପୁରୁଷଙ୍କୁ

ବାଲିରେ, ଅନ୍ନରେ, ହୃଦୟରେ, ଆତ୍ମାରେ

କି ଅପୁର୍ବ ସେ ଭାବ !

 

ପିତୃପରିଚୟବିହୀନ ବିଚରା କର୍ଣ୍ଣଟା 

ପାଇଲାନି ସୁଯୋଗ

 ଦେଇପାରିଲାନି ଶ୍ରାଦ୍ଧ ବୋଲି

ସ୍ୱର୍ଗପ୍ରାପ୍ତି ପରେ ପାଇଲାନି ଦାନା

ଓହ୍ଲାଇଆସିଲା ଧରାକୁ

ଷୋଡଶ ଦିବସର ପ୍ରସ୍ତୁତି ପରେ

ପୁନଃ ଦେଲା ଶ୍ରାଦ୍ଧ

ଏ ପିତୃ ପକ୍ଷର ଅନ୍ତିମରେ 

ଆଜି ଦିନର ପବିତ୍ର ଆସରରେ

ସତରେ କି ଭାଗ୍ୟବାନ ସେ !


ଆଜି ଦିନର ମାହେନ୍ଦ୍ର ବେଳାରେ 

ଦେବୀପକ୍ଷର ପ୍ରାରମ୍ଭ

ମା' ଦଶଭୂଜା ଓହ୍ଲାଇଆସନ୍ତି ମୋ ଧରାକୁ

ନ୍ୟାୟର ଆଶାବାଡି ଧରି

ପାଇବାକୁ ଷୋଡଶ ଉପଚାର ପୂଜା

ଅସୀମ ହର୍ଷ ଉଲ୍ଲାସରେ

ଦେବାପାଇଁ ବି ଅଭୟବର  

ମୋ ଧରଣୀବାସୀଙ୍କୁ 

କି ପବିତ୍ର ହୃଦୟରେ !


ଆଜିର ଦିନରେ

ପିତୃପୁରୁଷଙ୍କୁ କରନ୍ତି ଶୁଭ୍ରବସ୍ତ୍ର ଦାନ

ଅଭିନବ ତର୍ପଣ ପୁରୁଷ ପୁରୁଷଙ୍କୁ

ଶ୍ରଦ୍ଧାରେ ଗାଈ କୁକୁରଙ୍କୁ ପରସା

ଭକ୍ତିରେ ବ୍ରାହ୍ମଣଙ୍କୁ ବି ପ୍ରୀତି ଭୋଜନ

ଉଲ୍ଲାସର ମହା ଆଳୟରେ

ନିଜ ସ୍ୱର୍ଗୀୟ ଭିଟାମାଟିରେ

ଧନ୍ୟ ଧନ୍ୟ ହେ ମହାଳୟା ॥


Rate this content
Log in

Similar oriya poem from Thriller