Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Fantasy

3.9  

Sadananda Sahoo

Fantasy

ପ୍ରିୟା ପ୍ରୀତି ସ୍ମୃତି ଗୀତି

ପ୍ରିୟା ପ୍ରୀତି ସ୍ମୃତି ଗୀତି

1 min
13.5K



ପ୍ରେମସ୍ମୃତି ଗୀତି ଭଲଲାଗେ ଅତି

କବିର ଲେଖନୀ ଧାରେ ;

କବିଟା ପ୍ରେମିକ ଭାରିସେ' ରସିକ

ପ୍ରେମକରେ ଭାବନାରେ !!


ସ୍ୱପ୍ନର ନାୟିକା ସ୍ମୃତି ଅନାମିକା

କବିର ପ୍ରେମିକା ସାଜେ ,

ସପନେ ଗୋପନେ ଅବାଜାଗରଣେ

କଵିଆଖି ତାକୁ ଖୋଜେ ! !


ପ୍ରୀତି ସ୍ମୃତିକଥା କଵି ଗାଏ ଗାଥା

ପ୍ରେମ ରାଇଜରେ ହଜି ;

ହୃଦୟ ମନ୍ଦିରେ କିଏ ସରାଗରେ

ପ୍ରେମରେ ଯାଇଛି ଭିଜି !!


ଗୋଲାପିବେଳାରେସ୍ମୃତି ଫରୁଆରେ

କଵି ଖୋଜେ ପ୍ରୀତି ଛବି ;

ନିଅାରା ପ୍ରେମିକ ପ୍ରେମର ନାୟକ

କେତେକଥା ଲେଖେଭାବି !!


ସପନ ସୁନ୍ଦରୀ କବିର ସବୁରି

ମନ ଭରି ଭଲ ପାଏ ;

କବିଏକା ବୁଝେ କଵିଏକା ଯୁଝେ

ଆରମ୍ଭ ରୁଶେଷ ଯାଏ !!


ସରଗର ପରୀ ପ୍ରୀତି ଛନ୍ଦା ନାରୀ

ସାଜେ ପରା ରାଜ ରାଣୀ ;

କଵି ଝୁରିମରେ ପ୍ରତି ମୁହୂର୍ତ୍ତରେ

ହୋଇ ପରା ଚିର ରୁଣୀ ! !


ପ୍ରେମର ମର୍ଯ୍ୟାଦା କଵିରଖେ ସଦା

ବିଶାଳ ହୃଦୟ ତା'ର ;

ପ୍ରେମପାଇଁ କଵି ଲେଖେ ଭାବି ଭାବି

ପ୍ରେମରେ ହୋଇ ବିଭୋର !!


ପ୍ରୀତି ସୁହାଗିନୀ ମନର ମାନିନୀ

ଅପୂର୍ବ ରୂପରେ ଆସେ ;

ସରାଗ ମନରେ କଵି ତୋଳିଧରେ

କୋମଳ ହସ୍ତ ପରଶେ !!


ଭଲପାଏ ବୋଲି ଭୁଲିସେ'ପାରେନି

ପ୍ରେମ ପାଇଁ ବ୍ରତ ପାଳେ ;

ପ୍ରେମ ସରାଗିନୀ କପଟ କରେନି

ମଧୁ ପ୍ରୀତି ଖାଲି ଢାଳେ !!


କଵି ଲେଖନୀରେ ଏତିକି ଆଙ୍କୁଛି

ପ୍ରେମର ନିଛକ ଛବି;

ସ୍ମୃତି ଲିପି ଆଉ ରଖିଛି ସାଇତି

ଲେଖିବି ମୁଁ ପରେ ଭାବି !!


ସଦାନନ୍ଦ ସାହୁ ; ଧୁରୁଷୀଆ ;

ଆଠଗଡ ; କଟକ ; ph -977736 11 78


Rate this content
Log in

Similar oriya poem from Fantasy