Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational

5.0  

ବି. ନିରୁପମା

Action Inspirational

ସାହାହେଉ ସଦା ମୋତେ

ସାହାହେଉ ସଦା ମୋତେ

1 min
2.6K



ମାଆ ବୋଲି ତୋତେ ଡାକିଦେଲେ ଥରେ

ଭରସା ଆସଇ କେତେ ,

ତୁଟିଯାଏ ମନୁ ଆଶଙ୍କା ଯେତେକ

ସାହାହେଉ ସଦା ମୋତେ ।


ମମତାମୟୀ ତୁ କଲ୍ୟାଣମୟୀ ଗୋ

ଅନୁଭବ କରେ ନିତି ,

ଭକତି ଭାବରେ ଦୀପଜାଳି ତେଣୁ

ଗାଏ ଆବାହନୀ ଗୀତି ।


ଶରଧାରେ ପଦେ କୁସୁମ ଅରପି

ତୁମ ଛବି ଧ୍ୟାୟେ ଚିତ୍ତେ ,

ତୁମ କରୁଣାରୁ ସକୁଶଳେ ମୋର

ସାରା ଦିବସଟି ବିତେ ।


କେତେ ସଂକଟରୁ ଉଦ୍ଧରି ରଖିଛ

ମନେ ରଖିଅଛି ସବୁ ,

ମାଆ ଗୋ,ତୁମରି ଆଶିଷ ବଳରେ

ଆମେ ଦିବ୍ୟାନନ୍ଦ ଲଭୁ ।


ସବୁଦିନ ଏଇ କୃପା କରିଥାଅ

ପଦେ ରହିଥାଉ ଶ୍ରଦ୍ଧା ,

ତୁଟିଯାଉ ଯେତେ ଆଶଙ୍କା ମନରୁ

ଦୂରହେଉ ସବୁ ବାଧା ।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Action