ଜଙ୍ଗଲ ର ଜାଗ୍ରତ ପ୍ରହରୀ
ଜଙ୍ଗଲ ର ଜାଗ୍ରତ ପ୍ରହରୀ
ଜଙ୍ଗଲ ଦସ୍ୟୁ ଙ୍କ କବଳୁ ଜଙ୍ଗଲ
ବୃକ୍ଷ ରାଜି ସଂରକ୍ଷଣ
ସହିତ ବହୁତ ସ।ଧନ୍ତି ସେ ହିତ
ମହିଳା ଶଶୀ ପ୍ରଧାନ ।
ଅତ୍ୟନ୍ତ ଦରିଦ୍ର ପରିବାରେ ରହି
ଦୃଢ଼ ଇଚ୍ଛାଶକ୍ତି ବଳେ
ପଦ୍ମିନୀ ନାମକ ସାଥୀ ମହିଳା ଙ୍କ
ସହିତ ଘଞ୍ଚ ଜଙ୍ଗଲେ ।
ଜଙ୍ଗଲ ଦସ୍ୟୁ ଓ ଶିକାରୀ ଙ୍କ କ୍ରୂର
ଆକ୍ରମଣ ପ୍ରତିହତ
କରି ଅହରହ ସୁଦୀର୍ଘ ବରଷ
ଜଙ୍ଗଲ କୁ ସଂରକ୍ଷିତ ।
ବନ୍ୟ ସମ୍ପଦ ଓ ପଶୁ , ପକ୍ଷୀ , ଜୀବ ,
ଜନ୍ତୁ ଶିକାର ନିଷେଧ
ପାଇଁ କି ପ୍ରଚେଷ୍ଟା ଚଳାଇ ସଫଳ
ହୋଇ ଛନ୍ତି ଯଥା ସାଧ୍ୟ ।
ନୂଆ ପଡା ଜିଲ୍ଲା ଅରଣ୍ୟ ରହିଲା
ଏ ଦୁଇ ମହିଳା ଙ୍କର
ନିସ୍ୱ।ର୍ଥ ଉଦ୍ୟମ ସାହସ ଉଦଯୋଗ
ତତ୍ବାବଧାନ ଆଧାର ।
ଗ୍ରାମ୍ୟ ମହିଳା ଙ୍କୁ ଘେନି ସେ ମହିଳା
ବାହିନୀ କଲେ ଗଠନ
ମାଫିଆ ମାନଙ୍କ କବଳୁ ଉଦ୍ଧାର
କଲେ ସୁଦୀର୍ଘ ଜଙ୍ଗଲ ।
ଗ୍ରାମ୍ୟ ମହିଳା ଙ୍କୁ ନେଇ ଜଙ୍ଗଲ କୁ
ସଂରକ୍ଷିଣ କରିବାକୁ
ଆଗେଇ ଆସି ସେ ରହି ଭୋକେ ଶୋଷେ
ବନେ ପହରା ଦେବାକୁ ।
ଏକା ଏକା ଜଗି ବସିଥାନ୍ତି ଯାଇ
ଗ୍ରାମ ସଂଲଗ୍ନ ଜଙ୍ଗଲେ
ସାରାଦିନ ରହି ଥାଆନ୍ତି ସେ ତହିଁ
ମାଫିଆ ପ୍ରବେଶ କଲେ ।
ତାହାଙ୍କ ବିରୋଧେ ଛାଡ଼ି ଦେଇ ଥାନ୍ତି
ଦୁର୍ମୂଲ୍ୟ ବନ୍ୟ ସମ୍ପଦ
ସଂରକ୍ଷଣ କରି ବନଗ୍ନି। ଲିଭାନ୍ତି
ସାଧନ୍ତି ବହୁତ କାର୍ଯ୍ୟ ।
ଜଙ୍ଗଲ ନିକଟ ଏକ ଅତି ଛୋଟ
ଗ୍ରାମ ରେ ବାସ କରନ୍ତି
ସାହସ ଉତ୍ସାହ ଦେଖାଇ ସେ ନିତି
ଶତ୍ରୁ ଙ୍କ ସାଥେ ଲଢନ୍ତି ।
ମନୁଷ୍ୟ କୃତ ଯେ ଦ।ବାଗ୍ନି ହିଁ ଶ୍ରେଷ୍ଠ
ଅରଣ୍ୟ ହ୍ରାସ ର ହେତୁ
ଆପଣା ଅଦମ୍ୟ ସାହସ ଉଦ୍ୟମ
ଧରି ଲିଭାନ୍ତି ତାହା କୁ ।
କାଠ ମାଫିଆ ଙ୍କ ଦ୍ଵାରା ଗଛ କଟା
ଶିକାରୀ ଙ୍କ ଶିକାର , ରେ
ବାଧା ଦେବା ସହ ଥାନ୍ତି ଅହରହ
ବନାଗ୍ନି ଲିଭା କାର୍ଯ୍ୟ ରେ ।
ଦରିଦ୍ର ହେଲେ ବି , ସେମାନଙ୍କ ତ୍ୟାଗ
ନିସ୍ୱ।ର୍ଥ ସେବା ଯତନ
ଅନ୍ୟ।ନ୍ୟ ଜିଲ୍ଲାରେ ଜନ ସମାଜ ରେ
ସମୋଚିତ ପ୍ରଣିଧାନ ।
ମହାନତା ଆଉ ଅତୁଳ ନିଷ୍ଠା ରେ
ଅସାଧ୍ୟ ହୁଏ ସାଧନ
ଜନ ଜୀବନ ରେ କରନ୍ତି ଯେ ମାନେ
ଶାନ୍ତି ର ଧାରା ସ୍ଫୁରଣ ।
