Sunil Bastia

Crime Thriller

3  

Sunil Bastia

Crime Thriller

ଯମୁନାଗଡ ମର୍ଡର ମିଷ୍ଟ୍ରି

ଯମୁନାଗଡ ମର୍ଡର ମିଷ୍ଟ୍ରି

7 mins
266


ସାମନ୍ତ ପରିବାର ରଜରେ ଯମୁନାଗଡ ଯାଇ ବୁଲାବୁଲି କରୁଥାନ୍ତି । "ସତରେ କେଡେ ସୁନ୍ଦର ଏ ଜାଗା ହେଇଛି ନା ବାପା" କହି ରିମା ଆଗକୁ ଧାଉଁଥିବା ବେଳେ କିଛି ଉତ୍ତର ନପାଇ ପଛକୁ ଚାହିଁଲା ବେଳକୁ ପଛରେ କେହି ନାହାନ୍ତି । "ବାପା.. ମାଆ.. ବାପା.. କୁଆଡେ ଚାଲିଗଲ ତୁମେ ସବୁ" ଭୟରେ ଡାକି ଡାକି ଏକ ଗୁମ୍ଫା ଆଡ଼କୁ ମୁହାଁଉଥାଏ । ଠିକ୍ ଗୁମ୍ଫାର ଦ୍ୱାର ଦେଶରୁ କେହି ଜଣେ ରିମାର ହାତକୁ ଟାଣି ନେଇ ଗୁମ୍ଫା ଭିତରକୁ ଚାଲିଗଲା । ସେତେବେଳେ ତା'ର ଚିତ୍କାର ଶୁଣି ଘର ଲୋକ ବ୍ୟସ୍ତବିବ୍ରତ ହୋଇ ପଡିଲେ । ସେଠି ପହଞ୍ଚି ଦେଖିଲେ ରିମା ରକ୍ତାକ୍ତ ଅବସ୍ଥାରେ ଦୈାଡି ଆସିଲା ଗୁମ୍ଫା ଭିତରୁ । "କିଏ ଭିତରେ ? ବାହାର ଶୀଘ୍ର, ବାହାର" କହି ରିମା ବାପା ଭିତରକୁ ପଶିବା ବେଳେ ଜଣେ ଲୋକ ଧକ୍କା ମାରି ସେଠୁ ଜଙ୍ଗଲ ଆଡ଼କୁ ଧାଇଁଲା।

   ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ତନାଘନା କଲା, କିନ୍ତୁ ଲୋକଟିର ଟେର୍ ପାଇଲାନି । ସେହି ସମୟରେ ସହରରେ କେବଳ ବୟସ୍କଙ୍କ ଅପହରଣ ମାମଲା ପୋଲିସର ନିଦ ହଜେଇ ଦେଇଥାଏ । ଏହାର ସତ୍ୟାସତ୍ୟ ପାଇଁ ପରଦିନ ଗୁଇନ୍ଦା ବିଭାଗ ଭୁବନେଶ୍ୱରରୁ ଏକ ଅନୁସନ୍ଧାନକାରୀ ଦଳକୁ ଯମୁନା ଗଡ଼ ଆଣିଲା।

-- ତୁମେ ରିମାର ବାପା?

-- ଆଜ୍ଞା।

-- ତୁମ ସହ ଧକ୍କା ହୋଇଥିବା ମଣିଷଟି ଦେଖିବାକୁ କେମିତି?

-- ସାର୍ ଇଏ ମଣିଷ ପରି କମ୍ କିନ୍ତୁ ପଶୁ ପରି ଅଧିକ ଦିଶୁଥିଲା । ମୁଣ୍ଡ ଚୁଟି ଗୁଡା ନିଖୁରା ହୋଇ କାନ୍ଧ ପର୍ଯ୍ୟନ୍ତ ଲମ୍ବିଥିଲା । ମୁହଁ ସାରା ରକ୍ତ, ମାଂସ ଲାଗି ଦାନ୍ତ ଗୁଡ଼ିକ ବାହାରକୁ ବାହାରି ବଡ ଭୟଙ୍କର ଦିଶୁଥାଏ । ଛିଣ୍ଡା କନା ଦେହ ସାରା ଗୁଡ଼ାଇ ଥିଲା । ଆଉ ସେଇ ପଶୁ ମୋ ଝିଅକୁ..

-- ବ୍ୟସ୍ତ ହବାର କିଛି ନାହିଁ । ଆମ ଦଳ ନିହାତି ସେ ନରରାକ୍ଷସର ପର୍ଦ୍ଧାଫାଶ କରିବ। ସବୁ ସୁରକ୍ଷା ଉପକରଣ ସହ ଟର୍ଚ୍ଚ ଲାଇଟ୍ ମାରି ଗୁମ୍ଫା ଭିତରେ ପ୍ରବେଶ କରନ୍ତି ଅନୁସନ୍ଧାନକାରୀ ଦଳ । ପାଦର ଶଦ୍ଦ ଶୁଣି ସବୁ ଚିମିରି ଗୁଡା ସବୁ ଉଡି ଚାଲିଗଲେ । ଭୟ ଥିଲା ସେହି ମଣିଷକୁ । ସେ ନିଶ୍ଚିତ ପୁଣି ଏ ଗୁମ୍ଫାକୁ ଫେରିଥିବ, କାରଣ ତା'ର ଶିକାର ପାଇଁ ଉପଯୁକ୍ତ ସ୍ଥାନ ସେହି ଅନ୍ଧକାର ଗୁମ୍ଫା ବୋଲି ଜାଣିଥିଲା ଅନୁସନ୍ଧାନକାରୀ ଦଳ । କେଉଁଠାରୁ କାଡ଼ୁ ମାଡ଼ୁ ଶଦ୍ଦ ଆସୁଥାଏ । ଶଦ୍ଦ ଅନ୍ୱେଷଣରେ ଟର୍ଚ୍ଚ ଲାଇଟ୍ ମାରୁ ମାରୁ ସେହି ଅଜବ ମଣିଷ ମୁହଁରେ ପଡ଼ିଲା । ହାଆ ହାଆ.. ଚିଲେଇ ପାଖକୁ ମାଡି ଆସିଲା । ସଙ୍ଗେ ସଙ୍ଗେ ତାକୁ ଟ୍ରାଙ୍କୁଲାଇଜ୍ କରି ଡାକ୍ତରଖାନା ଅଣାଗଲା । ସ୍ୱତନ୍ତ୍ର କକ୍ଷର ବିଛଣାରେ ଗୋଡ଼ ହାତ ବାନ୍ଧି ଶୁଆଇ ତା'ର ଚିକିତ୍ସା କରୁଥାନ୍ତି ଡାକ୍ତର ଆଉ ପାଖରେ ମଧ୍ୟ ଥାନ୍ତି ଅନୁସନ୍ଧାନକାରୀ ଦଳର ମୁଖ୍ୟ ନୀରିକ୍ଷକ ବିନୋଦ ଶେଖର ସିଂ।

-- ସିଂ ବାବୁ ଏ ମଣିଷର ମାନସିକ ସନ୍ତୁଳନ ବିଗିଡ଼ି ଯାଇଥିବା ଯୋଗୁଁ ଜଙ୍ଗଲ ଗୁମ୍ଫାରେ ରହି ମଣିଷ ମାନଙ୍କୁ ଖାଇ ଯାଉଛି । ଆମର ତ ଏଠି ଦୁଇ ଜଣ ନର୍ସଙ୍କ ହାତକୁ କାମୁଡ଼ି ଖାଇବାକୁ ଚେଷ୍ଟା କରୁଥିଲା‌ । ବିଚାରି ଭୟରେ ଚାକିରି ଛାଡ଼ି ଚାଲିଗଲେ।

-- ଇଏ ଏମିତି କ'ଣ ପାଇଁ ଛାଟିପିଟି ହୋଇ ଚିତ୍କାର କରୁଛି । ତାକୁ ଶାନ୍ତ କର ତା' ଠାରୁ ଆମକୁ କିଛି ଜାଣିବାର ଅଛି।

-- ବୋଧହୁଏ ସେ ଆଗରୁ ବିଶେଷ ବାହାରର ଆଲୋକକୁ ବାହାରେନି । ସେଥିପାଇଁ ଏ ସବୁ ଡାକ୍ତରଖାନାର ଆଲୋକ ରଶ୍ମି ତାକୁ ସହ୍ୟ ହେଉନି । ପୁଣି ସେ ବର୍ତ୍ତମାନ ଏତେ ଭୋକିଲା ଅଛି ଯେ ନିଜ ପେଟର କ୍ଷାର ମଧ୍ୟ ପେଟ ଶୋଷି ନେଉଛି । ଏମିତିରେ ସେ ଏକୁଟିଆ ଗୁମ୍ଫାରେ ରହି ରହି କଥା କହିବା ମଧ୍ୟ ଭୁଲି ଯାଇଛି, ଯାହା ଖାଲି ଚିତ୍କାର କରୁଛି । ତେଣୁ ତା ସହ କଥା ହେବା ବୃଥା।

-- ଇଏତ କଥା କହି ପାରୁନି, ବାହାରକୁ ବି ବାହାରେ ନାହିଁ ତାହେଲେ ସହରରେ ଘଟୁଥିବା ଘଟଣା କିଏ କରୁଛି? ସତ୍ୟାସତ୍ୟ ପାଇଁ ପୁଣି ଆମକୁ ସେହି ଗୁମ୍ଫାକୁ ଯିବାକୁ ପଡିବ।

  ଦୁଇ ଜଣ ସମ୍ପୂର୍ଣ୍ଣ ଗୁମ୍ଫାକୁ ଅନୁସନ୍ଧାନ କଲେ । ଦେଖିବାକୁ ମିଳିଲା ଗୋଟିଏ ବଡ଼ ଖାଲ ମଣିଷ କଙ୍କାଳ, ହାଡ଼ ଓ ଲୋକଙ୍କ କିଛି ଜିନିଷ ପତ୍ରରେ ପୂର୍ଣ୍ଣ ଥିଲା । ସେଥିରୁ କିଛି ଆଣି ପରୀକ୍ଷା ପାଇଁ ଦିଆଗଲା । ପରୀକ୍ଷା ଗାରରେ ବୀକ୍ଷଣ କାଚରେ ତନତନ କରି କଙ୍କାଳ, ହାଡ଼ ସବୁକୁ ଦେଖାଗଲା । ରିପୋର୍ଟ ମିଳିଲା ସେଥିରୁ ପ୍ରାୟ ୯୦ ପ୍ରତିଶତ ବୟସ୍କା ଲୋକଙ୍କର । ଆଉ କଟାଯାଇଥିବା ହାଡ଼ କୈାଣସି ଧାରୁଆ ଡାକ୍ତରୀ ଅସ୍ତ୍ରୋପଚାର ଛୁରୀ ଦ୍ୱାରା । ଏହା ସମସ୍ତଙ୍କୁ ବଡ଼ ଆଶ୍ଚର୍ଯ୍ୟ କରିଥିଲା।

-- ସହରରେ ବୟସ୍କା ଲୋକଙ୍କ ଅପହରଣ ଇଏ କରିବା ତ ସମ୍ଭବ ନୁହେଁ । ତାହେଲେ ଅପହରଣ ହୋଇଥିବା ଲୋକଙ୍କ ଜିନିଷ ପତ୍ର ଏ ନର ରାକ୍ଷସ ପାଖରେ ଆସୁଛି କେଉଁଠୁ । ଏହା ପଛରେ ନିଶ୍ଚିତ ଆଉ କାହାର ହାତ ଅଛି । ଏହାର କଠୋର ତଦନ୍ତ ଆବଶ୍ୟକ । ସାଥି ଗଣ ପୁଣି ଚାଲ ସେହି ଗୁମ୍ଫାକୁ ହୁଏତ ଆଉ କିଛି ସୁରାକ ମିଳିଯିବ।

-- ଆଜ୍ଞା ସାର୍।

ଗୁମ୍ଫାର ଭିତର ବାହାର ହୋଇ ୧୦ ଜଣିଆ ଦଳ ମିଶି ମାଟି ଗୋଡିକୁ ବି ତନ ତନ କରି ଦେଖୁଥାନ୍ତି । ଦଳର ଜଣେ ସହକର୍ମୀ ବାହାର ରାସ୍ତାରୁ ଏକ ସୂତା ପାଇଲା ଯେଉଁଥିରେ ରକ୍ତ ମାଂସ ଲାଗିଥିଲା । ତାକୁ ସଙ୍ଗେ ସଙ୍ଗେ ପରୀକ୍ଷା ଗାର ପଠାଗଲା । ପରୀକ୍ଷା ପରେ ବାହାରିଲା ସୂତାଟି ଗୋଟିଏ ଅଖା ବସ୍ତାର, ସୂତାଟିରେ ପାରାସିଟାମଲ୍ ଆଉ ଇବୁପ୍ରୋଫେନ୍ର ପୂର୍ଣ୍ଣ ଉପାଦାନ ଥିଲା, ଯାହା ସମସ୍ତଙ୍କୁ ଚକିତ କରିଥିଲା।

-- ଶୁଣ ସମସ୍ତେ । ଏହା ନିଶ୍ଚିତ ଯେ, ଏ ନର ରାକ୍ଷସକୁ କେହି ଜଣେ ତ ଅଖା ବସ୍ତାରେ ଖାଦ୍ୟ ଆଣି ଯୋଗାଉଛି । ଏବେଠୁ ଆମେ ସେଇଠି ଲୁଚିକରି ସେହି ଲୋକଟିକୁ ଅପେକ୍ଷା କରିବା । ସେ ଯିଏ ହେଉନା କାହିଁକି ନିଶ୍ଚେ ଖାଦ୍ୟ ଆଣି ଆସିବ ସେହି ନର ରାକ୍ଷସ ପାଇଁ, ଶୀଘ୍ର ଚାଲ।

ରାତି ୧୨ଟା ହେଲାଣି କିନ୍ତୁ କାହାର ଦେଖାନାହିଁ । ବ୍ୟସ୍ତ ହୋଇ ସମସ୍ତେ ଲୁଚି ଥିବା ସ୍ଥାନରେ ଶୋଉ ଶୋଉ ଏକ କାରର ଶଦ୍ଦ ଶୁଭିଲା । ସମସ୍ତେ ସଜାଗ ହୋଇପଡିଲେ । କାର୍ରୁ ଗୋଟିଏ ଅଖା ବସ୍ତା ଧରି ଜଣେ ଚାରିଆଡ଼େ ଚାହିଁ ଆସୁଥାଏ ଗୁମ୍ଫା ସାମ୍ନାକୁ । ସେହି ସମୟରେ ସମସ୍ତେ ତାକୁ ବନ୍ଧୁକ ଦେଖାଇ ଧରିବାକୁ ଚେଷ୍ଟା କଲେ । ସେ ଭୟରେ ଦୈାଡି ଗୁମ୍ଫାରୁ ୫୦ ଫୁଟ ତଳକୁ ଡେଇଁ ପଡିଲା । ସେ ମରିଯିବାରୁ ସମସ୍ତେ ବ୍ୟସ୍ତ ବିବ୍ରତ ହୋଇ ପଡିଲେ । କାରଣ ସେ କାହିଁକି ଏମିତି କରୁଥିଲା, କ'ଣ ତା'ର ଉଦ୍ଦେଶ୍ୟ ଥିଲା ତାହା ସବୁ ଜାଣିବାର ଥିଲା । ତା'ର ସମ୍ପୂର୍ଣ୍ଣ ଶରୀର ତଲାସ ପରେ ପର୍ସରୁ ମିଳିଲା ଏକ ଝିଅର ଫଟୋ । ସେହି ଫଟୋର ଯାଞ୍ଚ୍ରେ ଦେଖାଗଲା ସାର୍ଟରେ ଲେଖା ଥିବା ଦୁଇଟି ଇଂରାଜୀ ଅସ୍ପଷ୍ଟ ବର୍ଣ୍ଣମାଳା । ଅନୁମାନ ଥିଲା ହୋଇପାରେ ଏସ୍.ଇ ନଚେତ୍ ଏସ୍.ଏଫ୍ ଲେଖାଥିଲା । ପ୍ରଥମେ ଗୁଗଲରେ ଏସ୍.ଇ ନାମରେ ଥିବା କୈାଣସି ସଂସ୍ଥା ଅଛି କି ନାହିଁ ଦେଖାଗଲା । ଏଥିରେ କୈାଣସି ଫଳାଫଳ ମିଳିଲା ନାହିଁ । ଦ୍ୱିତୀୟରେ ଏସ୍.ଏଫର ଫଳାଫଳ ଆସିଲା ସହରର ସବୁଠୁ ବଡ଼ ଭୋଜନାଳୟ ଶ୍ରୀ ଫିଜ୍ । ଅବିଳମ୍ବ ସେ ଝିଅର ଖୋଜରେ ଭୋଜନାଳୟରେ ପହଞ୍ଚନ୍ତି ଦୁଇଜଣ ସାଥି କର୍ମୀ।

-- ଏ ଫାଷ୍ଟ୍ ଫୁଡ୍ ରେଷ୍ଟୁରାଣ୍ଟର ମାଲିକ କିଏ?

-- ହଁ ମୁଁ । କ'ଣ ହେଲା କି ସାର୍?

-- ଦେଖ ଏ ଫଟୋରେ ଥିବା ଝିଅଟି ଏଠି ଅଛି କି?

-- ହଁ । ମୋ ପାଖରେ କାମ କରୁଛି । ହେଲେ ତା' ପାଖରେ କାମ କ'ଣ? ହଉ ସାର୍ ଏବେ ଡାକି ଦେଉଛି । ହେଇ ସେ ତ ଆସିଲାଣି ଆଉ।

-- ଝିଅ ଏ ମୋବାଇଲରେ ଥିବା ଫଟୋକୁ ଠିକ୍ ରୂପେ ଦେଖ । ଇଏ କିଏ?

-- ହେ ଭଗବାନ୍ । ଇଏତ ମୋ ସ୍ୱାମୀ । କିଏ ମାରିଲା ୟାଙ୍କୁ।

-- ସବୁ କିଛି ଜାଣିଯିବ କିନ୍ତୁ ତା' ପୂର୍ବରୁ କୁହନ୍ତୁ ପ୍ରଥମେ ସେ କ'ଣ କାମ କରୁଥିଲେ?

-- ସେ ବି.କେ ଡାକ୍ତରଖାନାର ଆମ୍ବୁଲାନ୍ସ ଗାଡ଼ି ଚଲାନ୍ତି । ସେ ସବୁବେଳେ ଘର ଖର୍ଚ୍ଚ ପାଇଁ ପଇସା ନଅଣ୍ଟିବାରୁ ଚିନ୍ତାରେ ଥିଲେ । କିନ୍ତୁ ଅଚାନକ କିଛି ଦିନ ହେବ ତାଙ୍କ ପାଖରେ ଢେର୍ ପଇସା ଆସି ଯାଇଥିଲା।

ଏପଟେ ସେ ଧରି ଆସିଥିବା ଗାଡ଼ିର ସଂଖ୍ୟା ଫଳକ ନଥିଲା । ଇଞ୍ଜିନ୍ରେ ଲେଖା ଥିବା ମଡେଲ ସଂଖ୍ୟାକୁ ଭିତ୍ତି କରି ଆଉ ଦୁଇ ଜଣ ପହଞ୍ଚି ଗଲେ ସେହି ଗ୍ୟାରେଜରେ।

-- ଶୁଣ ଏ କାଗଜରେ ଲେଖାଥିବା ମଡେଲର ଗାଡ଼ି କିଏ, କେବେ ନେଇଥିଲା ତା'ର ସବିଶେଷ ତଥ୍ୟ ଦିଅ‌।

-- ସାର୍ ଏ ମଡେଲର ୩ଟି ଗାଡ଼ି ଏଇଠୁ ଯାଇଛି । ଦେଖିନିଅ ବିବରଣୀ ଖାତା।

-- ଏଥିରେ କେବଳ ଠିକଣା ପଡ଼ିଛି । ନେଇଥିବା ଲୋକର ନାଁ ନାହିଁ?

-- ନାଇଁ ସାର୍, ସେ ସବୁର ଆମର ଏଠି ଆବଶ୍ୟକ ପଡେନା।

ସେ ସବୁ ଠିକଣା ଭିତରୁ ଗୋଟିଏ ଔଷଧ ଦୋକାନର ଠିକଣା ପଡ଼ିଥିଲା । ଯାହା ସେ ପୂର୍ବେ ସୂତାର ପରୀକ୍ଷାରୁ ପାଇଥିବା ଔଷଧୀୟ ଉପାଦାନଟି ସେହି ଠିକଣାକୁ ସନ୍ଦେହ ଘେରକୁ ଆଣିଥିଲା।

  ରାତି ଅଧରେ ଦଳର ସେହି ଦୁଇ ଜଣ ଲୁଚା ଛପାରେ ଡାକ୍ତରଖାନାର ସବୁ ତଲାସ କଲେ । ପରେ ଔଷଧ ଦୋକାନର ପଛପଟେ ଏକ ଏକାନ୍ତ ଗୁପ୍ତ କଠୋରୀରେ କଟା ମଣିଷ ମାଂସ, ହାଡ଼ ପରୀକ୍ଷା ନୀରିକ୍ଷା ହେଲା ପରି ପଡ଼ିଥିବା ଦେଖିବାକୁ ମିଳିଲା । ସେହି ସମୟରେ ବାହାରୁ ଗାଡ଼ିର ଶଦ୍ଦ ଶୁଭିଲା । ଏମାନେ ସଜାଗ ହୋଇ ଦ୍ୱାର କଡ଼ରେ ଲୁଚି ଥାନ୍ତି ଯେମିତି ସେ ଲୋକ ଆସିବା ମାତ୍ରେ ତାକୁ ଗୁଳି କରିବା ପାଇଁ । ଅଚାନକ ଘର ଭିତରେ ଦଳର ସାଥୀ କର୍ମୀ ମାନେ ପଶିଆସିବା ମନରେ ଆଶ୍ୱସ୍ତି ଆଣିଲା । ସାଥିକର୍ମୀଙ୍କୁ ମଧ୍ୟ ସେହି ଠିକଣା ଦେଇଥିଲା ସେ ଝିଅ । ପରଦିନ ଡାକ୍ତରଖାନାର ସମସ୍ତଙ୍କୁ ଜେରା କଲା ଦଳ । ଏ ବିଷୟରେ କିଛି ଜାଣି ନାହାଁନ୍ତି ବୋଲି ସଫେଇ ଦେଲେ ଡାକ୍ତରଖାନାର ମୁଖ୍ୟ ପରିଚାଳକ।

-- ଡାକ୍ତରଖାନାର ଅନ୍ୟ ଆମ୍ବୁଲାନ୍ସ ଚାଳକକୁ ଡକାଯାଉ । ଆମର ତାଙ୍କୁ କିଛି ପଚାରିବାର ଅଛି।

-- ମୁଁ ଆଜ୍ଞା । ମୋ ନାଁ ରମେଶ । ଆମେ ଦୁଇ ଜଣ ମିଶି ଏଠି ଗାଡ଼ି ଚଲାଉଥିଲୁ । ସେ ତ ଚାଲିଗଲା ମୁଁ ହେଇଗଲି ଏକା।

-- ସେ ଲୋକଟିର ଏଠି ସବୁଠୁ କାହା ସହ ନିବିଡ଼ ସମ୍ପର୍କ ଥିଲା, କହିପାରିବ।

-- ହଁ ସାର୍ ଔଷଧ ଦୋକାନୀ ସହ ତା'ର କ୍ଷୀର ନୀର ସମ୍ପର୍କ।

-- ଔଷଧ ଦୋକାନୀକୁ ସେଇଠି ଅନୁସନ୍ଧାନ କାରୀ ଦଳ ଏକାକୀ ତା ହେପାଜତକୁ ନେଇ ପଚରା ଉଚୁରା କଲା ବେଳେ ଖବର ଆସିଲା ବର୍ତ୍ତମାନ ଡାକ୍ତରଖାନାର ୨ ବୃଦ୍ଧା ରୋଗୀ ଗାଏବ । ଅନୁସନ୍ଧାନକାରୀ ଦଳ ସନ୍ଦେହ କରି କିଛି ସମୟ ପୂର୍ବରୁ ଡାକ୍ତରଖାନାରୁ ଖୁବ୍ ଦ୍ରୁତ ଗତିରେ ବାହାରି ଥିବା ଗାଡ଼ି ପଛରେ ଧାଇଁଲେ । ବହୁତ କଷ୍ଟରେ ପିଛା କରି ଧରିବାରେ ସକ୍ଷମ ହେଲେ । ଗାଡ଼ିଟି ଆମ୍ବୁଲାନ୍ସ ଥିଲା ଆଉ ସେହି ସାଥି ଗାଡ଼ି ଚାଳକ ରମେଶ ହିଁ ଗାଡ଼ି ଚଲାଉ ଥିଲା । ତାକୁ ଧରି ଟାଣି ଟାଣି ଅଫିସ ନେଇ ଆସିଲେ ଆଉ ଦୁଇ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଦେଲେ।

-- ସେ ନର ରାକ୍ଷସ ଠାରୁ ତ ତୁ ଅଧିକ ଭୟଙ୍କର । ଜଣେ ସାମାନ୍ୟ ଆମ୍ବୁଲାନ୍ସ ଗାଡ଼ି ଚାଳକ ହୋଇ ସହରର ଏତେ ସାରା ଅପରାଧ ତୁ କରୁଥିଲୁ । କହ କାହିଁକି କରୁଥିଲୁ । ନହେଲେ ମାରି ମାରି ମାରିଦେବୁ।

-- କହୁଛି ସାର୍ କହୁଛି । ମୋର ଛୋଟବେଳୁ ଜଣେ ବଡ଼ ଡାକ୍ତର ହେବାର ଇଚ୍ଛା ଥିଲା । ଦଶ ଦଶ ଥର ଡାକ୍ତରୀ ପରୀକ୍ଷା ଦେଲା ପରେ ବି ସବୁଥର ଫେଲ୍ ହୋଇ ଖାଲି ପଇସା ବରବାଦ କଲି । ତା' ପରେ ନିଷ୍ପତ୍ତି ନେଲି ଏମିତି କିଛି କରିବି ଯାହା ମୋତେ ସାରା ସଂସାରରେ ବିଖ୍ୟାତ ବୈଜ୍ଞାନିକ ଆଉ ଡାକ୍ତରର ପରିଚୟ ଦେବ।ବର୍ତ୍ତମାନ ମହାମାରୀ ସମୟରେ ଯଦି ମୁଁ କୈାଣସି ପ୍ରକାର ଟିକା କିମ୍ବା ଔଷଧ ବାହାର କରି ପାରିବି ତେବେ ମୋର ଏ ଇଚ୍ଛା ପୂରା ହୋଇପାରିବ । ସେଥିପାଇଁ କେବଳ ବୟସ୍କ ବୃଦ୍ଧ ବୃଦ୍ଧାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଆଉ ସେଥିରେ ପରୀକ୍ଷା ନିରୀକ୍ଷା କରି ଟିକା କିମ୍ବା ଔଷଧ ବାହାର କରିବା ନିଶାରେ ଏ ସବୁ କରୁଥିଲି।

-- ଆମକୁ ତ ଆମର ସଠିକ୍ ଉତ୍ତର ମିଳିଲାନି । କିଛି ଲୁଚାଉଛୁ ନିହାତି । ଶୀଘ୍ର କହ ନହେଲେ..

-- ସାର୍ ସାର୍.. କହୁଛି । ମୋର କୈାଣସି ପରୀକ୍ଷା ତ ସଫଳ ହୁଏନି ଶେଷରେ ସେମାନଙ୍କ ମୃତ୍ୟୁ ଘଟେ । ଏ କାମ ନୂଆ ନୂଆ କଲାବେଳେ ସବୁ ଲାସର କେହି ଯେମିତି ପତ୍ତା ନ ପାଇବେ ସେଥିପାଇଁ ସେହି ଯମୁନା ଗଡ଼ର ଗୁମ୍ଫାରେ ଅଖା ବସ୍ତାରେ କଙ୍କାଳ ଓ ମାଂସ ହାଡ଼ ପୋତି ବାକୁ ଯାଇଥିଲି । ସେ ନରରାକ୍ଷସ ଗନ୍ଧ ବାରି ପାରି ମୋ ଠାରୁ ଅଖା ବସ୍ତା ଛଡ଼େଇ ନେଇ ଖାଇଗଲା । ପୋତିବା ଅପେକ୍ଷା ସେ ସବୁର ଚିହ୍ନ ବର୍ଣ୍ଣ ନ ରହିବା ପାଇଁ ମୁଁ ସବୁଦିନ ତାକୁ ଖାଦ୍ୟ ପହଞ୍ଚାଇବାରୁ ସେ ମୋର କିଛି କ୍ଷତି କରୁ ନଥାଏ । ଦିନେ ମୁଁ ଦେଖିଲି ଗୁମ୍ଫା ଭିତରେ ଅନେକ ସୁନାର ଅଳଙ୍କାର ପର୍ସରେ ଟଙ୍କା ଏଣେ ତେଣେ ପଡ଼ିଥାଏ । ଜାଣିପାରିଲି ସେ ନରରାକ୍ଷସ ଏ ସବୁର କିଛି ମୂଲ୍ୟ ବୁଝେନା । ସବୁକୁ ହାତରେ ଧରି ତାକୁ ଠାରରେ ସେକହିଲି ମଣିଷଙ୍କ ପାଖରୁ ଏମିତିକା ଜିନିଷ ପାଇଲେ ସବୁ ମୋତେ ଦେବୁ, ବାକି ସବୁ ମାଂସ ହାଡ଼ ତୁ ଖାଇବୁ । ତାହେଲେ ମୁଁ ତୋତେ ସବୁ ବେଳେ ଏମିତି ଅଖା ବସ୍ତାରେ ଖାଇବା ଯୋଗେଇବି । ସେ ମଧ୍ୟ ଶିକାର କରୁଥିବା ଲୋକଙ୍କ ଠାରୁ ସୁନା ରୂପା, ଟଙ୍କା ପଇସା ମୋତେ ଦେଉଥିଲା ଆଉ ମୁଁ ମୋ ପରୀକ୍ଷା ନିରୀକ୍ଷା ସାରି ତାକୁ ମାଂସ ହାଡ଼ ଦେଇ ଆସୁଥିଲି।

-- ହେ ଭଗବାନ୍!!! କେତେ ମାରାତ୍ମକ ଏ ଲୋକ । ସେ ଯାହା ବି ହେଉ ଶେଷରେ ଦୀର୍ଘ ଦିନ ଧରି ଚାଲିଥିବା ଯମୁନାଗଡ଼ ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାଶ୍ ହେଲା । ଏବେ ଚାଲ୍ ମୁର୍ଖ ତୋତେ ଫାଶୀ ଅର୍ଡର ଆସିବା ପର୍ଯ୍ୟନ୍ତ ଜେଲ୍ରେ ରହି ଟିକା ପ୍ରସ୍ତୁତ କରିବୁ।

                ସମାପ୍ତ



Rate this content
Log in

Similar oriya story from Crime