Sunil Bastia

Abstract Children Stories Inspirational

3  

Sunil Bastia

Abstract Children Stories Inspirational

ବାବାଜୀ ବୁଢ଼ା

ବାବାଜୀ ବୁଢ଼ା

2 mins
142


ସନ୍ଧ୍ୟା ସମୟ ଆକାଶରୁ ଝିପିଝିପି ମେଘ ପାଣି ଗଳୁଥାଏ। ଥଣ୍ଡା ହାଲକା ପବନ। ରାସ୍ତାର ଏକ ପାର୍ଶ୍ବ ହୋଇ ଆଗକୁ ବଢିଚାଲିଥାଏ ବାବାଜୀ ବୁଢ଼ା। ମୁଣ୍ଡ ସାରା ଅସଜଡା ଝୋଟ ପରି ଲମ୍ବା ଲମ୍ବା କେଶ। ମୁହଁଟି ଦାଢ଼ି ନିଶରେ ସ୍ପଷ୍ଟ ଦିଶୁନଥାଏ। ଦେହରେ ପୀତ ବସ୍ତ୍ର। ପାଟିରେ କାଳିଆର ସୁନ୍ଦର ଭଜନ ଗାଇ ଆନନ୍ଦରେ ଆଗକୁ ବଢ଼ୁଥାନ୍ତି। ନା ଥାଏ କିଛି ପାଇବାର ନା କାହାକୁ କିଛି ଦେବା। ବାସ୍ ଏକ ଅସରନ୍ତି ପଥରେ ଆଗକୁ ବଢି ନିଜ ଜୀବନର ଆତ୍ମା ଶାନ୍ତିକୁ ପ୍ରାପ୍ତ କରୁଥିଲେ। ଚାକଚକ୍ୟ ଭରା ଦୁନିଆରେ ନିଜକୁ ଏମିତି ଏକାକୀ ସମୟ ଦେଇ ପହଞ୍ଚିଲେ ଏକ ଚା ଦୋକାନରେ। କେଟୀଲ ମୁହଁର ବାଷ୍ପ ମଣିଷର ସ୍ବଭାଵକୁ ଇଙ୍ଗିତ କରୁଥାଏ। ମଣିଷ ଭିତରେ ଗର୍ବ ଅହଙ୍କାର ଭରିଗଲେ ମଣିଷ ଏମିତି ବଡ କଥା କହି କେବଳ ଗର୍ବ ଅହଙ୍କାର ଗାଳି ହୁଏ। ରାସ୍ତା କଡ଼ରେ ପଡ଼ିଥିବା ଏକ ଲମ୍ବା ଚେୟାର ଉପରେ ଟିକେ ବସି ପଡିଲେ। ଚେୟାର ପଛକୁ ଜଳଖିଆ ଦୋକାନ। ସେ ଦୋକାନୀ ଆସି "ବାବାଜୀ ନିଅ" କହି ଚା ଆଉ ଗରମ ଗରମ ଜିଲାପି ବଢେଇ ଦେଲା। ବାବାଜୀ ବୁଢ଼ା ଖାଇ ସାରି ଦୋକାନୀ ପାଖକୁ ଗଲାରୁ ସେ ପଇସା ନଦେଇ ଦୋକାନର ଉନ୍ନତି ପାଇଁ ଆଶୀର୍ବାଦ କରିବାକୁ କହିଲା। ବାବାଜୀ ବୁଢ଼ା ଅଳ୍ପ ହସିଦେଲେ। ଦୁଇ ହାତ ଟେକି ଉପରକୁ ଚାହିଁ କାଳିଆର ଆଶିର୍ବାଦ ଲୋଡିଲେ। ପୁଣି ଭଜନ ଗୁଣୁ ଗୁଣେଇ ଆଗକୁ ବଢିଲେ। ବାବାଜୀ ବୁଢ଼ା ଭଜନରେ ମଗ୍ନ ହୋଇ ନାଚିବାକୁ ଲାଗିଲେ। ବର୍ଷା କମିଥାଏ। ସେହି କଡ଼ରେ ଆଗରୁ ଆସୁଥାନ୍ତି ବାପା ପୁଅ ଦୁଇଜଣ। ବାବାଜୀ ବୁଢ଼ା ନାଚି ନାଚି ଅବସ୍ଥାରେ ରାସ୍ତାର କାଦୁଅ ପାଣି ଛିଟିକି ପଡ଼ିଲା ଆସୁଥିବା ପୁଅ ଉପରେ। ତା'ର ବାପା ଏହା ଦେଖି ଜୋରରେ ରାଗିଗଲେ। ବାବାଜୀ ବୁଢ଼ାଙ୍କୁ ପାଖକୁ ଡାକି ଏକ ଶକ୍ତ ଚାପୁଡ଼ା ପକାଇଲେ। ତୋତେ ଦେଖା ଯାଉ ନାହିଁକି ? ଏମିତି ରାସ୍ତାରେ କେହି ଡିଅଁନ୍ତି କି ? ପାଗଳ ବାବାଜୀ ହସି ଦେଇ ଉପରକୁ ଚାହିଁ କହିଲେ ବାଃ କାଳିଆ। ଆଗରେ ଚାପୁଡ଼ା ପକାଇଥିବା ବାପର ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ହେଲା। ସମସ୍ତ ଲୋକ ବାବାଜୀ କୁ ଘେରି ଗଲେ। କହିଲେ କାହିଁକି ତାକୁ ଅଭିଶାପ ଦେଲୁ, ତା'ର ମୃତ୍ୟୁ ହେଲା। ବାବାଜୀ କହିଲେ ମୋର ଅଜାଣତରେ ତାଙ୍କ ପୁଅ ଉପରେ ପାଣି ପଡ଼ିଗଲା। ତାଙ୍କୁ ତାହା କଷ୍ଟ ଦେଲା। ସେ ମୋତେ ଚାପୁଡ଼ା ମାରିଲେ। କିନ୍ତୁ ମୁଁ ତାକୁ ଅଭିଶାପ ଦେଇନି। ସେମିତି ମୋତେ ବି ଉପରେ କିଏ ଭଲ ପାଉଥିବ।


Rate this content
Log in

Similar oriya story from Abstract