ଉଦ୍ୟମ ଓ ନିଷ୍ଠା
ଉଦ୍ୟମ ଓ ନିଷ୍ଠା
କଲେଜ୍ ଜୀବନ ରେ କେବେ ହେଲେ ସତର୍କତା ଅବଲମ୍ବନ ନ କରିଥିବା ବିଭିନ୍ନ ପ୍ରକାରର ପିଲାଙ୍କ ମଧ୍ୟରେ ଅବଦୁଲ୍ ଓ ମାଥୁର ଅନ୍ୟତମ । ସେ ମାନେ ନିଜ ବାଲ୍ୟ ଜୀବନରୁ ଖେଳ ପ୍ରତିଗଭୀର ଆଗ୍ରହୀ ହୋଇ ଉଠିଥିଲେ ।
ଅନେକାନେକ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବହୁ ବାର ପୁରସ୍କୃତ ହୋଇଛନ୍ତି ।
ଖେଳକୁଦରେ ସେମାନଙ୍କର ପ୍ରଗାଢ଼ ଆଗ୍ରହ ଓ ନିଶା ଲାଗି ରହିଥାଏ ।
ଯାହା ତାଙ୍କର ଭବିଷ୍ୟତ ଜୀବନକୁ ଅନ୍ଧକାର ଭିତରକୁ ଟାଣି ନେଇଯିବ ବୋଲି ତାଙ୍କ ପିତା ମାତା ଖୁବ୍ ଆଶଙ୍କିତ ହୋଇ ପଡିଥାନ୍ତି ।
କିନ୍ତୁ ସେମାନେ ତାଙ୍କୁ ବୁଝାନ୍ତି । ଆମେ ସବୁ ଖେଳରେ ନିଜ ନିଜ କ୍ୟାରିୟର ଗଠନ କରିବୁ । ଆପଣ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ।
ଖେଳ ରେ ଯେଉଁ ମାନେ ନିଜ ନିଜ ଜୀବନ ଆରମ୍ଭ କରି ଶେଷକୁ ଦେଶ ବିଦେଶରେ ଜଣେ ବଡ଼ ଖେଳାଳୀ ଭାବରେ ସୁଖ୍ୟାତି ଅର୍ଜନ କରିଛନ୍ତି । ପ୍ରତି ବର୍ଷ ବହୁତ ଧନ ରୋଜଗାର କରିବା ସହିତ
ଖୁବ୍ ଆନନ୍ଦ ଉଲ୍ଲାସ ମଧ୍ୟରେ ସାରା ଜୀବନ ଅତିବାହିତ କରନ୍ତି ।
ତାଙ୍କ କଲେଜ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସେମାନେ ବେଶ ସଫଳ ସୋଇଥିବାରୁ ଅନେକ ଅନେକ ପ୍ରକାରର ଭାବେ ପୁରସ୍କୃତ ହୋଇଛନ୍ତି । ଅନେକ ଛାତ୍ରଙ୍କ ନିକଟରୁ ଅନେକ ପ୍ରଶଂସା ଓ ଶୁଭକାମନା ପ୍ରାପ୍ତ ହୋଇ ପାରି ଛନ୍ତି ।
ଭବିଷ୍ୟତ ଜୀବନରେ ଜଣେ ପ୍ରଖ୍ୟାତ କ୍ରୀଡାବିତ ହେବା ସେମାନଙ୍କ ଜୀବନର ଲକ୍ଷ୍ୟ ଥାଏ ।
ଏ ପରି ଭାବରେ କଲେଜରେ ଛାତ୍ର ଜୀବନର ଗଡି ଗଡ଼ି ଗଡି ଚାଲିଲା ।
ଏହା ପରେ ଆସିଲା ଜୀବିକା ନିର୍ବାହର ପର୍ଯ୍ୟାୟ ।
କଲେଜ ସ୍ପଟ୍ ରେ ବହୁ ଗୁଡ଼ିଏ ପୁରସ୍କାର ଓ ପ୍ରମାଣ ପତ୍ର ପାଇଥିଲେ ବି ଭବିଷ୍ୟତ ଜୀବନ ରେ ଜଣେ ହକି ତାରକା ହେବାକୁ ଚାହୁଁଥିଲେ ।
ବହୁ ଉଦ୍ୟମ ଓ ପ୍ରଚେଷ୍ଟା ସତ୍ତ୍ୱେ ବି ହୋଇପାରୁନଥିଲେ ।
ସାଙ୍ଗ ସାଥୀ ସମସ୍ତଙ୍କ ସହିତ ପରାମର୍ଶ କରି ଥିଲେ । ସେମାନେ କହୁଥିଲେ , ଆରେ ମଣିଷ ଧୀରେ ଧୀରେ ତଳ ପଟୁ ଉପରକୁ କ୍ରମୋନ୍ନତି କରେ ।
ତୁମେ ମାନେ ଆଗେ ଯାଇ ଜଣେ ସାଧାରଣ ଖେଳାଳୀ ଭାବରେ ଖେଳି ଖେଳି କିଛି ଦିନ କିଛି କିଛି ରୋଜ ଗାର କର । ତା ପରେ ନିଜ ନିଜ ଦକ୍ଷତା ଓ କୌଶଳ ପ୍ରୟୋଗ ଏବଂ ବରିଷ୍ଠତା ଭିତ୍ତିରେ ଉପରକୁ ଉଠିଯାଇପାରିବି ।
ଆମେ କାହିଁ ତ କୌଣସି ଠାରେ କିଛି ସୁଯୋଗ ପାଇ ପାରୁ ନାହିଁ ।
ଆମେ ଏବେ ଚଳିବୁ କିପରି ?
ଏଥି ପାଇଁ ଅହରହ ଚେଷ୍ଟା ଜାରି ରଖିବା ପାଇଁ କି ହେବ ।
ଶୁଣ ତୁମେ ମାନେ ବୁଝି ବିଚାରି କି କାର୍ଯ୍ୟ କରି ସିନା ଅଗ୍ରଗତି କରେ ଲୋକ ଆପଣା ଜୀବନେ ।
ଆପଣା କାମର ଅନୁଶୀଳନ କରି ତୁମକୁ କିଭଳି ଭାବରେ ଜଣେ ଜଣାଶୁଣା ଖେଳାଳୀ ହିସାବରେ ପ୍ରଥମିକ ଜୀବନ ଆରମ୍ଭ କରିବାକୁ ହେବ , ସେହି ବିଷୟରେ ନିଜ ନିଜ ମଧ୍ୟରେ ପରାମର୍ଶ କରି କାର୍ଯ୍ୟ ଧାରା ଗ୍ରହଣ କର ।
ଅନ୍ୟ ଅନେକ ଲୋକ କହନ୍ତି ଆମେ ବା ତୁମମାନଙ୍କୁ କିସ ବତାଇବୁ ।
ତୁମେ ମାନେ ଜଣେ ପ୍ରସିଦ୍ଧ ଖେଳାଳୀଙ୍କୁ ସାକ୍ଷାତ କରି , ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ହେଉ ଥିବା ଖେଳ ପ୍ରତିଯୋଗିତାମାନଙ୍କରେ ଖେଳ । ତୁମ ମାନଙ୍କୁ ସଭିଏଁ ଜାଣିଲେ ଯାଇ ସିନା ଧୀରେ ଧୀରେ ପ୍ରସିଦ୍ଧ ହୋଇ ପାରିବ ।
ଯେପରି ଗାଙ୍ଗୁଲି ତେନ୍ଦୁଲକର ଇତ୍ୟାଦି ଖେଳାଳୀ, କି ଭଳି ଭାବରେ ଖେଳି ଆଜି ଖୁବ୍ ପ୍ରସିଦ୍ଧ ହୋଇ ଖ୍ୟାତି ଅର୍ଜନ କରି ଖେଳରେ ଦିଆ ଯାଉଥିବା ଅସଂଖ୍ୟ ରକମର ପୂରସ୍କାର ପ୍ରାପ୍ତ ହୋଇପାରିଛନ୍ତି ।
ତୁମେ ବି ସେହି ମାନଙ୍କ ଭଳି ଜୀବନରେ ଦିନେ ନା ଦିନେ ନିଶ୍ଚିତ ଭାବରେ ବଡ଼ ହେବା ସହିତ ଜଣେ ଜଣାଶୁଣା ନାଁ କରା ଖେଳାଳୀ ଭାବରେ ଦେଶ ବିଦେଶରେ ଲୋକମାନଙ୍କ ନିକଟରେ ଆଦୃତ
ହୋଇ ପାରିବ । ତୁମମାନଙ୍କ ହାବଭାବରୁ ବାରି ହୋଇପଡ଼ୁଛି ।
ଯାଅ ଆଜି ଠାରୁ ଏହି ପବିତ୍ର ମୁହୁର୍ତ୍ତରେ ଆଗକୁ ଆଗକୁ ବଢ଼ିବାରେ ଏବଂ ଆଗେଇ ଚାଲିବାରେ ଉଦ୍ୟମ ଜାରି ରଖି ଆଗକୁ ଯେ ଜଣେ ଭଲ ମଣିଷ ହୋଇ ପାରିବ ।
ସେମାନେ ନିଜ ମନକୁ ନିଜେ ସାନ୍ତ୍ଵନା ଦେଇଥାନ୍ତି, ଉଦ୍ୟମ ହିଁ ସଫଳତା ଆଣି ଦେଇ ଥାଏ । ଏଥିପାଇଁ ଆମକୁ ଅହରହ ନିରନ୍ତର ଭାବରେ ଉଦ୍ୟମ ଜାରି ରଖିବା ପାଇଁ କି ହେବ । ଚେଷ୍ଟା କଲେ ସଫଳତା ଆବଶ୍ୟକ ସମୟରେ ଅବଶ୍ୟ ହିଁ ମିଳିଥାଏ ।
ଏଥିପାଇଁ ଆଗେ ଆମକୁ ଅହରହ ଚେଷ୍ଟା ଓ ଉଦ୍ୟମ ଲଗାଇ ରଖିବା ପାଇଁ କି ହେବ ।
ସଫଳତା ପ୍ରାପ୍ତି ପରେ ହେବ । ମଣିଷ କେବେ ହେଲେ ସଫଳତା ଆଶା କରେ ନାହିଁ ।
ସେ ସତତ ଉଦ୍ୟମ ଜାରି ରଖିଥାଏ । ସଫଳତା ଆପେ ଆସି ଧରା ଦିଏ । ଯେକୌଣସି ପ୍ରକାର କାର୍ଯ୍ୟରେ ଉଦ୍ୟମ ବା ନିଷ୍ଠା ରଖେ ନାହିଁ, ତା' ଦେଇ କିଛି କାମ ହୋଇ ପାରେ ନାହିଁ ।
ସେ ଆପଣା ଜୀବନରେ ସବୁ କ୍ଷେତ୍ରରେ ଆଘାତ ପ୍ରାପ୍ତ ହୋଇଥାଏ ।
ଏପରି ଅନେକ ପ୍ରକାରର ଅଵସ୍ଥା ବ୍ୟବସ୍ଥା ଉପରେ ଚିନ୍ତା ଓ ଅନୁଧ୍ୟାନ କରି ଚାଲିଥାନ୍ତି ।
ଆପଣା ଯୋଜନାର ପରିକଳ୍ପନା ଏଵଂ ରୂପ ରେଖ ମନେ ମନେ ନିରୂପଣ କରୁଥିଲେ ।
ଲୟ ଲଗାଇ ଲକ୍ଷ୍ୟ ହାସଲ କରିବାକୁ ଆଗେଇ ଆସିଲେ ସଫଳତା ହାସଲ ସହଜ ସାଧ୍ୟ ଓ ସୁଗମ ହୋଇଥାଏ ।
ଶେଷକୁ ପ୍ରଗାଢ଼ ଉଦ୍ୟମ ଲଗାଇ ଲକ୍ଷ୍ୟ ହାସଲ କରି ସେମାନେ ସଫଳ ଖେଳାଳୀ ଭାବରେ ବେଶ ପ୍ରସିଦ୍ଧି ଅର୍ଜନ କରିପାରିଛନ୍ତି ।
ବହୁ ସ୍ଥାନରେ ଅନୁଷ୍ଠିତ ହେଉ ଥିବା ହକି ଖେଳରେ ନିଜ ନିଜର ଚମତ୍କୃତି ପ୍ରଦର୍ଶନ କରି ଖୁବ୍ ସମୃଦ୍ଧଶୀଳ ହୋଇ ଉଠି ଛନ୍ତି ।
ଏଥି ସହିତ ଅଜସ୍ର ଅର୍ଥ ଉପାର୍ଜନ କ୍ଷମ ହୋଇ ପାରିଛନ୍ତି ।
ଯେ କୌଣସି ପ୍ରକାର ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରଗାଢ଼ ଉଦ୍ୟମ ଓ ନିଷ୍ଠା ଏକାନ୍ତ ଆବଶ୍ୟକ ହୁଏ । ଏ କଥା ଏହି କାହାଣୀରୁ
ଅନୁମେୟ ।

