Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

kalpana sahoo

Romance

3.5  

kalpana sahoo

Romance

ତୁମେ ଶୋଇବାପରେ.........

ତୁମେ ଶୋଇବାପରେ.........

4 mins
143



  ସକାଳ ଦଶ ଘଟିକା ! ସମସ୍ତଙ୍କର ସକାଳ ପ୍ରାୟତ ୫ – ୬ ଘଟିକାରେ ହେଉଥିବାବେଳେ ତୁମର ସକାଳ ଦଶ ଟାରେ ଆରମ୍ଭହୁଏ । ଉଠୁଉଠୁ ହାତରେ ଫୋନ ଧରି ବସିଯାଅ ସେଜ ଉପରେ । କିଛି ସମୟର କେଞ୍ଚାକେଞ୍ଚି ପରେ ମନକୁ ମୋ କଥା ଆସିଲେ କଲ ଗୋଟାଏ କରିଦିଅ ତରବର ହୋଇ, କାଳେ ରାଗିନଥିବତ ମୋ ଉପରେ ! 


  ଏପଟେ ତୁମ ଫୋନକୁ ଚାହିଁ ବସିଥିବା ଚାତକିଟି ଅଭିମାନରେ ବେଳେବେଳେ କଲ ରିସିଭ୍ ନକରି ଫୋନକୁ ଚାହିଁ ରହିଥାଏ ତ, କେତେବେଳେ ମିଠା ପଦିଏ କଥା କହିବାକୁ କଲକୁ ରିସିଭ୍ କରିନିଏ । ସତ ରାଗ ଅଭିମାନ ପରେ ବି କଥା ହେବା ବନ୍ଦ୍ ହୁଏ ନାହିଁ । ପାଗେଳିଟି କହିଯାଏ ନିଜ ମନ କଥାକୁ । ମନରେ ରଖିଥିବା ସବୁ ରାଗକୁ ତୁମ ଉପରେ ବରଷିଦିଏ । ତୁମେ ବି ଚୁପ୍ ଥାଅ । ତୁନି ହୋଇ ତା' କଥାକୁ ଶୁଣୁଥାଅ ତ କେତେବେଳେ ତାକୁ ବୁଝାଇବାକୁ ଚେଷ୍ଟାକର । ହେଲେ ପାଗଳି ମନ କି ବୁଝିବ ? ସେ ତା'ର ହକ୍ ଜତାଇଚାଲେ । ହୁଏତ ନୂଆ କରି ଭଲପାଇବା ଆରମ୍ଭ କରୁଛି ତମଠୁ । 

  

  କଥା ହେବା ଭିତରେ ତୁମ ପାଖକୁ ଆସୁଥିବା ଅନ୍ୟ କାହାର କଲ ଭଲ ଲାଗେନି ଶୁଣିବାକୁ । ହେଲେ କ'ଣ କରିବା ? ଦୁନିଆଁରେ ବଞ୍ଚିବାକୁ ହେଲେ କାମତ କରିବାକୁ ହେବ ଏକଥା ବୁଝିଇଚାଲ ତୁମେ । ଭରଷା ପାଏନି କଥାକୁ, କିନ୍ତୁ ବିଶ୍ୱାସରେ ଶୁଣିବାକୁ ହୁଏ । ଶୁଣିଛି ବିଶ୍ୱାସହିଁ ସବୁକିଛି, ଏକଥା ତୁମେବି ବୁଝାଅ ମୋତେ । ହଁ ରାଗ ଆସେ ତୁମ ଉପରେ । ସେଥିପାଇଁ ତ ଝଗଡା କରେ ତୁମ ସହ । କିନ୍ତୁ ତୁମେବି ବେଶ୍ କମ୍ ସମୟ ମଧ୍ୟରେ ମୋତେ ଭଲରେ ବୁଝିବାକୁ ଚେଷ୍ଟା କରୁଛ । 


  ତେବେ ସକାଳୁ-ସକାଳୁ ଏମିତି କିଛି ଖୁସି ଗପ, ରାଗରୁଷାରେ ଘଣ୍ଟାଏ-ଦେଢ ଘଣ୍ଟା ସମୟ କେତେବେଳେ ଯେ ଅତିକ୍ରମ କରିଯାଏ ଜଣାପଡେନି । ତା'ପରେ ଆରମ୍ଭ ହୋଇଯାଏ ପୁଣି ତୁମର ସେଇ କାମ । କ'ଣ କହିବି ଭାବିଲାବେଳକୁ ତୁମେ କଲ କାଟି ବାହାରିଯାଅ ନିଜ କାମରେ । ମୁଁ ବି ସମୟ ଦିଏ ତୁମକୁ । ଦିନର ବ୍ୟସ୍ତତା ଭିତରେ ତୁମେ ମୋତେ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଅ ।


  କାମ ଆଗରେ ମୁଁ କିମ୍ବା ମୋ କଥା ତୁମର ମନେପଡେନି । ତୁମର କାମ କିପରି ଚାଲିଛି ? ଖାଇଲଣି କି ନାହିଁ ଫୋନ କରି ପଚାରିବାକୁ ଭାବେ, କିନ୍ତୁ କାଳେ ତୁମର ମୋ କଲ ପାଇଁ କାମରେ କୌଣସି ଅସୁବିଧା ହେବ ସେଥିପାଇଁ ମନକୁ ବୁଝାଇଦିଏ । ଅପେକ୍ଷା କରିଥାଏ ସେଇ ସନ୍ଧ୍ୟାକୁ । ଭାବେ ହଁ ଆଉ ଟିକେ ପରେ ତୁମ କାମ ସରିଯିବ ଆଉ ତୁମେ ମୋତେ ନିଜେ ଫୋନ କରିବ । ହେଲେ ଭାବନା କେବେ ସତ ହୁଏନା । ମୋ ଭାବନା ବି ସେମିତି ଅଧାରେ ରହିଯାଏ । ଏମିତି କଟିଯାଏ ସନ୍ଧ୍ୟାବେଳ । 


  ସନ୍ଧ୍ୟା ଯାଇ ରାତିହୁଏ, କିନ୍ତୁ ତୁମର ଦେଖା ମିଳେନି । ନାଁ କୌଣସି କଲ, ନାଁ କିଛି ମେସେଜ . ଏମିତି ଲାଗେ ଯେମିତି ମୁଁ ତୁମ ମନରୁ ହିଁ ଡିଲିଟ୍ ହେଇସାରିଛି। ଏତେ ସବୁ ଭାବନାକୁ ମନରେ ରଖି ମୁଁ ଚୁପ୍ ରହିଯାଏ । ମୋର କାମ ସାରି ରାତି ଏଗାର ଭିତରେ ଶୋଇବାକୁ ବାହାରିପଡେ ମୁଁ । ହେଲେ ନଜର ଥାଏ ତୁମ ହ୍ୱାଟସଆପ ଉପରେ । କାଳେ ମୋ ପାଇଁ କିଛି ମେସେଜ ଥିବକି ? କିନ୍ତୁ କିଛି ନଥାଏ । ଶେଷରେ Good Night ମେସେଜ କରି ମୁଁ ଶୋଇଯାଏ ।


  ଆଖି ଲାଗି ଆସିଲାବେଳକୁ ତୁମର ଭାବନା ମୋତେ ଶୋଇବାକୁ ଦିଏନି । ଫୋନ ନେଇ ଦେଖିଲାବେଳକୁ ତୁମର କଲ. ମେସେଜ୍ ବି ଥିବ, ବାବୁ କ'ଣ ଶୋଇଗଲୁଣିକି ? ମୁଁ ଏବେ ଫେରିଲି ଘରକୁ, ବହୁତ୍ ଟାୟାର୍ଡ୍ ଅଛି କିଛି ମିଠା କଥା କହିବୁ ? ସଙ୍ଗେସଙ୍ଗେ ହ୍ୱାଟସଆପ ଖୋଲି ଦେଖେତ ତୁମର ସେ ଆଇ ଲଭ୍ ୟୁ ମେସେଜ, ମୋତେ ପଢିବାକୁ ଭଲ ଲାଗେ । ମୁଁ ଭୁଲିଯାଏ ସବୁ ରାଗ । ସବୁ ରାଗକୁ ପାଶୋରି ଦେଇ ପ୍ରେମ ଗପ କରିବା ଆରମ୍ଭ କରିଦିଅନ୍ତି ଆମେ ଦୁହେଁ । 


  ଜଣାନାହିଁ କି ଯାଦୁ ଜାଣିଛ ତୁମେ ? ତୁମ ସହ କଥାହେଲେ ମୁଁ ସବୁକିଛି ଭୁଲିଯାଏ, କେବଳ ମନେ ଥାଅ ତୁମେ । ତୁମେ ବି ଏହାର ବେଶ୍ ଭଲ ଫାଇଦା ଉଠାଅ ମୋ ପାଖରୁ । କିନ୍ତୁ ଖୁସି ଲାଗେ ମୋ ପାଇଁ ତୁମର ଭଲପାଇବା ଦେଖି । ଜାଣିନି ତୁମେ ସାରା ଜୀବନ ମୋ ସାଥିରେ ରହିବକି ନାହିଁ ? କିନ୍ତୁ ମନ ଚାହେଁ ତୁମେ ସେମିତି ଥାଅ ସବୁବେଳେ । ତୁମର କେଆର୍ ନେବାକୁ ଭଲଲାଗେ ମୋତେ । ବେଳେବେଳେ ମୋର ରାଗ ଏତେ ବଢିଯାଏ ଯେ, ମୋତେ ବୁଝାଇବା ଚକରରେ ତୁମେ ଖାଇବାକୁ ଭୁଲିଯାଅ । 


  ଦିନସାରାର କାମର ଥକାପଣରେ ତୁମକୁ ଜୋରରେ ନିଦ ଆସୁଥିଲେ ମଧ୍ୟ, ମୁଁ କାଳେ ରାଗିବି ଭାବି କିଛି କୁହନି ମୋତେ । ସେମିତି କଥା ହୋଇଚାଲ ମୋ ସାଥିରେ । କଥା ତ ନୁହେଁ ! ରାତିରେ ତୁମ ସହ ଭିଡିଓ ଚାଟ୍ କରିପାରିବିନି ବୋଲି ତୁମେ କଲ କରି ଚାହିଁ ରହିଥାଅ ତୁମ କଥାର ଉତ୍ତରକୁ । ମୁଁ ଟାଇପ୍ କରି ତୁମ କଥାର ଉତ୍ତର ଦିଏ । ଆଉ ମେସେଜ ପାଇବାପରେ ତୁମେ ପୁଣି କହିଚାଲ, ଆଉ ମୁଁ ଉତ୍ତର ଦେଇଚାଲେ । ଏତେ କଥା ଭିତରେ ବି ତୁମକୁ କେତେବେଳେ ନିଦ ଆସିଯାଏ ମୁଁ ଜାଣି ପାରେନି । 


  ବେଳେବେଳେ ତ ତୁମେ ମୋତେ ଆଗୁଆ ବି କହିଦିଅ ଯଦି କଥା ହେଲାବେଳେ ମୁଁ ଶୋଇପଡିଲି ତେବେ ତୁ ରାଗିବୁନି । ମୁଁ ସେମିତି କଥା ହେଇଚାଲେ । ତୁମେ ମୋତେ କିଛି କହ.....କହି ଯଉ ଶୋଇପଡ ମୋତେ ଭାରି ରାଗ ଲାଗେ । କିନ୍ତୁ କିଛି କହିପାରେନି । କହିବି କାହାକୁ ଯେ, ତୁମେ ତ ଶୋଇ ଯାଇଥାଅ । ମୁଁ କିଛି ସମୟ ଅପେକ୍ଷା କରିବାପରେ ତୁମକୁ କଲ କରିଦିଏ । କିନ୍ତୁ ତୁମେ ନିଦରେ ମୋ କଲ ରିସିଭ୍ ତ କରିଦିଅ ହେଲେ, କଥା ହୁଅନି । 


  ଅନଲାଇନ ଦେଖାଉ ଦେଖାଉ କେତେବେଳେ ଯେ ଲାଷ୍ଟ୍ ସିନ୍ ସୋ କରେ ମୁଁ ଜାଣିପାରେନି । ବାରମ୍ବାର ଅନଲାଇନ - ଅଫଲାଇନ୍ ହେଇ ହେଇ ଶେଷରେ ନେଟ୍ ଅଫ୍ କରିଦିଏ । ଖାଇବା ପରର ନିଦ୍ରା ଭାଙ୍ଗିଗଲେ ଆଉ ମୁଁ ଶୋଇ ପାରେନା । ଏକଥା କହିନି ତୁମକୁ । କିନ୍ତୁ ସତତ ଏଇଟା ମୁଁ ତୁମ ସହ କଥା ହେବା ପାଇଁ ଶୁଏନାହିଁ । ତୁମେ ସେଠି ଅଚିନ୍ତା ନିଦରେ ଶୋଇଯାଅ, ଆଉ ମୁଁ ଏଠି ବିଛଣାରେ ପଡି ଏକଡ -ସେକଡ ହେଉଥାଏ । କିନ୍ତୁ ଆଉ ନିଦ ଆସେନି । 


  ଗୋଟାଏ ଅଜବ୍ ପ୍ରକାରର ଅନୁଭବ ହୁଏ । ଛାତି ଥରେ, ଆଉ ମୁଁ ଶୋଇପାରେନି । ରାତ୍ରିର ସବୁ ପ୍ରହର ସେମିତି ଚାହିଁ ଚାହିଁ କାଟିଦିଏ । ବେଳେବେଳେ ମନକୁ ଆଶ୍ବସ୍ତି ଲାଗିଲେ ଭୋର୍ ରୁ - ଭୋର୍ ରୁ ନିଦ ଟିକିଏ ଆସିଯାଏ । କିନ୍ତୁ ଆଖିର ନିଦ୍ରାକୁ ଭାଙ୍ଗି ସକାଳୁ ଉଠିବାକୁ ପଡେ । ପ୍ରାୟ ୬.୩୦ ବେଳକୁ ମୁଁ ଉଠିଯାଏ । ଉଠିଲା ପରେ ଫୋନ ନେଇ ତୁମର ଲାଷ୍ଟ୍ ସିନ୍ ଚେକ୍ କରେ । ତୁମକୁ ଅନଲାଇନରେ ନଦେଖି ଫୋନ ରଖି ନିଜ କାମ କରିଚାଲେ । ଏବେ ଠିକ୍ ଦଶ ଟା ତୁମର ଉଠିବା ଟାଇମ୍ . 


  ତୁମକୁ ଜଣାବି ନଥାଏ ତୁମେ ଶୋଇବା ପରେ ମୁଁ କ'ଣ କରୁଥିଲି ? କେବେ କହିନଥିଲି ଆଜି ଲେଖି ଜଣାଉଛି । ଆକୁ ପଢିବାପରେ ମନ ଦୁଃଖ କରିବନି, ଖାଲି ହସିକି ଥରେ ଭଲପାଉଛ ବୋଲି କହିଦେବ ବୁଝିଯିବି ମୁଁ । ଏମିତିବି ତୁମେ ମୋତେ ଆଗରୁ କହିଛ ମୁଁ ତୁମର ସ୍ତ୍ରୀ, ଗାର୍ଲ୍ ଫ୍ରେଣ୍ଡ୍ ନୁହେଁ । ତେବେ ଏତିକିତ ନିଶ୍ଚୟ ମୋ ପାଇଁ କରିବ । ଲଭ୍ ୟୁ......



Rate this content
Log in

More oriya story from kalpana sahoo

Similar oriya story from Romance