STORYMIRROR

kalpana sahoo

Abstract

4  

kalpana sahoo

Abstract

ଶେଷ ଦେଖା

ଶେଷ ଦେଖା

2 mins
240

 


     ଆମ ଘରଟା ଗାଆଁ ଭିିତରୁ ଟିିକିଏ ବାହାର ଯାଗାରେ। ବିଲ ମଝିରେ ଘରଟିଏ କରି ଗାଆଁ ଭିତରୁ ଉଠିଯାଇଛୁ। ପାଖଆଖରେ ଘର ଗୋଟିଏ ନାହିଁ। ସାଙ୍ଗସାଥି ମେଳବି ନାହିଁ। ଭାରି ଏକା ଏକା ଲାଗେ। ସେଥିପାଇଁ ଗାଈ, କୁକୁଡା ଆଉ ପୋଷା କୁକୁରଟିଏ ରଖିଛୁ। ନିଜ କାମ ସାରି ସମୟ ପାଇଲେ ସେଇମାନଙ୍କ ସାଥିରେ ଦିନ ବିତିଯାଏ ଜଣାପଡେନି। ମଣିଷ ପରି କଥାବାର୍ତ୍ତାବି କରୁ ସେମାନଙ୍କ ସହ। ଜଣାନାହିଁ ସେମାନେ ଆମ କଥା ବୁଝିପାରନ୍ତିକି ନାହିଁ, କିନ୍ତୁ ଯାହା କହିଲେ କଥା ମାନନ୍ତି। ପଶୁପକ୍ଷୀ ସହ ଏତେ ଶରଧା ଦେଖି ସାଇରୁ ଜଣେ ଭାଇ ଗୋଟାଏ ଧଳା ପାରା ଆଣି ରଖିବାକୁ ଦେଇଥିଲେ।




     ଆଗରୁବି ଆମ ଘରେ ପାରା ଆସି ରହୁଥିଲେ, କିନ୍ତୁ ମନହେଲେ ପଳେଇ ଯାଉଥିଲେ। ବାପାବି ସେମାନଙ୍କର ରହିବାପାଇଁ ଭାଡି ତିଆରି କରି ଦେଇଥିଲେ। କିନ୍ତୁ ସେମାନେ ପରା ଉଡାଯନ୍ତୁ। ଆମ କଥାରେ ସେ କେମିତି ରହିବେ। ସେମାନଙ୍କ ଯାଗାରେ ନରହି ଏଠିସେଠି ରୁହନ୍ତି ବୋଲି ଗୋଧି ଆସି ଖାଇଦିଏ। ଗୁଡାଏ ପାରା ଆସି ରହୁଥିଲେ, କିନ୍ତୁ ଏମିତି ଗୋଟେ ଗୋଟେ ପାରା ଗୋଧି ଖାଇଦେବାରୁ ଦିନକୁଦିନ ପାରା ରହିବା କମ୍ କରିଦେଲେ। ଧିରେଧିରେ ସମ୍ପୂର୍ଣ୍ଣ ଆମ ଘରେ ରହିବା ବନ୍ଦ୍ କରିଦେଲେ। ଯଦିବି କେହି ପାରା ପୁଣିଥରେ ଆସନ୍ତି, ତେବେ ସେମାନେ ଛୁଆ କରିବାପାଇଁ ଆସନ୍ତି। ଅଣ୍ଡା ଦିଅନ୍ତି, ଛୁଆ କରନ୍ତି ଆଉ ତାପରେ ଟିକେ ଉଡିବା ଶିଖିଲେ ତାଙ୍କ ଛୁଆଙ୍କୁ ନେଇ ଚାଲିଯାଆନ୍ତି।




     ସେଥିପାଇଁ ସେ ଭାଇ ପାରା ଛୁଆଟେ ଆଣି ରଖିବାକୁ ଦେଇଥିଲେ। ଆମେ ତାକୁ ରଖିଲୁ। ଧାନ, ଚାଉଳ, ଶୋରିଷ, ଚଣା ଯାହା ସେ ଖାଇବା କଥା ସବୁ ଦେଉ ଖାଇବାକୁ। ସେ ପାରା ଛୁଆଟି ଖାଏପିଏ ଆଉ ଆମରି ଘରେ ରୁହେ। କେଡେ ଟିକିଏ ହେଇଥିଲା, ଉଡିବାବି ଶିଖିନଥିଲା। ଆସ୍ତେଆସ୍ତେ ସେ ଉଡିବା ଶିଖିଲା। ତା'ଭିତରେ ଆମ ଘରେ ସମସ୍ତଙ୍କୁ ସେ ଚିହ୍ନି ଯାଇଥାଏ। ଡାକିଲେବି କଥା ଶୁଣେ। ପୁରା ପୋଷା ମାନିଯାଇଥିଲା। 




     ଖଣ୍ଡି ଉଡା ଦେଇଦେଇ ଧିରେଧିରେ ଭଲସେ ଉଡିବା ଶିଖିଗଲା। କିଛି ଦୂର ଉଡିଯାଇ ପୁଣି ଘରକୁ ଫେରି ଆସୁଥିଲା। ପୁଣି ଆଉ ଟିକେ ବଡ ହେଇଗଲା। ସେତେବେଳେ ସେ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଏ, ପୁଣି ଆମରି ଘରକୁ ଫେରିଆସେ। ଘର ଛାଡି କୁଆଡେ ବି ଯାଏନି। ସକାଳୁ ଘରୁ ଧାନ, ଚାଉଳ ଖାଇଦେଇ ବୁଲିବାକୁ ଚାଲିଯାଏ। ସେଦିନ କିନ୍ତୁ ଯାଇନଥାଏ। ଘର ପାଖ ବରଗଛରେ ବସିଥାଏ।




     ଆମ ଘର ପାଖରେ ଗୁଡାଏ ଲାଇନ୍ ଖୁଣ୍ଟ ପୋତାହେଇଛି। ତିନି ଚାରି ପ୍ରକାରର ଅଲଗା ଅଲଗା ତାରବି ଭିଡା ହେଇଛି। ସେଦିନ ପାରା ଛୁଆଟି ବୁଲିବାକୁ ନଯାଇ ବରଗଛରେ ବସିଥିଲା। ହଠାତ୍ ସେଠୁ ଉଡିଆସି ଲାଇନ୍ ତାର ଉପରେ ବସିପଡିଲା। ଗୋଟାଏ ସେକେଣ୍ଡବି ଯାଇନି ଆଖି ପିଞ୍ଛୁଳାକେ ପାରାଟି ତଳକୁ ପଡିଗଲା। କ'ଣ ହେଲା ବୋଲି ପାଖକୁ ଯାଇ ଦେଖିଲାବେଳକୁ ସେ ମରି ସାରିଛି। ସେଦିନ ସକାଳେ ଯାହା ଖାଇଲାବେଳେ ଦେଖିଥିଲୁ, ତାପରେ ଦେଖିଲୁତ ମଲା ଅବସ୍ତାରେ। ବହୁତ ବାଧିଲା, ଏତେ ଦିନ ପାଳି ପୋଷି ରଖିଲାପରେ ଏମିତି ଦିନେ ହେବ ବୋଲି କେବେ ଭାବିନଥିଲୁ। ସେଦିନ ଥିଲା ତା'ସହ ଆମର ଶେଷ ଦେଖା।




     ସେବେ ପରଠୁ ସେଇ ଲାଇନ୍ ତାରରେ କେତେ ପାରା, କୁଆ, ବଣିଙ୍କର ଜୀବନ ଗଲାଣି ତା'ର ହିସାବ ନାହିଁ। ଭାବିଲା ବେଳକୁବି କଷ୍ଟ ଲାଗୁଛି ସେକଥା। ଆଜି ସେଇ ପାରା ଭଳି ଛୋଟ ପାରା ଛୁଆଟେ ଆମ ଘର ଉପରେ ବସିଥିବାର ଦେଖିଲି, ସେଥିପାଇଁ ତା'କଥା ମନେପଡିଗଲା ସେଇ ଶେଷ ଦେଖା।





          










ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from kalpana sahoo

Similar oriya story from Abstract