kalpana sahoo

Thriller

3  

kalpana sahoo

Thriller

ଟଫି

ଟଫି

3 mins
152



     ଆଜିକୁ ପ୍ରାୟ ୮ବର୍ଷ ହେଇଗଲାଣି। ଏଇ ଶୀତ ଦୁନିଆ, ଶୀତ ପ୍ରାୟତଃ ଛାଡି ଯାଇଥାଏ। ତଥାପି ଦୋଲକାଏ ପବନରେ ଦେହ ଶିତେଇ ଯାଉଥାଏ। ସେଦିନ ଅଗ୍ୟ୍ନୁତ୍ସବ ଥାଏ। ଅଘିରା ଜଳାଯାଏ ବଡଧରଣର, ଧ୍ବନିବି ଉଚ୍ଚାରଣ ହୁଏ ଶୁଣିଥିଲି। ଯୋରନ୍ଦାରେ ଅଘିରା ପୂର୍ଣ୍ଣିମୀକୁ ଭଲରକମ ପାଳନ ହୁଏ, ସମସ୍ତେ କୁହନ୍ତି। ମୋର ଭାରି ଇଚ୍ଛା, କେବେ ଥରେ ଯାଆନ୍ତିକି ଦେଖିବାକୁ! ହେଲେ କିଏ ନେଉଛି? ସେଇ ଯୋରନ୍ଦା ଯିବି ବୋଲି ରୁଷିକି ବସିଥିଲି। ସକାଳରୁ ସନ୍ଧ୍ୟା ହେଲା, କିନ୍ତୁ କେହି ମୋତେ ନେଲେନି। ମନ ଭାରି ଦୁଃଖ।




     ଅଘିରା ପୂର୍ଣ୍ଣିମୀବି ଆମ ଗାଆଁରେ ବେଶ୍ ଧୂମଧାମ୍ ରେ ପାଳନ କରନ୍ତି। ଗାଆଁ ମଝିରେ ଗୋଟାଏ ବିରାଟ ବଡ ଖୋଲା ପଡିଆ ଅଛି। ଆମ ପ୍ରାଇମେରୀ ସ୍କୁଲ୍ ପାଖରେ। ପିଲାମାନେ ସେଇଠି ଖେଳନ୍ତି। ଅଘିରା ପୂର୍ଣ୍ଣିମୀକୁ ସେଇଠି ଅଘି ଜଳାଯାଏ। ଗାଆଁଟା ଯାକର ଯେତେ ଘର ଅଛି ସମସ୍ତଙ୍କ ଘରୁ କୁଟା,ଛଣ ଆଦାୟ କରି ଆଣନ୍ତି। ଗୋଟାଏ ଜାଗାରେ କୁଢ କରି ବିରାଟ ବଡ ବଦାଡି ଠିଆକରି ସେଥିରେ ଅଗ୍ନି ପ୍ରଜ୍ବଳନ କରନ୍ତି।



    ସନ୍ଧ୍ୟାବେଳ, ସେମିତି ମନ ଦୁଃଖରେ ବସିଥାଏ। ସାଙ୍ଗମାନେ ମୋତେ ଆସି ଡାକିଲେ ଚାଲ୍ ଯିବା ଅଘି ଦେଖିବାକୁ। ମୋ ମନ ଖରାପଥାଏ, ତେଣୁ ମୁଁ ଯିବାକୁ ମନାକଲି। କିନ୍ତୁ ସାଙ୍ଗମାନେ ବାଧ୍ୟ କରିବାରୁ ଯିବାପାଇଁ ରାଜି ହେଇଗଲି। ଯିବାକୁ ବାହାରୁଛୁ, ଟଫି ମୋ ପାଖକୁ ଆସିଲା। ମୁଁ ଭାବିଲି ସେବି ଯିବ ବୋଧେ, ସେଥିପାଇଁ ତାକୁ ସାଥିରେ ନେଇଗଲି। ଅଘି ଜଳାଗଲା। ମୁଁ ଗୋଟାଏ ବଡ ନଡିଆ ନେଇଥାଏ, ଅଘିକୁ ପକେଇଲି। କିଛି ସମୟପରେ ନିଆଁରୁ ବାହାରକରି ଆଣି ସମସ୍ତେ ମିଶି ଖାଇଲୁ। 




     ସେତେବେଳକୁ ରାତି ୯.୩୦ ହେଲାଣି, ଆମେ ଘରକୁ ଯାଇନଥିଲୁ। ଲୁଚାଲୁଚି ଖେଳୁଥିଲୁ। ବାପା ଯାଇ ଆମ ପାଖରେ ପହଞ୍ଚିଲେ। ଏତେ ରାତି ହେଲାଣି ଏକୁଟିଆ କେମିତି ଯିବୁ ସେଥିପାଇଁ। ତା'ପରେ ସମସ୍ତେ ମିଶି ଘରକୁ ଫେରିବାପାଇଁ ବାହାରୁଛୁ, ଆମ ସାଇର ଗୋଟାଏ ପିଲା ଆଉ ତା'ର ଜଣେ ସାଙ୍ଗ ଆମକୁ ଅଟକାଇଲେ। କହିଲେ ଘରକୁ ଯାଉଛକି? ରୁହ ସାଙ୍ଗ ହେଇକି ଯିବା। ଆମେ କହିଲୁ, ହଉ ଆସ। ତା'ପରେ ଆମେ ସମସ୍ତେ ସାଙ୍ଗ ହୋଇ ଆସିଲୁ। 




     ବାଟରେ ଯିବାବେଳେ କହିଲୁ ଚାଲ ଦୌଡିକି ଯିବା, ଦେଖିବା ଘରେ କିଏ ଆଗ ପହଞ୍ଚୁଛି। ସମସ୍ତେ ରାଜି ହେଲେ। ଏଥର ସର୍ତ୍ତ ମୁତାବିକ ସମସ୍ତେ ଦୌଡିଲେ। ଟଫିବି ଦୌଡିଲା ଆମ ସାଙ୍ଗରେ। ସେ ମଝିରେ ମଝିରେ ଆମ ଭିତରେ ପସିଯାଏ ପୁଣି ଆଗକୁ ପଳାଏ। ଏମିତି ଭିତରେ ପସିବା ଭିତରେ ଦୁଇ ତିନି ଥର ଟଫି ଉପରେ ଆମ ସାଇ ପିଲାଟିର ସାଙ୍ଗ ଚଢିଯାଇଛି। ସେତେବେଳେ ଦୌଡିବା ନିଶାରେ ତା'ଉପରେ କାହାର ନଜର ନଥାଏ। କିଛି ସମୟ ପରେ ଆମେ ଘରେ ପହଞ୍ଚିଲୁ। ସମସ୍ତେ ନିଜ ନିଜ ଘରକୁ ଗଲେ।



     ଘରେ ପହଞ୍ଚିଲାପରେ ବୋଉ ଖାଇବାକୁ ଦେଲା। ଖାଇଲୁ, ତା'ପରେ ଟଫିକୁ ନେଇକି ଦେଲି। ସେଦିନ ଆମ ଘରେ କ୍ଷୀରି ହେଇଥିଲା। ଟଫିକୁ ଯାହାବି ଖାଇବାକୁ ଦେଲେ ସେ ବାରଣ ନକରି ବହୁତ୍ ଶୀଘ୍ର ଖାଇଦିଏ। ତେଣୁ ତା'ପାଟିରେ ଲାଗେ। ଟଫି ଖାଇଲାବେଳେ ଯେତିକି ସମୟ ନିଏନି, ଖାଇବା ପାଟିରୁ ଛଡେଈବାରେ ବେଶୀ ସମୟନିଏ। ସେଦିନ କିନ୍ତୁ ଟଫି ଆଉ ଖାଇଲାନି। ଆଉ ସେ ଶୋଉଥିବା ଜାଗାରେବି ନଶୋଇକି ଘର ବାହାରକୁ ଚାଲିଗଲା। ଦୁଇ ତିନିଥର ଆଣିକି ଶୁଆଇବା ପରେବି ଶୋଇଲାନି। ଚାଲିଗଲା ବାହାରକୁ, ସେଇଠି ପଡି ରହିଲା। କ'ଣ ହେଲା? ଆମେ କିଛି ବୁଝି ପାରୁନଥାଉ। ତା'ପରେ ବୋଉ କହିଲା, ସେ ନିଜେ ଆସିବ ତା' ସହ ଲାଗନି। ଆମେ ଖିଆପିଆ କରି ଶୋଇଲୁ।




     ସକାଳୁ ଉଠି ଦେଖିଲାବେଳକୁ ଖାଇବା ଟଫି ପାଖରେ ସେମିତି ଥୁଆ ହେଇଛି, ସେ ମରିକି ଶୋଇଛି। ସେଦିନ ମୁଁ ବହୁତ୍ କାନ୍ଦିଥିଲି। ଖାଲି କୁକୁର ନଥିଲା ଆମ ପୁଅ ଭଳି ରଖିଥିଲୁ ତାକୁ। ସେବି ଆମର ସବୁ କଥାମାନେ। ତିନି ମାସର ହେଇଥାଏ, ସେବେଠୁ ସେ ଭୁକିବା ଆରମ୍ଭ କଲାଣି। କୌଣସି ଅଜଣା ଲୋକକୁ ସେ ଘର ଭିତରେ ପୂରେଇ ଦିଏନି।



     ମାସକର ହେଇଥାଏ, ମୋ ସାନଭାଇ(ଦାଦାଙ୍କ ପୁଅ)ଆଣିକି ଦେଇଥିଲା। କହିଥିଲା ତୁମର ଏକୁଟିଆ ଘର ଗୋଟେ କୁକୁର ରଖ। ଆଉ ମୁଁ ଆକୁ ଆଣିଥିଲି ତୁମର ରଖ। ବଢିଆ ହେଇଛି ଛୁଆଟା। ସେତେବେଳେବି ଟଫି ଗୋଲଗାଲିଆ ହେଇକି କେଡେ ସୂନ୍ଦର ଦିଶୁଥାଏ। ନାଲି ରଙ୍ଗକୁ ଧଳା ଗାର ବେକ ଉପରେ, କେତେ ଭଲ ମାନୁଥାଏ। ସେଦିନଠୁ ଟଫି ଆମ ଘରେ ଥିଲା। ସେ ମରିବା ବେଳକୁ ମାତ୍ର ସାଢେ ଛଅ ମାସର ହେଇଥିଲା। 




      ଅନ୍ୟ କୁକୁର ଛୁଆକୁ ଦେଖିଲେ ଆଜିବି ଟଫି ମନେପଡୁଛି। ସେ କେବଳ ପୋଷା କୁକୁର ନଥିଲା, ମୋ ସାଙ୍ଗବି ଥିଲା। ହେଲେ ଆଜି କେବଳ ତା' ସ୍ମୃତି ମୋ ଆଖି ଓଦା କରୁଛି। 





        **ସମାପ୍ତ**




   


Rate this content
Log in

Similar oriya story from Thriller