ଯନ୍ତ୍ରଣା
ଯନ୍ତ୍ରଣା
ଦିଦିର ବାହାଘରକୁ ବରଷେ ପୁରିନଥାଏ। ଦିଦି ପ୍ରେଗନେଟ୍ ଥାଏ। ତା'ଶାଶୁର ତା'ର କେବେବି ଭଲ ପଡେନି। ସେଥିପାଇଁ ସେ ସଫା ସଫା ମନା କରିଦେଲା ମୁଁ କିଛି କରିପାରିବିନି ତା'ର। ପର ଘରକୁ ଗଲେବି ଝିଅ ଆମର। ତା'କଷ୍ଟ ଦେଖିଲେ ଆମକୁ କଷ୍ଟ ଲାଗିବ। ତେଣୁ ବୋଉ ନନାଙ୍କୁ କହିଲେ ଯଦି ତୁମର ତା'ଦାୟିତ୍ବ କିଛି ନେଇପାରିବନି ତାହେଲେ ତାକୁ ଆଣି ଆମ ଘରେ ଛାଡିଦିଅ। ନନାବି ରାଜି ହେଇଗଲା ବୋଉ କଥାରେ।
ତା'ପରଦିନ ଦିଦିକୁ ଆଣି ଆମ ଘରେ ଛାଡିଦେଲେ। ସେତେବେଳେ ଦିଦିର ନଅ ମାସ ଚାଲିଥାଏ। ସେ ଠିକ୍ ରେ ଚାଲି ପାରୁନଥାଏ। ସେଇଥିରେ ଶାଶୁଘରେ ସବୁ କାମ କରୁଥିଲା। ସତରେ ଏସବୁ ଭାବିଲେ ମୋର ବାହା ହେବାକୁବି ବେଳେବେଳେ ଇଚ୍ଛା ହୁଏନି।
ଆମ ଘରେ ଦିଦିର ଗୋଟାଏ ମାସ ବିତିଗଲା। ମୁଁ ଅପେକ୍ଷାରେ ଥାଏ ଦିଦିର ବେବି କେବେ ହେବ? ଯେତିକି ଦିନ ପାଖେଇ ଆସୁଥାଏ, ସେତିକି କେୟାର୍ ବଢି ଚାଲିଥାଏ ଦିଦିର। ପ୍ରଥମ ଡେଲିଭରି ଥିଲା ଦିଦିର, ତେଣୁ ମଝିରେ ମଝିରେ ପ୍ରାୟତଃ ସବୁବେଳେ ସେ ଡାକ୍ତରଙ୍କ ପାଖକୁଯାଏ। ଡାକ୍ତର ଡେଟ୍ ଦେଇଥିଲେ, ଏତିକି ଦିନରେ ବେବି ହେବ।
ସେ ଦିନ ପାର ହେଇଗଲା, କିନ୍ତୁ ଲେଭର୍ ପେନ୍ ହେଲାନି। ଆମରବି ଆଉ ଡାକ୍ତରଖାନା ନେଲେନି। ରାତି ବେଳକୁ ଦିଦିର ଲେଭର୍ ପେନ୍ ହେଲା। ସେ ଆଉ ସମ୍ଭାଳି ପାରିଲାନି। ସଙ୍ଗେସଙ୍ଗେ ଆମ୍ବୁଲାନସ୍ ଡାକି ପାଖ ଡାକ୍ତରଖାନାକୁ ନେଇଗଲେ। ମୁଁ ନନାଙ୍କୁ ଫୋନ୍ କରି ଦିଦି ବିଷୟରେ କହିଲି। ସେ ଆଉ ଘରକୁ ନଆସି ସିଧା ଡାକ୍ତରଖାନା ଚାଲିଗଲେ।
ଡାକ୍ତରଖାନାରେ ଦିଦିକୁ ନେଇ ପହଞ୍ଚିବାପରେ ଡାକ୍ତର କହିଲେ, ଏଠି ହେବନି ତୁମେ ବଡ ଡାକ୍ତରଖାନା ନେଇଯାଅ। ସେ ବଡ ଡାକ୍ତରଖାନାକୁ ରେଫର୍ କରିଦେଲେ। ସେଇ ମେଡିକାଲରୁ ସେମାନେ ସିଧା ବଡ ଡାକ୍ତରଖାନା ଗଲେ। ସେଠାରେ ପହଞ୍ଚିବାପରେ ଡାକ୍ତର କହିଲେ, ପିଲା ବୁଲିଯାଇଛି। ନର୍ମାଲ୍ ଡେଲିଭରି ହେବନି, ସିଜରିଙ୍ଗ୍ କରିବାକୁ ପଡିବ ନହେଲେ ପିଲା ପ୍ରତି ବିପଦ। ନନା କହିଲେ ଯାହା କରୁଛନ୍ତି କରନ୍ତୁ, କିନ୍ତୁ ଶୀଘ୍ର କରନ୍ତୁ। ସେତେବେଳକୁ ମୋ ଦିଦି ବହୁତ କଷ୍ଟ ପାଉଥାଏ।
ଅପରେସନ୍ ଚାଲିଲା। କିଛି ସମୟପରେ ନର୍ସ ଆସି କହିଲେ ତୁମର ଝିଅ ହେଇଛି, ଆସ ତାକୁ ଆଣିବ। ସେତେବେଳକୁ ସକାଳ ୭.୩୦ମିନିଟ୍ ହେଇଥାଏ। ରାତି ୧୦ଟାରୁ ତା'ପରଦିନ ସକାଳ ୭.୩୦ ପର୍ଯ୍ୟନ୍ତ ପୁରା ସାଢେ ନଅ ଘଣ୍ଟା ମୋ ଦିଦି ଯନ୍ତ୍ରଣାରେ ଛଟପଟ ହେଇଛି ଗୋଟିଏ ପିଲାପାଇଁ।
ପିଲାଟିକୁ ସମସ୍ତେ ଖୁସି, କିନ୍ତୁ ଗୋଟେ ମା ହିଁ ଜାଣିଛି ସେ କେତ କଷ୍ଟ ପାଇ ତା'ପିଲାକୁ ଜନ୍ମ ଦେଇଛି। ଯେତେବେଳେ ଦିଦି ମେଡିକାଲ୍ ରୁ ଘରକୁ ଆସିଲା ମୁଁ ତାକୁ ପଚାରିଲି, କେତେ ଯନ୍ତ୍ରଣା ହେଇଥିବନା ତୋତେ? ଦିଦି ମୋତେ ଉତ୍ତର ଦେଇଥିଲା, ଯୋଉ 'ମା' ଡାକଟା ଶୁଣିଲି ତା'ଆଗରେ ଏ ଯନ୍ତ୍ରଣା କିଛି ନୁହେଁ। ସେଦିନ ବୁଝିଲି ନାରୀଟିଏ ସେତେବେଳେ ପୂର୍ଣ୍ଣ ହୁଏ, ଯେତେବେଳେ ସେ ମା ହୁଏ।
*********