Trushna Das

Fantasy

4.0  

Trushna Das

Fantasy

ତୃତୀୟ ବିଶ୍ୱଯୁଦ୍ଧ

ତୃତୀୟ ବିଶ୍ୱଯୁଦ୍ଧ

3 mins
280


ସୂଚୀ ସପ୍ତମ ଶ୍ରେଣୀର ଛାତ୍ରୀ।ବିଦ୍ୟାଳୟରୁ ଆସିଲା ପରେ ମୁହଁ ଶୁଖାଇ ବସିଥାଏ।


ଜେଜେମା ପଚାରିଲେ କଣ ହେଲା ମୁହଁ କାହିଁକି ଶୁଖାଇଛୁ।ସେ କହିଲା ଆସନ୍ତା ସପ୍ତାହରେ ମୋର ମାସିକ ଇତିହାସ ପରୀକ୍ଷା ଅଛି।ଏଇଥର ପରୀକ୍ଷାରେ ଆଲେକଜାଣ୍ଡାର, ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରେ ପରୀକ୍ଷାରେ ପ୍ରଶ୍ନପତ୍ର ଆସିବ। ହେଲେ ମୁଁ ପଢିଲା ବେଳକୁ ବୁଝି ଯାଉଛି ଏବଂ ପରେ ପୁଣି ଭୂଲି ଯାଉଛି। କଣ କରିବି ମୁଁ ବୁଝି ପାରୁ ନାହିଁ। ଯୁଦ୍ଧ ଉପରେ ଇତିହାସ ସବୁ ମୋର ମନେ ରହୁ ନାହିଁ। 


ଜେଜେମା କହିଲେ ଆସନ୍ତା ସପ୍ତାହରେ ପରୀକ୍ଷା ଅଛି ତ।ଦେଖିବୁ ତୁ ଟିକେ ମନ ଦେଇ ପଢିଲେ ତୁ ବୁଝି ଯିବୁ। ହଉ ତୁ ବ୍ୟସ୍ତ ହୋ ନାହିଁ। ଆଜି ବାହୁବଳୀ-୨ ସିନେମା ଦେବ। ତାକୁ ତୁ ଦେଖିଲେ ନିଶ୍ଚୟ ତୋର ଯୁଦ୍ଧ ଉପରେ କିଛି ଜ୍ଞାନ ଆସିବ। 


ତାପରେ ସୂଚୀ ଜେଜେମା ସହ ସନ୍ଧ୍ୟା ସମୟରେ ବାହୁବଳୀ-୨ ସିନେମା ଦେଖିଲା। 


ସିନେମା ଦେଖି ସାରିଲା ପରେ ସୂଚୀ ଖାଇ ଶୋଇଲା। 


ସୂଚୀ ସପନରେ ଦେଖିଲା ଯେ ମହେନ୍ଦ୍ର ବାହୁବଳୀ ଭୋଳାଲ୍ ଦେବକୁ ଯୁଦ୍ଧରେ ହରାଇଲା ପରେ ମହୀଷ୍ମତୀ ସାମ୍ରାଜ୍ୟର ସମ୍ରାଟ ହୋଇଛନ୍ତି।ରାଜମାତା ଦେବସେନା ଅବନ୍ତୀକା ସହ ମହେନ୍ଦ୍ର ବାହୁବଳୀଙ୍କର ବିବାହ କରିଛନ୍ତି। 


ମହେନ୍ଦ୍ର ବାହୁବଳୀ ନିଜ ବାପା ଅମରେନ୍ଦ୍ର ବାହୁବଳୀ ପରି ପ୍ରଜାମାନଙ୍କର ପ୍ରିୟ ହୋଇଛନ୍ତି। ସେ କିଛି ବର୍ଷ ମଧ୍ୟରେ ନିଜର ରାଜ୍ୟ ଶାସନ ନୀତି ପାଇଁ ସମଗ୍ର ଭାରତବର୍ଷରେ ପ୍ରସିଦ୍ଧ ହୋଇଯାଇଛନ୍ତି। ବାହୁବଳୀ ଯୁଦ୍ଧ କଳାରେ ନିପୁଣ ଥିଲେ। ସେ ଭାରତର ଅନ୍ୟ ସମ୍ପ୍ରାଦାୟର ରାଜାମାନଙ୍କୁ ବାହାର ଦେଶର ଶତ୍ରୁ ଆକ୍ରମଣ କଲେ ଭାରତୀୟ ରାଜାମାନଙ୍କୁ ଯୁଦ୍ଧରେ ସାହାଯ୍ୟ କରୁଥିଲେ।ତେଣୁ ଶିଖ, ମରାହାଟ୍ଟା,ମୋଗଳ,ଗୁପ୍ତ ସାମ୍ରାଜ୍ୟ, ପୁରୁ ସାମାଜ୍ୟ ଆଦି ବାହୁବଳୀଙ୍କର ମିତ୍ର ସାମ୍ରାଜ୍ୟ ଥିଲେ।


ଆଲେକଜାଣ୍ଡର (ଭାରତର ସିକନ୍ଦର) ସେଇ ସମୟରେ ଉତ୍ତର ଭାରତ କିଛି ସାମ୍ରାଜ୍ୟକୁ ଆକ୍ରମଣ କରି ନିଜ ଅଧୀନକୁ ନେଇ ଥିଲେ। ତାପରେ ସେ ଦକ୍ଷିଣ ଭାରତ ଆଡକୁ ମୁହାଇଲେ।ମହୀଷ୍ମତୀ ସାମ୍ରାଜ୍ୟ ଆଧିକାର କରି ନିଜ ସାମ୍ରାଜ୍ୟ ଦକ୍ଷିଣ ଭାରତରେ ବିସ୍ତାର କରିବା ତାଙ୍କର ଉଦ୍ଦେଶ୍ୟ ଥିଲା।କିନ୍ତୁ ପରେ ସେ ମହୀଷ୍ମତୀ ସାମ୍ରାଜ୍ୟର ରାଣୀ ଅବନ୍ତୀକାଙ୍କୁ ଦେଖି ତାଙ୍କୁ ପାଇବାକୁ ଚାହିଁଲେ। ସେ ସେଥିପାଇଁ ମହୀଷ୍ମତୀ ସାମ୍ରାଜ୍ୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ। 


ମହେନ୍ଦ୍ର ବାହୁବଳୀ ଅମେନ୍ଦ୍ର ବାହୁବଳୀଙ୍କ ପୁଅ ଯିଏ କି ନାରୀର ଅପମାନ ଅଦୌ ସହି ପାରନ୍ତି ନାହିଁ। ସେ ତାଙ୍କ ପୁଅ ହୋଇ ନିଜ ସ୍ତ୍ରୀର ଅପମାନ କେମିତି ସହିଥାନ୍ତେ। ସେ ବି କଟୋପା ସହ ଯୁଦ୍ଧ ପାଇଁ ଜୋରସୋରରେ ପ୍ରସ୍ତୁତ ହେଲେ। ମୋଗଲ ସାମ୍ରାଜ୍ୟ, ଶିଖ ସାମ୍ରାଜ୍ୟ,ଗୁପ୍ତ ସାମ୍ରାଜ୍ୟ ଆଦି ତାଙ୍କର ମିତ୍ର ସାମ୍ରାଜ୍ୟ ବାହୁବଳୀଙ୍କ ସପକ୍ଷରେ ଯୁଦ୍ଧ କଲେ। ବାହୁବଳୀଙ୍କ ସପକ୍ଷରେ ସାଉଥ ଆଫ୍ରିକା, ଇଉରୋପ, ଅଷ୍ଟ୍ରେଲିଆ ଆଦି ଦେଶ ଥିଲେ। 


ସେପଟେ ଅଲେକଜାଣ୍ଡାରଙ୍କ ସପକ୍ଷରେ ମିଶର, ଅଷ୍ଟ୍ରିଆ, ଫ୍ରାନ୍ସ ଆଦି ଦେଶ ରହିଲେ। 


ଶେଷରେ ଯୁଦ୍ଧର ପରିଣତି ଭୟଙ୍କର ହେଲା।ଯୁଦ୍ଧଟି ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହେଲା। ଆଲେକଜାଣ୍ଡାର ଆଧୁନିକ ଶୈଳୀରେ ଯୁଦ୍ଧ କରୁଥିଲେ ମଧ୍ୟ ତାଙ୍କ ପାଖରେ ସୈନ୍ୟ ଓ ଘୋଡା ସଂଖ୍ୟା ବାହୁବଳୀଙ୍କ ସୈନ୍ୟ ଓ ଘୋଡା ସଂଖ୍ୟା ଠାରୁ କମ ଥିଲା।ବାହୁବଳୀଙ୍କ ପକ୍ଷରେ ହଜାର ହଜାର ଲଢୁଆ ହାତୀ ଥିବା ବେଳକୁ ଆଲେକଜାଣ୍ଡାରଙ୍କ ପାଖରେ ଆଦୌ ହାତୀ ନ ଥିଲେ।ବାହୁବଳୀଙ୍କ ହାତୀମାନଙ୍କୁ ଦେଖି ଆଲେକଜାଣ୍ଡାରଙ୍କ ଘୋଡା଼ମାନେ ଡରି ପଛଘୁଞ୍ଚା ଦେଉଥିଲେ। 


ଉଭୟ ପକ୍ଷରେ ବହୁ ଧନ ଜୀବନ କ୍ଷତି ହେଉଥାଏ।ବାହୁବଳୀ ଶାନ୍ତି ପ୍ରିୟ ରାଜା ଥିଲେ। ଏମିତି ପାଖାପାଖି ଦୁଇ ବର୍ଷ ଯୁଦ୍ଧ ହେଲାଣି।ଆଲେକଜଣ୍ଡାରଙ୍କ ସୈନ୍ୟମାନେ ବି ଥକି ଗଲେଣି। 


ସେହି ସମୟରେ ଆଲେକଜାଣ୍ଡାର ଶୁଣିଲେ ରାଣୀ ପଦ୍ମାବତୀ ଓ ଅଲାଉଦ୍ଦିନ ଖିଲିଜୀଙ୍କ କଥା।ଯେ ଖିଲିଜୀ ଯୁଦ୍ଧରେ ଜିତି ମଧ୍ୟ ସେ ଶେଷରେ ହାରିଗଲେ।ରାଣୀ ପଦ୍ମାବତୀଙ୍କୁ ପାଇବା ଆଶା ଆଶାରେ ହିଁ ରହିଗଲା ତାଙ୍କର। ଏହାଠାରୁ ଖିଲିଜୀଙ୍କ ବଡ଼ ହାର ଆଉ କଣ। 


ଆଲେକଜାଣ୍ଡାର ନିଜ ଭୁଲ ବୁଝି ପାରିଛନ୍ତି ଯେ ନାରୀକୁ ଜବରଦସ୍ତି ପାଇବା ଉଦ୍ଦେଶ୍ୟରେ ଯୁଦ୍ଧ କଲେ ଦିନେ ନା ଦିନେ ଯୁଦ୍ଧରେ ହାର ନିଶ୍ଚିତ। 


ତେଣୁ ଆଲେକଜାଣ୍ଡାର ସମୟ ଥାଉ ଥାଉ ଯୁଦ୍ଧର ପରିସମାପ୍ତି ପାଇଁ ବାହୁବଳୀଙ୍କ ସହ ଚୁକ୍ତି କଲେ ଏବଂ ତୃତୀୟ ବିଶ୍ୱଯୁଦ୍ଧକୁ ସେଇଥାରେ ସମାପ୍ତ ବୋଲି ଘୋଷଣା କରି ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କଲେ। 


ସପନରେ ସୂଚୀ ବିଳବିଳେଇବା ଦେଖି ଜେଜେମା ତାକୁ ଉଠାଇଲେ। ସୂଚୀ ଚମକି ଉଠି ପଡିଲା ଏବଂ ଜେଜେମାଙ୍କୁ ଜାବୁଡ଼ି ଧରି ତା ସପନ ବିଷୟରେ କହିଲା।


ଜେଜେମା ହସି କହିଲେ ପାଗଳୀଟା। ଶୋଇବା ସମୟରେ ଇତିହାସ ବିଷୟରେ ଭାବୁଥିଲୁ ତ। ତେଣୁ ସପନରେ ସବୁ କିଛି ମିଶି ତୃତୀୟ ବିଶ୍ୱଯୁଦ୍ଧ ଦେଖିଲୁ। ଶୋଇ ଯା। ରାତି ତିନିଟା ହୋଇଛି। ସକାଳୁ ଶୀଘ୍ର ଉଠି ବିଦ୍ୟାଳୟ ଯିବୁ। ସୂଚୀ ସେ ସବୁ ଭାବି ଭାବି ଆଉ ଥରେ ଶୋଇ ପଡିଲା।କିନ୍ତୁ ତାପର ଠାରୁ ସୂଚୀ ପାଇଁ ଇତିହାସ ତାର ପ୍ରିୟ ବିଷୟ ହୋଇଗଲା। ସେ ଆଗ୍ରହ ସହ ଇତିହାସ ପଢିଲା ଏବଂ ପରୀକ୍ଷାରେ ଇତିହାସରେ ସବୁଠାରୁ ବେଶୀ ନମ୍ବର ରଖିଲା। ସପନଟି ସୂଚୀ ମନରେ ଇତିହାସ ପାଇଁ ଏକ ଅଦ୍ଭୁତ ଆଗ୍ରହ ଆଣି ପାରିଲା।


Rate this content
Log in

Similar oriya story from Fantasy