Nityananda Sahu

Romance Inspirational Others

4.5  

Nityananda Sahu

Romance Inspirational Others

ତୃପ୍ତିହୀନ ତୃଷ୍ଣା !!

ତୃପ୍ତିହୀନ ତୃଷ୍ଣା !!

10 mins
128



ଦୂର ଦିଗବଳୟକୁ ଅଵଲୋକନ କଲେ ଜୀବନର ଆହୁରି ଅସମାପ୍ତ ଅଧ୍ୟାୟ ବାକିରହିଯାଇଛି । ତଥାପି ବଞ୍ଚିବାକୁ ଆଉ ମନରେ ଆଗ୍ରହ କି ଦେହରେ ବଳ ନାହିଁ । ଯେଉଁ ଉନ୍ମାଦକୁ ଦେହରେ ଧରି ଯୌବନ ପ୍ରାପ୍ତି ପରେ ଘର , ସମାଜ , ଜାତି ଭଳି କୁ ସଂସ୍କାରର ପ୍ରଥା କୁ ପଛରେ ପକେଇ ଚାଲି ଆସିଥିଲି ସୁଦୂର ସୁରଟ ସହର । ଆଜି କଣ ମୋ ପାଖରେ ସତ ସାହସ ଆଛି ସେଇ ମାଟି ଆଉ ମାଆ ପାଖକୁ ଫେରିଗଲେ , ସେମାନେ ଆଉ ଥରେ ବିନା କୌଣସି ଭେଦ ଭାବରେ ମତେ ଆପଣେଇ ନେବ!!!

ଝରାଫୁଲ ଶେଫାଳି ପରି ମୋ ଜୀବନ ଆଜି ପତ୍ର ଝଡା ଦେଇ ଝଡି ପଡ଼ିବାକୁ ବସିଲାଣି । କେଉଁ ପରିଚୟରେ ମୋ ଜୀବନକୁ ଆଗକୁ ସମୟର ସ୍ରୋତରେ ଆଗେଇ ନେବି , ନିଜେ ଆଜି ବୁଝି ପାରୁ ନାହିଁ ।

ନା ପରିଚୟ ଦମ୍ଭର ସହ ମାତାପିତାଙ୍କର ଦେଇ ପାରିବି , ନା ମୁଁ ଦେଇ ପାରିବି ମୋ ଶାଶୁଘର ଲୋକଙ୍କର । ଯାହାର ପରିଚୟରେ ଏ ଜୀବନର ଆଧାର ଆରମ୍ଭ ହୋଇଥିଲା। ସେ ଆଜି ମୋ ଠାରୁ ବହୁ ଦୂରେ । ଚାହିଁଲେ ବି ମୁଁ ତାଙ୍କ ସହ ମିଶି ପାରିବି ନାହିଁ । ମୋ ସତ୍ୟବାନ ଙ୍କ ପାଇଁ ଆଜି ମୁଁ ସାବିତ୍ରୀ ହୋଇପାରିଲି ନାହିଁ ।

ଏବେ କେବେଳ ଗୋଟେ ପରିଚୟ ମୋର ମାଆ ହେବାରେ । ମୋ ପୁତ୍ର ଆୟୁଷର "। ତା'ର ଆୟୁଷ କୁ ମୁଁ କେମିତି ମୋ ନିଜ ହାତରେ ବଳି ଦେଇ ଦେବି । ପାରିବିନି .....ମୁଁ କଦାପି ଏତେ ବଡ଼ ପାପର ଭାଗିଦାରୀ ହୋଇ ପାରିବି ନାହିଁ ।

ପାଞ୍ଚ ନମ୍ବର ଜାତୀୟରାଜ ପଥରେ ଇଚ୍ଛାପୁର ପାଖାପାଖି କୌଣସି ଏକ ଜାଗା ହେବ !! ଠିକ ସେ ବି କହି ପାରୁ ନାହିଁ ।ରାସ୍ତାକଡ଼ ଏକ ଦୋକାନ ବାରଣ୍ଡାରେ ଆଜି ମୋ ଜୀବନର କରୁଣ କାହାଣୀ । କାଳ ବୈଶାଖୀର ଝଡ଼ ଆସି ଏଇ ଏବେ ଏବେ ବହି ଯାଇଛି ସହର ମଧ୍ୟରେ ଠିକ ଯେମିତି କିଛି ଦିନ ଅନ୍ତରାଳରେ ଘଟି ଯାଇଥିଲା ପରି ମୋ ଜୀବନରେ । ବର୍ଷାର ଝିପ ଝିପ.. ଟୁପ ଟାପ ଶବ୍ଦରେ ,ଅତୀତ ଆଉ ଥରେରଙ୍ଗୀନ ହୋଇ ଉଠିଛି ମୋ ସ୍ମୃତି ମାନସ ପଟରେ ।

ଫେରିଯାଉଥିଲି ମୁଁ ଏଇ ଅଦିନ ବର୍ଷାର ବାରି ଧାରାରେ ଲୋତକାପୂର୍ଣ ନୟନରେ ମୋ ଯୌବନର ଭିଜା ଅତର ବୋଳା ମୁହୂର୍ତ୍ତ କୁ ।

ସାରା ଗାଁରେ ଆଜି ବୁଢା ଠାରୁ ଟୋକା ଙ୍କ ମଧ୍ୟରେ ମୋ ନାଁ କୁ ନେଇ ହୂରୀ ପଡିଯାଇଛି । ସମସ୍ତେ ସୁଯୋଗ ଖୋଜି ବସୁଥିଲେ ମୋରୂପ କ୍ରାନ୍ତିର ମୁଗ୍ଧ ଦର୍ଶକ ହୋଇ ତାଙ୍କର ଦେହ ଭିତରେ ମତେ ଅଙ୍ଗ ପ୍ରତ୍ୟଙ୍ଗରେ ଭିଜେଇ ବା ପାଇଁ । ସେଥିପାଇଁ ମତେ ବାହାର କୁ ଆସିବା ପାଇଁ ଘରେ ବହୁତ ବିରୋଧ କରା ଯାଉଥିଲା । ଆଧୁନିକତାର ସ୍ପର୍ଶ ଦୁନିଆଁ ପାଇଥିଲେ ମଧ୍ୟ , ଆମ ପରିବାର ଥିଲା ଉଚ୍ଚ କୂଳ ଆଉ ପୁରାତନ ପରମ୍ପରାର କୁ ମାନି ଚଳୁଥିବା ଏକ ସଂସ୍କାରୀ ବ୍ରାହ୍ମଣ ପରିବାର । ସମାଜରେ ନନା(ବାପା)ଙ୍କର ଅନେକ ନାଁ ଥିଲା । ପୂଜା ପାଠ ଠାରୁ ନ୍ୟାୟ ନିଶାପ ଯାଏଁ ସବୁଠି ବପା ଙ୍କର ନାଁ ଖ୍ୟାତି ଅର୍ଜନ କରି ସାରିଥାଏ । ସ୍କୁଲ ଠାରୁ କଲେଜ ଯାଏଁ , ସବୁଠି ମୋ ଉପରେ ଘର ଲୋକଙ୍କର ନଜର ଥିଲା । ସେଥିପାଇଁ ମତେ ଗାର୍ଲସ ସ୍କୁଲ ଆଉ କଲେଜରେ ପାଠ ପଢା ପାଇଁ ନାଆଁ ଲେଖା ଯାଉଥିଲା । ଅଧିକ ପାଠ ପଢିବା ପାଇଁ ମତେ ସହର କୁ ଯିବା ପାଇଁ ଅନୁମତି ମିଳି ନ ଥିଲା । ତାହା ଏଥିପାଇଁ ମୋର ପୂର୍ଵ ପରୀକ୍ଷା ଫଳ ଏତେ ଭଲ ନ ହୋଇଥିବାରୁ । ତା' ଛଡା ଘରେ କୁହନ୍ତି ,"ଝିଅ ଜୀବନ ହାଣ୍ଡିଶାଳ କୁ " ଏତେ ପାଠ ପଢ଼ିବାର କିଛି ବି ଆବଶ୍ୟକ ନାହିଁ । ମୁଁ ବି ସାହସ କରି ପ୍ରତିବାଦ କରି ପାରୁ ନ ଥିଲି।

ଗାଁ ପାଖ ଦେଇ ହଂସୁଆ ନଦୀ ବୋହି ଯାଉଅଛି । ସକାଳ ହେବା ପୂର୍ବରୁ ଘରର ବୋହୂ ମାନଙ୍କ ସହିତ ମତେ ଯିବାକୁ ପଡେ ସେଇ ନଦୀ ଘାଟ ଆଡେ ଗାଧେଇବା ପାଇଁ । ଘର ବିରୋଧରେ ଯିବାର ସାହସ ନ ଥିଲା ମୋ ପାଖରେ । ଯୌବନରେ ମୋ ଦେହର ହଳଦୀରଙ୍ଗ ଆଉ ସୁବାସିତ ଅତରରେ ହଂସୁଆ ନଦୀର ପାଣି ମଧ୍ୟ ବାସ୍ନାରେ ମହକି ଯାଉଥାଏ ।

ଦେହରେ ଯୌବନରରଙ୍ଗ ଆଉ କମନାର ଅଗ୍ନି କୁରୋକିବା ବହୁତ ଯନ୍ତ୍ରଣା ଦାୟକ ଥିଲା । ଅନ୍ୟ ଝିଅ ମାନଙ୍କ ପରି ,ମୁଁ ବି ଖୋଜୁଥିଲି ମନର ପୁରୁଷର ସାନିଧ୍ୟ । ହେଲେ ଘରର ଚାରିକାନ୍ଥ ମଧ୍ୟରେ ସବୁ ତୃଷ୍ନା ମୋର ଅବଶୋଷ ହୋଇରହିଯାଉଥିଲା ।

ସମୟ କ୍ରମେ ଜୀବନରେ ଏମିତି ଏକ ଦୁର୍ଘଟଣାର ସମ୍ମୁଖୀନ ହୁଏ ମଣିଷ ଯେଉଁଠି ସବୁ ତୃପ୍ତି ପ୍ରାପ୍ତିର ଇଛା ଆଉ ଥରେ ଜାଗ୍ରତ ହୋଇ ଉଠେ । ମୋ ସହ ସେ ଦିନ ବି ଠିକ ସେମିତି ହୋଇଥିଲା ।

ନନା ଙ୍କର କେଶ କାଟିବା ପାଇଁ ଆସିଥିବା ବାରିକ ଘର ଯୁବକ ଙ୍କୁ ଦେଖି ମୋ ଆଖିରେ ଆଉ ପଲକ ପଡି ନ ଥିଲା । ଆଖିରେ ଆଖିରେ ଦେହ ମୋର ତାଙ୍କର ସାନିଧ୍ୟ ପାଇଁ ବହୁ ପ୍ରତିକ୍ଷିତ ଅଗ୍ନି କୁ ପ୍ରଜ୍ଵଳିତ କରାଇ ସାରିଥିଲା ।

ସୁଦୃଢ଼ ଚେହେରା , ପ୍ରଶସ୍ତ ବାହୁ ସହ ଦେହରେ ସତ ସିଂହର ବଳ ଦେଖି ବାରିକ ଘର ଯୁବକ ଜଣକ ମତେ କୌଣସିରାଜକୁମାର ଅଥବା ସୌଦାଗର ଠାରୁ କମ ଦିଶୁ ନ ଥିଲେ । ମୋ ଅଜାଣତରେ ତାଙ୍କର ନୟନ ସହ ଯୁଗଳ ବନ୍ଧୀ ହୋଇ ସାରିଥିଲା । କିଛି ଦିନର ଦେଖା ଚାହାଁ ମଧ୍ୟରେ , ତାଙ୍କ ସହ ସାକ୍ଷାତ କରି ମନ କଥା ପ୍ରକାଶ କରିବା ପାଇଁ ବ୍ୟାକୁଳ ହୋଇ ଉଠୁଥିଲି ।

ପ୍ରେମର ବ୍ୟାକୁଳତା ମଧ୍ୟରେ ଭୂଲି ଯାଇଥିଲି ନିଜର ଘରର ସଂସ୍କାର ଆଉ ପରମ୍ପରା ସହ ଜାତିପ୍ରଥା କୁ । ଭୂଲି ଯାଇଥିଲି ଘରର ଲକ୍ଷ୍ମଣରେଖା କୁ ମୁଁ ଯେ ଉଲଙ୍ଘନ କରିବାକୁ ଉଦ୍ୟତ ହୋଇ ସାରିଲେଣି ।

କହିବାକୁ ଗଲେ ଭଲପାଇବାରେ ମୁଁ ଅନ୍ଧ ହୋଇଯାଇଥିଲି।

ଦଇବ ଯୋଗ କୁ ସେ ଦିନ ମୋର ଆଶାର କିରଣ ହୃଦୟର ବେଳ ଭୂମି କୁ ପ୍ରଥମ ଥର ପାଇଁ ସ୍ପର୍ଶ କଲା । ଭାଗ୍ୟ ବି ଦେଇଥିଲା ମୋ ସହ ସାଥ । ଘରେ ବୋଉ ନ ଥିଲା , ଭାଉଜ ଙ୍କର ଦେହ ଖରାପ ହୋଇଥିବାରୁ , ମୁଁ ସକାଳୁ ଏକା ବାହାରି ଆସିଥିଲି ନଦୀତଟ କୁ ଗାଧେଇବା କୁ ।

ନଦୀ ପାଖ ଘାଟ କୁ ଲାଗିଥିଲା ଏକ ଝଙ୍କାଳିଆ ବରଗଛ। ସ୍ନାନ ପରେ ସେଇ ଗଛ ଆଢୁଆଳରେ ଭିଜା ବସ୍ତ୍ର ବଦଳାଇ ନୂତନ ବସ୍ତ୍ର ପିନ୍ଧି କରି ଫେରିଆସୁ । ଦଇବ ଯୋଗ କୁ ମୋ ବସ୍ତ୍ର ବଦଳାଇବାର ସମୟରେ , କାହାର ସୁ ମଧୁର କଣ୍ଠ ସ୍ୱର ଶୁଣି ମୁଁ ଚମକି ଉଠିଥିଲି । ଚାରି ଆଡ଼େ ନଜର ଘୁରେଇ ଆଣିବା ଭିତରେ କାହାକୁ ନ ପାଇ , ମନରେ ଭୟ ଜାଗ୍ରତ ହେଲା । ଭୁତ ,ପ୍ରେତ କି ପିଶାଚ କଥା ଶୁଣିଥିଲି । ସେଥିପାଇଁ ଅଧା ଵସ୍ତ୍ର ମଧ୍ୟରେ ମୁଁ ଡରି କି ଆଖି ବନ୍ଦ କରି ଭୟରେ ଥରୁ ଥିଲି ।

ଆଉ ଅନ୍ୟ ପଟୁ ଶୁଣୁଥିଲି :-

ତୁମ ଅପରୂପ ଯୌବନ କାନ୍ତିର ମୁଁ ମାଦକ ଭଅଁର ଆଜି ପାଗଳ । ମନ ମଧ୍ୟରେ ତୁମ ବିନା ଅନୁମତିରେ ଗଢି ଦେଇଛି ସ୍ୱପ୍ନରରାଜ ମହଲ । କେବଳ ଏତିକି ତୁମକୁ କହି ପାରେ, ଏ ନିଶ୍ୱାସର ଶେଷ ଅନୁମତି କେବଳ ତୁମେ ହିଁ ଦେଇ ପାରିବ । ତୁମକୁ ନ ପାଇଲେ ଏ ଜୀବନ ଥାଇ ବା ମୂଲ୍ୟ ଆଉ କେତେ।

ଭଲ ପାଇବାର ପ୍ରକାଶ କରିବା ପାଇଁ ତୁମକୁ ଦେଲା ଭଳି କୌଣସି ଅମୂଲ୍ୟ ଉପହାର ମୋ ପାଖରେ ନାହିଁ କି ସେଥିପାଇଁ ମଧ୍ୟ ମୁଁ ସକ୍ଷମ ନୁହେଁ । କେବଳ ମୋର ମୂଲ୍ୟବାନ ହୃଦୟ କୁ ତୁମରି ହାତରେ ସମର୍ପି ଦେଇ ପାରିବି ।

ଆସିଲା ବେଳେ ତୁମ ପାଇଁ ଦୁଵରେ ବନେଇଥିବା ମୁଦି ଟିଏ ସାଥିରେ ନେଇ ଆସିଛି । ଯଦି ତୁମେରାଜି ହୋଇଯିବ , ତବେ ଏହି ମୁଦି କୁ ପିନ୍ଧେଇ ସାରା ଜୀବନ ପାଇଁ ତୁମକୁ ମୋ ନିଜର କରି ଦେବି ।

ଆଖି ଖୋଲି ସମ୍ନାରେ ମନର ପୁରୁଷ କୁ ଦେଖି ଛାତିରେ ଅଧା ପିନ୍ଧା ବସ୍ତ୍ର କୁ ଚାପିରଖି ଚମକି ପଡି ଲୁଚିବା କୁ ଚେଷ୍ଟା କରୁଥିଲି ବରଗଛ ଓହଳ ଭିତରେ ।

ମନେ ମନେ ଯେତେ ଖୁସି ହେଉଥିଲେ ବି କେମିତି ପ୍ରକାଶ କରିବି ମୋ ମନର ଭାବନା କୁ ବୁଝି ପାରୁ ନଥିଲି !!

ତୁମକୁ ଠିକ ସେ ଚିହ୍ନି ନି କି ,ତୁମ ବିଷୟରେ କିଛି ଜାଣି ନାହିଁ। ସବୁ କିଛି ନ ଜାଣି କେମିତି ତୁମ ପ୍ରସ୍ତାବରେ ମୁଁରାଜି ହେବି ।

ତୁମେ ହୁଏତ ଠିକ କହିଛରାଜେଶ୍ୱରୀ । ଜାତିରେ ବାରକ ଘର ପୁଅ ମୁଁ । ଧନ ସମ୍ପଦରେ ବି ଆମ ଘର ତୁମ ସହ ସମକକ୍ଷ ନୁହେଁ । ନାଁ ମୋର ମଦନ ଲାଲ ବାରିକ ।

ଭରଷା ଦଉଛି , ସାରା ଜୀବନ ତୁମ କୁ ମୋ ନିଜର କରିରଖିବି ।

ଭଲ ପାଇବାରେ ତୁମେ ଅନ୍ଧ ହୋଇଯାଇଛ । ଭୂଲ କି ଠିକ କିଛି ବୁଝି ପାରିନ । ତୁମର ଆଉ ଆମ ଜାତି ଭିତରେ ଆକାଶ ଆଉ ପୃଥିବୀର ଫରକ । ସାମାଜିକ ସ୍ୱୀକୃତି ବି ମିଳିବ ନାହିଁ । ତା"ପରେ ବି ତୁମେ କେମିତି ସବୁ ଜାଣି ଆଗେଇ ଆସିଛ ମତେ ନିଜର କରିବା କୁ । ବାପା ଜଣାଇଲେ ତୁମର ଆଉ ତୁମ ଘରର ଅବସ୍ଥା କଣ ହେବ। କେବେ ବୁଝିବା କୁ ଚେଷ୍ଟା କରିଛ !

ଭଲପାଇବାରେ ମଣିଷ କେବେ ଜାତି ଧର୍ମ ଦେଖେ ନାହିଁ । ନିଃସ୍ୱାର୍ଥପର ଭଲ ପାଇବା କେବେ ବି ବିଫଳ ହୁଏ ନାହିଁ । ତୁମର ହଁ "ଶୁଣିଲା ପରେ , ମୁଁ ଏ ସମାଜ ଆଉ ଜାତି ଧର୍ମ ସହ ଲଢ଼ି ପାରେ ତୁମକୁ ମୋ ନିଜର କରିବା ପାଇଁ ।

ମଦନର କଥାରେ ମୋ ନିଜକୁ ହଜେଇ ଦେଇଥିଲି । ମନ କଥା ବି କହିବା କୁ ଆଉ ବିଳମ୍ବ କରିବା ଟା ଠିକ ହେବ ନାହିଁ । ସେଇ ଦିନ ସେଠାରେ ମୁଁ ମଧ୍ୟ ମଦନ ଙ୍କୁ ପସନ୍ଦ କରେ ବୋଲି କହିବା ପରେ , ଆମର ଲୁଚା ଚୁପିରେ ମିଳା ମିଶା ଆରମ୍ଭ ହୋଇଯାଇଥାଏ । ଧୀରେ ଧୀରେ କଥା ଗାଁ ଲୋକଙ୍କ ଠାରୁ ଆରମ୍ଭ ହୋଇ ଘରେ ପହଞ୍ଚି ସାରିଥିଲା । ନନା ବି ମତେ ମଦନ ସହ ନ ମିଶିବା ପାଇଁ ବାରଣ କରି ଥିଲେ । ମଦନ ଙ୍କର ଘରେ ମଧ୍ୟ ଯାଇକି ଧମକ ଦେଇ ଆସିଥିଲେ ।

ବାପା ଙ୍କର ଡରରେ ମଦନ ବି ଘର ଛାଡ଼ି ଆଉ କେଉଁ ଆଡେ ଚାଲି ଯାଇଥିଲେ । ଏହା ଭିତରେ ଦୁଇରୁ ଚାରି ଦିନି ବିତି ଯାଇଥାଏ । ମଦନ ଙ୍କ ବିନା ମତେ କିଛି ବି ଭଲ ଲାଗୁ ନ ଥାଏ । ପ୍ରୀତିର ଭୋକ ଦେହ କୁ ପୁରୁଷ ବିନା ସ୍ଥାଣୁ କରି ଦେଇ ଥାଏ । ହଠାତ ଦିନେ ସକାଳରେ ମଦନ ଲୁଚି ଲୁଚି ଆସି ମତେ ନଦୀ ଘାଟରେ ଦେଖା କରିବା ପରେ , ସେଇ ଠାରୁ ଆମେ ଘର ଛାଡ଼ି ଚାଲି ଆସିବାର ନିଷ୍ପତ୍ତି ନେଇ ବାହାରି ଆସିଥିଲୁ ସୁରଟ ସହର କେହି କିଛି ଜାଣିବା ଆଗରୁ ।


ଆମେ ଆସିଲା ପରେ ଆଉ ଖବର ନେଇ ନାହୁଁ । ଗାଁରେ କଣ ସବୁ ଘଟି ଥିବ । କ୍ଷଣକ ଉନ୍ମାଦରେ ଅନ୍ଧ ହୋଇ ଆମେ ଯେଉଁ ବାଟ ବାଛି ନେଇଥିଲୁ ,ତାର ପରିଣତି ଆମ ଘର ଅପେକ୍ଷା ମଦନ ଙ୍କର ଘର ଲୋକଙ୍କୁ ସହିବା କୁ ବେଶି ପଡିଥିବ। କାହିଁକି ନା ବାପା ମାଆ" ଙ୍କର ଗୋଟେ ବୋଲି ପୁଅ ଥିଲେ ମଦନ । ଘର ଛାଡ଼ି ଆସିଲା ପରେ ଗାଁର ନ୍ୟାୟ ନିଶାପ ଆଉ ବାପା ଙ୍କର ଧମକ କୁ ସହିବା ସହ ପୁଅ ବିନା ସେମାନେ ବି ନିଜକୁ ଅନେକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିବେ । ଗୋଟେ ବୋଲି ପୁଅର ବିବାହ ଧୁମ ଧାମରେ କରେଇବା ପାଇଁ ଯେଉଁ ସ୍ୱପ୍ନ ସେମାନେ ଦେଖିଥିବେ ,ତାହା ବି ଆମ ପାଇଁ ଭାଙ୍ଗି ଯାଇଥିବ । ଏ ସମାଜ ବି ଦୁଇ ପରିବାର କୁ ଅପନିନ୍ଦା ଶୁଣେଇବା କୁ ପଛେଇ ନ ଥିବେ । ବାପା ଙ୍କର ନାଁରେ ବି କଳଙ୍କର ଟୀକା ଲାଗି ଯାଇଥିବ । ସେଥିପାଇଁ ବାପା ଆଉ ଘରୁ ବାହାରି ନ୍ୟାୟ ନିଶାପ କିଛି ଆଗ ଭଳି କରୁ ନ ଥିବେ ।

ସୁରଟ ଆସିବା ପରେ ନିଜର ମନର ତୃଷ୍ନା ତ କିଛି ସମୟ ପାଇଁ କମନାର ଜ୍ୱାଳାରେ ପରିସମାପ୍ତି ହୋଇଥିଲା କିନ୍ତୁ ପେଟର ଭୋକ ପାଇଁ କଷ୍ଟ ମଧ୍ୟ ସହିବା କୁ ପଡୁଥିଲା । ଅଲିଅଳିରେ ଘରେ ବଢି ଥିବା ଝିଅ ପାଇଁ , ଘରର ସମସ୍ତ କାର୍ଯ୍ୟ କରିବା ମୋ ପାଇଁ ଅସମ୍ଭବ ଥିଲା । ଗୋଟେ ସୂତା କମ୍ପାନୀରେ ମଦନ କାମ କରିଲା ପରେ ,ପରିସ୍ଥିତି କିଛି ଟା ସୁଧୁରୀ ଥିଲା ଆମର ।

ଧୀରେ ଧୀରେ ସବୁ କିଛି ଭୂଲି ଆମେ ଜୀବନ କୁ ଉପଭୋଗ କରିବା ଆରମ୍ଭ କରି ଦେଇଥିଲୁ ।

ଏହା ଭିତରେ ଏକ ବର୍ଷ ବିତି ଯାଇଥାଏ । ଆମ ଭଲ ପାଇବାର ସନ୍ତକ ଆୟୁଷ ବି ଆମ ହସିଲା ସଂସାରରେ ଯୋଗ ଦେଇ ସାରିଥାଏ । ପରିବାର ଠୁ ଦୂରେରହି ଯେଉଁ କଷ୍ଟ ପାଇଥିଲୁ , ସେଇ ସମ୍ପର୍କ କୁ ଘର ଲୋକଙ୍କ ସହ ଯୋଡିବାର ପ୍ରୟାସ ପାଇଁ ମଦନ କହିବା ଅନୁସାରେ ଆୟୁଷର ଜନ୍ମ ହୋଇ ସାରିଥିଲା ।


ଜାଣେନା ଭଗବାନ କାହିଁକି ଏତେ ନିଷ୍ଠୁର ହୋଇ ଯାଆନ୍ତି। ଖୁସିର ଦିନରେ ଭଟ୍ଟା ପକେଇବା ପାଇଁ । ସାରା ଦେଶରେ ମହାମାରୀରୋଗର ପାଦ ପଡି ସାରିଥିଲା । ଆଉ ଦେଶରେ ଅନ୍ୟରାଜ୍ୟ ତୁଳନାରେ ଗୁଜୁରାଟରେ କରୋନା ମହାମାରୀରରୂପ ଥିଲା ବହୁତ ଉଗ୍ର । ପ୍ରଥମ କିଛି ଦିନର କାମ ଭିତରେ ଗୋଟେ ମାସର ଦରମା ମିଳି ଯାଇଥାଏ । ତା" ପରେ ସରକାରଙ୍କର ଲକ ଡାଉନ ଘୋଷଣା ହୋଇ ଯାଇଥାଏ। ପେଟ ପାଟଣାର ଦୁଃଖ ବୁଝିବା ପାଇଁ ଗରିବ ଲୋକମାନଙ୍କ ଭିତରେ ଆହାଃ କାରର ଭାଳେଣି ଖେଳି ଯାଇଥିଲା ।

ଯାହା ଧନ ଥିଲା ପାଖରେ ସବୁ ସରି ଆସୁଥିଲା । ବାଧ୍ୟ ହୋଇ ମଦନ ଲୁଚି ଲୁଚି କାମ ଖୋଜିବା ଭିତରେ ବାହାର କୁ ଯାଇ ବୁଲା ବୁଲି କରୁଥିଲେ ।


କାମ ଧନ୍ଦା କିଛି ନ ପାଇବାରୁ ନିରାଶ ହୋଇ ଦୁଇ ତିନି ଦିନ ବୁଲିବା ଭିତରେ ତାଙ୍କର ଦେହ ଅସୁସ୍ଥ ହେବା ଆରମ୍ଭ ହୋଇଯାଇଥାଏ । ସରକାର ଙ୍କର ସହାୟତା ପାଇଁ ଟୋଲ ଫ୍ରି ନମ୍ବର କୁ କଲ କରି ସାହାଯ୍ୟ ମାଗିବାରୁ ସେମାନେ ଆସି ତାଙ୍କୁ ମେଡିକାଲରେରଖି ଚିକିତ୍ସା କରିବା ପାଇଁ ନେଇଗଲେ ଆମକୁରିପୋର୍ଟ ନ ଆସିବା ଯାଏ ହୋମ କ୍ବାରେଣ୍ଟଟାଇନରେରହିବାର ନିର୍ଦ୍ଦେଶ ଦେଇ ।

ତିନିଦିନ ପରେ ଖବର ପାଇଲି ତାଙ୍କୁ କରୋନା ହୋଇଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବା ମେଡିକାଲ କୁ ଫୋନ କଲା ପରେ ଜାଣିଲି । ସେ ଭେଣ୍ଟିଲେଟରରେ ଥିଲେ । ଆମେ ବି କେହି ତାଙ୍କର ପାଖକୁ ଯାଇ ଦେଖା ଚାହାଁ କରି ପାରୁ ନ ଥିଲୁ। ଦୀର୍ଘ ତିନି ଦିନ ଭେଣ୍ଟିଲେଟରରେରହିବା ପରେ ସେ ଆମ ସମସ୍ତ ଙ୍କୁ ଛାଡି ଦୁଃଖର ସାଗରେ ଭସେଇ ଦେଇ ଆର ପାରିକି ଚାଲି ଯାଇଥିଲେ । ନା ମୁଁ ଶେଷ ଥର ପାଇଁ ତାଙ୍କୁ ଦେଖା କରି ପାରିଲି ନା ପତ୍ନୀ ହେବାର ଧର୍ମ ପାଳନ କରି ପାରିଲି । ଶେଷ କୃତ୍ୟ ବି ମତେ ସମ୍ପର୍ଣ୍ଣ କରିବା କୁ ସରକାର ଅନୁମତି ଦେଲେ ନାହିଁ ।


ଦୂରରୁ ତାଙ୍କୁ ଦେଖି ଆୟୁଷ କୁ କୋଳରେ ଧରି ଝରା ଫୁଲ ପରି ମୁଁ ଦୁଃଖରେ ଝଡି ପଡୁଥିଲି । ତାଙ୍କର ଦୁନିଆଁ ଛାଡିବା ପରେ ମୋ ଜୀବନରେ କଷଣ ଦିନ ସବୁ ଆରମ୍ଭ ହୋଇଯାଇଥିଲା । ମୁଁ ନ ଖାଇଲେ ମୋ ପୁଅ କୁ କେମିତି ବା ନିଜର ମାତୁତ୍ୱର ଅମୃତ ଦେଇ ନ ପାରିବାରୁ ତାର କାନ୍ଦରେ ମୋ ଛାତି ଫାଟି ପଡୁଥିଲା । ଜାଣେନା ଆଜି ଯେଉଁ କମନା ଆଉ ଯୌବନରେ ବଶ ହୋଇ ଘର ଦ୍ୱାର ଭୂଲି ଚାଲି ଆସିଥିଲି । ଆଜି ସିଏ ଗଲା ପରେ ମୁଁ ବି ପରିଚୟ ହୀନ ହୋଇଯାଇଥିଲି । ବହୁତ କଷ୍ଟରେ ୟାକୁ ତାକୁ ଧାର ଉଧାର ମାଗି ଚଳିବା ଭିତରେ କିଛି ବ୍ରହ୍ମପୁରର ପ୍ରବାସୀ ସୁରଟ ଭାଇ ମାନେ ଘର କୁ ଆସିବା ପାଇଁ ଗାଡି ଠିକ କରିଥିଲେ । ତାଙ୍କୁ ଅନୁରୋଧ କରିବାରୁ ସେମାନେ ମତେ ଆଉ ମୋ ପୁଅ କୁ ତାଙ୍କ ସହ ଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ ।


ଯାହା ବି ହେଲେ ନିଜର ମାଟିରେ ପହଞ୍ଚିଲା ପରେ ଦୁଃଖ କି ଭୟ ଲାଗେ ନାହିଁ କିନ୍ତୁ ବାହାର ଜାଗା ବି ନିଜର ଗାଁର ସ୍ମଶାନ ଠାରୁ ଆହୁରି ଭୟଙ୍କର ଅନୁଭବ ଦେଇ ଥାଏ ।

ବାଟରେ ଆସିଲା ବେଳେ ଗୋଟେ ଦଶ ଟଙ୍କିଆ ପାର୍ଲଜି ବିସ୍କୁଟରେ ମୋ ଯାତ୍ରାର ଆରମ୍ଭ ଆଉ ଶେଷ ବି ଏଇ ଠାରେ ପହଞ୍ଚି ବା ଯାଏ ଯଥେଷ୍ଟ ଥିଲା ।

ସୁଖ ଜୀବନ ଖୋଜି ବା ଭିତରେ ଦୁଃଖ ଆଜି ମତେ ଆପଣେଇ ନେଥିଲା । ଦୂର ଆକାଶର ତାର ନକ୍ଷତ୍ର ବି ମତେ ଦେଖି ମୁରୁକି ମୁରୁକି ହସୁଥିଲେ ।

ବ୍ରହ୍ମପୁରର ଭାଇ ମାନେ ମତେ ଆଉ ଦୁଇ ତିନି ଜଣ ଭୁବନେଶ୍ୱର ପ୍ରବାସୀ ବାସିନ୍ଦା ଙ୍କୁ ଏଇଠି ଛାଡି ଦେଇ ଚାଲି ଗଲେ । ଆହୁରି ଯାତ୍ରା ବହୁତ ଦୂର ଥିଲେ ବି ମନରେ ଓଡିଶା ପାଖରେ ଥିବା ଜାଣି ଭୟ ଟିକେ କମ ଥିଲା ।

ମୋ ସହ ଓଲେଇ ଆସିଥିବା ଭୁବନେଶ୍ୱର ପ୍ରବାସୀ ଭାଇ ମାନେ ବାଟେ ଯାଉଥିବା ଟ୍ରକ ଡ୍ରାଇଭର ମାନଙ୍କୁ ସାହାଯ୍ୟ କରିବା ପାଇଁ କହି କିଛି ମୋଟା ଅଙ୍କର ଟଙ୍କା ଦେଇ ଚାଲି ଯାଉଥିଲେ।


ନା ମୋ ପାଖରେ ଥିଲା ଟଙ୍କା ନା କିଛି ଦାମୀ ଗହଣା । ସେଥିପାଇଁ ଡ୍ରାଇଭର ଭାଇ ମାନେ ମତେ ତାଙ୍କର ସହିତ ଯିବା ପାଇଁ ହେଲେ , କମନାର ଜ୍ୱାଳା ତାଙ୍କର ମେଣ୍ଟେ ଇବା କୁ କହୁଥିଲେ ।

ସମସ୍ତ ଙ୍କର ଶିକାର ନଜରରୁ ଦୁରେଇ ଆଜି ଏଇ ଦୋକାନ ବାରଣ୍ଡାରେ ବର୍ଷ କର ଶିଶୁ ପୁତ୍ର କୁ ନେଇ ଆଉ ବା କଣ ସ୍ୱପ୍ନ ଦେଖି ପାରିବି । ଝପ୍ସା ଦିଶୁଥିବା ଭବିଷ୍ୟତ କୁ ଚାହିଁବା ପାଇଁ ଆଉ ବେଶି ଇଛା ମନରେ ନ ଥିଲେ ବି ଆୟୁଷ ମୋ ଲିଭି ଆସୁଥିବା ଦ୍ୱୀପ କୁ ସତେଜ କରି ଦେଉଥିଲା ତାର ମାତୃଳ ଭଲ ପାଇବାର ମୋହରେ ।

ଆଜି କେବଳ ପ୍ରଶ୍ନ ଟି ହୋଇ ମୋ ମନରେରହିଗଲା ଏକ ଜଟିଳ ଅଙ୍କ ହୋଇ , ସତରେ କଣ ମୁଁ ବାଛି ଥିବା ପଥ ଭୂଲ ଥିଲା ନା ବିଧାତା ମୋ ଭାଗ୍ୟ କୁ ନାଉରି ନ ଥିବା ନୌକା କରିରଖିବା କୁ କପାଳରେ ଲେଖି ଦେଇଥିଲା ?

ମୋ ବଞ୍ଚିରହିବାର ଆଧାର ଥିଲା ମୋ ପୁଅ ଆୟୁଷ କିନ୍ତୁ ଜୀବନର ସଂଗ୍ରାମ କୁ ଏବେ କେଉଁ ଭଳି ଭାବରେ ଲଢ଼ିବି କିଛି ବୁଝି ପାରୁ ନ ଥିଲି ।

ଯୁଆଡେ ଦେଖିଲେ ଆଶା ଆକାଂକ୍ଷା ସବୁ ଅସମାପ୍ତ ଏକ ଶିଳା ଲିପି ପରି ମତେ ଦେଖା ଯାଉଥିଲା । ଆଉ ମୁଁ ଏକ ଅନ୍ଧାରରାତିର ନିର୍ଜନରାସ୍ତାରେ ଏକ ଦିଗ ହରା ପଥିକ ହୋଇ ଠିଆ ହେଲା ପରି ଲାଗୁଥିଲା ।

ଆଉ ସବୁ ଥର ପରି ନିଜକୁ ପଚାରୁଥିଲି ..... ଏ ଆଶା ଆଉ ତୃଷ୍ନା କଣ ଏଇଠି ଏମିତି ଶୀତଳ ହୋଇଯିବ !!!!!!


Rate this content
Log in

Similar oriya story from Romance