Manoj Behera

Fantasy

3  

Manoj Behera

Fantasy

ସମୟର ସତ୍ୟପାଠ, ଚକାଡୋଳା ବସ

ସମୟର ସତ୍ୟପାଠ, ଚକାଡୋଳା ବସ

3 mins
277


ସମୟର ସତ୍ୟପାଠ । ଚକାଡୋଳା ବସ । ବାରିପଦାରୁ ଭୁବନେଶ୍ଵର । ନିଜ ଘର ଠାରୁ ଦୂରକୁ ଯାତ୍ରା।

________


ଆଷାଢ଼ ମାସ ଅତିକ୍ରାନ୍ତ ପ୍ରାୟ । ସମୟ ସକାଳ ନଅଟା ।

ଝାପ୍ସା ଆଲୋକରେ ଗଛପତ୍ର ସବୁ ଝଲସୁଥାନ୍ତି । ସକାଳେ ଆଉ ମେଘ ନାହିଁ । ନିର୍ମଳ ଆକାଶ । ସୂର୍ଯ୍ୟଙ୍କର କଅଁଳ କିରଣରେ ଗଛ ପତ୍ରସବୁ ଝଲସୁଥା’ନ୍ତି । ଆଜିର ସୂର୍ଯ୍ୟ ତେଜୋଦୀପ୍ତ ହେବେ କି ନାହିଁ ?ଜଣାନାହିଁ । ଯାତ୍ରୀବାହି ବସଟି ଆଗକୁ ଆଗକୁ ଗଡିଚାଲିଥିଲା ଗନ୍ତବ୍ୟ ସ୍ଥାନର ଅଭିମୁଖେ । ବସ କୃଷ୍ଣଚନ୍ଦ୍ରପୁର ଜଙ୍ଗଲ ଦେଇ ଯାଉଥିଲା ବେଳେ ସକାଳର ଆଭାସ ହେଲା । ଧୀରେ ଧୀରେ ସୂର୍ଯ୍ୟ ଉଇଁ ବାର ଆରମ୍ଭ ଶାଳ ଜଙ୍ଗଲର ଆରପଟୁ । ବସର ଝରକା ଦେଇ ନରମ କିରଣରେ ବସଟିର ବାତାବରଣ ହେଉଥିଲା ଉଷ୍ମ ଓ ରଙ୍ଗୀନ୍ ।ସକାଳର ଶୀତଳ ମନୋମୁଗ୍ଧକର ପବନ । ଆଜିବି ସମସ୍ତଙ୍କର ନିଶ୍ଚୟ ସବୁ ମୟୂରଭଞ୍ଜିଆଙ୍କର ମନେପଡେ। ସେ ସମୟର ଚୋକାଡୋଳା ବସ ।ମସିହା ୧୯୯୨ । ବାରିପଦାରୁ ଭୂବନେଶ୍ବର ଲାଇନରେ ଚାଲେ ।ବାରିପଦାରୁ ଛାଡିବା ସମୟ ଭୋର ୪.୪୫ ।ଅଳ୍ପ କେତେଟି ଚା ଦୋକାନ ବାରିପଦା ବସଷ୍ଟାଣ୍ଡରେ ଚକାଡୋଳା ବସ ଛାଡିବା ବେଳକୁ ଖୋଲିଥାଏ । ଭୂବନେଶ୍ବରରେ ପହଞ୍ଚିଯାଏ ୧୦ଟା ପାଖାପାଖି । ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ବସ୍ ବାରିପଦା ବସଷ୍ଟାଣ୍ଡରେ ଲାଗିଯାନ୍ତି ।ଯାତ୍ରୀ ନେଇ ବାହାରିବେ। କ୍ରମେ ବସଷ୍ଟାଣ୍ଡରେ ଲାଗନ୍ତି ଡିଟି ଏଣ୍ଡ ଡିଟି ,ସୁଭଦ୍ରା , ରାଜା ପରିବହନ,ଦୀପା ,ନାୟକ ବସ ଆସେ ରାଇରଙ୍ଗପୁରରୁ । ପୁଣି ବୈଦ୍ୟନାଥ ଟ୍ରାଭେଲ୍ସ ଭାୟା ଉଦଳା ହୋଇ ଭୂବନେଶ୍ବର।

ବାରିପଦାରୁ ନାଇଟ୍ ବସ୍ କହିଲେ ସ୍ଲିପର କୋଚ।ରାଜ୍ୟ ପରିବହନର । ସବୁ ନାଲି ବସ୍ ଗୁଡିକବନ୍ଦ ହୋଇ ଯିବାପରେ ମଧ୍ୟ ସ୍ଲିପର କୋଚ ଚାଲିଥିଲା ବହୁତ ଦିନ। ବାରିପଦାରୁ ଯାଉଥିବା ଅନ୍ୟାନ୍ୟ ନାଇଟ୍ ବସ୍ ସବୁ ସେତେବେଳେ ହେଲା ଜୟ ମା ଦୁର୍ଗା ,କଳ୍ପନା କୋଚ୍,

ନୀଳମାଧବ ,ରାଇରଙ୍ଗପୁରରୁ ଆସେ ଚନ୍ଦ୍ରମଉଳି ବସ୍ ର ଅଲ୍ଟାରନେଟ୍ ପଞ୍ଚଜନ୍ୟ ବସ୍ । ପୁଣି ସାଇ ଶଙ୍କରର ଅଲ୍ଟାରନେଟ୍ ବସ ସାହୁ କୋଚ୍ ।ଏସବୁ ରାଇରଙ୍ଗପୁରରୁ ଆସେ । ବାରିପଦା ହୋଇଯାଏ । ଭୁବନେଶ୍ଵରରେ ରହୁଥିବା ମୟୂରଭଞ୍ଜ ଲୋକ କିମ୍ବା ବିଶେଷ କରି ବାଣୀବିହାର, ଅବା ଅନ୍ୟ ଅନୁଷ୍ଠାନ ମାନଙ୍କରେରେ ପଢୁଥିବା ମୟୂରଭଞ୍ଜ ପିଲାଙ୍କ ପାଇଁ ବାରିପଦା ନାଇଟ ଏକ୍ସପ୍ରେସ୍ ବସରେ ବଡ଼ ବଡ ବିସ୍କୁଟ

ଟିଣରେ କିମ୍ବା ପଲିଥିନ ବ୍ୟାଗରେ ମୁଢି ଯାଏ ବାରିପଦାରୁ । ଏବେ ସେଭଳି ବିସ୍କୁଟ ଟିଣ ମଧ୍ୟ ଆଉ ଦେଖିବାକୁ ମିଳୁନି । 

କିନ୍ତୁ ସରକାରୀ କାମରେ ଯାଇ ପୁଣି ଦିନ ତିନିଟା ପାଖାପାଖି ଭୂବନେଶ୍ବରର ବରମୁଣ୍ଡାରୁ ବସ୍ ରେ ବସିଲେ ବେଶ୍ ୯ଟା ରୁ ୧୦ ମଧ୍ୟରେ ବାରିପଦାରେ ପହଞ୍ଚିହୁଏ। କିନ୍ତୁ ଚୋକାଡୋଳାର ସିଟ୍ ମିଳିବା କଷ୍ଟକର।

। ସେହିପରି ଭୂବନେଶ୍ବରରୁ ବାରିପଦାର ନାଇଟକୋଚ୍ କହିଲେ ଦୀପା ,ରାଜା ପରିବହନ ,ନୀଳମାଧବ।ମସିହା ୧୯୯୨ -୯୩।ଏହି ସବୁ ବସରେ ବାରପଦାକୁ ଭଡା ୪୦ ଟଙ୍କା ।କିନ୍ତୁ ଟିକଟରେ ଅଧିକ ଲେଖାଥାଏ। ମୂଳଭଡା କେତେ କେଜାଣି ? ଭୁବନେଶ୍ଵରରେ ରହିବା ସମୟରେ ଆମେ ସମସ୍ତେ ୪୦ ଟଙ୍କା ରଞ୍ଜନ ଭାଇ ହାତକୁ ଦେଲେ ଗୋଟେ ଅଗ୍ରିମ ସିଟ୍ ଲେଖିଦିଅନ୍ତି । ସେତେବେଳେ ସେ ଦୀପା ବସ୍ ର କଣ୍ଡକ୍ଟର।ବାରିପଦା ବସ୍।ଏହି ବସ୍ ଯେଉଁଦିନ ନୂଆ ଭୂବନେଶ୍ବର ରାସ୍ତାରେ ବାରିପଦା ପଟୁ ଗଲା ।ଭବନେଶ୍ଵରର ରସୁଲଗଡ ପାଖରେ ବାରିପଦା ଫଳକ ଲଗେଇଦିଅନ୍ତି ।ଫେରିବା ସମୟ ରାତି ୮ଟା ପରେ । ଥରେ ସିଆରପି ଛକରେ ଅନ୍ୟ ଜିଲ୍ଳାର ସାଙ୍ଗ ସାଥୀମାନେ ବସ ଦେଖି କହିଲେ ବାରିପଦା ବସ୍ ସବୁ କାଚମାର୍କା। ଦୀପାର ଏହି ବସର ସାଇଡରେ ଛୋଟ ଛୋଟ ଫେନ ଲାଗିଥାଏ। ଝରକା କାଚ କଳାରଙ୍ଗର । ବାହାରକୁ ବେଶ ଝଲସି ଉଠୁଥାଏ। ପୁଣି ଦିନ ସାଢେ ତିନିଟା ପାଖପାଖି ଲଗାଇଦିଏ ଭୂବନେଶ୍ବର।ବାରିପଦାରୁ ଛାଡିବା ସମୟ ୯.୪୫ ମିନିଟ୍।ବାରିପଦାର ମାଲିକ ମାନଙ୍କର କିଛି ଲମ୍ବା ଦୂରତାରେ ଯିବାଆସିବା କରୁଥିବା ବସ ଲାଇନ୍ ରେ ବାହିରିବା ପୂର୍ବରୁ ରହିଥାଏ ଆସି ଇନ୍ଦ୍ରଧନୁ ମାର୍କେଟ୍ ର ପଛପଟ ନିକଟରେ। ଇନ୍ଦ୍ରଧନୁ ମାର୍କେଟ୍ ରୁ ବିଜୁପଟ୍ଟନାୟକ କଲେଜକୁ ଯିବା ରାସ୍ତାରେ ।କିଛି ଛୋଟ ଛୋଟ ହୋଟେଲ ରହିଛି ।ମୋ ଦେଖିବାରେ ଫୁଲବଣୀରୁ ଟାଟା ଯାଉଥିବା ଦ୍ବାରୀ ବସ୍,ଜୟ ମା ଦୁର୍ଗା ବସ୍। କୋଣାର୍କରୁ ରାଞ୍ଚି ଭାୟା ବାରିପଦା ଚାଲୁଥିଲା ।ଆଉ ନାମ ମନେପଡୁନି ।

ବାରିପଦାକୁ ସେହିପରି ଭୂବନେଶ୍ବରରୁ ଆସେ ଅସେ ଅନେକ ନାଇଟ୍ କୋଚ ବସ। ସେହିସବୁ ବସଗୁଡିକ ଭବନେଶ୍ବରରୁ ରାତି ୮ଟ ପରେ ପରେ ଛାଡିବା ଆରମ୍ଭ କରେ । ଗୋଟିଏ ପରେ ଗୋଟିଏ ବସ ଆଗ ପଛ ହୋଇ ଛାଡେ । ମାତ୍ର ବାରିପଦାରେ ସବୁ ପହଞ୍ଚେ ଅଳ୍ପ ଅଳ୍ପ ବ୍ୟବଧାନରେ । ନାଇଟ୍ କୋଚ କହିଲେ ଦୀପା ,ରାଜା ପରିବହନ,ଶିବଦୁର୍ଗା ,କଳ୍ପନା କୋଚ୍,ଶାନ୍ତିଲତା ,

ବାରିପଦା ବସଷ୍ଟାଣ୍ଡରେ ଅଳ୍ପ କିଛି ରିକ୍ସା ଚାଳକ ଜଗିଥାନ୍ତି ଏହି ନାଇଟ୍ ବସରେ ଓହ୍ଲାଉଥିବା ଲୋକକୁ ନେବା ପାଇଁ।ଭଲ ପଇସା ମିଳେ ।ରାତିରେ ଟିକିଏ ଅଧିକ ପଇସା ନିଅନ୍ତି ।ଅଧିକାଂଶ ରିକ୍ସା ଚାଳକ ଥିଲେ ଆମ ଭୁଗୁଡାକଟା ,ଯମୁନାଦେଇପୁର ଭଞ୍ଜପୁର ଅଞ୍ଚଳର ।କିଛି କିଛି ଥାନ୍ତି ଶୁନଗଡିଆ,ମଧୁବନ ଅଞ୍ଚଳର।କୃଷ୍ଣଚନ୍ଦ୍ର ଗୋଲେଇରେ ଯେତେବେଳେ ନାଇଟ ବସ ରାତି ପହଞ୍ଚିଯାଏ । ଚାରି ପାଞ୍ଚଟି ରିକ୍ସା ଠିଆହୋଇଥାଏ । ସେମାନେ ଏକତ୍ର ଘୁଡିଘାଡି ହୋଇ ନିଆଁ ପୁହିଁ ହେଉଥାନ୍ତି ।ବାରିପଦାରେ ଏକ ନିଆରା ଆତ୍ମିୟତାର କଥା ଯେ ଏହିରିକ୍ସା ଚାଳକମାନେ ରାତିରେ ଯାହାକୁ ମଧ୍ୟ ନେଇକିଗଲେ ଘର ଲୋକ କବାଟ ଖୋଲିବା ପର୍ଯ୍ୟନ୍ତ ସେମାନେ ରିକ୍ସାଧରି ପଇସା ନେଇ ସାରିବା ପରେ ମଧ୍ୟ ଛିଡା ହୋଇ ରହିଥାନ୍ତି ।ଏହାହିଁ ବାରିପଦାରେ କେବଳ ଦେଖିବାକୁ ମିଳିଥାଏ ସେ ସମୟରେ ।ଏବେ ରିକ୍ସା ନାହିଁ।ସମୟ ସହ ତାଳ ଦେଇ ଚାଲିଛି ସବୁ।

ବସ ଭିତରେ କେମିତି ଏକ ଚାପା କୋଳାହଳ ଆରମ୍ଭ ହୋଇଗଲାଣି ।

ଅତିକ୍ରାନ୍ତ ରାସ୍ତାର ଅଭିପ୍ରାୟରେ ବସ ପହଞ୍ଚେ ଭୁବନେଶ୍ଵର । ସମୟ ସକାଳ ୧୦ଟା ପାଖାପାଖି ।ସତରେ ଆକାଶଠୁ ନିବିଡ ନିଜ ଜନ୍ମମାଟି । 



Rate this content
Log in

Similar oriya story from Fantasy