ଆଜି ମନେପଡେ
ଆଜି ମନେପଡେ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଇତି ମଧ୍ୟରେ
ଚାହୁଁ ଚାହୁଁ ଏକ ବର୍ଷ ବିତିଗଲା ।
ଇଂରାଜୀ କ୍ୟାଲେଣ୍ଡର ପୃଷ୍ଠାର
ମେ ମାସ ୮ତାରିଖ।
ବର୍ଷ ଥିଲା ୨୦୨୨ ମସିହା।
ଗତବର୍ଷ ଠିକ୍ ଆଜିର ଦିନରେ
ଓଡ଼ିଶାର ଘରେ ଘରେ ବେଶ୍ ପିରିଚିତ ଥିଲେ ଜଗନ୍ନାଥ ସଂସ୍କୃତିର ଗବେଷକ, ପ୍ରଚାରକ , ପ୍ରବଚକ, ଭଞ୍ଜ ସାହିତ୍ୟର ପ୍ରଚଣ୍ଡ ବାଗ୍ମୀ ତଥା ବିଶିଷ୍ଟ ସଂସ୍କୃତି ବିଶେଷଜ୍ଞ ପଦ୍ମଶ୍ରୀ ଡକ୍ଟର ରଜତ କୁମାର କର ଙ୍କ ତିରୋଧାନ ଖବର ବ୍ଯାପିଗଲା।
ଅତୀତ ରେ ମୟୂରଭଞ୍ଜ ଜିଲ୍ଲାରେ ସର୍କଲ ଇନ୍ସପେକ୍ଟର ଅଫ ସ୍କୁଲ ଭାବେ ନିଜର ବ୍ୟକ୍ତିତ୍ଵ ର ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି ।
ପଦ୍ମଶ୍ରୀ ରଜତ ସାରଙ୍କ ବାରିପଦା ରହଣୀ ସମୟରେ ମୁର୍ଗାବାଡି DIET ସିଟି ସ୍କୁଲର ପ୍ରଧାନଶିକ୍ଷକଥିଲେ ।ଶ୍ରୀଯୁକ୍ତ ବଳଭଦ୍ର ହୋତା ମହୋଦୟ ।
ମୋ ବାପା ସେତେବେଳେ ସେହି ବିଦ୍ୟାଳୟର ଛାତ୍ର ଥିଲେ ।
ରଜତ ସାର ଏବଂ ବଳଭଦ୍ର ସାରଙ୍କ ମାର୍ଗଦର୍ଶନରେ ଗଢିଉଠିଲା ଲୋକେଶ୍ବର ମହାଦେବଙ୍କ ମନ୍ଦିର।
ମନ୍ଦିର ପ୍ରତିଷ୍ଠାରେ ଶିକ୍ଷକ ସଂଘ କାୟ -ମନ -ବାକ୍ୟରେ ଏହି ପରିକଳ୍ପନାରେ ଜଡିତ ହୋଇଗଲେ ।
ଗଢିଉଠିଲା ବାରି
ପଦାର ମୁର୍ଗାବାଡି ନିକଟରେ ଏଲ .ଆଇ ସି କଲୋନୀ ଠାରେ ସେହି ଭବ୍ୟ ମନ୍ଦିର ।ଆଜି ମଧ୍ୟ ରହିଛି । ଆଜିବି ସେହି ସୃତିମୟ ସମୟର କଥା ବଖାଣୁଛି ଏହି ମନ୍ଦିର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେଦିନ ରଜତ୍ ସାର୍ ଙ୍କ ଦେହାନ୍ତ ହୋଇ ଥିବାର ଖବର ପ୍ରାପ୍ତ ରେ ସମସ୍ତେ ମର୍ମାହତ ହେଲେ।
ଦୀର୍ଘ୬୨ ବର୍ଷ ଧରି ଉଭୟ ଟିଭି ଏବଂ ରେଡିଓରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଧାରା ବିବରଣୀ ରେଡିଓ ଏବଂ ଆଜିର ଟିଭି ଚ୍ୟାନେଲ ରେ ଘୋଷକ ଭାବରେ ନିଜର ସୁନ୍ଦର ସାବଲୀଳ ବୋଧଗମ୍ୟ ଭାଷାରେ ବ୍ୟାଖ୍ୟା କରି
ପଦ୍ମଶ୍ରୀ ଡକ୍ଟର ରଜତ କର ଏକ ବିରଳ ରେକର୍ଡ ରଖିଛନ୍ତି।
ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର।
୨୦୨୧ ମସିହାରେ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପଦ୍ମଶ୍ରୀ ସମ୍ମାନ ପାଇଥିଲେ ରଜତ ସାର ।ସେ ଓଡିଶାର ପାଲା ଲୁପ୍ତ ହେବାକୁ ବସିଥିବା ବେଳେ ସେହି କଳାକୁ ପୁନର୍ଜୀବିତ କରିବାରେ ତାଙ୍କର ଅତୁଳନୀୟ ଅବଦାନ ରହିଛି।
ଆଜି ସେହି ପୁଣ୍ୟାତ୍ମା ଙ୍କ ତିରୋଧାନ ଦିବସ ରେ ଭାବପୁର୍ଣ୍ଣ ଶ୍ରଦ୍ଧାଞ୍ଜଳି।