ଦୂର୍ଗାପୂଜାରେ ବାରିପଦାର ତାଜାପଣ ଆଣେ- "ଦାଶାଇଁ ନାଚ ।
ଦୂର୍ଗାପୂଜାରେ ବାରିପଦାର ତାଜାପଣ ଆଣେ- "ଦାଶାଇଁ ନାଚ ।
ଆସିଛି ଦୂର୍ଗାପୂଜା ....।
ମଧୁମୟ -ରସମୟ- ପ୍ରୀତିମୟ ସ୍ମୃତି ଭିତରେ ବାରିପଦାର ତାଜାପଣ ଆଣେ- "ଦାଶାଇଁ ନାଚ"
ପରମ୍ପରା କୁ ଆଜି'ବି ସାଉଁଟିଛନ୍ତି ବାରମ୍ବାର ସେମାନେ ଏହି "ଦାଶାଇଁ ନାଚରେ"।
ଆପଣାପଣ ରେ ଆଙ୍କିଛନ୍ତି ସେମାନେ ।
ଉତ୍ସାହ, ଆଧ୍ୟାତ୍ମିକତା, ଭକ୍ତି ଏବଂ ଆନନ୍ଦ
ଅପରିବର୍ତ୍ତିତ ରହିଛି ଏଯାବତ୍....
---------
ହୋଇପାରେ ......
ରୀତିନୀତି ଭିନ୍ନ ଭିନ୍ନ ।
କିନ୍ତୁ କଳା -ସାହିତ୍ୟ -ସଂସ୍କୃତିର କଳାକୃତି ଭୂମି ଆମ ମୟୂରଭଞ୍ଜର ବାରିପଦା ସହର ।
ଏଠାରେ ଅଛି ସମାନତାର ସୂତ୍ର।
ରହିଛି ଭାଇଚାରାର ମନ୍ତ୍ର।
ଦୁର୍ଗାପୂଜା ଆସେ .....ବାରିପଦା ହୁଏ ଉତ୍ସବମୁଖର ।
ଆଶ୍ୱିନ ମାସର ଦଶହରା ପୂଜାଉତ୍ସବ ଏବଂ ତା'ସହିତ ଦାଶାଇଁ ନାଚର
ପରଂପରା ଏହାର ପ୍ରମାଣ।
ଆଶ୍ୱିନ ମାସର ନିର୍ମଳ ଆକାଶରେ ଭାସୁଥିବା ଧଳା ଧଳା ବଉଦର ଲମ୍ବା ପଟୁଆର ।
ତଳେ ଶସ୍ୟଭରା କ୍ଷେତ ଓ ମୃଦୁ ମନ୍ଦ ସମୀରଣରେ କାଶତଣ୍ଡିର ମହୋତ୍ସବ ଯେଉଁଭଳି ପୁଲକ
ଜାତ କରିଥାଏ, ତା 'ସହିତ ତାଳ ଦେଇ
ମୟୂରଭଞ୍ଜର ଗାଁ ଗହଳିରେ ଦାଶାଇଁ ନୃତ୍ୟ
ପରିବେଶକୁ ଆହୁରି ଆନନ୍ଦମୟ କରି ଦିଏ। ଜୀବନରେ ଏତେ ରଙ୍ଗ ଭିତରେ ସେମାନେ ଏହି ପରମ୍ପରା କୁ ଆଜି'ବି ସାଉଁଟିଛନ୍ତି ବାରମ୍ବାର...... ଏହି
"ଦାଶାଇଁ ନାଚରେ"।
ଆପଣାପଣ ରେ ଆଙ୍କିଛନ୍ତି ସେମାନେ ।
ଉତ୍ସାହ, ଆଧ୍ୟାତ୍ମିକତା, ଭକ୍ତି ଏବଂ ଆନନ୍ଦ ଅପରିବର୍ତ୍ତିତ ରହିଛି ।
ମୟୂରଭଞ୍ଜର ଆଦିବାସୀମାନେ ମଧ୍ୟ ଉତ୍ସବରେ ନିଜର ଭିନ୍ନଶୈଳୀରେ ଦେବୀଙ୍କୁ ପୂଜା କରନ୍ତି ।
ଆଦିବାସୀମାନେ ଦୁର୍ଗାପୂଜାରେ ଉଜ୍ଜ୍ୱଳ ପୋଷାକ ପିନ୍ଧି, ସେମାନେ ଏକ ସ୍ୱଦେଶୀ ନୃତ୍ୟ କରନ୍ତି ।
ଅପାର ଶକ୍ତିର ପ୍ରତୀକ ଭାବରେ ଦେବୀଙ୍କୁ ପୂଜା କରିବା ସହ ଏଠାରେ ଦଶହରା ପର୍ବ ସମୟରେ ଦାସାଁଇ ନୃତ୍ୟ ପରିବେଷଣ କରନ୍ତି ଏହି ପାରମ୍ପାରିକ ନୃତ୍ୟ ମାଧ୍ୟମରେ ସେମାନେ ଦେବୀଙ୍କୁ ପ୍ରାର୍ଥନା କରନ୍ତି
''ଦାସାଇଁ ନାଚ '' ଏକ ଭିନ୍ନ ପରିବେଶ ସୃଷ୍ଟି କରେ ବାରିପଦାରେ ।
ଏଥିରେ ରହିଛି ପରମ୍ପରାର ଝଲକ ।
ଦଶହରାର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ଏହି ନାଚ ।
ଚାଲି ଆସନ୍ତି ବାରିପଦା ସହରକୁ
ସହରରେ ମଧ୍ୟ ଏହି ନାଚ ସେମାନେ ଆସି ଦେଖାଇଥାନ୍ତି ।
ସେମାନଙ୍କୁ ଦେଖିଲେ ଦଶହରା ପହଞ୍ଚିଲା ବୋଲି ଆଭାସ ହେବାକୁ ଲାଗେ ।
ଦୂର୍ଗାପୂଜା ସମୟରେ ସେହି ସମ୍ପ୍ରଦାୟର ଲୋକେ ଦଳ ଦଳ ହୋଇ ବୁଲି ନାଚ ପରିବେଷଣ କରିଥାନ୍ତି।
ବେଶ୍ ବିଭିନ୍ନ ପ୍ରକାରର ବେଶଭୂଷାରେ ସେମାନେ ନିଜକୁ ସଜ୍ଜିତ କରିଥାନ୍ତି ଏବଂ ନାଚିଥାନ୍ତି।
'ସେ ବେରେ ସେ ବେରେ ସେ,
ଭୁଂ ....ସେ ସେ ଭୁଂ'..... ଦେହେଲେ ....ଦେହେଲେ .....
ବୋଠେଲ....ବୋଠେଲ ।
ଦେବୀରେ ଦୂରୁଗା ....ଭୂଂ....ଭୂଂ......
କହିଥାନ୍ତି ଓ ନାଚ କରିଥାନ୍ତି।
ବିଭିନ୍ନ ଭାବ ଓ ଭଙ୍ଗୀରେ ନାଚ କରି ଲୋକଙ୍କୁ ମନୋରଞ୍ଜନ କରନ୍ତି।
ଘର କୁ ଘର ।
ତଥା ବାରିପଦା ବଜାରରେ ଦୋକାନ କୁ ଦୋକାନ , ସାହି କୁ ସାହି ବୁଲି ଥାନ୍ତି।
ଲୋକମାନେ ଦେଉଥିବା ଚାଉଳ, ଶସ୍ୟ, ଟଙ୍କାପଇସା ବା ଅନ୍ୟ ସାମଗ୍ରୀକୁ ଗ୍ରହଣ କରିଥାନ୍ତି।
ସେମାନଙ୍କ ମଧ୍ୟରେ ଏକତା ଓ ଭାଇଚାରାର ପରିବେଶ ସୃଷ୍ଟି କରିଥାଏ। ସହର ସଭ୍ୟତାର ପ୍ରବେଶ ଓ ଆଧୁନିକତାର ଚାକଚକ୍ୟ ମଧ୍ୟରେ ବହୁ ପୁରାତନ ପରମ୍ପରା ଲୋପ ପାଇବାକୁ ବସିଛି।
ଏହା ଏକ ପରମ୍ପରାର ଝଲକ ହୋଇ ରହିଛି।
ଅନନ୍ୟ ରୀତିନୀତି ଏବଂ ପରମ୍ପରା ଏବଂ
ଭାଇଚାରା ମନ୍ତ୍ର
ଉପରେ ଗୁରୁତ୍ବ ଦିଆଯାଏ, ଏହି ପର୍ବ ପାଳନ
କରିବାରେ ଏକତା ଏବଂ ଏକତାର ମହତ୍ତ୍ବ ଦର୍ଶାଏ ।ଲୋକଙ୍କୁ ଏକତ୍ର କରିଥାଏ ଏବଂ ମାଟିର ସମୃଦ୍ଧ ସାଂସ୍କୃତିକ ଓ ପରମ୍ପରା କୁ ପାଳନ କରିଥାଏ ।
