STORYMIRROR

Manoj Behera

Action Classics Fantasy

3  

Manoj Behera

Action Classics Fantasy

ମୟୂରଭଞ୍ଜ ର ହରିପୁର ଗଡ

ମୟୂରଭଞ୍ଜ ର ହରିପୁର ଗଡ

2 mins
156


ଯେତେବେଳେ ଆମେ ହରିପୁର ଗଡରେ ପ୍ରବେଶ କଲୁ, ଆମ ସମ୍ମୁଖରେ ଥିବା ସମ୍ପୂର୍ଣ୍ଣ ପୋଡ଼ା ଇଟା ରେ ନିର୍ମିତ ଓ କାରୁକାର୍ଯ୍ୟ ସମ୍ପର୍ନ୍ନ ପ୍ରାଚୀନ ଗଠନ ଶୈଳୀ ଦ୍ବାରା ପରିବେଷ୍ଟିତ ଅନେଗୁଡ଼ିଏ ଭୌଗଳିକ ଅବଶିଷ୍ଟାଂଶ ନିଶ୍ଚୟ ସମସ୍ତଙ୍କର ଦୃଶ୍ୟମାନ ହେବ ।

ପୁରାତନ ପ୍ରାସାଦ, ମନ୍ଦିର ଏବଂ ଅନ୍ୟାନ୍ୟ

ସଂରଚନାଗୁଡ଼ିକର ଭଗ୍ନାବଶେଷ ଆଶ୍ଚର୍ଯ୍ୟଜନକ

ଥୁଲା । ଏବେ କଳ୍ପନା କରିବା କଷ୍ଟକର ଯେ ଏହି ସ୍ଥାନ ଏକଦା ଶକ୍ତିଶାଳୀ ମୟୂରଭଞ୍ଜର ରାଜଧାନୀ ଥିଲା ଯେଉଁଠାରେ ଇତିହାସ ଏବେବି ବେଶ୍ ଜୀବନ୍ତ ଲାଗେ ଜୀର୍ଣ୍ଣଶିର୍ଣ୍ଣ ଅବସ୍ଥାରେ ରହିଥିବା ପ୍ରାଚୀନ ଜଗନ୍ନାଥ ମନ୍ଦିରର କାନ୍ଥରେ । 

ସେଦିନ ଆମର ଥିଲା ହରିପୁର ଗଡକୁ ଯାତ୍ରା।ବାରିପଦାରୁ ଜୋଡ଼ିପାଳ -ବେଲାମ ଦେଇ, ପ୍ରତାପପୁର ଯିବା ରାସ୍ତାରେ ଗଲେ ବାଟରେ ହରିପୁର ଗଡ଼ ପଡିବ। 

ବାରିପଦା ରୁ ବାହାରିଲେ ସାନକେରକ ଛକ, ପରେ ପରେ ବଡ଼କେର୍କ ଛକ ପଡେ। 

ଏହି ବଡ଼ କେର୍କର ବାମପଟକୁ ଲମ୍ବିଛି ରାସ୍ତାଟିଏ। 

ଏହି ରାସ୍ତା ପ୍ରତାପପୁର ଠାରେ ଅନ୍ୟ ରାସ୍ତାମାନଙ୍କ ସହ ମିଶିଛି।

 ବାଟରେ ପଡିବ ଆମ ଇପ୍ସିତ ଅନ୍ୱେଷାର ଜୀବନ୍ତ ରୂପ ମୟୂରଭଞ୍ଜର ଅନ୍ୟତମ ସ୍ମାରକୀ ପୀଠ- ହରିପୁର ଗଡ଼ ଯେତେବେଳେ ଆମେ ହରିପୁରଗଡ ରେ ପହଞ୍ଚିଲୁ ଆଖି ଆଗରେ ଉଭା ମନ୍ଦିର ମାନଙ୍କର ଧ୍ୱଂସାବଶେଷର କେବଳ କିଛି ଗଠନ ସମୂହ ।

ଏକଦା ଏହା ଥିଲା ମହାନ୍ ଏବଂ ମହାନ୍ ସ୍ଥାନ ।

ବର୍ତ୍ତମାନ ଖାଲି ଅଛି, ଅନୁସନ୍ଧାନ କରିବାକୁ ଏକ କାହାଣୀ ସହିତ ସେଦିନ ଥିଲା ଆମର ଯାତ୍ରା ଏହି ଐତିହାସିକ ପୀଠକୁ ।

ଏହି ମନ୍ଦିର ଭଗବାନ ଜଗନ୍ନାଥଙ୍କୁ ଉତ୍ସର୍ଗ କରାଯାଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥ।

ସେ ହେଉଛନ୍ତି ବ୍ରହ୍ମାଣ୍ଡ ଠାକୁର ଏବଂ ଏକଦା ଏଠାରେ, ଏହି ମନ୍ଦିରରେ ତାଙ୍କୁ ପ୍ରାର୍ଥନା କରାଯାଉଥିଲା କିନ୍ତୁ କାଳର କରାଳ ଗ୍ରାସରେ ଏବଂ ସମୟର ସୂଚୀପତ୍ରରେ ମନ୍ଦିରର ଅବନତି ଘଟାଇଛି ଯାହା ଇତିହାସ ବହିରେ ବେଶ୍ ଜାଜଲ୍ୟମାନ ।

ତଥାପି ଏହି ଧ୍ୱଂସାବଶେଷ ମଧ୍ୟରେ ଆମେ ସେ ସୌନ୍ଦର୍ଯ୍ୟକୁ କେବଳ ଅନୁଭବ କରିପାରୁଥିଲୁ। 

ଯାହାଥିଲା ପଥରରେ ଲେଖା ଅନେକ କାହାଣୀ, 

କାନ୍ଥରେ ଜଟିଳ ଖୋଦିତ ମହାନତା ଏବଂ କାଲି ର କଥା କୁହା କାହାଣୀ । 

ଆମେ ଆଶ୍ଚର୍ଯ୍ୟର ସହିତ ପୋଡାଇଟାରେ ନିର୍ମିତ ଏହି ମନ୍ଦିରର ପ୍ରତ୍ୟେକଟି କାରୁକାର୍ଯ୍ୟକୁ ନିଖୁଣ ଭାବେ ଦେଖୁଥିଲୁ ।

ଏବଂ ଦେଖିଥିବା ମହାପ୍ରଭୁଙ୍କ ଉପସ୍ଥିତି ଅନୁଭବ କରୁଥିଲୁ ଏହି ରହସ୍ୟମୟ ଏବଂ ପବିତ୍ର ସ୍ଥାନରେ ।

ନିଶ୍ଚୟ କିଛି ସମୟପାଇଁ ଏହି ସ୍ଥାନର ଇତିହାସରୁ ଗୌରବମୟ ପ୍ରେରଣା ଓ ଶାନ୍ତି ଏବଂ ଶାନ୍ତ୍ୱନା ମିଳିପାରିବ ବୋଲି ମୋର ବିଶ୍ବାସ। ହରିପୁରଗଡର ଦକ୍ଷିଣ ପୂର୍ବ କୋଣରେ ଦୂରରେ

ଅବସ୍ଥିତ ଏହି 'ଜଗନ୍ନାଥ' ମନ୍ଦିର ।ଅଦୂରରେ ବୁଢ଼ାବଳଙ୍ଗ ନଦୀ ।

ଏହି ମନ୍ଦିରଟି ପାଲାଗୌଡ଼ିୟ ବୈଷ୍ଣବ ଏବଂ

ଇସଲାମିକ ସ୍ଥାପତ୍ୟର ଏକ ମିଶ୍ରଣ ଶୈଳୀରେ ନିର୍ମିତହେଇଥିବାର ASI ର ଦସ୍ତାବିଜରେ ଲିପିବଦ୍ଧ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ,ମନ୍ଦିରର ନିର୍ମାଣକାରୀ ମହାରାଜା ହରିହର ଭଞ୍ଜ ଥିଲେ, ପ୍ରଭୁ ଜଗନ୍ନାଥଙ୍କ ମୂଳ ପ୍ରତିମୂର୍ତ୍ତିକୁ ଏବେ ନିକଟରେ ଥିବା ପ୍ରତାପପୁରକୁ ସ୍ଥାନାନ୍ତର

କରାଯାଇଥିଲା । 

ବର୍ତ୍ତମାନ ମଧ୍ୟ ମନ୍ଦିରଟି ପରିତ୍ୟକୁ ଅବସ୍ଥାରେ ଅଛି। A.S.I , GOVT OF INDIA ର ଅଧୀନସ୍ଥ ଏହି ସ୍ମାରକୀ ଗୁଡ଼ିକ  ପରିଚାଳିତ।

 ଏହି ମନ୍ଦିରରେ ନିର୍ମାଣ ହୋଇଥିବା ପୋଡ଼ାଇଟା ଯେଉଁଥ୍‌ରେ ଏହାର ବର୍ଗ ବିମାନ ଏବଂ ଆୟତାକାର ଜଗମୋହନ ଅଛି କିନ୍ତୁ ସ୍ତମ୍ଭ ଗୁଡ଼ିକ ଗୌଡିୟ ଏବଂ ଇସଲାମିକ ସ୍ଥାପତ୍ୟର ଶୈଳୀରେ ନିର୍ମିତ ।

ଧିରେ ଧିରେ ସୂର୍ଯ୍ୟ ନାରାୟଣ ଜ୍ୱଳନ୍ତ ଲାଲ ରଙ୍ଗରେ ପରିଣତ ହେବାକୁ ଲାଗିଲେ। 

ଦିନ ବାରଟା।

ମଧ୍ୟାହ୍ନ ସମୟ ହେବାର ସୁଚନା ଅଗତ୍ୟା ଫେରି ଆସିବାକୁ ପଡ଼ିଲା। ଏହି ଯାତ୍ରା ମୋର ସର୍ବଦା ମନେ ରହିବ କାରଣ ଖରାଦିନର ସମ୍ପୂର୍ଣ୍ଣ ଖରାବେଳରେ ହରିପୁର ଗଡର ପରିଦର୍ଶନ । 

ଏବେ ମଧ୍ୟ ସଗୌରବରେ ଦଣ୍ଡାୟମାନ ଭଗ୍ନ ମନ୍ଦିର ସମୂହ।

ସେହି ଜଗନ୍ନାଥ ମନ୍ଦିରର ଧ୍ୱଂସାବଶେଷ । ଅନେକ ଭାବନା ସହିତ ହରିପୁରକୁ ବିଦାୟ ଦେଇ ପ୍ରତ୍ୟାବର୍ତ୍ତନ କଲୁ ।

ମୟୂରଭଞ୍ଜର ଗୌରବ ଏବଂ ଅନେଗୁଡ଼ିଏ ଆଶ୍ଚର୍ଯ୍ୟର ମୂକସାକ୍ଷୀ ଭାବରେ ଏବେବି ଛିଡା ହୋଇଛି ହରିପୁରର ଏହି ମନ୍ଦିର ।

ମୟୂରଭଞ୍ଜର ଏହି ପୁରାତନ ରାଜଧାନୀ ହରିପୁର ଗଡ଼ରୁ ନିମନ୍ତ୍ରଣ ରହିଲା......। 

ନିଶ୍ଚୟ ବୁଲି ଆସନ୍ତୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action