Manoj Behera

Action Fantasy Inspirational

4.0  

Manoj Behera

Action Fantasy Inspirational

ଦିନଥିଲା

ଦିନଥିଲା

3 mins
194



ଦିନଥିଲା ...

ଅବର୍ଣ୍ଣନୀୟ ପଲ୍ଲୀପ୍ରାଣରେ ସଞ୍ଚିତ ବହୁ ସଙ୍ଗୀତ ସୁଖର, ଦୁଃଖର । ଜୀବନର ହସ, କାନ୍ଦ ଭିତରେ ଉଜ୍ଜ୍ୱଳ ଦିଶେ ଏହି ନିଷ୍କପଟ ଯନ୍ତ୍ରଟିର ଡାକ । 

ପରିବାର, ସାଇ -ପଡିଶା, ସାଙ୍ଗ -ସାଥି ଭିତରେ ଜୀବନର ଉଲ୍ଲାସଟି ଯେ ,ହଜି ଯାଇନାହିଁ ବରଂ ସ୍ମତି ହୋଇ ଚହଟି ଉଠୁଛି ଏହା ନିର୍ଦ୍ଵନ୍ଦରେ କୁହା ଯାଇପାରିବ ।ଏବେବି ରେଡିଓ ତା'ର ଏକ ଗୁଞ୍ଜରଣ ଓ ପ୍ରତିଛବି । 

ଏହାର ପ୍ରତିବିମ୍ବ ଏବେ ବି ଆମ ଚଳଣି ,ପରମ୍ପରା ,ସାହିତ୍ୟ, ସିନେମା ଓ ଜୀବନରେ ଏକ ସମୁଜ୍ଜଳ ଇସ୍ତାହାର ର ଆଲେଖ୍ୟ । ହଁ ,ଏଇ ରେଡ଼ିଓ

ସତେ ଯେମିତି ଥିଲାଦୈନିକ ଜୀବନର ଏକ ଅବିଛିନ୍ନ ଅଙ୍ଗ ପ୍ରତି ପରିବାରର ଏକ ବିଶେଷ ସଦସ୍ୟ ଦିନ ତମାମ ଅନ୍ତରଙ୍ଗ ସାଥୀ

ଶୋଇବା ଆଗରୁ ମଧୁର ସଙ୍ଗୀତର ଏକମାତ୍ର ମନୋରଞ୍ଜନର ଏକ ବିବିଧ ମାଧ୍ୟମ।

ଆଜି ବିଶ୍ଵ ରେଡିଓ ଦିବସ -୨୦୨୩ । 

ଏକ ଶତାବ୍ଦୀ ପୁରୁଣା ଯୋଗାଯୋଗ ଏବଂ ମନୋରଞ୍ଜନ ପାଇଁ ବ୍ୟବହୃତ ଏକ ବଳିଷ୍ଠ ମାଧ୍ୟମ ଥିଲା ଏହି ରେଡିଓ । ଲୋକପ୍ରିୟ ମାଧ୍ୟମ ରେ ବେଶ୍ ତାହାର ନାମ ରହିଛି ।1945 ରେ, ଏହା ଫେବୃଆରୀ 13 ରେ ପ୍ରଥମ ଥର ପାଇଁ ମିଳିତ ଜାତିସଂଘ ରେଡିଓରୁ ପ୍ରସାରିତ ହୋଇଥିଲା | 

ରେଡିଓର ଏହି ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ରେଡିଓ ଦିବସ ପାଳନ କରାଯାଏ । 2012 ରେ ପ୍ରଥମ ବିଶ୍ୱ ରେଡିଓ ଦିବସ ଆନୁଷ୍ଠାନିକ ଭାବରେ ପାଳନ କରାଯାଇଥିଲା ।ବର୍ତ୍ତମାନ ପର୍ଯ୍ୟନ୍ତ, ରେଡିଓ ସୂଚନା ଆଦାନ ପ୍ରଦାନ ଏବଂ ବିଶ୍ଵ ର ଲୋକଙ୍କୁ ଶିକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।ଏପ୍ରସଙ୍ଗରେ ଏହି ଆଲୋଚନାରେ ନିଶ୍ଚୟ ସାମିଲ ହେବ ଆମ ବାରିପଦା ର ଅଲ ଇଣ୍ଡିଆ ରେଡିଓ ।ସନ 25.2.1991 ରେ ଅଲ ଇଣ୍ଡିଆ ରେଡିଓ, ବାରିପଦା କାର୍ଯ୍ୟକ୍ଷମ ହୋଇଥିଲା ।ସେତେବେଳେ ଏହାର କଭରେଜ୍ ଜୋନ୍ ଥିଲା ମୟୂରଭଞ୍ଜ ଜିଲ୍ଲା କିନ୍ତୁ କରଞ୍ଜିଆର କିଛି ପାହାଡ଼ିଆ ଅଞ୍ଚଳ ବ୍ୟତୀତ ଏବଂ 

ବାମନଘାଟିର ଉପ-ବିଭାଗ । ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାର କିଛି କିଛି ଅଂଶ ତଥା 

ପୋଡଶୀ ରାଜ୍ୟ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ।

ଆକାଶବାଣୀ କେନ୍ଦ୍ର , ବାରିପଦା କାର୍ଯ୍ୟକ୍ଷମ ହେଲାବେଳେ ଏହାର ୦୫ କିଲୋଓ୍ବାଟ ଟ୍ରାନ୍ସମିଟର ଏବଂ ଫ୍ରିକ୍ୱେନ୍ସି ରହିଥିଲା 102.9 ମେଗାହର୍ଜ୍ । 

ଏହାର ବ୍ୟାଣ୍ଡ ହେଉଛି FM । ଏହାର ପ୍ରସାରଣ ସମୟ ସକାଳ 5.55 ରୁ ।ସନ୍ଧ୍ୟା ୦୫ ଟା ଏବଂ ରାତି ୦୬ ଟା ରୁ ୧୧.୦୫ ପର୍ଯ୍ୟନ୍ତ । ଅଲ ଇଣ୍ଡିଆ ରେଡିଓ, ବାରିପଦା ମୌଳିକ ଭାବରେ ଉତ୍ପାଦନ କରେ । ଓଡିଆ ଭାଷାରେ ପ୍ରୋଗ୍ରାମ୍ । 

 ତଥାପି, ବିସ୍ତୃତ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଦିବାସୀ ଜନଜୀବନ ଆଧାରିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରେ ।ସାନ୍ତାଳୀ ଭାଷା, ମୁଣ୍ଡାରି ଭାଷା ଏବଂ ହୋ ଭାଷାରେ ମଧ୍ୟ , କେବେ ପାଲା ଦାସକାଠିଆ କିମ୍ବା ଝୁମର, କେନ୍ଦ୍ରା ,ଟୁଇଲା ର ଆସର ।ଅବା କେତେବେଳେ ଶିମଳିପାଳ କୁ ନେଇ ଦଳଗତ ଆଲୋଚନା । ଯୁବବାଣୀ ,ଗଙ୍ଗାହାର ଇତ୍ୟାଦି କାର୍ଯ୍ୟ କ୍ରମ । ସଦା ସର୍ବଦା ଆମ ଆକାଶବାଣୀ ବାରିପଦା ତତ୍ପର ।

କିଛି କିଛି କାର୍ଯ୍ୟକ୍ରମ କଟକ ,ନୂଆଦିଲ୍ଲୀ ରୁ ଏହି କେନ୍ଦ୍ର ମାଧ୍ୟମ ରେ ହୁଏ ପ୍ରସାରଣ । 

ଆକାଶବାଣୀ ବାରିପଦା ଡ୍ରାମା ବର୍ଗରେ ପ୍ରଥମ ପୁରସ୍କାର ଲାଭ କରିଥିଲା ।ଅକ୍ଟୋବର 2014 ରେ ଆସିଥିଲା ହୁଡ -ହୁଡ ବାତ୍ୟା । 

.ଆକାଶବାଣୀ ,ବାରିପଦା ଏହି ଜରୁରୀକାଳୀନ ପରିସ୍ଥିତିରେ ଘଣ୍ଟା ଘଣ୍ଟା ପ୍ରସାରଣ କରି ଲୋକଙ୍କୁ ସୁଚିତ କରୁଥିଲା |ଅଲ ଇଣ୍ଡିଆ ରେଡିଓ ତା. ୨୪-୦୪-୨୦୧୪ ରେ ରାଇରଙ୍ଗପୁର ଠାରେ କାର୍ଯ୍ୟକ୍ଷମ ହେଲା  ଏହା ଆନୁଷ୍ଠାନିକ ଭାବରେ ତା।୧୦-୦୧-୨୦୧୬ ରେ ଉଦ୍ଘାଟିତ  ହୋଇଛି । ଏହାର ବ୍ୟାଣ୍ଡ ହେଉଛି FM, ଫ୍ରିକ୍ୱେନ୍ସି ହେଉଛି ୧୦୨ ମେଗାହର୍ଜ୍ ।୦୧ କିଲୋ ୱାଟ ଟ୍ରାନ୍ସମିଟର । ଏହାର ଆବରଣ ଜୋନ୍ ୨୫ ରୁ ୩୦ କିଲୋମିଟର ଅଟେ |ପୁରୁଣା ରେଡିଓକୁ ଦେଖିଲେ ସମସ୍ତଙ୍କ ମନରେ ଅତୀତର ସ୍ମୃତି ମନେପଡ଼ିଯାଉଥିବ ।  

ସେତେବେଳେ ରେଡିଓ ଯୌତୁକ ରେ ଆସୁଥିଲା କନ୍ୟା ଘରୁ । ଅନେକ ପୁରୁଣା ସ୍ମୃତି ଆମ ସହିତ ଯେମିତି ଜଡିତ ରେଡିଓ ସହିତ ମଧ୍ୟ ଜଡିତ । ମୋ ଅଜା ରେଡିଓ ଆଣିଥିଲେ ।ରେଡିଓ ରେ ଲେଖାଥିଲା ବୁଶ ।  ରେଡିଓ ଆମର ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା | 

କିନ୍ତୁ ସମୟର ଗତି ଏବଂ ସୂଚନା ଓ ବୈଷୟିକ ବିଜ୍ଞାନ ର ବିସ୍ତାର ସହିତ, ସୂଚନାର ଏହି ଅସ୍ତ୍ର ପୁରୁଣା ହୋଇଗଲା ।  କିନ୍ତୁ ରେଡିଓର ଇତିହାସ ବହୁତ ଭଲ ଏବଂ ଆକର୍ଷଣୀୟ ହୋଇଛି, ଯାହା ଭୁଲିଯିବା ସହଜ ନୁହେଁ |ମନେପଡୁଛି .......ଭଞ୍ଜପୁର ଫରେଷ୍ଟ ଅଫିସରେ ଲାଗିଥିବା ଟାଓ୍ବାର ପରେ ପରେ ବାରିପଦା ରେଡିଓ ଷ୍ଟେସନର ଟାଓ୍ବାର ର ନାଲି ସିଗନାଲ ଲାଇଟ୍ ଟି ବହୁତ ଦୂରକୁ ଦେଖାଯାଉଥିଲା ସାର ଙ୍କୁ ପଚାରି ଜାଣିଲୁ ଯେ ରାତିରେ ଆକାଶ ମାର୍ଗରେ ଏରୋପ୍ଲେନକୁ ସୂଚନା ଦେବାପାଇଁ ଏହି ବ୍ୟବସ୍ଥା ।

ଏତେ ବଡ ଏହି ଖମ୍ବ କୁ ବସାଇବା ରେ ଅନେକ କୁଶଳି ଶ୍ରମିକ ନିୟୋଜିତ ଥାନ୍ତି।ବାଦୁଡି ପରି ସେମାନେ ସେହି ଖମ୍ବରେ ଚଢି ଶୀର୍ଷତମ ସୋପାନରେ ରହି କାମକରୁଥାନ୍ତି ।

ତଳେ ,ରାସ୍ତାଉପରେ ଲୋକ ମାନେ ଦେଖୁଥାନ୍ତି ସେମାନଙ୍କର ସାହସ । ସେମାନଙ୍କୁ ସେଲୁଟ୍ ।

ଶ୍ରୀଯୁକ୍ତ ଜଗଦୀଶ ପ୍ରସାଦ ମିଶ୍ର ନିଯୁକ୍ତି ହୁଅନ୍ତି ଆକାଶବାଣୀ ବାରିପଦାର ପ୍ରଥମ କେନ୍ଦ୍ର ନିର୍ଦ୍ଦେଶକ ଭାବେ ।ସେହିପରି ରେଡିଓ ସମ୍ବାଦଦାତା ଭାବେ ପ୍ରଥମ ମୟୂରଭଞ୍ଜିଆ ଥିଲେ ସ୍ଵର୍ଗତ ମହେଶ ପ୍ରସାଦ ସିହ୍ନା ।

ସମସ୍ତଙ୍କୁ ଆଜି ବିଶ୍ଵ ରେଡିଓ ଦିବସରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।



Rate this content
Log in

Similar oriya story from Action