Manoj Behera

Action Classics Fantasy

3  

Manoj Behera

Action Classics Fantasy

ବାରିପଦା ରେ ବର୍ଷାଋତୁ

ବାରିପଦା ରେ ବର୍ଷାଋତୁ

2 mins
175



ଝଡି ପାଗ ଲାଗିରହିଛି। ଅବିଶ୍ରାନ୍ତ ଭାବେ ଖାଲି ଝରି ଯାଉଛି ତୁହା କୁ ତୁହା ବର୍ଷା ।ବାହାରେ କଚାଡୁଥିଲା ବର୍ଷା ,ମନ ହେଲା କଣ ଲେଖିବା ....? 

ବାରିପଦା ସହର ବର୍ଷାରେ ରମଣୀୟ ପ୍ରକୃତିର ଜୀବନ୍ତ ଥିବା ପରି ଲାଗୁଛି।ବାରିପଦାର ସୌନ୍ଦର୍ଯ୍ୟ ଆହୁରି ଚିତ୍ତାକର୍ଶକ ହୋଇଯାଏ ଯେତେବେଳେ ଏକଦା ନିର୍ଜନ ଦ୍ୱିପ୍ରହରରେ ମଧ ବାଦ୍ ପଡ଼େନି ମାଛ ଧରିବାକୁ

ବଳଙ୍ଗ, ଚିପଟ, ଜରାଳି, ସରାଳି, ଶୁକଯୋଡ଼ା, ଇଟାଯୋଡ଼ି ,ବାୟାଁଯୋଡ଼ି ଇତ୍ୟାଦି କିଛି ନଦୀ ଆଉ କିଛି ବୁଢ଼ାବଳଙ୍ଗ ଚିପଟ୍ର ଉପନଦୀ ମାନଙ୍କରେ ଯାହାକୁ ଏଠାରେ ଖାଳ କହନ୍ତି। ଏମାନେ ବାରିପଦାକୁ ଘେରି ରହିଛନ୍ତି। 

ଏହି ଖାଳ ଗୁଡିକରେ କେବଳ ବର୍ଷା ଋତୁରେ ପାଣି ଅଧିକ ହୋଇ ବାହାରିଯାଏ। 

ଅନ୍ୟ ଦିଗୁଡ଼ିକରେ ସାଧାରଣତଃ ପାଣି କମ୍ ରହେ।

ମନେ ପଡେ ସ୍କୁଲରେ ପଢିଲା ବେଳେ ବର୍ଷାରେ କେମିତି ଅଧା ଭିଜା ଭିଜା ହୋଇ ସ୍କୁଲରେ ପହଞ୍ଚୁ।

ସବୁ ଡ୍ରେନ ଗୁଡିକରେ ବର୍ଷା ପାଣି ଭର୍ତ୍ତି ହୋଇଯାଏ ।

ବର୍ଷାଋତୁର ବର୍ଷାରେ ବାରିପଦା ସହର ଦିଶେ ଏକ ରୂପସୀକନ୍ୟା।ଦିନଥିଲା ମାଛଧରା ଏକ ସଉକ ଥିଲା। 

ବର୍ଷା ହେଲେ ବାରିପଦାର ନଈ ନାଳ ପୋଖରୀ ରେ ଭିଡ ଲାଗିରହୁଥିଲା । ଚାପଲ ପୋଖରୀ, ଝିଞ୍ଜିରି ବନ୍ଧ, ଘୋଡ଼ାଶାଳ ବନ୍ଧ ଲୋକେ ନିଲାମ ନେଇ ବନସୀଖଡା ପକାଇ ମାଛ ଧରିବାର ସ୍ମୃତି ଏବେବି ବେଶ୍ ଜୀବନ୍ତ। 

ବର୍ଷାଦିନେ ଅଦୂରରେ ଦେଖା ଯାଉଥିବା ଶିମୁଳିପାହାଡରୁ ବର୍ଷାପାଣି ଧୋଇହୋଇ ଶିମୁଳିପାହାଡ ହୋଇଉଠେ ଜୀବନ୍ତ ।


ସତେଜ ସବୁଜ ରଙ୍ଗ ସମସ୍ତଙ୍କ ମନ ମୋହିନିଏ।

ରମଣୀୟ ପ୍ରକୃତି ଅଭିଭୂତ କରେ 

ସେଇ ଶାଗୁଆ ରଙ୍ଗ -ଶାଳୁଆ ପବନ ।

ନଈ ନିକଟରେ ଥିବା ଗୋଚର ଭୂମିକୁ ଚରି ଯାଇଥିବା ଗୋରୁପୋଲ ଘରକୁ ଫେରି ଆସୁଥିଲେ। 

ସେତେବେଳ ଘର ମାନଙ୍କରେ ଗାଈ ଗୋରୁ ମାନଙ୍କ ଖାଦ୍ୟ ପାଈଁ ଆହାର କହିଲେ ପ୍ରଥମ ରେ ନଡ଼ାକୁଟା ।

ଲୋକମାନେ ନିଜ ଘରେ ବସି ଏକ କପ୍ ଗରମ

ଚା କିମ୍ବା କଫି ଉପଭୋଗ କରୁଥିଲେ ଏବଂ ନଗଦ ଦୋକାନରୁ କିଣା ହୋଇ ଆସୁଥିଲା 

କଞ୍ଚା ବାଦାମ ,ବେସନ ଇତ୍ୟାଦି।

କରେଇରେ ଭଜା ହେଉଥିଲା ବାଦାମ । 

ନଗଦ କିଣା ହୋଇ ଆସିଥିବା ବେସନରେ ଛଣା ହେଉଥିଲା ପକୁଡ଼ି ,ପିଆଜୀ ବେଳେ ବେଳେ ବାଇଗଣି ମଧ୍ୟ। ନଗଦ ବେସନ -ନଗଦ କଞ୍ଚା ବାଦାମ ଆଣିବା ର ମଜା ଅଲଗା। ଏବେ ବେସନ ସବୁ ପ୍ୟାକେଟରେ ଆସୁଛି। 


ପ୍ରାୟ ଘର ମାନଙ୍କରେ ଗଚ୍ଛିତ ରହୁଛି ବେସନ ।

ପିଲାମାନେ ବର୍ଷାକୁ ଖାତିର ନକରି ବାହାରେ ଖେଳୁଥିଲେ, ।ବଳଙ୍ଗ ଓ ଚିପଟ ନଦୀରେ ଆସେ ବନ୍ୟା । ମଧୁବନ, କୃଷ୍ଣଚନ୍ଦ୍ର ଗୋଲେଇଛକ ପାଖ ଅଞ୍ଚଳରେ ବନ୍ୟାପାଣି ପଶିଯାଏ । ଖବର ପାଇ ସ୍ଵେଚ୍ଛାସେବୀ ମାନେ ସାହାଯ୍ୟ କାର୍ଯ୍ୟରେ ଲାଗି ପଡ଼ନ୍ତି ।

ବର୍ଷା ଆସିଥିବା ସହର ବାରିପଦା ସୌନ୍ଦର୍ଯ୍ୟ

ଏବଂ ଆନନ୍ଦର ପ୍ରତୀକ ଭାବରେ ଏବେ ମଧ୍ୟ ଛିଡା ହୋଇଛି ।ତା' ର ଉଜ୍ଜଳତା, ସହରର ଅତ୍ମୀୟତା ସହିତମିଳିତ ହୋଇ, ଯେଉଁମାନେ ବାରିପଦାର -

"ଆମେ ପଣ "ରେ ତଲ୍ଲୀନ ହୋଇଯାଆନ୍ତି 

ସେମାନଙ୍କ ପାଇଁ ବର୍ଷା ନେଇଆସେ ଏକ ନୂତନ ଚିତ୍ତାକର୍ଷକ ଅନୁଭବ ର ଅନୁଭୂତି ସୃଷ୍ଟି କରେ ।  

ବର୍ଷା ଓ ବାରିପଦା ସୌନ୍ଦର୍ଯ୍ୟର ସାକ୍ଷୀ ଅଟେ।



Rate this content
Log in

Similar oriya story from Action