STORYMIRROR

Manoj Behera

Classics Fantasy Inspirational

4  

Manoj Behera

Classics Fantasy Inspirational

ପ୍ରକୃତିର ମଧୁର ଆଲିଙ୍ଗନ

ପ୍ରକୃତିର ମଧୁର ଆଲିଙ୍ଗନ

1 min
4

ପ୍ରକୃତିର ମଧୁର ଆଲିଙ୍ଗନର ଗଭୀରତାରେ ଅନ୍ତହୀନ ଅନନ୍ତ ଦୀଗନ୍ତ -ବିସ୍ତାରୀ ରାସ୍ତା..... 
ବାରିପଦା ଠାରୁ କୁଳିଅଣା ଜାତୀୟ ରାଜପଥର,
ରାସ୍ତା କଡ଼ର ଖୋଲା ଆକାଶର ଦୁଇପାର୍ଶ୍ବରେ  କାଶତଣ୍ଡି ଫୁଲର ସମ୍ଭାର । 
ରାସ୍ତା କଡରେ ଏବେ ଫୁଟିଛି ମାଳମାଳ କାଶତଣ୍ଡୀ ......।
ଆଖି ଯେତେ ଦୂର ପର୍ଯ୍ୟନ୍ତ ବିସ୍ତାର
କରେ ପ୍ରକୃତିର ଚମତ୍କାର ଗଣନା କରୁଥିବା ଏହି 
ଦୃଶ୍ୟ ! ଶସ୍ୟ -ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ସତେ ଯେମିତି ହସୁଛି କାଶତଣ୍ଡୀ ଫୁଲ  । 
ସତେ ଯେମିତି...... 
କାଶତଣ୍ଡି ସୂଚୀତ କରୁଛି  
ଆଉ ଅଳ୍ପଦିନପରେ ଧରାପୃଷ୍ଟକୁ ଓହ୍ଲାଇ ଆସିବେ ଜଗତଜନନୀ 
-ଜଗତ କଲ୍ୟାଣୀ 
-ମା'ଦୁର୍ଗା ।    
ଉଲ୍ଲସିତ ମନ ... 
ମା'ଙ୍କ ଆଗମନର ଆଭାଷ ରେ.... ।
ଆଜି  ଧବଳବର୍ଣ୍ଣା ଧରିତ୍ରୀ 
ନଇପଠା ଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ସବୁଠି ଭରିଦେଇଛି ସୌନ୍ଦର୍ଯ୍ୟର ଫୁଆରା  ।
ଶୁଭ୍ର ଆକାଶ ତଳେ ନିଜର ପସଲା ମେଲିଛି କାଶତଣ୍ଡୀ। 
ସୁଲୁସୁଲିଆ ପବନରେ ଦୋଳି ଖେଳୁଥିବା କାଶତଣ୍ଡୀକୁ ଦେଖି ବାଟରେ ଯେ କେହି ମଧ୍ୟ ନିଶ୍ଚୟ ଅଟକି ଯିବ ।
ତେବେ ଆସନ୍ତୁ ; କାଶତଣ୍ଡିର ସୌନ୍ଦର୍ଯ୍ୟରେ ଅଭିଭୂତ ହେବା ...
ଆନନ୍ଦିତ ହେବା ....
ପ୍ରକୃତିର ଏହି ଅନନ୍ତ ଗୌରବର 
ସ୍ମାରକ ଠାରେ  ଆତ୍ମବିଭୋର ହେବା ।
 -ମନୋଜ କୁମାର ବେହେରା ,
 ବାରିପଦା,ମୟୂରଭଞ୍ଜ ,ଓଡ଼ିଶା 
 


Rate this content
Log in

Similar oriya story from Classics