ଆସିଛି କୁମାର ଉତ୍ସବ ବାରିପଦା ସହର ହୋଇଛି ଉତ୍ସବ ମୁଖର ।
ଆସିଛି କୁମାର ଉତ୍ସବ ବାରିପଦା ସହର ହୋଇଛି ଉତ୍ସବ ମୁଖର ।
ଆସିଛି କୁମାର ଉତ୍ସବ ।
ପୁଣି ବାରିପଦା ସହର ହୋଇଉଠିଛି ଉତ୍ସବ ମୁଖର ।
ଜହ୍ନ ଆଲୁଅରେ ମନ ମୋହିବ ମେଲୋଡି ।
କଳା -ସାହିତ୍ୟ- ସମୃଦ୍ଧ ସାଂସ୍କୃତିକ ଓ
ଐତିହ୍ୟର ଅନ୍ୟତମ ସହର ବାରିପଦା ସବୁବେଳେ ଆକର୍ଷିତ କରିଛି ସମସ୍ତଙ୍କୁ ।
କଳାକାର ଏବଂ ଦର୍ଶକଙ୍କ ମଧ୍ୟରେ
ଅନୁରଙ୍ଗ - ସଂଯୋଗ –ଆନନ୍ଦ ଏବଂ ଏକତାର ବାତାବରଣ ସୃଷ୍ଟି କରେ-
କୁମାର ଉତ୍ସବ ପାଳନର ମେଲୋଡ଼ି ....।।
-------------------
ଆସିଛି -"କୁମାର ପୂର୍ଣ୍ଣିମା"
ପୁଣି "ବାରିପଦା" ହୋଇଛି ଉତ୍ସବ ମୁଖର। ମନମୋହିବ ମେଲୋଡି ।
ଅତୀତର ମେଲୋଡ଼ି ଦେଖା ସ୍ମୃତି ବିଷୟରେ ଅନେକ କଥା ଆପଣ ମାନକ ସହ ବାଣ୍ଟିବାକୁ ଈଛା ହେଲା।
ଦେଉଳସାହି ସ୍ଥିତ ଜଗନ୍ନାଥ ମନ୍ଦିର
ନିକଟ ରଥପଡିଆରେ
ତିଆରି ହୁଏ ଅସ୍ଥାଇ ମଞ୍ଚ।
ପୂର୍ବେ ପ୍ରାୟ କଟକରୁ ମେଲୋଡ଼ି ଦଳ ଆସୁଥିଲେ ବାରିପଦା ।
ହବିବ ମେଲୋଡି ,ଗୀତ ସଂଗୀତ ,ସୁର ସଂଗୀତ ଇତ୍ୟାଦି ପ୍ରମୁଖ ।
ଭିନ୍ନ ଭିନ୍ନ ମେଲୋଡି ଦଳ ମେଲୋଡି ପପିବେଷଣ କରୁଥିଲେ ଦୁଇ ଦିନ ଅବା ତିନି ଦିନ ଧରି।
ସଞ୍ଜ ଘନେଇ ଆସେ ଧୀରେ ଧୀରେ ବାରିପଦାରେ।
ଆଖପାଖରେ ଦୋକାନ ସବୁ ବସିଯାଏ ।
ରାତି ବଢିଲା ପରେ ମେଲୋଡି ଆରମ୍ଭ ହୁଏ। ରାତି ଅନ୍ଧାର ହେବା ସହିତ ଗୀତର ଯାଦୁ ଆରମ୍ଭ ହୁଏ
ଏବଂ ମେଲୋଡି ଭିଡ଼ ଭିତରକୁ ନେଇଯାଏ |
ଦର୍ଶକ ଆତ୍ମବିଭୋର ହୁଅନ୍ତି, ଗୀତ ରେ
ହଜିଯାଆନ୍ତି,
ରାତିର ଗୀତ, ଏତେ ମିଠା, ଏତେ ପରିଷ୍କାର |
ପ୍ରଥମେ ଭଜନ ତା'ପରେ ଓଡିଆ. ଓ ହିନ୍ଦୀର ଗୀତ ଶେଷ ବେଳକୁ ଫରମାଇସ୍ ଗୀତ
ଏବଂ ମଞ୍ଚରୁ ନିଜ ନାମର ଘୋଷଣା ଯେ "ଏହି ଗୀତ ରେ ଖୁସି ହୋଇ ଅମୁକ ଲୋକ ଏତେ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି ।
ଦେଖଣାହାରୀ ତଲ୍ଲୀନ ହୋଇଯାଆନ୍ତି।
ଯେଉଁ ସମୟରେ ଯେଉଁ ଗୀତ ର ଚାହିଦା ଅନୁଯାୟୀ ଦୁଲକିଯାଏ ମଞ୍ଚ।
ଦର୍ଶକ ମତୁଆଲା ହୁଅନ୍ତି -ତାଳିମାରି ନାଚନ୍ତି। ଗାୟକ -ଗାୟିକା ଆମ ମୟୂରଭଞ୍ଜର ସଂସ୍କୃତି ,ପରମ୍ପରା କୁ ସମ୍ମାନ ଜଣାଇ କୁହନ୍ତି-" ନମସ୍କାର ବାରିପଦା " ।
ମଞ୍ଚ ଉପରେ ଘୋଷଣା କରି କହନ୍ତି -
" କଳା- ସଂସ୍କୃତିର ମାଟି ବାରିପଦା ।
କରନ୍ତି ନମନ" ।
ବାରିପଦାର ସିନେମା ଓ ସିନେ କଳାକାର ମାନଙ୍କ ନାମ କୁହନ୍ତି ।
ଛାତି କୁଣ୍ଢେମୋଟ ହୋଇଯାଏ ।
ଲାଗେ ଯେମିତି ।
ଏହା ତାଙ୍କ ସହ ଏଠାକାର ପାଣି ପବନ କୁ ମନେଇବାର ପ୍ରବୃତ୍ତି।
କିନ୍ତୁ ନା ? ଏହା ସମ୍ପୂର୍ଣ୍ଣ ସତ।
କେହି କେହି ହିନ୍ଦୀ ରେ କହନ୍ତି -
"ବହତ ଜାନହେ ବାରିପଦା ମେଁ"।
ଅନ୍ୟ ଅଞ୍ଚଳର ଚାଲି ଚଳଣୀ ଠାରୁ
ବେଶ ନିଆରା ଲାଗେ -"ବାରିପଦା।"
ଆନମନା ହୁଏ ମନ।
ବିଭୋରପଣରେ ହଜ୍ଜିଯାନ୍ତି ,ମଜ୍ଜିଯାନ୍ତି ବାରିପଦାର ଯୁବକମାନେ।
ମଧ୍ୟରାତ୍ରି ପର୍ଯ୍ୟନ୍ତ ବାରିପଦା ଆଖିଖୋଲି ଅନାଇ ଥାଏ।
ଚେଇଁଉଠେ ! ସଞ୍ଜ ...
ଧୀରେ ଧୀରେ ଅପସରି ଯାଏ ବାରିପଦାରେ।
ଉଠାଦୋକାନୀଏ ପସରା ମେଲି ଦିଅନ୍ତି।
କିରୋସିନୀ ଭରା ଡିବିରି ବତୀ ଜଳି ଉଠେ....।
କୁମାର ଉତ୍ସବରେ ମେଲୋଡି ,ଗୀତ ସାଙ୍ଗକୁ ନୃତ୍ୟର ଆସର ଜମେ।
କଳାକାର ମାନଙ୍କୁ ସବୁଦିନ ଦେଖିବାର ସୁଯୋଗ ନଥାଏ।
ରାତିଅଧ ପର୍ଯ୍ୟନ୍ତ ଚାଲେ ମେଲୋଡି ।
ଜଗନ୍ନାଥ ମନ୍ଦିର ନିକଟ ରଥପଡ଼ିଆ ରେ ଆଲୋକିତ ହୁଏ ଅସ୍ଥାୟୀ ମଞ୍ଚ
ସାଇ ପଡିଶା ପିଲା ମେଳ ହୁଅନ୍ତି।
ଦିକିଦିକି ବଳିତାର ଆଲୁଅ ରେ
ପସରା ଭରା ଝାଲ୍ ମୁଢି ,ବାଦାମ ଭଜା, ଚେନାଚୁର, ନଡିଆପାତି, ଇତ୍ୟାଦିଧରି ବସିଯାନ୍ତି ଉଠାଦୋକାନୀ ମାନେ।
ଦେଉଳଚୂଳ ପରି ଚେନାଚୁର ରଖା ହୋଇଥାଏ।
ମେଲୋଡିରେ ମତୁଆଲା ହୁଏ ବାରିପଦା।
ପରିଣତ ବୟସରେ ଉଖାରିଦିଏ ଚେତନା ଚୌହଦୀକୁ।
ପରିବେଶକୁ ସରସ କରିଦିଏ।
ସେ ସମୟରେ ଆମେ ସାଙ୍ଗ ସାଥୀ ହୋଇ ଭଗୁଡାକଟା ଓ ଭଞ୍ଜପୁର ଅଞ୍ଚଳ ରୁ ଯାଉ।
ମସିହା ୧୯୯୧ - ୧୯୯୨ ।
ଆମେ କଲେଜ ଛାତ୍ର ।
ରାତିରେ ଡେରିରେ ଆସିବାର କଟକଣା କିଛିଟା ଉଛେଦ ହୋଇଛି କଲେଜ ରେ ପଢିବା ଦିନ ଠାରୁ ।
ଥରକୁ ଥର ଘଣ୍ଟା ଦେଖୁ ଥାଉ।
ସତରେ ଅପେକ୍ଷାର ମୁହୁର୍ତ୍ତ ଗୁଡାକ ଭାରି ଲମ୍ବା ।
ଆମ ସମସ୍ତଙ୍କ ଲକ୍ଷ୍ୟ କେତେବେଳେ ଯାଇ ପହିଞ୍ଚିବୁ କୁମାର ଉତ୍ସବ ମଞ୍ଚ ନିକଟରେ।
କଳାକାର ମଞ୍ଚ କୁ ଆସିବେ।
ମେଲୋଡିରେ କଲେଜର ସାଙ୍ଗ ମାନଙ୍କ ସହ ଦେଖାହୁଏ ।
କିନ୍ତୁ ଆମେ ଆମ ଗୃପ ରେ ରହୁ ।
ଜାତି -ଧର୍ମ -ବର୍ଣ୍ଣ ନିର୍ବିଶେଷରେ ଲୋକେ ମେଲୋଡି ଦେଖୁଥିଲେ ।
ଭିଡ ଢେର ବଢିଯାଏ ଧୀରେ ଧୀରେ
ମଞ୍ଚ ନିକଟଘର ଛାତ ଉପରେ ,ଶଙ୍ଖା ଦୋକାନ ଗୁଡିକ ଉପରେ ଚଢି ରାତି ଉଜାଗର ହୋଇ ମେଲୋଡି ଦେଖନ୍ତି।
ଏହାହିଁ ମେଲୋଡିର ଅନନ୍ୟ ସଫଳତା ବୋଲି ଧରି ନେବାକୁ ହେବ।
ସତରେ କେତେ ଆତ୍ମୀୟତା ଥିଲା ସାଙ୍ଗ ମେଳରେ ଏହି ମେଲୋଡି ଦେଖା ,ଆମ ବାରିପଦାରେ....।
୨୦୨୨ମସିହାରେ ବାରିପଦାର ରଥପଡିଆ, ଦେଉଳ ସାହି ସ୍ଥିତ "କୁମାର ଉତ୍ସବ" ତା'ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରି ସାରିଛି।
ଏହା ନିଶ୍ଚୟ ଅତ୍ୟନ୍ତ ଗୌରବ ଓ ଆନନ୍ଦର ବିଷୟ ।
. ଆଜି ମଧ୍ୟ ଅଛି ..
ସେଇ ପୂର୍ଣ୍ଣମୀର ଜହ୍ନ ଆଲୁଅ,
ଜ୍ୟୋତ୍ସ୍ନା ବିଧୌତ ରାତ୍ରୀ ଏଵଂ
ପବନର ଶୀତଳ ସ୍ପର୍ଶ ,
ଆକାଶରେ ତାରାଫୁଲ -ପୂର୍ଣ୍ଣମୀ.
... କିନ୍ତୁ ନାହିଁ
ସେହି ଚେନାଚୁର ବାଲା
ନାହିଁ ସେହି ବାଦାମ ବାଲା, ନଡିଆପାତି ବାଲା
ନାହିଁ ସେହି ଘର ଯାହା ଉପରେ ବସି ଦିନେ ମେଲୋଡ଼ି ଦେଖୁଥିଲେ।
ଅଛି ଖାଲି ମେଞ୍ଚା ମେଞ୍ଚା ଅଭୁଲା -ଅଲିଭା ଅତୀତ ର ସ୍ମୃତି ଓ ଅନୁଭୂତି ଯାହା ଏବେବି ବେଶ୍ ଜୀବନ୍ତ .....।
ପରିଶେଷରେ, ମୁଁ ସମସ୍ତ କଳାକାର ଏବଂ
ଆୟୋଜକ ମାନଙ୍କୁ ଧନ୍ୟବାଦ ଜଣାଉଛି,
ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ପ୍ରତିବର୍ଷ ସମ୍ଭବ
କରିପାରିଛନ୍ତି, ଏବଂ ସମସ୍ତଙ୍କୁ
ସମୃଦ୍ଧ କୁମାର ପୂର୍ଣ୍ଣିମା କାମନା କରୁଛି ।
ଅନେକ ଅନେକ ଶୁଭେଚ୍ଛା ଓ ସମ୍ମାନର ଅଭିନନ୍ଦନ।
-ମନୋଜ କୁମାର ବେହେରା ,
ବାରିପଦା , ମୟୂରଭଞ୍ଜ, ଓଡିଶା ,
