Manoj Behera

Action Classics Fantasy

4.0  

Manoj Behera

Action Classics Fantasy

ବିଜୟ ମହାନ୍ତି କେବଳ ନାମ ହିଁ ଯଥେଷ

ବିଜୟ ମହାନ୍ତି କେବଳ ନାମ ହିଁ ଯଥେଷ

2 mins
130


ଓଡ଼ିଆ ଚଳଚ୍ଚିତ୍ର ଜଗତର ଯଶସ୍ଵୀ କଳାକାର -ଚିର ବନ୍ଦନୀୟ ସ୍ବର୍ଗତ ବିଜୟ ମହାନ୍ତି ।. 

ଆଜି ତିରୋଧାନ ଦିବସରେ ଗଭୀର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।

---------------


"ହେ " !...

ନାଟ୍ୟ ମାନସର ଅଭୂଲା ନାଟ୍ୟକାର ।

କଳା ଜଗତର ଅଭୂଲା କଳାକାର....

ଓଡିଆ ଚଳଚ୍ଚିତ୍ର ଜଗତର ଯଶସ୍ବୀ ରୂପକାର।

ଚିର ବନ୍ଦନୀୟ ସ୍ବର୍ଗତ ବିଜୟ ମହାନ୍ତି ।

ଅତୀତର ଯବନିକା ଟାଣି କହିଯାଏ ବର୍ତ୍ତମାନ ....

କଳାର ସାକ୍ଷୀ ତମେ .... .

ଇତିହାସେ....... !!

ଅକ୍ଷୟ - ଅମର।

କେତେ ବେଶ ,ବୈଚିତ୍ର,କେତେ ଆତ୍ମ ବିସୃତ।

ବାସ୍ତବ ରେ ସେହି ପୁନ୍ୟାତ୍ମାଙ୍କୁ ଚିହ୍ନଟ କରିବା ସହଜ ନୁହେଁ ଯିଏ କାଳର କେଉଁ ପୁଣ୍ୟ ମୁହୁର୍ତ୍ତ ରେ ଇତିହାସର ଏହି ଅଲିଭା ସ୍ମାରକୀକୁ ନିର୍ମାଣ କରିଯାଇଥିଲେ । 

ସେ ଏକ ଅନିର୍ବାଣ ଦୀପ ଶିଖା ସେ ଶିଖାର ଅବସାନ ନାହଁ।

ଆଜି ତିରୋଧାନ ଦିବସ ରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

ସେ କହୁଥିଲେ -ବାରିପଦାରେ ପୃଥିବୀର

ସବୁ ଶ୍ରେଷ୍ଠ ଜିନିଷ ରହିଛି’

 ବାରିପଦା କୋଳରେ ସେ ବଢ଼ିଛନ୍ତି, ପଢ଼ିଛନ୍ତି, ମଣିଷ ହୋଇଛନ୍ତି ଓ ଏଇଠି ସେ ପ୍ରଥମେ ମୁହଁରେ ରଙ୍ଗ ମାଖି ମଞ୍ଚରେ ଛିଡ଼ା ହୋଇଛନ୍ତି। 

ଏ ସହର ତାଙ୍କର ନିଜ ସହର, 

ଆଉ ପୃଥିବୀର ସବୁଠାରୁ ପ୍ରିୟ ସ୍ଥାନ। ବାରିପଦା ସମ୍ପର୍କରେ ସେ କହନ୍ତି,

ମାତ୍ର ୩ ବର୍ଷର ହୋଇଥିଲି।

ସେଇ ବୟସରୁ

ବାରିପଦା ମାଟି ମାଆ ମୋତେ ତାର ସନ୍ତାନ ଭାବେ କୋଳେଇନେଇଥିଲା। 

ସେ ସହର ମୋ ପାଇଁ ମାଆ । 

ବାରିପଦାର ପାଣି, ପବନ, ମାଟି ଗୋଡ଼ି, ମଣିଷ, ଗଛଲତା ସବୁ କିଛି ମୋର ଅତି ନିଜର ।

ସେସବୁକୁ ନେଇ ମୋ ଜୀବନ ଗଢ଼ା। 

ଏଠାକାର ସଂସ୍କୃତି ମୋତେ ମଣିଷ କରିଛି । ତା'ଛନ୍ଦରେ

ମୋ ଜୀବନ ଛନ୍ଦାୟିତ । 

 ବାରିପଦା ସହରରେ ରହିଛି ସଂସ୍କୃତି,

ସଭ୍ୟତା, ଆଥିଥେୟତା, ଭାଇଚାରା, ସରଳତା, ବନ୍ଧୁତା, ମଣିଷପଣିଆ, କଳା, ସଙ୍ଗୀତ, ଜୀବନ ଶୈଳୀ, ଖାଦ୍ୟ,

ସବୁ କିଛିରେ ବାରିପଦା ଶ୍ରେଷ୍ଠ ।

ସବୁ ଠାରୁ ବଡ଼ କଥା ହେଲା ଯେ ଏ ସହରରେ ରହୁଥିବା ଲୋକମାନେ ମଧ୍ୟ ନିଆରା । ଭଲ, ସରଳ, ବନ୍ଧୁବସ୍ଥଳ, ମାନବିକତାପୂର୍ଣ,ଭାବୁକ ଓ ଅମାୟିକ । ପୃଥିବୀର ଏମିତି କୌଣସି ସ୍ଥାନ ବା ସହର ନାହିଁ, ଯିଏ ‘ସବୁ କିଛି ଭଲ’

ଦୃଷ୍ଟିରୁ ବାରିପଦା ସହ ସମକକ୍ଷ ହୋଇପାରିବ ।

 ସେମିତି ସ୍ଥାନ ମୁଁ ଆଉ କୋଉଠି ଦେଖି ନାହିଁ। 

ବାରିପଦା ସହ ମୋର ସମ୍ପର୍କ ଚିର ଅତୁଟ କାଳ କାଳ ପାଇଁ ।

 


Rate this content
Log in

Similar oriya story from Action