The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Seetaram Dash

Romance Tragedy

3  

Seetaram Dash

Romance Tragedy

ସ୍ମୁତି ଏକ ରୂପା ଜହ୍ନ

ସ୍ମୁତି ଏକ ରୂପା ଜହ୍ନ

4 mins
340



ଅସ୍ତଗାମୀ ସୂର୍ଯ୍ୟ ପଶ୍ଚିମ ଆକାଶରେ ଲୁଚି ଗଲା ପରେ, ପୁଣି ଆଗାମୀ ଦିନ ସକାଳରେ ଫେରି ଆସେ। ସକାଳର ନିଡ଼ ଭୁଲା ପକ୍ଷୀ ପୁଣି ସନ୍ଦ୍ୟାକୁ ନିଜର ନିଡ଼କୁ ଫେରି ଆସନ୍ତି। ସକାଳର ଗୋଠ ଫିଟା ଗୋରୁ ପୁଣି ସନ୍ଧ୍ୟାରେ ଫେରି ଆସନ୍ତି ଗୁହାଳକୁ, କିନ୍ତୁ ତୁମେ ମୋ ଜୀବନର ଚଲା ପଥରୁ ଏମିତି ଦୁରେଇ ଗଲ ନା ଆସିବାର ଆଶା ଅଛି ନା ବିଶ୍ୱାସ। କେବଳ ମୋ ମନରେ ଛାଡି ଗଲ ଅନେକ ଅଭୁଲା ସ୍ମୁତି, ଅନେକ କଥା, ଅନେକ କାହାଣୀ। ସେସବୁ ଭୁଲି ହେଉଛି ନା ଭୁଲି ହେବ। ଅତୀତର ସେଇ ସ୍ମୁତି ସବୁ ମୋ ପାଇଁ ଚିର ଜାଜ୍ଜୁଲ୍ୟମୟ, ଚିର ଭାସ୍କର, ଚିର ଶାଶ୍ୱତ। ତୁମ ବିନା ଅତୀତର ସାଇତା ସ୍ମୁତି ସବୁ କୁହୁଳୁଛି ହୃଦୟର ଅନ୍ଧାରି କୋଣରେ ଧୁଆଁ ହୋଇ। ଆଉ ସେଇ କୁହୁଳା ଧୂଆଁ ଭିତରେରେ ମୁଁ ହୋଇ ଯାଉଛି ପାଉଁଶ ତଳର ନିଆଁ। ଅତୀତର ମଧୁର ସ୍ମୁତି ସବୁ ମୋ ପାଇଁ ସୁନ୍ଦରୀ ନାରୀର ବିଗତ ଯୌବନ ଭଳି, ଆଉ ବିଧବା କପାଳର ସିନ୍ଦୁର ଭଳି।


     କାଲି ପରି ଲାଗୁଛି...., ସେ ଦିନ କଲେଜ ଯିବା ବାଟରେ ତୁମେ ଦେଖା ହୋଇଥିଲ। ଯେହେତୁ ଅଷ୍ଟମ,ନବମ ଏବଂ ଦଶମ ଏକା ସାଥିରେ ପଢୁଥିଲେ ସାମାନ୍ୟ କିଛି କଥାବାର୍ତ୍ତା ଆରମ୍ଭ ହୋଇଥିଲା ଆମ ମଧ୍ୟରେ। କିଛି ସମୟ ବର୍ତ୍ତାଳାପ ମଧ୍ୟରେ ତୁମେ ପଚାରିଥିଲ "ତୁ କାହାକୁ ଭଲ ପାଉଛୁ"। ତୁମର ପ୍ରଶ୍ନ ମତେ ନିରବ ଓ ଭାବମୟ କରିଦେଇଥିଲା, କାରଣ ଷୋଳଟି ଫଗୁଣ ବି ମୋ ଦେହରେ ପ୍ରେମର ରଙ୍ଗ ବୋଳି ପାରି ନ ଥିଲା। ନିରାବତାକୁ ଭଙ୍ଗ କରି ମୁଁ କହିଲି "ଆରେ ନା, ଆମ ଭଳି ପିଲାକୁ କିଏ ଭଲ ପାଇବ"। କିନ୍ତୁ ତୁମର ଉତ୍ତର ଥିଲା "ମିଛ କାଇଁ କହୁଛୁ। ତୁ ଏତେ ସୁନ୍ଦର, ତତେ କେହି ଭଲ ପାଇଁ ନାହାଁନ୍ତି"। ମୋର ଉତ୍ତର ଥିଲା "ଆରେ ନା। ଆଜି ନ ହେଲେ କାଲି ଜାଣିବୁ"। ତାପରେ ଉଭୟ ଫେରି ଯାଇଥିଲେ ନିଜ ନିଜ ବାଟରେ।


   କଣ ହେଲା କେଜାଣି ତୁମର ସେଇ ଦୁଇ ପଦ କଥା ମୋର ତନ ମନକୁ ଚଳଚଞ୍ଚଳ କରିଦେଲା। ମନ ପକ୍ଷୀ ଉଡି ବୁଲିଲା ଅନ୍ତ ହୀନ ଆକାଶରେ ଅନେକ ଦୂରକୁ। ପ୍ରେମର ସାତ ରଙ୍ଗରେ ରଙ୍ଗୀନ ହେଲା ମୋ ମନ। ତମର ସେଇ ଦୁଇ ପଦ କଥା ରେ ମୁଁ ହଜିଲି ଦିବାରାତ୍ର। ତୁମର ସେଇ ସ୍ମିତହାସ୍ୟ ମୋ ମନର ଉନ୍ମାଦନା ଓ ଉତ୍ସୁକତାକୁ ଅନେକ ଗୁଣ ବଢ଼ାଇ ଦେଇ ଥିଲା। ତମ ପାଇଁ ସ୍ୱପ୍ନର ସୌଧଟିଏ ଗଢିଥିଲି ଅତି ଗୋପନ ଭାବରେ।


   କିଛି ଦିନ ପରେ ତୁମ ଭଉଣୀ ବାହାଘରକୁ ମୋ ସହିତ କିଛି ମୋର ସାଙ୍ଗକୁ ନିମତ୍ରଣ କରିଥିଲ। ଆଉ ସେଦିନ ବିବାହ ଉତ୍ସବରେ ସବୁ ଆଦର ସ୍ନେହ ଅଜାଡି ଦେଇଥିଲ ମୋ ଉପରେ। ତୁମର ସାନ୍ନିଧ୍ୟ ପାଇ ମୁଁ ଦେଖିଥିଲି ଅନେକ ସ୍ୱପ୍ନ। ଆଉ ସାଙ୍ଗ ମାନେ କରିଥିଲେ ବହୁତ ଈର୍ଷା। ଶେଷରେ ବିଦାୟ ବେଳାରେ ମୋ ହାତରେ ଦେଇଥିଲ ଏକ ଲମ୍ବା ଚିଠି।


   ତାପରେ ମୁଁ ଆପେ ଆପେ ହୋଇଯାଇଥିଲି ଦୁନିଆର ସବୁଠୁ ସୁଖୀ ମଣିଷ। ଅତି ଭାଗ୍ୟବାନ ମଧ୍ୟ୍ୟ କାରଣ ତୁମେ ଥିଲ ଆମ ସ୍କୁଲରେ ସବୁଠୁ ସୁନ୍ଦର। ତୁମର ନିରୀହ ଚାହାଣି ଏବଂ ସ୍ମିତହାସ୍ୟରେ ଥିଲା କୋଟି ଲାବଣ୍ୟ। ତୁମ ରୂପରଙ୍ଗ କୁ ବର୍ଣ୍ଣନା କରିବାକୁ ମୁଁ ଅସମର୍ଥ। ମୋ ପାଖରେ ଏମିତି ଶବ୍ଦ ନାହିଁ ଯାହା ତୁମ ସୌନ୍ଦର୍ଯ୍ୟକୁ ପରିପ୍ରକାଶ କରି ପାରିବ। ଧୀରେ ଧୀରେ ଆମ ସମ୍ପର୍କର ସେତୁ ମଜବୁତ ହେଉଥିଲା ଦିନକୁ ଦିନ।  ତାପରେ ଆମେ ହଜୁଥିଲେ ଏବଂ ଭିଜୁଥିଲେ ବସନ୍ତର ମଳୟରେ, ଶ୍ରାବଣର ବର୍ଷାରେ, ଶରତର କାକରଭିଜା ସନ୍ଦ୍ୟାରେ। ତାରି ଭିତରେ ଥିଲା ଅନେକ ରାଗ ରୁଷା, ମାନ ଅଭିମାନ ଆଉ ମିଠା ମିଠା କଳହ। ଆମ ଭଲ ପାଇବାର ସାକ୍ଷୀ ଥିଲା ଗାଁ ନଈ କୂଳ, ରାମ ସାହୁର ଜଲଖିଆ ଦୋକାନ, କଲେଜର ଝାଉଁବଣ ଆଉ ଆହୁରି ଅନେକ। ତମେ ବି ଆଦରରେ ମୋ ନାଁ ଦେଇଥିଲ ତପୁ। ତୁମ ମୁହଁରୁ ତପୁ ଡାକ ଶୁଣିଦେଲେ ମୁଁ ବି ଖୁସିରେ ଆତ୍ମହରା ହେଇ ଯାଉଥିଲି।


   କଥାରେ ଅଛି ଦୁଃଖର ବେଳ ଯିବ ଚଞ୍ଚଳ। କିନ୍ତୁ ଆମର ଭାଗ୍ୟରେ ଥିଲା ଠିକ ଓଲଟା। ଆମ ସୁଖର ଦିନ ଖୁବ ଶୀଘ୍ର ସରିଗଲା।ଧୀରେ ଧୀରେ ଆମ କଥା ଜାଣିଲା ସାରା ଦୁନିଆ। ତୁମ ପିତା ମାତା ବି ତାଙ୍କର କର୍ତ୍ତବ୍ୟ କରିବସିଲେ। ଏକ ଅଭାବି ଏବଂ ବେରୋଜଗାର ପିଲାକୁ କିଏ କାହିଁକି ନିଜର କରିବ। ତୁମ ଅନିଚ୍ଛା ସ୍ଵତ୍ତ୍ୱେ ରାଜଧାନୀ ଭୁବନେଶ୍ବରର ଏକ ଭଲ ପ୍ରସ୍ତାବରେ ବିବାହ କରାଇ ଦିଆ ଗଲା ତୁମକୁ। ସେ ସମୟରେ ମୁଁ ଥିଲି ନିରୁପାୟ। ତୁମ ବାପାଙ୍କ ସାମ୍ନା ହେବାର ସାହସ ମୋର ଥିଲା ନା ଥିଲା ବିବାହ କରିବାର ଉପଯୁକ୍ତ ବୟସ। ସମାଜର ପରିନିନ୍ଦାକୁ ଡରି ତୁମେ ବି ରହିଗଲ ନିରବ। ସାତ ଦୀପ, ଆଠ କଳସକୁ ସାକ୍ଷୀ ରଖି ଧରିଥିଲ ଅନ୍ୟର ହାତ। ତା ପରେ ଚାଲିଗଲ ଅନେକ ଦୂରକୁ। ମୋ ଭିତରେ ମୁଁ ଅନୁଭବ କରିଥିଲି ଅସହ୍ୟ ଯନ୍ତ୍ରଣା। ଛାତିକୁ ପଥର କରି ସହିଯାଇଥିଲି ସବୁ ଦୁଃଖ। ଆଉ ଆମ ସଂପର୍କ ହୋଇଥିଲା ସମାପ୍ତ।


   ତୁମେ ଗଲାପରେ ମୋ ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ। ନିଜକୁ ନିଜେ ପଚାରେ ସତରେ କଣ ମତେ ଭୁଲିଗଲ? ମୋ କଥା କଣ ତୁମର ମନେ ପଡୁନି? କେତେ ଦିନ ଯାଏ ମତେ ମନେ ରଖିଥିଲ? ଏମିତି ଅନେକ ପ୍ରଶ୍ନ। ଏହା ଭିତରେ କଟି ଯାଇଛି ଅନେକ ବର୍ଷ। ଅତୀତର ସମସ୍ତ ସ୍ମୁତି ରହିଛି ମୋ ଭିତରେ ଜୀବନ୍ତ। ଶତ ଚେଷ୍ଟା କରି ମଧ୍ୟ ଭୁଲି ପାରିନି ତୁମକୁ।


   କିଛି ଦିନ ତଳେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ସ୍କୁଲ ଜୀବନର ସାଙ୍ଗସାଥି ମାନେ। ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ନିମତ୍ରଣ କରାଯାଇଥିଲା। କଣ ପାଇଁ କେଜାଣି, ମୁଁ ଭାଗ ନେଇ ପାରି ନ ଥିଲି କାର୍ଯ୍ୟକ୍ରମରେ। ତୁମ ସହ ସାମ୍ନା ସାମ୍ନି ହେବାକୁ ନିଜକୁ ପ୍ରସ୍ତୁତ କରି ପାରିଲିନି କାହିଁକି କେଜାଣି? ଆଉ କାହା ସହ ତୁମକୁ ଦେଖିବାକୁ ଏ ମନ ଚାହୁଁ ନ ଥିଲା। ବୋଧେ ଆଜି ପର୍ଯ୍ୟନ୍ତ ମୁଁ ବାସ୍ତବତା କୁ ଗ୍ରହଣ କରି ପାରି ନ ଥିଲି। ଶତ ଚେଷ୍ଟା ସ୍ୱତ୍ତ୍ୱେ ନିଜକୁ ପ୍ରସ୍ତୁତ କରି ପାରିଲିନି ଯିବା ପାଇଁ।


    କାର୍ଯ୍ୟକ୍ରମ ସରିଲା। ସାଙ୍ଗମାନେ କାର୍ଯ୍ୟକ୍ରମର ଫଟ ଚିତ୍ର ପଠାଇ ଥିଲେ ଫେସବୁକରେ। ଅନେକ ଦିନ ପରେ ଫେସବୁକରେ ସମସ୍ତ ସାଙ୍ଗମାନଙ୍କ ସହ ତୁମକୁ ଦେଖିଥିଲି। ସାଙ୍ଗରେ ଥିଲା ଦଶ ବର୍ଷର ପୁଅ।ବିଶେଷ କିଛି ପରିବର୍ତ୍ତନ ଆସି ନ ଥିଲା ତୁମର। ବହୁତ ଖୁସି ହେଲି, ଆଖିରୁ ଝରିଗଲା ଅନେକ ଲୁହ। ନିଜକୁ ହଜେଇ ଦେଲି କେଉଁ ଏକ ଅଜଣା ରାଇଜରେ। ଅତୀତର ହଜିଲା ଦିନ ସବୁ ଆଖି ସାମ୍ନାରେ ଗୋଟି ଗୋଟି ହୋଇ ଦେଖା ଯାଉଥାଏ। ସେଇ ରୂପ, ସେଇ ରଙ୍ଗ ସେଇ ମନଲୋଭା ସ୍ମିତହାସ୍ୟ। ମୋବାଇଲ ଟିକୁ ଛାତି ଉପରେ ରଖି ମୁଁ ତୁମକୁ ଅନୁଭବ କରୁଥିଲି ଖୁବ ନିକଟରୁ। ତୁମର ସ୍ପର୍ଶକୁ ଅନେକ ଦିନ ପରେ ଅନୁଭବ କରୁଥିଲି ଆକାନ୍ତରେ। ଫେରି ଯାଇଥିଲି ଅତୀତକୁ। ତୁମ ସହ ମିଶି କେତେ ହସି ହସେଇଲି। କେତେ କାନ୍ଧି କନ୍ଧେଇଲି। କେବଳ ଚାରିଆଡେ ତମେ ଆଉ ମୁଁ।


 କିଛିଦିନ ପରେ ରାକେଶ ନିକଟରୁ ଜାଣିବାକୁ ପାଇଲି, ତୁମେ ମୋ ବିଷୟରେ ପଚାରୁଥିଲ। ନିଜକୁ ଦୋଷୀ ମନେ କରୁଥିଲି ମନେ ମନେ। ରାଜେଶ ନିକଟରୁ ତୁମ ଏକ ମାତ୍ର ପୁଅର ନାଁ "ତପୁ" ଜାଣିବା ପରେ ବିଶ୍ୱାସ କରି ପାରି ନ ଥିଲି। ସତରେ ସବୁ ଦିନ ପାଇଁ ତୁମେ ଜିତିଗଲ। ଆଉ ମୁଁ, ଏକ ଅଜଣା ଯନ୍ତ୍ରଣା ଛଟପଟ ହେଉଥିଲି। ବୋଧେ ଅଭିମାନିନୀକୁ ଠିକ ଭାବରେ ବୁଝିପାରି ନ ଥିଲି ମୁଁ।




Rate this content
Log in

More oriya story from Seetaram Dash

Similar oriya story from Romance