Srimani Priyadarsini

Romance Inspirational

2.7  

Srimani Priyadarsini

Romance Inspirational

ସମୁଦ୍ର କୂଳର ଝିଅ

ସମୁଦ୍ର କୂଳର ଝିଅ

8 mins
186


  ଦୂର ଆକାଶରେ ସୂର୍ଯ୍ୟ ତାଙ୍କ ମାଆ କୋଳକୁ ଫେରିଯାଉଥିଲେ । ସମୁଦ୍ର କୂଳରେ ସୂର୍ଯ୍ୟାସ୍ତର ଦୃଶ୍ୟ ଖୁବ୍ ମନଲୋଭା । ସୂର୍ଯ୍ୟାସ୍ତ ସମୟରେ ଲାଗୁଥିଲା ସବୁକିଛି ଲାଲ୍ । ଆକାଶ ଓ ସମୁଦ୍ରର ଜଳରାଶି ସୂର୍ଯ୍ୟଙ୍କ ନାଲି ରଙ୍ଗରେ ଦେଖାଯାଉଥିଲା ଲାଲ୍ । ପ୍ରକୃତିର ସେହି ସୁନ୍ଦର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରି ରଖୁଥିଲେ ଫୋଟୋଗ୍ରାଫର ଅନୁରାଗ । ଏବେ ତାଙ୍କର ଫେରିଯିବାର ବେଳ । ହେଲେ ୟେ କଣ ? ତାଙ୍କ ଚାରି ପାଖେ କୌଣସି ବ୍ୟକ୍ତିର ପାଦଚିହ୍ନ । ଅନୁରାଗ ଫଟୋ ଉଠେଇବାରେ ଏତେ ମଗ୍ନ ଥିଲେ ଯେ ତାଙ୍କ ନିକଟକୁ କେହି ଜଣେ ଆସି ଚାଲି ଯାଇଛି ସେ ବିଷୟରେ ସେ ଅଜ୍ଞାତ । କିଏ ହୋଇପାରେ ସେ ? ତାର ଏମିତି ଚାରିପାଖେ ବୁଲିବାର ଅଭିପ୍ରାୟ କଣ ? କିଛି ଦୂରରେ ଧଳା ରଙ୍ଗର ବସ୍ତୁଟିଏ ପଡ଼ି ଥିବାର ଅନୁରାଗଙ୍କ ଆଖିକୁ ଦୃଶ୍ୟମାନ ହେଲା । ସମୁଦ୍ର ତାହାକୁ ତା ସାଥିରେ ନେଇଯିବା ପାଇଁ ମାଡି ଆସୁଥିବା ବେଳେ ଅନୁରାଗ ଦୌଡ଼ି ଯାଇ ସେଇଟିକୁ ନିଜ ହାତରେ ଧରିନେଲେ । ବସ୍ତୁଟି ଥିଲା ଚକ୍ ଚକ୍ କରୁଥିବା ପାଉଁଜି । ଓଃ ! ଏତେ ସୁନ୍ଦର ପାଉଁଜିଟେ ହଜାଇ ତାକୁ ପିନ୍ଧୁଥିବା ଝିଅଟେ ଯେ ମନମାରି ବସିଥିବ । ଦୂରକୁ ଦୂରକୁ ସମୁଦ୍ର ବାଲିରେ ସେଇ ପାଦଚିହ୍ନ ପଡ଼ିଥିଲା, ଶେଷ ଯାଇଁ ହୋଇଥିଲା ଧବୀର ସାହି ନିକଟରେ । 

   

  ଅନୁରାଗ ସେଇ ପାଦଚିହ୍ନର କେତେଟା ଫଟୋ ଉଠାଇଲେ । ଦୂରରେ କେହି ଜଣେ ଯୁବତୀ ମୁଣ୍ଡ ପୋତି ବସିଥିବାର ଦେଖି ତାର ନିକଟକୁ ଗଲେ । ଝିଅଟି ତାଙ୍କୁ ମୁଁହ ଟେକି ଚାହିଁବାରୁ ଅନୁରାଗ ସ୍ମିତ ହସି କହିଲେ ଆରେ ସୁନି ତୁ ? ତେବେ ପୁଣିଥରେ ତୋ ପାଉଁଜି ହଜାଇଲୁ ସେଥିପାଇଁ ପୁଣି ମନମାରି ବସିଛୁ ନୁହେଁ । ସୁନି ମୁଁହ ଫୁଲେଇ କୁହେ ' ହୁଁ ଆପଣ କାହୁଁ ଜାଣିବେ ସେ କଥା ? ମୁଁ ଆପଣଙ୍କ ନିକଟରେ କେତେ ଘେରା ବୁଲି ସାରିଲିଣି ହେଲେ ଆପଣ ତ ଫଟୋ ଉଠେଇବାରେ ବ୍ୟସ୍ତ । ଆପଣ ଜାଣନ୍ତି ମୋର ବିବାହ ଠିକ୍ ହୋଇ ଯାଇଛି, ଆସନ୍ତା ମାସରେ ମୋର ବିବାହ ହୋଇଯିବ । କିନ୍ତୁ ମୁଁ... ଅନୁରାଗ ସୁନିର କଥା ସମ୍ପୂର୍ଣ୍ଣ ହେବାକୁ ନଦେଇ କହିଲେ ହଁ ମୁଁ ଜାଣେ ତୁ ବହୁତ୍ ଖୁସି । ଖୁସି କେମିତି ହେବୁନି ଯେ ତୋତେ ତୋ ମନର ରାଜକୁମାର ମିଳିଛି । ଆଉ ତୋତେ ମଧ୍ୟ ମୁଁ ଗୋଟେ କଥା କହିବି ମୋତେ ମୋ ମନର ମାନସୀ ମିଳି ଯାଇଛି ।

   

  ସୁନି ଫେରି ଯାଇଛି ଧୀଵର ସାହି ତାର ଘରକୁ । ଅନୁରାଗ ରହୁଥିବା ହୋଟେଲକୁ ଫେରି ଆସିଛନ୍ତି, ତାଙ୍କ ମନର ମାନସୀ ସ୍ମିତା ସହିତ ଫୋନରେ କିଛି ସମୟ କଥା ହୋଇ ବିଶ୍ରାମ କରିଛନ୍ତି । ତହିଁ ଆରଦିନ ସକାଳୁ ଅନୁରାଗଙ୍କ ନିଦରୁ ଉଠିବା ପୂର୍ବରୁ ହୋଟେଲ ବୟ ସୁନି ହୋଟେଲ ବାହାରେ ତାଙ୍କ ଅପେକ୍ଷାରତ ବୋଲି କହି ଦଶଥର କବାଟ ବାଡ଼େଇ ଯାଇ ସାରିଲାଣି । ଆଖି ମଳି ମଳି ଅନୁରାଗ ହୋଟେଲ ବାହାରକୁ ଯାଇ ଦେଖନ୍ତି ସୁନି ହସି ହସି ତାଙ୍କୁ ଚାହିଁଛି । ଅନୁରାଗ ମନେ ମନେ ସୁନି ଉପରେ ରାଗି କହୁଥିଲେ ' ଏ ଝିଅଟାର ସମୟ ଜ୍ଞାନ କିଛି ନାହିଁ ନା କଣ ? ଏତେ ସକାଳୁ ସାଥିରେ ଖାଦ୍ୟ ପଦାର୍ଥ ଧରି ଚାଲି ଆସିଛି ।' ଅଭିନବ ସୁନି ନିକଟକୁ ଆସିବା ମାତ୍ରେ ସୁନି ତା ସାଥିରେ ଆଣିଥିବା ପିଠା ମିଠା ଅନୁରାଗଙ୍କ ହାତକୁ ବଢାଇ ଦେଲା । ଅନୁରାଗ ସୁନିକୁ ଚାହିଁଲେ ଚାହୁଁ ଚାହୁଁ ତା ଆଖି ନିକଟରେ ଅଟକିଗଲେ । ସୁନି ଚୁଟକି ମାରିବାରୁ ଅନୁରାଗ ପ୍ରକୃତିସ୍ଥ ହେଲେ । ' ବାବୁ ମୋ ଗୋଡ ଠାରୁ ମୁଣ୍ଡ ଯାଏଁ ଏମିତି କିଆଁ ଦେଖୁଛ ଯେ ଯେପରିକି ମୋତେ କେବେ ଦେଖିନାହଁ । ବାବୁ ଆଜି ମୋ ଜନ୍ମଦିନ ସେଥିପାଇଁ ପିଠା ମିଠା ଆପଣଙ୍କ ପାଇଁ ନେଇ ଆସିଥିଲି । ମୁଁ ନିଜେ ବନାଇଛି ମ ଖରାପ ହୋଇଛି ବୋଲି କେବେ କହିବେନି, ନହେଲେ ମୁଁ ଆଉ କଥା ହେଵିନି କହିଦେଲି । ଆଉ ହଁ ଆପଣଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥିବାରୁ ମୁଁ ଦୁଃଖିତ ।' ସୁନିର ଯିବା ବାଟକୁ ଘଡ଼ିଏ ଚାହିଁ ରହିଲେ ଅନୁରାଗ । ବୋଧହୁଏ ସେ କୌଣସି ଏକ ଝିଅର ଯିବା ଦୃଶ୍ୟକୁ ପ୍ରଥମ ଥର ଚାହିଁ ରହିଥିଲେ । ଅନୁରାଗଙ୍କ ପ୍ରେମିକା ସ୍ମିତାର ଫୋନ୍ ଆସିବାରୁ ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇ ହୋଟେଲ ଚାଲିଗଲେ । 

   

  ଅନୁରାଗଙ୍କ ରହଣି କାଳ ସରିଆସୁଛି । ସମୁଦ୍ର କୂଳରେ ଉଠାଇଥିବା ସୂର୍ଯ୍ୟାସ୍ତର କିଛି ଦୃଶ୍ୟ ତା ସହ କିଛି ବିହଙ୍ଗମ ବସାକୁ ବାହୁଡା଼ ବେଳର ଦୃଶ୍ୟ ପାଇଁ ବେଷ୍ଟ ଫୋଟୋଗ୍ରାଫର୍ ଅଫ ଓଡ଼ିଶା ପୁରସ୍କାର ପାଇଁ ତାଙ୍କୁ ଫେରିଯିବାକୁ ପଡିବ ଭୁବନେଶ୍ୱର । ମୁମ୍ବାଇ ରୁ ତାଙ୍କ ପ୍ରେମିକା ସ୍ମିତା ମଧ୍ୟ ଆସୁଛନ୍ତି । ଅନୁରାଗ ସୁନିକୁ ସାଥିରେ ନେବା ପାଇଁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ନୁହେଁ ବୋଲି ଭାବିଲେ । ଯଦିଓ ସୁନି ଶିକ୍ଷିତା ଥିଲା କିନ୍ତୁ ତାର ପରିବାର ଲୋକ ତାକୁ ସହରକୁ ଏକେଲା ଛାଡ଼ିବା ପାଇଁ ଅରାଜି ହୋଇଥାନ୍ତେ । ଫଟୋ ଉଠା କାର୍ଯ୍ୟରେ ଏତେ ସାହାଯ୍ୟ କରିଥିବା ସୁନି ତାଙ୍କ ପୁରସ୍କାର ଗ୍ରହଣ ଉତ୍ସବରେ ଅନୁପସ୍ଥିତ ରହିବା ଭାବି ଅଭିନବ ମନଦୁଃଖ କରି ଚାଲିଯାଇଥିଲେ ଭୁବନେଶ୍ୱର । ତାଙ୍କ ପରିବାର ସହ ଅନେକ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ପ୍ରେମିକା ସ୍ମିତା ଉପସ୍ଥିତ ଥିଲେ ହେଁ ତାଙ୍କ ସହ ଆସିଥିବା ଅନ୍ୟ ଜଣେ ପୁରୁଷ ସହ ଏତେଟା ମିଶା ମିଶି ତାଙ୍କୁ ପସନ୍ଦ ହେଉନଥିଲା । ବେଷ୍ଟ ଫୋଟୋଗ୍ରାଫର୍ ପୁରସ୍କାର ପାଇ ସାରିବା ପରେ ସ୍ମିତାଙ୍କୁ ଭେଟିବା ସମୟରେ ତାଙ୍କର ଅନ୍ୟ ପୁରୁଷ ସହ ଏତେ ମିଶିବା ତାଙ୍କର ପସନ୍ଦ ନୁହେଁ ବୋଲି ସିଧା ସିଧା କହିଦେଲେ । ଏଇ କଥାକୁ ନେଇ ସ୍ମିତା ଓ ଅନୁରାଗଙ୍କ ମଧ୍ୟରେ ପ୍ରତିଦିନ ଯୁକ୍ତି ତର୍କ ଲାଗି ରହିଲା । ଶେଷରେ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ସ୍ମିତା ମଧ୍ୟ ଶେଷରେ ସେହି ପୁରୁଷ ଜଣଙ୍କୁ ପ୍ରେମ କରନ୍ତି ବୋଲି ସତ ମନିନେଲେ । 

   

  ରାତ୍ରଦିନ ଅନୁରାଗଙ୍କ ଆଖିରୁ ଲୁହ ଝରୁଥିଲା । ଏତେ ଭଲ ପାଉଥିବା ଝିଅଟି ଯେତେବେଳେ ତାଙ୍କୁ ଧୋକା ଦିଏ କେମିତି ବା ସହିବେ ସେ ? ଅନୁରାଗଙ୍କ ମାଆ ରେଖା ଦେବୀ ତାଙ୍କୁ ଅନେକ ବୁଝାଇବାକୁ ଲାଗି ପଡ଼ିଲେ । ଅନୁରାଗ ପ୍ରତି ମୁହୂର୍ତ୍ତରେ ଦୁର୍ବଳ ହୋଇ ପଡୁଥିବାରୁ ତାଙ୍କ ମାଆ ତାଙ୍କୁ କହିଥିଲେ ' ଜାଣେ ସେ ଝିଅ ବୋଧହୁଏ ତୋ ପାଇଁ ଉପଯୁକ୍ତ ନଥିଲା । ବୋଧହୁଏ ଈଶ୍ୱର ତୋ ଭାଗ୍ୟରେ ସେ ଝିଅଟିର ନାଁ ଲେଖିନଥିଲେ । ଜାଣୁ ତୁ ଛଅ ବର୍ଷର ଥିବା ସମୟରେ ତୋ ବାପାଙ୍କ ବନ୍ଧୁଙ୍କ ଝିଅ ସହିତ ଖୁବ୍ ଖେଳୁଥିଲୁ । ଦୁହେଁ ଦୁହିଙ୍କୁ ଛାଡ଼ିବାକୁ ନାରାଜ ଥିଲ । ତୁମ ଦୁହିଁଙ୍କୁ ଦେଖି ତୋ ବାପା ଆଉ ତାଙ୍କ ବନ୍ଧୁ ତୁମ ଦୁଇ ଜଣଙ୍କ ବିବାହ କରାଇ ତାଙ୍କ ବନ୍ଧୁତାକୁ ଆଗକୁ ବଢ଼ାଇବା ପାଇଁ ଚାହୁଁଥିଲେ । ହାୟରେ ବିଧାତା, କି ଦୁଃସମୟ ଥିଲା ସେହିଦିନ ! ରଥଯାତ୍ରା ଦେଖି ପୁରୀ ଯାଇଥିବା ସମୟରେ ଭିଡ଼ରେ ସେଇ କଣ୍ଢେଇ ରାଣୀ ହଜିଗଲା । ଅନେକ ଦିନ ଖୋଜା ଖୋଜି ପରେ ମଧ୍ୟ ତାର ଠିକଣା ମିଳିଲା ନାହିଁ । ତାର ସେହି ମୁରୁକି ହସ ପାଉଁଜି ପ୍ରତି ଖୁବ୍ ଲୋଭ ମୋର ଆଜି ମନେ ପଡ଼ିଯାଏରେ ବାପା ।' ଏତକ କହି ଅନୁରାଗଙ୍କ ମାଆ ତାଙ୍କ ଆଖିରୁ ଲୁହ ପୋଛିଲେ । ଗୋଟିଏ ପଟ ଛୋଟ ପାଉଁଜି ଅବି ଅନୁରାଗ ହାତକୁ ବଢାଇ ଦେଇ କହିଲେ ' ନେ ରେ ବାପା, ସେଇ ଟିକି ଝିଅର ସ୍ମୃତିରେ ଏଇ ପଟ ପାଉଁଜି ତା ମାଆ ନିକଟରୁ ଆଣିଥିଲି । ସେ ଆଜି ଥିଲେ ମୋ ବୋହୁ ନିଶ୍ଚୟ ହୋଇଥାନ୍ତା । 

   

  ଅନୁରାଗ ପାଉଁଜି ଟିକୁ କିଛି ସମୟ ଚାହିଁଲେ । ତାଙ୍କର ଝାପସା ମନେ ପଡ଼ୁଥିଲା ପିଲାଦିନେ ଭେଟିଥିବା ସେଇ ଛୋଟ ଝିଅଟିର ମୁହଁ । ଠିକ୍ ଏତିକି ବେଳେ ତାଙ୍କର ମନେ ପଡ଼ିଲା ସୁନିର ବାହାଘର କଥା । ଆଉ ମାତ୍ର ଦୁଇଦିନ ପରେ ତାର ବାହାଘର । ରେଖା ଦେବୀଙ୍କୁ କହି ଉଠିଲେ ' ମାଆ ଚାଲ ଆମେମାନେ ପୁରୀ ଯାଇ ବୁଲି ଆସିବା । ଆଉ ହଁ ବାପାଙ୍କ ବନ୍ଧୁଙ୍କୁ ମଧ୍ୟ ଜଣାଇ ଦିଅ । ସେମାନେ ମଧ୍ୟ ଆମ ସହ ପୁରୀ ଯିବେ । ରେଖା ଦେବୀ ମଧ୍ୟ ଅନୁରାଗ ଟିକିଏ ବୁଲାବୁଲି କଲେ ଭଲ ଲାଗିବ ବୋଲି ସଙ୍ଗେସଙ୍ଗେ ରାଜି ହୋଇଗଲେ । ଦୁଇଦିନ ପରେ ଅନୁରାଗ ସମସ୍ତଙ୍କୁ ସାଥିରେ ନେଇ ପୁରୀ ବୁଲିଗଲେ । ଧବୀର ସାହି ସୁନି ଘର ନିକଟକୁ ଯାଇ ଅନୁରାଗ ଦେଖିଲେ ବିବାହର କୌଣସି ଆୟୋଜନ ନାହିଁ । କଣ କିଛି ଅସୁବିଧା ହୋଇ ଯାଇଛି କି ? ଘର ଭିତରୁ ସୁନିର ମାଆ ଆସି ଅନୁରାଗଙ୍କ ହାତକୁ ଏକ ଚିଠି ବଢେଇ ଦେଇ କୁହନ୍ତି ସୁନି କହି ଯାଇଛି ଏଇଟି ଆପଣଙ୍କୁ ଦେବା ପାଇଁ । ଅନୁରାଗ ଚିଠି ଖୋଲି ପଢନ୍ତି ସୁନି ଲେଖିଥିଲା ' ବାବୁ ମୁଁ ଜାଣେ ଆପଣ ଆଜି ନିଶ୍ଚୟ ଆସିବେ । କିନ୍ତୁ ବାବୁ ମୁଁ ଆପଣଙ୍କୁ ମିଛ କହିଥିଲି, ଆଜି ମୋ ବାହାଘର ନୁହେଁ । ମୋ ବିବାହ କଥା ଶୁଣି ଆପଣଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚାହୁଁ ଥିଲି। ଆପଣ ବହୁତ୍ ଖୁସି ହେଲେ, ଆପଣ ମଧ୍ୟ ଅନ୍ୟ ଜଣଙ୍କୁ ପ୍ରେମ କରନ୍ତି ବୋଲି କହିଲେ । ହେଲେ ମୁଁ ମୁଁ ଯେତେବେଳେ ମୋ ମନର ମନର ମଣିଷ ବାଛି ନେଇଥିଲି, ଜଣକୁ ଖୁବ୍ ଭଲ ପାଉଥିଲି । ତାକୁ ଛାଡି ଅନ୍ୟ କାହାକୁ କିପରି ବିବାହ କରିଥାନ୍ତି ଯେ ? ଆପଣ ଜାଣନ୍ତି ମୋ ମନର ମଣିଷ କିଏ ? ସେ ଆପଣ ! ଗରିବ ଝିଅଟେ ମୁଁ ଆପଣଙ୍କୁ ଭଲ ପାଇବା ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ସହ ସମାନ । ଆପଣଙ୍କ ଜାତି ଅପେକ୍ଷା ଆମ ଜାତି ଖୁବ୍ ଛୋଟ । ଆମର ବିବାହ କରିବା ଦୂରର କଥା ପ୍ରେମ କରିବା ବି ସମ୍ଭବ ନୁହେଁ । ଆପଣଙ୍କ କିଛି ସ୍ମୃତି ନେଇ ମୁଁ ବଞ୍ଚିବି ସାରା ଜୀବନ, ସେତିକି ହିଁ ମୋ ପାଇଁ ଯଥେଷ୍ଟ । ଏବେ ଏଇ ସମୁଦ୍ର, ଏଇ ବେଳାଭୂମି, ଏଇ ନିର୍ଜନତା ହିଁ ମୋର ସାଥୀ । ଇତି ~ସୁନି~

   

  ଚିଠିଟି ପଢି ସାରିବା ପରେ ଅନୁରାଗ ସୁନି ଏବେ କେଉଁଠି ବୋଲି ତାର ମାଆଙ୍କୁ ପଚାରିଲେ । ସୁନିର ମାଆ କହିଲେ ବାବୁ ଆପଣ ତ ଜାଣନ୍ତି ସେ ଅଧିକାଂଶ ସମୟ ସମୁଦ୍ର ନିକଟରେ ହିଁ ଥାଏ, ସେଠାରେ ହିଁ ଥିବ । ଏତକ ଶୁଣି ଅନୁରାଗ ସମୁଦ୍ର ନିକଟକୁ ଧାଇଁଗଲେ । ସତକୁସତ ସୁନି ସେଠାରେ ଏକେଲା ବସି ଓଦାବାଲିରେ କଣ ଗାରେଇ ଚାଲିଥାଏ । ଅନୁରାଗ ଦୁଇଥର ଡାକିଲେ ସୁନି..ସୁନି... । ସୁନିର କୌଣସି ଉତ୍ତର ନାହିଁ । ଶେଷରେ ଅନୁରାଗ ସୁନି ନିକଟକୁ ଯାଇ ତାର କାନ୍ଧରେ ହାତ ରଖିଲେ, ସୁନି ଏଥର ବୁଲି ପଡ଼ି ଅନୁରାଗଙ୍କୁ ଚାହିଁଲା । ଚକ୍ଷୁ ଯୁଗଳ ତାର ଲୋତକପୂର୍ଣ୍ଣ, ସେ ଆଖି ଦୁଇଟି ଯେପରି ଅନୁରାଗଙ୍କୁ କିଛି କହିବାକୁ ଚାହୁଁ ଥିଲା । ଅନୁରାଗଙ୍କୁ ଦେଖି ସୁନି ଆଖିରୁ ଲୁହ ସବୁ ଧାର ଧାର ହୋଇ ଗଡି ଚାଲିଲା । ଅଭିନବ ନିଜ ହାତରେ ସୁନିର ଲୁହ ସବୁ ପୋଛି କହିଲେ ' ମୁଁ ଜାତି ଧର୍ମ କିଛି ବି ମାନେନା ସୁନି, ହଁ ମୁଁ ତୋତେ ଭଲପାଏ । ତୋତେ ବିବାହ କରିବାକୁ ଚାହେଁ । ଏ ଦୁନିଆରେ ତୁ କେବଳ ମୋ ପାଇଁ ଗଢା । ତୁ ଅଛୁ ବୋଲି ଏ ନିର୍ଜନତା ଭରା ବେଳାଭୂମି ମୋତେ ଖୁବ୍ ଭଲ ଲାଗେ । ଖୁବ୍ ଭଲ ଲାଗେ ମୋତେ ଏଇ ପୃଥିବୀ ।'

   

  ଦୁହେଁ ନୂତନ ପ୍ରେମପକ୍ଷୀ ସାଜି ଭବିଷ୍ୟତ କଥା ଭାବୁଥିବା ସମୟରେ ଅନୁରାଗଙ୍କୁ ଖୋଜି ଖୋଜି ତାଙ୍କ ପରିବାର ଓ ଅନ୍ୟ ସମସ୍ତେ ଆସି ସମୁଦ୍ର କୂଳରେ ପହଞ୍ଚିଲେ । ଅନୁରାଗ ସହ ଏକ ଝିଅକୁ ଦେଖି ଅନୁରାଗଙ୍କ ବାପା କିଛି କହି ଆସିବା ପୂର୍ବରୁ ଅନୁରାଗ ପିତାଙ୍କ ବନ୍ଧୁପତ୍ନୀ ମୀନା ଦେଵୀ ସୁନି ନିକଟକୁ ଦୌଡ଼ି ଯାଇ କହି ଉଠିଲେ ସେଇ ଆଖି ! ସେଇ ହସ..ତୁ ମୋ ଝିଅ ମୋ ଅଭିପ୍ସା ତୁ ! ମୀନା ଦେବୀଙ୍କ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଅନୁରାଗଙ୍କ ମାଆ ମଧ୍ୟ କହିଲେ 'ମାଆ ସିନା ଜାଣେ ତାର ସନ୍ତାନ କିଏ ! ଏ ହିଁ ଅଭିପ୍ସା , ଯିଏକି ତିନି ବର୍ଷର ଥିବା ବେଳେ ହଜି ଯାଇଥିଲା ଠିକ୍ ଏଇଠି । 

   

  ସମୁଦ୍ର କୂଳର ଝିଅ ସୁନିକୁ ବଡ଼ବଡ଼ିଆ ବାବୁ ମାନେ ନିଜ ଝିଅ କହିବା ଖବର ପାଇ ଧବୀର ସାହିର ଅନେକ ଲୋକ ରୁଣ୍ଡ ହୋଇଗଲେ । ଅଭିପ୍ସା(ସୁନି)କୁ ପାଇ ପାଳିଥିବା ତାର ପାଳିତ ପିତା ମଧ୍ୟ ଅଶ୍ରୁପୂର୍ଣ୍ଣ ନୟନରେ କୁହନ୍ତି ' ଆଜ୍ଞା ସତ ଏ ଆପଣଙ୍କର ଝିଅ । ମୁଁ ତାକୁ ଛୋଟ ବେଳେ ରଥ ଯାତରାରେ ଏକୁଟିଆ କାନ୍ଦୁଥିବା ସମୟରେ ପାଇଥିଲି । ତାର ପିତାମାତା କିଏ ଅନେକ ଖୋଜା ଖୋଜି ପରେ କିଛି ଖବର ନ ପାଇବାରୁ ତାକୁ ନିଜ ଝିଅ ପରି ପାଳିଛୁ । ଆଉ ହଁ ସେ ଆମର ପ୍ରକୃତ କନ୍ୟା ନୁହେଁ ବୋଲି ସେ ଆଜି ଯାଏଁ ମଧ୍ୟ ଜାଣେନି ।

   

  ସୁନିର ଆଖି ଛଳଛଳ ହୋଇ ଆସୁଥିଲା । ସମସ୍ତ ପିଲାମାନେ ତାକୁ ଛାଡ଼ିବାକୁ ନାରାଜ ଥିଲେ । କିନ୍ତୁ ତାକୁ ଯିବାକୁ ହେବ । ଅନେକ ବର୍ଷ ତାର ପରିବାର ଠୁ ଦୂରେଇ ରହିବା ପରେ ତାର ପ୍ରକୃତ ପରିବାର ସହ ତାକୁ ରହିବାକୁ ହେବ । ସମସ୍ତଙ୍କ ଆଖିରେ ଲୁହ । ସୁନି ଚାଲିଯାଇଥିଲା, ସୁନି ଚାଲିଗଲା ବୋଲି ସମୁଦ୍ର ମଧ୍ୟ ଘୋର ଗର୍ଜନ କରି ତାର ମନର ଦୁଃଖ ପ୍ରକାଶ କରୁଥିଲା । 

   

  କିଛି ମାସ ଅନ୍ତେ ତାର ବିବାହ ହୋଇଛି ଅନୁରାଗଙ୍କ ସହ । ବିବାହ ଭୋଜିରେ ଅନେକ ଅତିଥି ଥିବା ସତ୍ତ୍ୱେ ତାର ଆଖି ଖୋଜୁଥିଲା ଅନ୍ୟ କେଉଁ ମାନଙ୍କୁ । କିଛି ସମୟ ପରେ ସେହିମାନେ ଆସି ପହଁଚିଲେ । ସେମାନେ ଆଉ କେହି ନଥିଲେ ଥିଲେ ଧୀବର ସାହିର ଲୋକମାନେ ଏବଂ ସୁନିକୁ ପାଳିଥିବା ତାର ପାଳିତ ପିତାମାତା । ସେମାନଙ୍କ ଆସିବା ଦେଖି ସୁନି ଖୁବ୍ ଖୁସି ହୋଇଗଲା । ଏହାପରେ ସମସ୍ତ ଅତିଥି ମାନଙ୍କ ଗହଣରେ ଅନୁରାଗଙ୍କ ପିତା ଘୋଷଣା କରନ୍ତି ଯେ ଆଜିଠାରୁ ତାଙ୍କ ଠିକଣା ଭୁବନେଶ୍ୱର ନୁହେଁ ପୁରୁଷୋତ୍ତମ କ୍ଷେତ୍ର ପୁରୀ । ଏହା କେବଳ ଆଉ କେବଳ ହିଁ ମୋର ବୋହୁ ଅଭିପ୍ସା ଅତି ଆଦରର ସମୁଦ୍ର କୂଳର ଝିଅ ସୁନି ପାଇଁ । ଏତକ ଶୁଣି ସୁନି ଖୁସିରେ କାନ୍ଦି ପକେଇଲା । ଶ୍ରୀକ୍ଷେତ୍ରର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏପରି ସୁନ୍ଦର ପରିବାର ଦେଇଥିବାରୁ ପ୍ରଣାମ କଲା ।



Rate this content
Log in

Similar oriya story from Romance