Srimani Priyadarsini

Romance Action Others

4.5  

Srimani Priyadarsini

Romance Action Others

ଜୀବନ ସାଥି

ଜୀବନ ସାଥି

3 mins
327



         ବେଳେବେଳେ ସାଥୀ ବିନା ଭାରି ଏକା ଲାଗେ ଜୀବନ। ମନ ଖୋଜେ ଆଉଗୋଟେ ମନ। ଇଚ୍ଛା ହୁଏ ସାଥୀଟିଏ ମିଳିଯାଆନ୍ତା କି। ଜୀବନ ତା ବାଟରେ ଚାଲିବା ଭିତରେ କିଛି ଲୋକଙ୍କୁ ଜୀବନ ସାଥୀ ମିଳିଯାଏ। ତ ଆଉ କିଛି ଲୋକ ବିଭିନ୍ନ ଉପାୟରେ ସାଥୀଟି ଖୋଜିଥାନ୍ତି। ରେଖା ମଧ୍ୟ ସେଇଆ ଭାବୁଥାଏ ଯେ ତା ଜୀବନସାଥି କିପରି ହୋଇଥିବେ ।

      ଘର ବାହାରୁ ମା ଙ୍କ ଡାକ ଶୁଣିଲା ରେଖା । "ଆଲୋ ଶୀଘ୍ର  ରେଡି ହୋଇଯା, ଆଉ କିଛି ସମୟ ପରେ ପୁଅ ଘର ଲୋକ ଆସୁଛନ୍ତି, ସେଠି ବସି ଭାବୁଛୁ କଣ ?" ଧଡପଡ ହୋଇ ଠିଆ ହୋଇଗଲା ରେଖା, ଏଇନେ ରୂପା କୁ ଫୋନ କରିବାକୁ ପଡ଼ିବ କାରଣ ସେ ସଜବାଜ କଣ ଶାଢ଼ୀ ପିନ୍ଧି ବି ଭଲ ସେ ଜାଣିନି । ବିଳମ୍ବ ନ କରି ରୂପା କୁ ଫୋନ ଲଗେଇଲା ରେଖା ।

    "ଆଚ୍ଛା ଆଚ୍ଛା !!" ହଉ ହେଲା ହେଲା ଝିଅଟି ବିଷୟରେ ଜାଣିଲୁ, ଏଥର  ଝିଅ କୁ ଡାକ ବୋଲି ପୁଅ ର ବାପା ରେଖା ର ବାପା ଙ୍କୁ କହିଲେ । ଏହା ପରେ ରୂପା ଆଉ ରେଖା ର ମା ରେଖା କୁ ନେଇ ଆସନ୍ତି ।

      ହଳଦି ରଙ୍ଗ ର ଶାଢ଼ୀ କୁ ନାଲି ରଙ୍ଗ ର ଓଠ ଆଉ କଜଳପତିଆ ଆଖି ଦୁଇଟି । କି ସୁନ୍ଦର୍ ଦେଖାଯାଉଥିଲା ସେ !! ସତେ ଯେମିତି ସ୍ଵର୍ଗର ପରି ଟିଏ ।
ରୂପା କୁ ମନେ ମନେ ତାରିଫ କରୁଥାଏ ରେଖା । ପୁଅ ଘର ଲୋକ ରେଖା କୁ ବହୁତ୍ କଥା ପଚାରି ଦେଇ ଯାଆନ୍ତି । ଝିଅ ଦେଖା ଶେଷ ହେଲା । ରେଖା ମନେ ମନେ ଡରୁଥାଏ, କାଳେ ସେ ପୁଅ ଘର ଲୋକ ଙ୍କୁ ପସନ୍ଦ ଆସିବନି ।

    ଏହି ସମୟ ପରେ ରେଖା ର ବାପା ହସି ହସି କୁହନ୍ତି, " ଆରେ ରେଖା ବୋଉ ଦେଖ, ଏକା ଥରକେ ଝିଅ କୁ ମୋର ପସନ୍ଦ କରିଦେଇ ଗଲେ" । ପୁଅ ରାଜା ବି ବହୁତ୍ ଭଲ, ଭଲ ଚାକିରୀ କରୁଛି । ହେଲେ ଝିଅ ଦେଖିବାକୁ ତା ପାଖେ ସମୟ ନାହିଁ । ତା ବାପା ଙ୍କୁ କହିଛି ବାପା ଆପଣଙ୍କର ପସନ୍ଦ ତ ମୋର ମଧ୍ୟ ପସନ୍ଦ" । ଏହି ସବୁ କଥା କବାଟ ପଛ ପଟେ ଥାଇ ଶୁଣୁ ଥାନ୍ତି ରେଖା ଆଉ ରୂପା । ରେଖା କୁ ଚିଡ଼େଇ ଦେଇ ରୁପା ଚାଲିଯାଏ ତାଙ୍କ ଘରକୁ ।

    ପୁଣି ଭାବନା ରେ ବୁଡ଼ି ଯାଏ ରେଖା । ପୁଅ ପାଖେ ଝିଅ ଦେଖିବା ପାଇଁ ସମୟ ନାହିଁ ୟାର ଅର୍ଥ କଣ ହୋଇପାରେ । ରାଜା ଙ୍କୁ ଯଦି ମୁଁ ପସନ୍ଦ ନ ହେବି , ଅଥବା ରାଜାଙ୍କ ଯଦି କାହା ସହ ସମ୍ପର୍କ ଥିବ ସେଥିପାଇଁ ମନା କରୁଛନ୍ତି । ଏହିପରି ଭାବି ଭାବି କେତେ ବେଳେ ଶୋଇପଡିଥାଏ ସେ, ଏବଂ ସକାଳୁ ଉଠିକି ମା ର ସେଇ କଥା ଜଲ୍ଦୀ ଉଠିକି ଆସିଲୁ ରୋଷେଇ ଶିଖିବୁ, ଏମିତି ଶୋଇଲେ ଆଉ ହବନି ବୁଝିଲୁ । କେଜାଣି କାହିଁକି ମା ଆଗରୁ କିଛି ଶିଖାଇ ନଥିଲା ଏବେ ବାହା ଘର ବେଳେ ବାଇଗଣ ରୁଆ ଭଳି କଥା କହୁଛି ।

    ଖୁବ୍ କମ୍ ସମୟରେ ସବୁ ଶିଖି ଯାଏ ରେଖା, ଶାଢ଼ୀ ପିନ୍ଧା ମଧ୍ୟ । ହେଲେ ତା ମନରେ ଗୋଟିଏ କଥା ରାଜାଙ୍କୁ ପସନ୍ଦ ହେବି କି ନାହିଁ । ସେ କଣ ପାଇଁ ମୋତେ ଦେଖିବାକୁ ଆସୁ ନାହାନ୍ତି ଯେ, ଲାଜକୁରା କୋଉଠିକାର....!
   

    ରେଖା ର ବାହା ଘର ଦିନ ଆସିଲା । ସବୁ କିଛି ସୁରୁଖୁରୁ ରେ ହୋଇଗଲା । ବାପ ଘରୁ ବିଦାୟ ଦେଇ ଶାଶୁ ଘରକୁ ଆସିଲା । ଏପଟେ ଶାଶୁଘରେ ନଣନ୍ଦ, ଭାଉଜ ସବୁ ଥଟ୍ଟା ମଜା କରୁ ଥାଆନ୍ତି ରେଖା ସହ । ହେଲେ ସେ ତ ନିଜେ ଲାଜକୁରୀ ଟେ, ଥରେ ହେଲେ କାହା ମୁହଁ କୁ ଚାହୁଁ ନଥିଲା । ଆଉ ସ୍ବାମୀ ମୁହଁ କୋଉ ଦେଖିବ ଯେ । କେହି ଜଣେ ନଣନ୍ଦ କହୁ ଥିବାର ଶୁଣିଲା, " ଆରେ ଏତେ ଲାଜ କଲେ କେମିତି ହବ ଯେ, ରାଜା ଭାଇ ଲଜକୁରା କୁ ତମେ ମଧ୍ୟ ଲାଜ କୁରି ଟେ ସତେ ।"

      ହଁ ତ, ସେ ଯାହା ଭାବୁଥିଲା ସତେ କି ସେ ଏତେ ଲାଜ କରନ୍ତି ହେ ହେ...!ଚର୍ତୁଥୀ ରାତି, ଡରୁଥାଏ ସେ ସେ କେମିତି ହୋଇଥିବେ ରାଗି ହୋଇଥିବେ କି?? ହୁଏତ ହୋଇପାରନ୍ତି । କେଜାଣି ପସନ୍ଦ ହେବି କି ନାହିଁ ।  ଏହା ପରେ ଦେଖିଲା ରାଜା ଙ୍କୁ ଭାଉଜ ମାନେ ଥଟ୍ଟା କରି ତା ପାଖକୁ ଆଣୁ ଥାଆନ୍ତି । ସେ ପାଖରେ ଦେଖି ବେଶି ଡରି ଯାଏ । କଣ କହିବେ, କେମିତିକା ହୋଇଥିବେ ।

    ଏ ଭାଉଜ ଆଉ ଭଉଣୀ ସବୁ ରଖେଇ ଦେଲେନି ଆଜି । କେତେ ନା କେତେ  ଚିଡେଇଛନ୍ତି ଆଜି । ରାଜା ଙ୍କ କଥା ଶୁଣି ଫୁର୍ କିନା ହସି ଦିଏ ରେଖା । "ତମେ ବି ନା, ହସୁଛ ।" ଏହା ପରେ ରେଖା ଆଉ ରାଜା ଚୁପ୍ ।

      କିଛି ସମୟ ନିରବତା ପରେ ରାଜା କହିବାକୁ ଆରମ୍ଭ କରେ, "କିଛି ଖରାପ ଭାବିବନି ତମକୁ ଦେଖିବାକୁ ଯାଇନି ବୋଲି । ତା ମାନେ ନୁହଁ ଯେ ମୋର ତମ ଉପରେ ଇଚ୍ଛା ନଥିଲା । ଆଉ ହଁ ଭାବିବନି ମୁଁ କାହା ସହିତ ସମ୍ପର୍କ ରେ ଥିଲି । ତମେ ହିଁ ମୋର ପ୍ରଥମ, କାମ ବସ୍ତ୍ୟତା ହେତୁ ବାପା ଙ୍କୁ କହି ଦେଇ ଥିଲି ତମ ପସନ୍ଦ ତ ମୋ ପସନ୍ଦ"। କାରଣ ମୁଁ ଜାଣିଛି ମୋ ବାପ ଙ୍କ ପସନ୍ଦ ସବୁ ଭଲ ଆଉ ତମେ ହିଁ ତମେ ମଧ୍ୟ ବହୁତ୍ ଭଲ ହୋଇଥିବ" ।

   ଏହା କହି ରେଖା ମୁଣ୍ଡ ଉପରୁ ଓଢଣା ଟେକି ରେଖା କୁ ଦେଖେ କୁହେ, "ସତରେ ମୋ ବାପା ଙ୍କ ପସନ୍ଦ ଖୁବ୍ ସୁନ୍ଦର । ଏତେ ସୁନ୍ଦର ଝିଅ ପୁଣି ଏତେ ଭଲ ଗୁଣର ଜାଣିଛି ପରିବାରଠାରୁ । ଆଉ ଗୋଟେ କଥା କହିବି ମୁଁ ଗୋଟେ ପୁଅ ଯିଏ ଜୀବନ ରେ କେବେ ପ୍ରେମ କରିନଥିଲା । ବାହାଘର ପରେ ପ୍ରଥମ ଦେଖା ରେ  ତୁମ ସହ ଲଭ୍ ହୋଇଗଲା ।" ଏହା ପରେ ରାଜା ଓ ରେଖା ହସିବାକୁ ଲାଗନ୍ତି । ଆଉ ଆଗାମୀ ଦିନ ପାଇଁ ସ୍ବପ୍ନ ଦେଖନ୍ତି ।

                                

   
  

    




Rate this content
Log in

Similar oriya story from Romance