STORYMIRROR

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Classics Inspirational Others

3  

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Classics Inspirational Others

ସେ ଜଣେ ନାରୀ

ସେ ଜଣେ ନାରୀ

1 min
224


ସେ ଜଣେ ନାରୀ

ସେ ନିରୀହା ବି , ନିଷ୍ପାପ ବି 

ଅବଳା ବି ଦୁର୍ବଳା ବି

ହେଲେ, ସେ ବି ସାଜିପାରେ

ପାପର ବିନାଶ ପାଇଁ 

ଦୁର୍ଗତିନାଶିନୀ ଦୁର୍ଗା ।

ସେ ବି ଝଡିଯାଏ

ଗଙ୍ଗଶିଉଳି ଟିଏ ପରି 

ନିଜ ବାସ ଚହଟାଇ

ହେଲେ, ସେ ବି ଶୋଭା ପାଏ

ଦେବତା ମଥାରେ ଓ ସମାଜ ଗହଣରେ 

ସେ ନୁହଁ କଣ୍ଢେଇ ପରି

କିଛି ବ୍ୟବହୃତ ବସ୍ତୁ

ସେ ଅଟେ ତୁମ ପ୍ରିୟ

ମାଆ, ଭଉଣୀ, ବୋହୂ, ପତ୍ନୀ

ହେଲେ, ସେ ପାଇଥାଏ ହତାଦର 

କିନ୍ତୁ, ସବୁ ସହି ସେ ହସିପାରେ

ପ୍ରତିଟି ହସଦୁଃଖର ମୁହୂର୍ତ୍ତ କୁ

ସାହସର ସହ ସେ ଜିଇଁ ପାରେ

କାରଣ, ସେ ଜଣେ ନାରୀ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics