Srimani Priyadarsini

Romance Classics Others

4.8  

Srimani Priyadarsini

Romance Classics Others

ରକ୍ତ ରଙ୍ଗର ଗୋଲାପ

ରକ୍ତ ରଙ୍ଗର ଗୋଲାପ

4 mins
236


    ବାଲକୋନୀ ରେ ବସି ଷାଠିଏ ବର୍ଷ ର ବୃଦ୍ଧ ରାମ ବାବୁ ବଗିଚାରେ ଫୁଟିଥିବା ରକ୍ତରଙ୍ଗର ଗୋଲାପ ଫୁଲ ଟିକୁ ଏକ ଲୟରେ ଚାହୁଁ ଥାନ୍ତି । ଟୋପା ଟୋପା ବର୍ଷା ବିନ୍ଦୁରେ ଗୋଲାପ ଫୁଲଟି ବହୁତ ଆକର୍ଷଣୀୟ ଦିଶୁଥାଏ । ଏଇ ରକ୍ତରଙ୍ଗର ଗୋଲାପକୁ ନେଇ ତାଙ୍କର କେତେ ସ୍ମୃତି । ତା ସହ ଏଇ ରଙ୍ଗର ଗୋଲାପ ଟି ମଧ୍ୟ ତାଙ୍କର ବହୁତ ପ୍ରିୟ । 

 

    ଚାକର ମକରା ଆସି ରାମବାବୁ ଙ୍କ ହାତକୁ ବଢାଇ ଦେଲା କାହିଁ କେତେ କାଳର ପୁରୁଣା ଡାଏରୀ ଟିଏ । ସେ ଡାଏରୀ ନୁହେଁ ତାଙ୍କ ଜୀବନ କହିଲେ ଚଳେ । ସେଇ ଡାଏରୀ ରେ ସେ ଲେଖି ଯାଇଛନ୍ତି କେତେ କବିତା । ଡାଏରୀ ଟି ଖୋଲୁ ଖୋଲୁ ନଜର ପଡ଼ିଲା ତା ଭିତରେ ଥିବା ଶୁଖି ଯାଇଥିବା ରକ୍ତ ରଙ୍ଗର ଗୋଲାପ, ଏବଂ ମନେପଡ଼ିଲା ସେଇ ଗୋଲାପ ଦେଇଥିବା ଅନୁ । ତାଙ୍କ ପ୍ରେମିକା, ଅନୁକୁ ନେଇ ଫେରିଗଲେ ଅତୀତକୁ । 

    

    ଦେଖ ମୁଁ ତୁମର ଥିଲି, ଅଛି ଏବଂ ରହିଥିବି ମଧ୍ୟ । ମରିବି ତ ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ପିନ୍ଧି ଅହ୍ୟସୁଲକ୍ଷଣୀ ହୋଇ । ଅନୁଙ୍କ ପାଟିରୁ କଥା ସରି ନାହିଁ ରାମ ତାର ପାଟିରେ ହାତ ଦେଇ କହି ଉଠିଲା -' ଚୁପ୍ କର ଏମିତି କଥା ଆଉ ତୁଣ୍ଡରେ ଧରିବନି । ରାମଙ୍କ କଥା ଶୁଣି ଫେଁ କିନା ହସି ଦେଲା । 

  

    ଝିଅକୁ ଆସି ପନ୍ଦର ବର୍ଷ ହେଲାଣି । ଝିଅ ଘିଅ । ଯେତେ ଜଲଦି ପାରୁଛ ଏଇଟାକୁ ଜଲଦି ବିଦାକର । ଝିଅ ଜନମ ତ ପର ଘରକୁ । ଅନୁର ବାପାଙ୍କୁ ଏକଥା କହି ଗରଗର ହେଉଥିଲା ତାର ଜେଜେମା । ଅନୁ କାନରେ ଏସବୁ ପଡ଼ିଲା ମାତ୍ରେ ଚଣ୍ଡୀ ପରି ଧାଇଁ ଆସି କୁହେ -' ଆଲୋ ବୁଢ଼ୀ, ବାହା ହେଉଛି ମୁଁ । ଆଉ ତୁ ଏତେ ଚିନ୍ତା କରିବା କଣ ଦରକାର ? ଯେମିତି ତୁ ନିଜେ ବାହା ହେଉଛୁ । ମୋର ଏତେ ଜଲଦି ବିବାହ କରିବାର ନାହିଁ ବୁଝିଲୁ ହୁଁ ।'

    

    ସେକାଳର କଥା ଥିଲା ଅଲଗା କମ୍ ବୟସରୁ ଝିଅର ବିବାହ ପ୍ରାୟ ଅନେକଙ୍କ ଘରେ ହେଇ ଯାଉଥିଲା । ଜେଜେମା କୁ ଏତକ କହିଦେଲା ସିନା, ମନ ଭିତରେ ଏକ ଅଜଣା ଭୟରେ ଛଟ ପଟ ହେଲା ଅନୁ । ତାର ବାପା ମଧ୍ୟ ଜେଜେମା ଙ୍କ କଥାରେ ନା କେବେ କରି ନାହାନ୍ତି । ତେଣୁ ଯଦି ବାପା ତାର ବିବାହ ଅଜଣା ପୁରୁଷ ସହ କରିଦିଅନ୍ତି ତେବେ, ରାମ ର କଣ ହେବ ? ରାମ ଯେ ତାକୁ ଜୀବନ ଠାରୁ ଅଧିକ ଭଲ ପାଏ । ସେ କଣ ତାକୁ ଛାଡ଼ି ବଞ୍ଚି ପାରିବ ? ଏକୋଇଶି ବର୍ଷର ରାମ ବୋଧହୁଏ ଏବେ ତାକୁ ବିବାହ କରିବା ପାଇଁ ପ୍ରସ୍ତୁତ ନୁହଁ । ତାହାଲେ କଣ ବାପା ସତରେ ମୋତେ ଅଜଣା ପୁରୁଷ ସହ ବିବାହ କରେଇ ଦେବେ । ପାପୁଲିରେ ମୁଁହ ଲୁଚାଇ ଘଡ଼ିଏ କାନ୍ଦିଲା ଅନୁ । ବଗିଚାରେ ଫୁଟି ଥିବା ସବୁଠୁ ରକ୍ତ ରଙ୍ଗର ଗୋଲାପ ଫୁଲଟି କୁ ଆଣି ଚାଲିଲା ରାମ ନିକଟକୁ । ସେ ଭାବୁଥିଲା ବୋଧ ହୁଏ ଆଜି ରାମ ସହ ଶେଷ ଦେଖା । ଭାରି ମନରେ ଗୋଲାପ ଟିକୁ ରାମ ହାତକୁ ବଢାଇ ଦେଇ କୁହେ -' ମୁଁ ଜାଣିନି ଆଜି ଆମର ଶେଷ ଦେଖା କି ନୁହେଁ । ମୁଁ କିଛି କରି ପାରୁନି, ଇଚ୍ଛା ହେଉଛି ମରିଯିବାକୁ, ତୁମ ବିନା କେମିତି ବଞ୍ଚିବି କୁହ ରାମ କୁହ ।' କହି ଭୋ ଭୋ ହୋଇ କାନ୍ଦି ଉଠେ । ରାମ ତାକୁ କୋଳେଇ ନେଇ କହିଲା -' କାନ୍ଦ ବନ୍ଦ କର । ମୋ କଥା ରଖିବ, ଖୁସି ଖୁସିରେ ଘରେ ଯେଉଁଠି ବିବାହ ଠିକ୍ କରିବେ ସେଠାରେ ହିଁ ବିବାହ କର ।' ରାଗ ତମ ତମ ହୋଇ ରାମ କୁ ଚାହିଁ ଅନୁ କହି ଉଠିଲା -' କଣ କହିଲ ? ତୁମେ ଏତେ ବଡ଼ ଧୋକେବାଜ୍ ବୋଲି ମୁଁ କଣ ଜାଣିଥିଲି । ମୁଁ ଭାବୁଥିଲି ମୋତେ ବିବାହ କରିବା ପାଇଁ ମୋର ପରିବାର ଲୋକ ଙ୍କୁ ରାଜି କରାଇବ ତୁମେ । କିନ୍ତୁ, ଧିକ୍ ଏ ଭଲ ପାଇବା ।'

    

    ଆଖିରୁ ଲୁହ ପୋଛି ଅନୁ ଦୌଡି ଚାଲିଯାଏ ଦୂରକୁ । ରାମ ଚାହିଁ ଥାଏ ତାକୁ ସ୍ମିତ ହସ ମୁହଁରେ । ହାତରେ ଥିବା ରକ୍ତ ରଙ୍ଗର ଗୋଲାପ ମଧ୍ୟ ରାମ ର ହସ ଦେଖି ହସୁଥାଏ । ପନ୍ଦର ଦିନ ପରେ ଅନୁ ର ବିବାହ ହୋଇଯାଏ । ରାମ କୁ ଝୁରି ଝୁରି ମଧ୍ୟ ତାର ସ୍ଵାମୀଙ୍କ ମୁହଁକୁ ଏପର୍ଯ୍ୟନ୍ତ ଦେଖିନାହିଁ । କେହି ଜଣେ ତାର ସ୍ବାମୀଙ୍କୁ ରାମ ରାମ ଡାକିବାକୁ କୌତୁହଳ ବଶତଃ ଓଢଣା ଅଳ୍ପ ଟେକି ଯାହା ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା । ତାର ପ୍ରେମିକ ରାମ ଅଟେ ତାର ସ୍ବାମୀ । ମନେ ମନେ ଖୁସି ହୋଇଗଲା ସତ କିନ୍ତୁ ଅଭିମାନରେ ଚୁପ୍ ହୋଇ ବସିରହିଲା । ରାମ ଯେତେବେଳେ ଧୀରେ ଧୀରେ ତାର ନିକଟକୁ ଯାଇ ବସିଲେ । ଅନୁ ମୁଁହ ମୋଡ଼ି ସେପଟକୁ ଚାହିଁ ଦେଲା । ଏହା ଦେଖି ରାମ ହସି ହସି ଗଡିଗଲେ । 

    

     'ଏବେ ବି ରାଗିଛ ?' କିଛି ସମୟ ନିରବତା ପରେ ରାମ ପଚାରିଲେ ।  

  ଓଢଣା ପୁରା ଟେକି ଅନୁ କହି ଉଠିଲେ ' ହଁ ହଁ ମୁଁ ରାଗିଛି ! ଆଉ କଥା ହେବିନି କହିଦେଲି' । ସେତିକି ବେଳେ ଶାଶୁଘର ର ସମସ୍ତେ ଆଗରେ ଠିଆ ହୋଇ ଅନୁ ର କଥା ଶୁଣି ହସି ଉଠିଲେ । ଅନୁ ଲାଜରେ ଜିଭ କାମୁଡି ଓଢଣା ତଳକୁ କରିଦେଲା ।


   ହାଃ ହାଃ ହାଃ ହୋଇ ହସି ଉଠିଲେ ରାମ ବାବୁ । ଘର ଭିତରୁ ଅନୁ ଦେବୀ ବାହାରି ଆସି କହୁଥିଲେ -' କିହୋ କାହିଁ ହସି ଚାଲିଛ ?' ରାମ ବାବୁ ସେଇ ହସ ହସ ମୁହଁରେ ମୁଁହରେ କହି ଉଠିଲେ ତୁମର ସେଇ ଅଭିମାନରେ କହିଥିବା ପଦୁଏ କଥା -' ହଁ ହଁ ମୁଁ ରାଗିଛି ।' ରାମ ବାବୁଙ୍କ କଥା ଶୁଣି ଅତୀତରେ ଅନୁ ଦେଇଥିବା ରକ୍ତ ରଙ୍ଗର ଗୋଲାପ ସହ ବଗିଚାରେ ସଦ୍ୟ ଫୁଟା ଗୋଲାପ ହସୁଥିଲେ ଏକ ସଫଳ ପ୍ରେମ କାହାଣୀ ଟିଏ ଶୁଣି ।

    



Rate this content
Log in

Similar oriya story from Romance