ପ୍ରିୟଦର୍ଶିନୀ ମହାନ୍ତି

Romance Tragedy

2  

ପ୍ରିୟଦର୍ଶିନୀ ମହାନ୍ତି

Romance Tragedy

ସ୍ମୃତି ସେପାରିରେ

ସ୍ମୃତି ସେପାରିରେ

3 mins
461



  ଦୀର୍ଘ ଦଶ ବର୍ଷ ହେଲା ସୁରେଶ ବିତାଉଛୁ ନିଃସଙ୍ଗ ଜୀବନ।ସ୍ମୃତି ମରିଯିବା ପରେ କେବଳ ତାର ସ୍ମୃତି ହିଁ ସାଙ୍ଗ ହୋଇଛି ସୁରେଶର।ପ୍ରେମର ସନ୍ତକ ରୂପେ ଝିଅଟିଏ ଉପହାର ଦେଇ ସ୍ମୃତି ଚାଲିଗଲା ଅଦିନରେ।କିଏ ବା ଜାଣିଥିଲା ଏ ମୃତ୍ୟୁ ଏମିତି ବି ଆସିବ ବୋଲି! ହସ ଖୁସିରେ ବିତୁଥିଲା ଦିନ ଗୁଡିକ। ଦୁଇଟି ପ୍ରେମ ପକ୍ଷୀ ପରି ସ୍ମୃତି ଆଉ ସୁରେଶ ଉଡି ବୁଲୁଥିଲେ। ସେଇ ପକ୍ଷୀଙ୍କର ଡେଣା ହୋଇ ଜୀବନକୁ ଆସିଲା ଝିଅ ସ୍ମିତା।ହେଲେ ହଠାତ କିଏ ଜାଣିଥିଲା ଏ କ୍ୟାନ୍ସର ରୂପି ଶାଗୁଣା ପକ୍ଷ ବିସ୍ତାରି ଆସିବ ଆଉ ନେଇ ଚାଲିଯିବ ସୁରେଶ ଠାରୁ ସ୍ମୃତିକୁ।


   ପ୍ରସ୍ତାବିତ ବାହାଘର ହୋଇଥିଲେ ମଧ୍ୟ ସୁରେଶ ଖୁବ କମ ଦିନରେ ସ୍ମୃତିକୁ ବୁଝିପାରିଥିଲା।ତା' ପସନ୍ଦ ନା ପସନ୍ଦ।ତା' ପିଲାଳିଆମି, ଦୁଷ୍ଟାମି।କାରଣ ସ୍ମୃତିର ଡାଇରୀ ଲେଖିବା ଅଭ୍ୟାସ ବହୁତ ପୁରୁଣା। ସ୍ମୃତିର ଅଜାଣତରେ ସୁରେଶ ସ୍ମୃତିର ଡାଇରୀ ପଢେ।ସ୍କୁଲ ପଢ଼ା ଦିନ ଠାରୁ ସେ ଡାଇରୀରେ ସବୁ ଘଟଣା ଟିକିନିଖି କରି ଲେଖି ରଖେ। ସ୍ମୃତି ନ ଥିବା ବେଳେ ସୁରେଶ ତା' ଡାଇରୀ ପଢେ।ଆଉ ଖୁବ ହସେ ତା' ଲେଖା ପଢି। ସ୍କୁଲରେ ସାରଙ୍କ ଠାରୁ ମାଡ଼ ଖାଇବା ଠାରୁ ଆରମ୍ଭ କରି କଲେଜରେ କୋଉ ପୁଅ କ'ଣ କୁହିଛି, କାହା ବାଡିରୁ ପିଜୁଳି ଆଉ କୋଳି ସାଙ୍ଗ ମାନଙ୍କ ସହ ମିଶି ଚୋରି କରିବା ଠାରୁ ଆରମ୍ଭ କରି ପ୍ରୋଗ୍ରେସ ରିପୋଟ୍ ରେ ନିଜେ ବାପାଙ୍କ ଦସ୍ତଖତ ପର୍ଯ୍ୟନ୍ତ ସବୁ ସ୍ମୃତି ଡାଇରୀରେ ଲେଖି ରଖିଛି।


   ବାହାଘର ପରେ ମଧ୍ୟ ସ୍ମୃତି ଦିନ ଯାକର ଖବରକୁ ଡାଇରୀରେ ଉତାରି ଦିଏ। ସୁରେଶ ସହ ବିତେଇଥିବା ପ୍ରତିଟି ମୁହୂର୍ତ୍ତକୁ ସେ ଛାପିଦିଏ ଡାଇରୀରେ ତାରିଖ ଆଉ ବାର ସହ।ସୁରେଶ ସହ ପ୍ରଥମ ରାତିର ଅନୁଭୂତି ଠାରୁ ଆରମ୍ଭ କରି ଛୋଟ ବଡ଼ ସବୁ ସ୍ମୃତିକୁ ସେ ସାଉଁଟି ରଖେ ଡାଇରୀରେ। ସୁରେଶକୁ ଭଲ ଲାଗେ ସ୍ମୃତିର ଡାଇରୀ ଭାଷା। ସ୍ମୃତିର ଅନୁପସ୍ଥିତିରେ ସେ ପଢେ। ସ୍ମୃତି ସୁରେଶକୁ ପଢିବାକୁ ଦିଏନାହିଁ କାରଣ ସେଗୁଡିକ ପଢିବା ପରେ ସୁରେଶ ତାକୁ ଥଟ୍ଟାରେ ଡାଇରୀରେ ଥିବା କଥାକୁ ଦୋହରାଏ। ଆଉ ସ୍ମିତାକୁ ବହୁତ ଲାଜ ଲାଗେ।


  

  ଥରେ ସୁରେଶ ସ୍ମୃତିକୁ ସପ୍ରେମେ କହିଲା-"ଏ ଡାଇରୀ ଲେଖିବା ଗୋଟେ ଅଭ୍ୟାସ ହୋଇଗଲାଣି ନା ତୁମର। ତେବେ ମୁଁ ଜାଣିବାରେ ଯେଉଁ କଥା ଗୁଡିକ ଭୁଲିଯିବାର ସମ୍ଭାବନା ଥାଏ ସେଗୁଡା ହିଁ ଡାଇରୀରେ ଲେଖାଯାଏ। ମତେ ତ ଲାଗୁନି ସେଥିରେ ଥିବା ଲେଖା ଗୁଡିକ ତୁମେ ଭୁଲିପାରିବ ବୋଲି।" ସ୍ମିତା ସୁରେଶ କଥା ଶୁଣି ସାମାନ୍ୟ ହସି କହିଲା," ସ୍ମୃତିକୁ ମନେ ପକେଇବା ଅପେକ୍ଷା ସେଗୁଡିକ ପଢ଼ିବାର ଗୋଟେ ନିଆରା ଖୁସି ଥାଏ। ଆଉ ତା' ପରେ ଏଗୁଡା ମୁଁ ମୋ ପାଇଁ ଲେଖୁନି।ତୁମ ପାଇଁ ଲେଖୁଛି। ମୋ ଅନ୍ତେ ତୁମ ଏ ଡାଇରୀ ପଢିବ ଆଉ ମତେ ମନ ପକେଇବ"।


  ସଙ୍ଗେ ସଙ୍ଗେ ସୁରେଶ ସ୍ମୃତିର ପାଟିରେ ହାତ ଦେଇ କହିଲା ଏମିତି ଅଶୁଭ କଥା ଆଉ କେବେ ତୁଣ୍ଡରେ ଧରିବନି। ତମେ ମତେ ଛାଡିକି ଯାଇପାରିବନି।ଆମକୁ ତ ଆଉ ବହୁତ କିଛି କରିବାର ଅଛି।ଏବେ ତ ଜୀବନ ଆରମ୍ଭ ହେଲା।


  ହେଲେ କିଏ ଜାଣିଥିଲା ସ୍ମୃତି ଏମିତି ଅବେଳରେ ଚାଲିଯିବ ବୋଲି। ଡାକ୍ତରଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା। ଡାକ୍ତରଖାନାରେ ସ୍ମୃତି ଶେଷ ମୁହୂର୍ତ୍ତରେ ସୁରେଶ ହାତରେ ସେଇ ଡାଇରୀଟି ଦେଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା।ଖୁବ ଭାଙ୍ଗିପଡିଥିଲା ସୁରେଶ କିନ୍ତୁ ଝିଅ ସ୍ମିତା ପାଇଁ ତାକୁ ବାପା ମାଆ ଉଭୟ ହେବାକୁ ପଡିଲା।

  

   ସ୍ମୃତି ସେପାରିକୁ ଗଲା ପରେ ସୁରେଶ ଖୁବ ଏକଲା ମନେ କରେ। ସିରେଶ ଦେଖିବାକୁ ସୁନ୍ଦର, ଦୀର୍ଘ , ସୌମ୍ୟ ଶାନ୍ତ ମୁଖ। ଝିଅ ସ୍ମିତାକୁ ନେଇ ସେ ଅନେକ ସ୍ବପ୍ନ ଦେଖିଚି।ବନ୍ଧୁ, ବାନ୍ଧବ ଦ୍ଵିତୀୟ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ପ୍ରତ୍ୟାଖାନ କରିଦିଏ।


  ସ୍ମିତାକୁ ସ୍କୁଲ ଛାଡିଲା ପରେ ସୁରେଶ ଅଫିସ୍ ବାହାରିଯାଏ।ଦିନ ସାରା ଅଫିସ୍ ରେ ବ୍ୟସ୍ତ ରୁହେ।ଆଉ ଘରକୁ ଆସିଲେ ସ୍ମିତା ସହ ସମୟ କଟିଯାଏ।ସ୍ମିତାକୁ ତିନି ବର୍ଷ ହୋଇଥିଲା ସ୍ମୃତି ଗଲାବେଳକୁ। ମା' ସ୍ନେହ କଣ ଜାଣିନି। ସୁରେଶ ଚେଷ୍ଟାକରେ ବାପା ମା ଉଭୟଙ୍କ ସ୍ନେହ ସ୍ମିତାକୁ ଦେବାକୁ।


    ସୁରେଶ ଜଣେ ଅନ୍ତରଙ୍ଗ ବନ୍ଧୁ ଝିଅଟିର ପ୍ରସ୍ତାବ ଦେଲା ବିବାହ ପାଇଁ। ବନ୍ଧୁଙ୍କ କଥା ଶୁଣି ସୁରେଶ କହିଲା," ମୁଁ ଜାଣେ ତୁ ହୁଏ ତ ମୋ ଦୁଃଖ ଦୂର କରିବାକୁ ଏମିତି ପ୍ରସ୍ତାବ ଦେଇଥାଇପାରୁ।କିନ୍ତୁ ମୁଁ ଚାହେଁନା ଆଉ କାହାକୁ। ମୁଁ ବି ବହୁତ ଥର ଭାବିଛି ସ୍ମିତା ପାଇଁ ମାଆ ଟିଏ ଆଣିବାକୁ , ହେଲେ ତୁ କଣ ଭାବୁଛୁ ସେ ସ୍ମିତାକୁ ମାଆ ପରି ଭଲ ପାଇପାରିବ?।ସେ ନିଜର କଣ ସନ୍ତାନଟିଏ ଚାହିଁବନି? ନିଜ ସନ୍ତାନ ପାଇଗଲେ ସେ କ'ଣ ସ୍ମିତାକୁ ଅବହେଳା କରିବନି?ମୁଁ ଜାଣେ ଏଗୁଡିକର ଉତ୍ତର ତୁ ବି ଦେଇପାରିବୁନି। ଭବିଷ୍ୟତରେ କ'ଣ ହେବ କିଏ ବା ଜାଣିଛି।ତେଣୁ ସ୍ମୃତି'ର ଶେଷ ସନ୍ତକାଟିକୁ ମୁଁ ହୀନସ୍ତା ହେବାକୁ ଦେବି ନାହିଁ।" ସୁରେଶର କଥାରେ ବନ୍ଧୁ ଜଣଙ୍କ ବି ନିରୁତ୍ତର।


  ଏକାକୀ ନିରୋଳାରେ ବସିଥିବା ବେଳେ ସୁରେଶ ମନ ଭରି ଉପଭୋଗ କରେ ସ୍ମୃତିର ସ୍ମୃତିକୁ। ଷ୍ଟ୍ରୀଟ ଲାଇଟ୍ ପଡୁଥିବା ଶୁନଶାନ ରାତିର ଗଳିରେ ଦୁଇ ଜଣଙ୍କର ଉଦ୍ଦେଶ୍ୟ ବିହୀନ ଭାବେ ହାତକୁ ହାତ ଛନ୍ଦି ବୁଲିବା।ସମୁଦ୍ର କୁଳର ସରୁ ବାଲିରେ ଘର ତୋଳିବା।ପୂର୍ଣ୍ଣିମା ରାତିରେ ଜହ୍ନକୁ ଏକଲୟ ରେ ଚାହିଁବା।


  ଡାଇରୀର ପ୍ରତିଟି ପୃଷ୍ଠାକୁ ପଢି ପଢି ସେ ମୁଖସ୍ତ କରିସାରିଲାଣି। ସ୍ମୃତି ସେପାରିରେ ଥାଇପାରେ କିନ୍ତୁ ସ୍ମୃତିର ସ୍ମୃତି ଆଜି ବି ଅମଳିନ ରହିଛି ସୁରେଶ ହୃଦୟରେ।


Rate this content
Log in

Similar oriya story from Romance