Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

ପ୍ରିୟଦର୍ଶିନୀ ମହାନ୍ତି

Abstract

2  

ପ୍ରିୟଦର୍ଶିନୀ ମହାନ୍ତି

Abstract

ନ ମଣିବା ହେୟ

ନ ମଣିବା ହେୟ

3 mins
536


ଗାଁର ଶେଷ ମୁଣ୍ଡରେ ଆମ୍ବତୋଟାଟିଏ । ଭଳିକି ଭଳି ଆମ୍ବ ଗଛରେ ପୂର୍ଣ୍ଣ। ଏତେ ଘଞ୍ଚ ଯେ, ଖରା ମଧ୍ୟ ମାଟି ସ୍ପର୍ଶ କରେନାହି ସେ ତୋଟାରେ। ବୈଶାଖ ମାସରେ ନାନା ଜାତିର ଆମ୍ବରେ ଗଛଗୁଡିକ ଭରପୁର। ତୋଟାକୁ ଲାଗି ଫସଲ ଜମି ଗୁଡିକ ଥାଏ। ଜମିରେ କାମ କରୁଥିବା ଲୋକ ସେଇଠି ବସି ଥକ୍କା ମେଣ୍ଟାନ୍ତି। ଗାଁ ପିଲାମାନେ ସେଇଠାରେ ସାଙ୍ଗ ହୋଇ ଖେଳନ୍ତି। ଗାଈ ଗୋରୁ, ଛେଳି, ମଇଁଷି ପଲ ସେଇଠି ଆରାମ କରନ୍ତି। ବହୁତ ଶାନ୍ତ, ସୁନ୍ଦର ମନୋରମ ପରିବେଶ ତା'ସହ କୋଇଲିର କୁହୁ କୁହୁ ସ୍ୱରରେ ଆମ୍ବ ତୋଟାଟି ସତେ ଯେପରି ପରୀ ରାଇଜ ପରି ମନେ ହୁଏ।


  ଗାଁର ଆରମ୍ଭରେ ଥାଏ ବୁଢା ବରଗଛଟିଏ। କାଉଟି ଏକାକୀ ସେଇଠାରେ ରହୁଥାଏ। ସକାଳ ହେଲେ ଗଛରୁ ବାହାରି ଗାଁ ଯାକ ବୁଲିଆସେ। ଯୋଉଠି ଯାହା ପଚା,ସାଢା ବାସି ମିଳେ ଖାଇ ପିଇ ଫେରିଆସେ ବରଗଛକୁ।

 


  ଦିନେ କାଉଟି ବୁଲୁ ବୁଲୁ ଗାଁ ଶେଷ ମୁଣ୍ଡରେ ଥିବା ଆମ୍ବତୋଟାରେ ପହଂଚିଗଲା। ସେ କେବେ ବି ଆମ୍ବତୋଟା ଆଡେ ଯାଇନଥିଲା ଆଗରୁ। ଆମ୍ବତୋଟା ଦେଖି ବହୁତ ଖୁସି ଲାଗିଲା ତାକୁ। ସୁଲୁସୁଲିଆ ପବନ ତାକୁ ଭାରି ଭଲ ଲାଗିଲା। ଆଉ ସେ ଆମ୍ବଗଛ ଡାଳରେ ବସି କହିଲା- ଆରେ ବାଃ! କେତେ ସୁନ୍ଦର ଜାଗାଟି ସତେ କାଇଁ ଆଗରୁ ତ କେବେ ଦେଖିନି ଏମିତି ଜାଗା। କେତେ ଥଣ୍ଡା ଆଉ ଶାନ୍ତ ପରିବେଶ ଏମିତି କହୁଥିବା ସମୟରେ ତାକୁ ଦେଖି କୋଇଲି ପଲ ଚାଲି ଆସିଲେ। ସେମାନଙ୍କ ମଧ୍ୟରୁ ଜଣେ ବୃଦ୍ଧ କୋଇଲି ଆଗକୁ ଆସି ରାଗି କହିଲା - ତୁମେ ଏଠି କ'ଣ ପାଇଁ ଆସିଛ? କ'ଣ ତୁମ କାମ? କାଉଟି ଶାନ୍ତ ଭାବେ କହିଲା- ତୁମେମାନେ ମୋ ଉପରେ ରାଗୁଛ କାହିଁ? ଏମିତି ବୁଲି ବୁଲି ଏପଟ ଆଡେ ତୁମ ମାନଙ୍କ ସ୍ୱର ଶୁଣି ଚାଲି ଆସିଲି। ମୁଁ ଗାଁ ମୁଣ୍ଡରେ ଥିବା ବରଗଛରେ ଏକାକୀ ରହୁଛି। ତୁମ ମାନଙ୍କୁ ଦେଖି ବହୁତ ଖୁସି ଲାଗିଲା। ମୋ ସହ ବନ୍ଧୁତା କରନ୍ତ ନି? କାଉର କଥା ଶୁଣି କୋଇଲି ମାନେ ହସିଲେ।ସେଥିମଧ୍ୟରୁ ଗୋଟେ କୋଇଲି ଆସି କହିଲା- ଛି ଛି ମୁହଁରେ ଲାଜ ଟିକେ ମଧ୍ୟ ନାହିଁ ତୋର। ତୋ ସାହସ ତ କମ ନୁହଁ ଦେଖୁଛି। ତୁ କେମିତି ଭାବି ପାରିଲୁ ଆମେ ତୋ ସହ ବନ୍ଧୁତା କରିବୁ ବୋଲି। ନିଜକୁ ଥରେ ଦେଖ। କୁଆଡେ ବୁଲି ବୁଲି ପଚା ସାଢା ଖାଉଛୁ। ତୋ ପାଖରେ ଠିଆ ହେବାକୁ ମଧ୍ୟ ଘୃଣା ଲାଗୁଛି। ଆଉ ବନ୍ଧୁ ବାନ୍ଧିବା କଥା କହୁଛୁ। ଚାଲି ଯା' ଏଠୁ ଯଥାଶୀଘ୍ର।


   କୋଇଲିର କଥା ଶୁଣି କାଉ ମନ ଦୁଃଖ କରି ଚାଲିଆସିଲା ନିଜ ବରଗଛ ବସାକୁ। କୋଇଲି ମାନଙ୍କର କଥା ତାକୁ ବହୁତ ଆଘାତ ଦେଇଛି। ବସାରେ ବସି କାଉ ବହୁତ କାନ୍ଦିଲା। ଏ ସମସ୍ତ ଘଟଣା ସେହି ତୋଟାରେ ଥିବା କଜଳପାତି ଦେଖୁଥିଲା। ତାକୁ ଏ ଘଟଣା ମଧ୍ୟ ବହୁତ ଦୁଃଖ ଦେଲା।


  ପୁଣି ତା'ପର ଦିନ କାଉ ସକାଳୁ ଉଠି ଚାଲିଲା ସେହି ତୋଟାକୁ। କୋଇଲିମାନକୁ କହିଲା ବନ୍ଧୁ ବାନ୍ଧିବା ପାଇଁ ତା' ସହଁ। ଜଣେ କୋଇଲି ଆସି କହିଲା - ତତେ ଥରେ ମନା କଲା ପରେ ପୁଣି କାହିଁ ଚାଲି ଆସୁଛୁ ମୁହଁ ଉଠେଇ। ରୂପରେ ଆମେ ଦୁଇ ଜାତି ସମାନ ରଙ୍ଗ ହେଉପାରୁ କିନ୍ତୁ ତୋ ପରି ଆମେ ଅସନା, ମଇଳା ନୋହୁଁ। ଆମ କଣ୍ଠ ସ୍ୱର କେତେ ସୁନ୍ଦର ଆଉ ତୋ ସ୍ୱରରେ ଲୋକେ ବିରକ୍ତ ହୋଇ ଦୁର୍ ଦୁର୍ କରି ଘଉଡେଇ ଦିଅନ୍ତି। ଚାଲି ଯା ଏଠୁ। ଆଉ ଥରେ ଯଦି ଆସିଥିବୁ ତେବେ ଜୀବନ ରହିବନି ତୋର। କୋଇଲିର ଏପରି ଧମକପୂର୍ଣ୍ଣ କଥା ଶୁଣି କାଉ ଡରିଗଲା। ଏସବୁ ଦୃଶ୍ୟ କଜଳପାତି ଦେଖୁଥାଏ। ଆଉ ସହି ପାରିଲାନି ସେ କୋଇଲି ମାନଙ୍କର ଗର୍ବ। 


  କାଉ ସେଠୁ ଚାଲି ଯିବାକୁ ବାହାରିବା ବେଳକୁ କାଜଳପାତି ଆସି ଅଟେଇଦେଲା। କୋଇଲି ମାନଙ୍କ ପାଖକୁ ଉଡି ଯାଇ କହିଲା- ମୁଁ ଦେଖୁଚି ତମେମାନେ ସବୁ ସେ ବିଚରା ଏକଲା କାଉଟିକୁ ନାନା ପ୍ରକାରର ଗାଳି ଗୁଲଜ କରି ଅପମାନିତ କଲଣି। ତାକୁ ଘୃଣା ଦୃଷ୍ଟିରେ ଦେଖୁଛ। ହେଲେ ତା'ରି ପାଇଁ ଆମ ପରିବେଶ ପରିଷ୍କାର ଆଉ ସୁନ୍ଦର ରହୁଛି। ସବୁ ଆବର୍ଜନା ଖାଇ ବାୟୁମଣ୍ଡଳକୁ ଦୂଷିତ ହେବାରୁ ରକ୍ଷା କରୁଛି। ତୁମେ ସବୁ ଖାଲି ଖୁଣ ଦେଖୁଛ ଗୁଣ ତୁମ ମାନଙ୍କୁ ଦିଶୁନି। ଅନ୍ୟକୁ କେବେ ନ ମଣିବ ହେୟ। ସମସ୍ତଙ୍କର କିଛି ନା କିଛି ଭଲ ଗୁଣ ଥାଏ ଏବଂ ଖରାପ ଗୁଣ ମଧ୍ୟ। କୋଇଲିମାନେ କଜଳପାତିର କଥା ଶୁଣି ନିଜର ଭୁଲ ବୁଝିପାରିଲେ। କଜଳପାତି ସେମାନଙ୍କର ଆଖି ଖୋଲିଦେଲା। କାଉ ପ୍ରତି ସେମାନଙ୍କର ବ୍ୟବହାର ପାଇଁ ଲଜ୍ଜିତ ଅନୁଭବ କଲେ। କଜଳପାତି ଠିକ୍ କଥା କହିଛି। ତା'ପରେ କୋଇଲିମାନେ କ୍ଷମା ପାର୍ଥନା କରି କାଉ ସହ ବନ୍ଧୁ ବାନ୍ଧିଲେ। ସେହି ଦିନ ଠାରୁ କାଉ, କୋଇଲି, କଜଳପାଟି ସେହି ଆମ୍ବତୋଟାରେ ମିଳିମିଶି ରହିଲେ।

  


Rate this content
Log in

More oriya story from ପ୍ରିୟଦର୍ଶିନୀ ମହାନ୍ତି

Similar oriya story from Abstract