shibananda barik

Romance Tragedy

3  

shibananda barik

Romance Tragedy

ସ୍ମୃତି ରେ ସ୍ମୃତିଲଗ୍ନା

ସ୍ମୃତି ରେ ସ୍ମୃତିଲଗ୍ନା

4 mins
176



ଡିସେମ୍ବର ମାସ ପ୍ରାୟ ଆରମ୍ଭ ହେଇଯାଇଥିଲା । ସେତେବେଳେ ମୁଁ ଅଫିସ କାମରେ ରାୟଗଡା ଯିବାର ଥାଏ । ଆମ ଇଲାକା ଅପେକ୍ଷା ପାହାଡିଆ ନିକାଞ୍ଚନ ରାୟଗଡା ଜିଲ୍ଲାରେ ଏହି ଥଣ୍ଡା ର ମାତ୍ରା ଢେର ଅଧିକ। । ତଥାପି ସରକାରୀ କର୍ମଚାରୀ ଆଉ କଣ ସେବା କ୍ଷେତ୍ରରେ ପଛଘୁଞ୍ଚା ଦେଇପାରିବେ? ?? ଦୁଇଦିନ ର କାମକାର୍ଯ୍ୟ ପରେ ମୁଁ ଚିନ୍ତା କଲି ସମୟ ତ ଅଛି ଶନି ରବି ଦୁଇଦିନ ଛୁଟି ଭିତରେ ଏଇ ପାହାଡିକନ୍ଯା ଆଉ ତା ଦିହକୁ ଆଶରା କରି ମାଡିଚାଲିଥିବା ଝରଣା ର ଶୀତଳତା କୁ ଅନୁଭବ ଓ ଉପଭୋଗ ପାଇଁ। ମୁନିଗୁଡ଼ା ରେ ପିଉସା ଙ୍କ ଘର , ଏତେ ଦୁର ଆସିଛି ଯେତେବେଳେ ବୁଲିଦେଇ ଚାଲିଯିବାରେ ଠିକ୍ ହେବ। ଯାତରା ଦେଖାକୁ କଦଳି ବିକା । ସେଇଦିନ ସଂଧ୍ୟାରେ ମୁଁ ମୋର ହ୍ୟାଣ୍ଡ ବ୍ୟାଗ ଖଣ୍ଡିକ ଧରି ରାୟଗଡା ଷ୍ଟେସନ ରେ ଖଣ୍ଡେ ଚେଇର୍ ଉପରେ ଅପେକ୍ଷା କରିଥାଏ। ଏଣୁତେଣୁ କରି ମୋବାଇଲ ଖଣ୍ଡିକରେ ମୋର ଅପେକ୍ଷା ର ସମୟକୁ ଅତିକ୍ରାନ୍ତ କରିବାରେ ମୁଁ ବ୍ୟସ୍ତ । ଲୋକବାକ ବି ପ୍ରାୟ କମ୍ ଆଉ ଯାହା ବେପାରୀ କି ଘର ବାହୁଡା ଲୋକାଲ ଚାକିରିଆ ମାନଙ୍କର ଦଳ ଏଠି ସେଠି ବସି ଖଟି କରୁଛନ୍ତି । ହଠାତ୍ ମୋ ପାଖ ସିଟ୍ ରେ ମାତ୍ର ଦୁଇମିଟର ଛାଡି ଏକାକି ବସିଥିବା ଜଣେ ଜଣାଶୁଣା ଖୁବ୍ ସୁନ୍ଦରୀ ତରୁଣୀ । ସେଇ ଚେହେରା , ସେଇ ସତେଜତା , ସେଇ ତେଜ ତା'ର ମୁହଁରୁ ଖୁବ୍ ବାରି ହୋଇପଡୁଥିଲା । ପିନ୍ଧା ପୋଷାକରୁ ଏବେ ମୁଁ ସ୍ପଷ୍ଟ ହେଲି ସ୍ମୃତି ଲଗ୍ନା ତାହା ହେଲେ ଏବେ ଏଠି ଜଣେ ଶିକ୍ଷୟିତ୍ରୀ । ହଷ୍ଟେଲ ଛାଡିବାର ପ୍ରାୟ ପାଞ୍ଚ ବର୍ଷ ଉପରେ, ସେ କଣ ମୋତେ ଆଉ ଚିହ୍ନି ପାରିବ ?? ତଥାପି ସାହାସ ବାନ୍ଧି ସିଟ୍ ରୁ ଉଠିଯାଇ ତା ପାଖରେ ଛିଠା ହୋଇ ପଚାରି ଦେଲି '' ଏକ୍ସକ୍ୟୁଜ ମି.... ପ୍ଲିଜ଼ ସ୍ମୃତିଲଗ୍ନା ତ ?? କଟକ କଲେଜିଏଟ୍ ହଷ୍ଟେଲ? ? ?? ବାସ୍ ଏତିକି କହୁ କହୁ ସେ ଉଠି ଛିଡା ହୋଇପଡି ଆଶ୍ଚର୍ଯ୍ୟରେ ଚାହିଁ କହିଲା '' ଓଃ ମାଈ ଗଡ଼ ... କିଟୁ ତମେ ! ହଠାତ୍ ଏତେ ଦିନ ପରେ ଆମ ଇଲାକାରେ ?ସବୁକଥା ମୁଁ କହିଦେଲି । ଦୁହେଁ ପାଖାପାଖି ବସି ହଷ୍ଟେଲର ମିଠା ମିଠା ଦିନଗୁଡାକୁ ଖୁବ୍ ମନେ ପକାଉଥାଉ ଗରମ ଗରମ ଚାହା ଢୋକ ସହ। ମୁଁ କେମିତି ତାକୁ କଲେଜ ହଷ୍ଟେଲ କ୍ୟାଣ୍ଟିନ୍ ରେ କମେଣ୍ଟ ମାରେ । ପୁଜା ଡେକୋରେସନବେଳେ ତା ପାଖେ ପାଖେ ରହି କାମ ରେ ସାହାର୍ଯ୍ୟ କରିବା ବାହାନାରେ କେମିତି ତା ମୋବାଇଲ ନମ୍ବର ନେଇ ଆସିଥିଲି ।ସୁନ୍ଦର ସୁନ୍ଦର କରି ଲେଖେ ବୋଲି ସବୁ ଏସାଇନମେଣ୍ଟ ଲେଖା ତାକୁ ଧରେଇ ଦେଇଥିଲି ଆଉ ପାଣି ପଡି ନଷ୍ଟ ହେବାରୁ ପୁଣି ରାତି ରାତି ବସି ଫୋନ ରେ ଗପି ଗପି କପି ପେଷ୍ଟ ମାରିବା । ଛୁଟିରୁ ଫେରିଲା ପରେ ପିଲାଙ୍କୁ ଡରି ଖେଳପଡିଆ ପାଖରେ କେମିତି ଘରୁ ଆଣିଥିବା ଆରିସା ପିଠା ,ଆଚାର , ସେଉବଡି ଇତ୍ୟାଦି ଦିଆନିଆ । ପରୀକ୍ଷା ହଲ୍ ଭିତରେ ଇନଭିଜିଲେଟର ଙ୍କୁ ଠକି ଉତ୍ତର ଖାତା ଅଦଳ ବଦଳ , ଗୃପ୍ ଫଟୋରେ ଧିରେ ଧିରେ କରି ପାଖାପଖି ଆସି ଛିଡା ହେବା ଇତ୍ୟାଦି ଇତ୍ୟାଦି ।। ଏମିତି ଗପୁ ଗପୁ ବହୁତ ହସୁଥିଲୁ ଦୁହେଁ । 

ହଠାତ୍ ସେ ପଚାରିଲା ''ଆଚ୍ଛା କେତେଦିନ ରହିବ ଏଠି ?? 

       '' ବାସ୍ ଅଫିସ୍ କାମରେ ଆସିଥିଲି । ଆଜି ମୁନିଗୁଡ଼ା ଟିକେ ବାହାରିଛି । ''

   '' କାଲି ଟିକେ ସଂଧ୍ୟା ରେ ଫେରିପାରିବ କି ଏଠିକି ?? କଥା କଣ କି କାଲି ମୋ ଭାଇ ପୁଅର ଜନ୍ମ ବାର୍ଷିକୀ । ଆସିଛ ଯେତେବେଳେ ଘରେ ଆଡେ ବୁଲିଦେଇ ଯିବ '' ଲଗ୍ନା ହସି ହସି ତାଙ୍କ ଭ୍ୟାନିଟି ଭିତରୁ କାଗଜ ଖଣ୍ଡେ ବାହାର କରି ମୋ ପକେଟରୁ ନିଃସଙ୍କୋଚ ରେ କଲମଟି ଉଠାଇ ନେଇ ଠିକଣା ଆଉ ମୋବାଇଲ ନମ୍ବର ଟା ଲେଖିଦେଇ ମୋତେ ଧରେଇଦେଲେ ।କହିଲେ ''ପ୍ଲିଜ଼ ଆସିବ ତ କିଟୁ ??? ମୁଁ କିଛି ଉତ୍ତର ନ ଦେଇ ମୁଣ୍ଡ ଟୁଙ୍ଗାରିଦେଲି । ବାସ ଏତିକିରେ ଭୁବନେଶ୍ବର ପଟୁ ପାସେଞ୍ଜର ଟ୍ରେନ୍ ଟି ଆସି ଲାଗିଲା । ଲଗ୍ନା ସେଇ ଆଡକୁ ଧାଇଁଗଲେ ଆଇ ଆଉ ମାମୁଁ କୁ ଘରକୁ ନେଇଯିବାକୁ । ଜୋର ରେ କହିଦେଇ ଗଲେ '' କିଟୁ କାଲି ସଂଧ୍ୟାରେ ଫେରି ମୋତେ କଲ୍ କରିବ,,ମୁଁ ଆସି ନେଇଯିବି ।ମୁଁ ସେମିତି ଚାହିଁ ହସୁଥାଏ ।।। ଲଗ୍ନା ସେଇ ଗହଳି ଭିତରେ ଅନ୍ଧାର ଭିତରେ ମାୟା ହୋଇଗଲେ । ଟ୍ରେନ୍ ର ଆବାଜ୍ ରେ ମୋ ନିରବତା ଭାଙ୍ଗିଗଲା ଆଉ ମୁଁ ତୁରନ୍ତ ମାଡିଗଲି ଟ୍ରେନ୍ ଭିତରକୁ । ସଂଧ୍ୟା ସରିବାକୁ ବସିଲାଣି ଏଣେ ଗହଳି ଭିତରେ ଆଖିବନ୍ଦ କରି ଅତୀତର ର ସେଇ ମିଠା ସ୍ମୃତିଟି ମାନ ସ୍ମୃତିଲଗ୍ନା କୁ ଟାଣିଆଣୁଥିଲା ମୋ ପାଖକୁ ପାଖକୁ ଖୁବ୍ ପାଖକୁ । ମନେ ମନେ ବେସ୍ ଖୁସି ଥାଏ । 

 ପରଦିନ ସଂଧ୍ୟାରେ ସମୟ ପୂର୍ବରୁ ଛୋଟିଆ ଉପହାର ଖଣ୍ଡେ ଆଉ ଲଗ୍ନାଙ୍କ ଖୁବ୍ ପସନ୍ଦର ଆମ୍ବ ପାମ୍ପଡ ପ୍ୟାକେଟ ସହ ଠିକଣା ଜାଗାରେ ପହଞ୍ଚିଗଲି ।କିଛି ସମୟ ଭିତରେ ନାଲି କାର ଖଣ୍ଡେ ଆସି ମୋ ପାଖରେ ଲାଗିଲା । ଲମ୍ବା ଚଉଡା ମସ୍ତ ବଡ ଗୋରା ତକ୍ ତକ୍ ଟୋକାଟିଏ , ସାଙ୍ଗରେ ସୁଲଗ୍ନା ।ଲମ୍ବା ରାଜସ୍ଥାନୀ ଘାଗରା ଉପରେ ନୀଳ ଓଢଣୀ , ଖୁବ୍ ବଡ ଗଭା ଉପରେ ମଲ୍ଲୀ ଆଉ ଖଣ୍ଡେ ନାଲି ଗୋଲାପ  । ହାତରେ ଭରି ଭରି ବନାରସି ମୋତି ଚୁଡି । ଉପରୁ ତଳ ସବୁଠି ଆଖି ଲାଖିଲା ଭଳି ସାଜସଜ୍ଜା । ମୁଁ କିଛି ପଚାରିବା ଆଗରୁ ସେ ମୋ ପାଖକୁ ଦୌଡି ଆସି କହିଲା '' କିଟୁ ତମେ ଠିକ ସମୟରେ ଆସିଲ। ଇଏ ହଉଛନ୍ତି ପ୍ରଭୁଦତ୍ତ । ବାଙ୍ଗାଲୋର ରେ ସଫ୍ଟଓୟାର ଇଞ୍ଜିନିୟର । ଗଲା ମାସରେ ହିଁ ନିର୍ବନ୍ଧ ସରିଛି । ଆର ବର୍ଷ ବାହାଘର । ହଉ ହଉ ସେ ସବୁ ଘରେ କଥା ହେବା ଚାଲ ଚାଲ ,,,,'କହି ଲଗ୍ନା ମୋ ହାତ ଧରି ଟାଣି ନଉ ନଉ ମୁଁ ଅଟକେଇ ଦେଇ କହିଲି '' ଶୁଣ ଲଗ୍ନା ପ୍ଲିଜ଼ ଖରାପ ଭାବନି । କଥା କଣ କି ଅଫିସ୍ ରୁ ବାର ବାର ସାର୍ ଡକେଇଲେଣି । କାଲି ଯେମିତି ବ ହଉ ମୋତେ ଅଫିସ ପହଞ୍ଚିବାର ଅଛି । ଏଣୁ ମୋତେ ଯିବାକୁ ଦିଅ। ପ୍ଲିଜ଼ ଲଗ୍ନା ,,,,ଖରାପ ଭାବନି । ଏତିକି କହି ଆଣିଥିବା ଉପହାର ଆଉ ଆମ୍ବ ପାମ୍ପଡ ଟି ତାଙ୍କ ହାତକୁ ବଢେଇଦେଲି । ଦୁହେଁ ପ୍ରାଣୀ ମୋତେ ବଲ ବଲ କରି ଚାହିଁ ରହିଥିଲେ । ମୁଁ ହାତ ଦେଖେଇ ବିଦାୟ ଦେଇ ଫେରି ଆସିଲି । ଷ୍ଟେସନ ଭିତରେ ପଚାରି ବୁଝିଲି ଭୁବନେଶ୍ବର ପାଇଁ ଟ୍ରେନ ଚାରିଘଣ୍ଟା ପରେ । ଟିକଟ କାଟି ଚେଇର୍ ଉପରେ ବସି ମୋ ମୋବାଇଲ୍ ଫୋନରେ ଇଅରଫୋନ୍ ଟି ଖଞ୍ଜି ଆଖି ବନ୍ଦ କରି ଉପଭୋଗ କରୁଥିଲି ''ଜୀବନର ଏଇ ଶୂନ୍ୟତାକୁ ଆଜି ପଚାରେ '' ଗୀତ ର ପ୍ରତ୍ୟେକ ଧାଡିକୁ ।।


Rate this content
Log in

Similar oriya story from Romance