STORYMIRROR

shibananda barik

Crime

2  

shibananda barik

Crime

ଭୟଙ୍କର

ଭୟଙ୍କର

2 mins
146

ହଠାତ୍ ଗୋଟେ ଫୋନ୍ ଆସିଲା । ବିପିନ୍ ଫୋନ୍ ସେଠି ଫିଙ୍ଗିଦେଇ ଦୋଉଡ଼ିଚାଲିଲା ଜମି ଆଡ଼କୁ, ଯେଉଁଠି ବାପା ସକାଳୁ ଲାଗିପଡିଛନ୍ତି ତେଢ଼ିଆ ହୁଡାରେ ଲାଗିଥିବା ଘାସ ସଫା କରିବାରେ। ଖୁସିବେଳ, ତେଣୁ ପୁଅ ଦୌଡି ଚାଲିଛି ଏକ ବିଶ୍ଵାସରେ ଏଣୁତେଣୁ ଗପି ଗପି ଶବ୍ଦ ତାରର ଖୁବ୍ ଦୂରରୁ ଅପହଞ୍ଚ ଇଲାକାରୁ ଜୋର୍ ଜୋର୍ ରେ ଅର୍ଦ୍ଧ ଗଳାର ଶୁଷ୍କ ମାଇକରେ ପ୍ରଚାର କଳା ଭଳି, କେବଳ, ବାପା, ବାପା, ଧଇଁ ସଇଁ ହେଇ ପହଞ୍ଚୁ ପହଞ୍ଚୁ ଦୂରରୁ ପୁଅକୁ ଅତର୍କିତ ଭାବେ ତାଙ୍କ ଆଡ଼କୁ ଆସୁଥିବାର ଦେଖି ମଙ୍ଗଳାକୁ ସୁମରଣା କରି ହୁଡ଼ାକୁ ଉଠି ଆସିଲେ ବାପା ।, ବାପା, ବାପା, ମୋର, ମୋର, ଚାକିରି, ମୋର ଚାକିରି ହେଇଗଲା, ଧଇସାଇଁ ହେଇ ବିପିନ୍ ନିଜକୁ ସମ୍ଭାଳୁ ସମ୍ଭାଳୁ ବାପା ଅସମ୍ଭାଳ ହେଇ ଉଠିଲେ । ଶୁଖିଲା ଗାଲର ରୁକ୍ଷ ଗାର ଗୁଡାକ ଡେଣା ମେଲି ପ୍ରଶସ୍ତ ହେଇ ଉଠିଲେ । ମାଟିଆ ବାସ୍ନା ରେ ବାପା ବିଭୋର । ଦୁଃଖ ଗଲା ବୋଲି ଜାଣ । ଓଦା ମାଟି କାଦୁଅ ହାତରେ ପୁଅକୁ କୁଣ୍ଢେଇ ଧରିଲେ ଦୀନବନ୍ଧୁ । ଆଖି ଖୋଲୁ ଖୋଲୁ ପଛରୁ ରିନା ବୋଉ ପୁଣି ଏକ ଲୟରେ ଦୌଡି ଆସୁଛି । ଦୁଇ ହାତ ଉପରକୁ ଟେକି, ଅର୍ଦ୍ଧ ନଗ୍ନ ଦେହରେ, ସତେ ଯେମିତି ସେ ବି ଆଜି ପୁଅର ଖୁସିରେ ବିଭୋର। 

  ଆରେ, ବୀପୁ, ଦେଖିଲୁ! ସେ ବୋଉ ନା କଣ?, ସିଏ କଣ ଆଉ ରହି ପାରିବ । ଦେଖୁନୁ ପାଗେଳି ଭଳି ପଡ଼ି ଉଠି ଆସୁଛି, 


  କିନ୍ତୁ ବାପା ମୁଁ, ତ ବୋଉକୁ କିଛି କହିନି। ସେ ଘରେ ନଥିଲା, ତାକୁ ଜଣେଇଲା କିଏ ?,  


 ବୋଉ, କିନ୍ତୁ ଖୁସି ଜଣା ପଡୁ ନଥିଲା। ପାଖେଇ ଆସିଲା ବେଳକୁ ତା ମୁହଁରେ ଖାଲି ହତାଶା, ଭୟ ଆଉ ଉଦବେଗର ଚିହ୍ନ ବେଶ୍ ବାରି ହେଇ ପଡୁଥିଲା। କଥା କହୁ କହୁ କାନ୍ଦି ପକେଇ ଖନେଇ ଖନେଇ ସେ କହିଲା,

ରିନା, ରିନା, ଆଉ ନାହିଁ, ହେ, ସେ, ବଳିଆ ପୁଅ ସତ୍ୟ ତାକୁ, ଫେରିଲା ବେଳେ ନିଆଁ ପାଣି ମୁହଁକୁ ଫିଙ୍ଗି ଦେଇଛି, ସାଇକେଲ ପଡ଼ିଛି । ଡାକ୍ତରଖାନାରୁ ଫୋନ୍ ଆସିଥିଲା, ଆସ ହେ ବେଗି, ହେ ଦଇବ, ହେ ବିଧାତା, ମୋ ଲକ୍ଷ୍ମୀର କଣ ହେଇଥିବ," କହୁ କହୁ ତଳେ ପଡିଗଲାଣି ବୋଉ।, ଚାରିଆଡେ ଅନ୍ଧାର, ଏବେ ସବୁ ଖୁସି ମିଳିଗଲା କ୍ଷେତରେ ବୁଣି ହେଉଥିବା ସାର ପିଡ଼ିଆ ଭଳି । 


   କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଡାକ୍ତରଖାନା। ଡାକ୍ତର ବାବୁ ଯଥା ଶୀଘ୍ର ଅପରେସନ ପାଇ ଦୁଇ ଲକ୍ଷ ଟଙ୍କା ଯୋଗାଡ କରି ରଖିବା ପାଇଁ କହିଲେ। ଝିଅ ଏବେ ମରଣ ଜନ୍ତା ରେ। ପୋଲିସ ଆସି ତନାଘନା କରି ଚାଲିଗଲା ଖାଲି ଔପଚାରିକତା ମାତ୍ର। ହେଲେ ବିଚାରିର ଦୁଃଖ ବୁଝେ କିଏ। ଆଇନା ଆଗରେ ନିଜକୁ ସଜେଇ ଖୁବ୍ ଖୁସି ହୋଉଥିବା ଝିଅ ଏବେ ସମାଜର ଆଇନ ଆଗରେ ଛିଡ଼ା ହେଇଥିଲା ବଞ୍ଜିବା ପାଇଁ, ବିନା କୌଣସି ଦୋଷରେ । 


  ଛଅ ମାସ ହେଲା ଅନ୍ଧାରରେ ରହିବା ପରେ ଆଜି ପୁଣି ଦୁନିଆକୁ ଦେଖିବ ରିନା, ଡାକ୍ତର ବାବୁ ତାଙ୍କୁ ଘରକୁ ପଠେଇ ଦେଇଛନ୍ତି। ଧୀରେ ଧୀରେ ଆଖିକୁ ଖୋଲିଲା। କଷ୍ଟ ଖୁବ୍ ବାଧୁଛି। ହେଲେ ବି ନିଜକୁ ସମ୍ଭାଳି ଆସ୍ତେ ଆସ୍ତେ କରି ପୁରୁଣା ସୁରୁଜକୁ ପୁଣି ଥରେ ଦେଖିବାକୁ ଚାହିଁଲା ରିନା। 

 କିନ୍ତୁ ସେ ଚେହେରା ଥିଲା ଖୁବ୍ ଭୟଙ୍କର । ଜନ୍ମ କଲା ବାପ ବି ଆଉ ସେ ଚେହେରା ଦେଖି ଥୟ ଧରି ପାରିଲେନି। କାନ୍ଥକୁ ଆଉଜି ତଳେ ପଡିଗଲେ। ମାଆଙ୍କ ଅବସ୍ଥା ତା ଠାରୁ ଶୋଚନୀୟ। ଆଲମାରୀ ପାଖରେ ଥିବା ଟେବୁଲ୍ ଆଉ ଆଇନା ଯାହା ରିନାର ଖୁବ୍ ପ୍ରିୟ ଜାଗା, ଯେଉଁଠି ସେ ନିଜକୁ ସଜାଇ ଘଣ୍ଟା ଘଣ୍ଟା ଧରି, ସେଠିକି ଚାଲିଲା ପାଦ ଚିପି ଚିପି । ଆଇନା ଉପରେ ଲାଗିଥିବା କପଡା ଟିକୁ ଆସ୍ତେ ଆସ୍ତେ ଖସେଇଦେଲା ସେ ନିଜକୁ ଦେଖିବାପାଇଁ ନୂଆଁ ରୂପରେ। ଖୁବ୍ ଜୋର୍ ରେ ଚିତ୍କାର କରି ଉଠିଲା ରିନା। ଭୟଙ୍କର ସେ ଶବ୍ଦରେ ଚତୁର୍ଦ୍ଦିଗ ନିସ୍ତବ୍ଧ। କିଛି ବାକି ନଥିଲା ଯେମିତି ଆଉ । 

  ସକାଳୁ ବୋଉ ଉଠି ବିଚାରିକୁ ଗାଧେଇ ଦେବା ପାଇଁ ଚାଲିଲେ ଭିତରକୁ। କିନ୍ତୁ ସବୁ ଶେଷ । ଓହଳି ପଡ଼ିଛି ରିନା। କାନ୍ଥରେ ଲେଖିଛି ଭୟଙ୍କର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Crime