STORYMIRROR

shibananda barik

Inspirational

4  

shibananda barik

Inspirational

ଦୁର୍ଘଟଣା

ଦୁର୍ଘଟଣା

2 mins
216


ନୂଆଁ ଚାରିଚକିଆ ଖଣ୍ଡେ ଆଣିଲା ପରଠୁ ଶ୍ରୀକାନ୍ତ ବାବୁ ଯେମିତି ସାହିପଡିଶାରେ ଦେଖେଇ ହୋଇଛନ୍ତି ପୁଅ ତାଙ୍କଠୁ ଠିକ୍ ଆଉ ଚାରି ଇଞ୍ଚେ ବଳି ଯାଉଛି। କଲୋନୀ ଭିତରକୁ ଆସିଲା ମାତ୍ରେ ଆଠ ବାଙ୍କରେ ଅଠର ଥର ପେଁ ପେଁ,, ନହେଲେ ଲୋକ କେମିତି ଜାଣିବେ ସାହୁ ବାବୁ ବଡ଼ଲୋକ। ଏଣିକି ପୁଅ ଆଉ ଭଙ୍ଗା ବାଇକ୍ ଖଣ୍ଡେ ଧରି କଲେଜ ଯାଉନି, ଆଖି ବୁଜା ଚଲେଇ ଚାଲେ ସତେ ଯେମିତି ଗାଡ଼ି ସାଙ୍ଗକୁ ରାସ୍ତା ବି ବାପର। ବଡଲୋକ ବଡ଼ କଥା ।

    ସୋମବାର ସକାଳୁ ସକାଳୁ ପୁଅ ମନ କରିଛି ତା ଭଳି କେତେକ କଡ଼ା ଗୋଷ୍ଠୀ ସହ ମିଶି ବୁଲିଯିବା ପାଇଁ । ବାପା ବଡ଼ ସନ୍ତର୍ପଣରେ ସମ୍ମତି ପ୍ରଦାନ ପୂର୍ବକ ତକିଆ ତଳେ ପ୍ରିମିୟମ ଭରିବାକୁ ଥିବା କିସ୍ତି ଟଙ୍କାରୁ କିଛି ଆଣି ପୁରେଇଦେଲେ ପୁଅର ବକ୍ଷ ଦେଶରେ, ମହାଆନନ୍ଦରେ ବଡ଼ ଗର୍ବରେ ପିତୃ କର୍ତ୍ତବ୍ୟ ସତେକି ସମ୍ପାଦନ କରିଦେଲେ।

   ପୁଅ ମନ ତଦନୁସାରେ ଖୁସ୍ । ବାପା ସନ୍ତୋଷ ମଉସା ସହ ଅଫିସ ଚାଲିଗଲେ। ପୁଅ ଜଳଖିଆ କରି ବାହାରିଲେ ଜଳପ୍ରପାତରେ ଝରିପଡୁଥିବା ଥଣ୍ଡା ଥଣ୍ଡା ପାଣିରେ ନିଜକୁ ଭିଜେଇଦେବାକୁ ନିଜର କିଛି ଅନୁଗାମୀଙ୍କୁ ସାଙ୍ଗରେ ଘେନି।


   ଇୟେ ପୁଣି କଣ ? ଗହଳି ରାସ୍ତା ଉପରେ ଆଗ ପଛ କରି ମାଡ଼ି ଚାଲୁ ଚାଲୁ ଭଦ୍ରା ରାସ୍ତା ଏକଦମ୍ ଜାମ୍ । ପଚାରି ବୁଝିଲେ, ଆଗରେ ଗୋଟେ ଦୁର୍ଘଟଣା ଘଟିଛି । କେହି ଜଣେ ବେପରୁଆ ଯୁବ ଜ୍ୟୋତି ନିଜର ଉତ୍କଟ ପ୍ରଦର୍ଶନୀରେ ଗଭୀର ଭାବେ ଆହତ କରିଛି ଅନ୍ୟ ଲୋକକୁ। ଏଣୁ ଆମ୍ବୁଲାନ୍ସ ଆସିଲେ ଯାଇ ରାସ୍ତା ଖାଲା ହେବ।

    

    "କି କଥା ଏଗୁଡ଼ାକ। ରାସ୍ତାରେ କଣ ଟିକେ କାହାକୁ ଗାଡ଼ି ଲାଗିଲା ବୋଲି, ଆମେ ଏମିତି ଘଣ୍ଟା ଘଣ୍ଟା ରାସ୍ତା ଉପରେ ଚାରିଚକିଆଟେ ଧରି ତେଲ ପୋଡ଼ିବୁ ନା କଣ ,, ହଟାଓ ହଟାଓ,, ଏ ଅଳିଆ, ,,

   ସଦଳବଳ ଗାଡ଼ିରୁ ଓହ୍ଲେଇ ଲୋକଙ୍କୁ ଓ ଦେଖଣାହାରୀଙ୍କୁ ଠେଲିପେଲି ରାସ୍ତା ଫାଙ୍କା କରି ସୁବିଧା ଦେଖି ମାଡ଼ି ଚାଲିଲେ ଆଗକୁ ଆଗକୁ, ପୀଡ଼ିତ କି ଆମ୍ବୁଲାନ୍ସ ଆଡ଼କୁ ତିଳେ ଦୃଷ୍ଟି ନଦେଇ। ଏମିତିରେ ଯାତ୍ରା ଅମଙ୍ଗଳ ହେଇ ସାରିଥିଲା ଅଧଘଣ୍ଟା ବସି ବସି, ପୁଣି ଲୋକଙ୍କୁ ଏଡେଇ ଏଡେଇ। ଏବେ ମାଡ଼ି ଚାଲିଲେ ସମ୍ବଲପୁରୀ ଗୀତର ଧୁନରେ ଗାଡ଼ିକୁ ଦୋହଲେଇ ଦୋହଲେଇ।


     ସହର ପାର ହେଇ ସାରିଲେଣି। ହଠାତ୍ ଫୋନ୍ ଟି ବାଜି ଉଠିବାରୁ ଗୀତ ବି ବନ୍ଦ ହେଇଗଲା। ଅଜଣା ନମ୍ବର ଦେଖି ତାକୁ କାଟି ଦିଆଗଲା। ପୁଣି ଅଳ୍ପ ସମୟର ବିରାମ ପରେ ସେଇ ନମ୍ବରରୁ ଆସିଲା କଲ।

   

    ହ୍ୟାଲ୍ଲୋ,,, କିଏ ?

   

    ଆଜ୍ଞା ! ଆପଣ ଦେବବ୍ରତ ସାହୁ କହୁଛନ୍ତି? 

  

    ହଁ ହଁ,, ଆପଣ କିଏ ?


  ଦେଖନ୍ତୁ ଆଜ୍ଞା, ଶ୍ରୀକାନ୍ତ ସାହୁ ବୋଲି କେହି ଜଣେ ଆପଣଙ୍କ ସମ୍ପର୍କୀୟ ବ୍ୟକ୍ତି ନିଳୀମା ହେଲଥ୍ କେଇର୍ ରେ ଆଡମିଟ ହେଇଛନ୍ତି । ସକାଳେ ଗୋଟେ ଦୁର୍ଘଟଣାରେ ସେ ଗଭୀର ଭାବରେ ଆଘାତ ପାଇଛନ୍ତି। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଲୋକ ଏଠିକି ଆଣିଛନ୍ତି ଆପଣ ତାଙ୍କ ଘରକୁ ଟିକେ ଖବର ଦେବେ ଦୟାକରି ସେମାନେ ଆସି ପହଁଚିଲେ ଅପରେସନ ହେବ ବୋଲି ଡାକ୍ତର ବାବୁ କହିଲେ । ଟିକେ ଜଲଦି କରନ୍ତୁ ଆଜ୍ଞା!! ନମସ୍କାର ।


   ଭଗଵାନ ଶ୍ରୀକାନ୍ତ ବାବୁଙ୍କୁ ସୁସ୍ଥ କରନ୍ତୁ ଓ ପରିବାରକୁ ଧୌର୍ଯ୍ୟ ଦିଅନ୍ତୁ ।


Rate this content
Log in

Similar oriya story from Inspirational