STORYMIRROR

shibananda barik

Romance

3  

shibananda barik

Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

2 mins
180


ସୂର୍ଯ୍ୟ ଆଜି ସକାଳୁ ଗାଡ଼ି ନେଇ ରତନେଇ ଛକରେ ହାଜର। କଥା କଣ କି ସକାଳୁ ସକାଳୁ ଅରକ୍ଷିତ ମାଷ୍ଟ୍ରେ କଟକ ଗଲେ ତ ତେଣୁ ତାଙ୍କୁ ଆଣି ଛକରେ ଛାଡ଼ିବାକୁ ପଡ଼ିଲା। ଘର ଏଠୁ ଆଠ କିଲୋମିଟର। ଘରକୁ ଯାଇ ପୁଣି ଫେରିଲା ବେଳକୁ ବେଶ୍ ଡେରି ହେଇଯିବ। ତେଣୁ ବଡି ଭୋରରୁ ଚାହା ଦି ଢୋକ ମାରିଦେଇ ଚାଲି ଆସିଲା। ଏତେ ସକାଳୁ ବି କୋଉ ପେସେଞ୍ଜର ମିଳିବ ଯେ ସେ ଆଉ ତରବର ହବ। ମୋବାଇଲ ଟି ପାକେଟ ରୁ ବାହାର କରି କାନରେ ଖଞ୍ଜିଦେଲା ତାର ମୁଣ୍ଡଳୀ। ତାର ଫେବେରିଟ ଲିଷ୍ଟରେ ଥିବା ଗୀତ ଗୋଟକୁ ଗୋଟେ ବଜେଇ ଆଗ ସିଟରେ ବସି ପାହାନ୍ତିଆର ଅଧା ନିଦ ଅଳ୍ପରେ ପୁରା କରିବା ପାଇଁ ଆଉଜି ଗଲା। ବାସ୍ ଏତିକି ବେଳେ ଜଣେ ଭଦ୍ର ମହିଳା ଆସି ଉଠେଇ ଦେଲେ । ବିଲାସପୁର କଲେଜ ଛକରେ ଛାଡ଼ିବାକୁ କହିଲେ। ଅଶି ଟଙ୍କାରେ ଭଡ଼ା ଛିଡିଲା। 

   କଲେଜ୍ ଏଠୁ ପାଞ୍ଚ କିଲୋମିଟର। ଏତେ ସକାଳୁ ବସ ମିଳେନି । ଦୁଇ କିଲୋମିଟର ସରିନଥିବ , ମହିଳା ଜଣକ ବାଆଁ ପଟେ ଆଗକୁ ମାଡିଚାଲୁଥିବା ଆଉ ଜଣେ ତରୁଣୀଙ୍କ ଉଦ୍ଧେଶ୍ୟରେ ପାଟି କରି ତାଙ୍କୁ ମଧ୍ୟ ସେଇ ଅଟୋରେ ବସିବା ପାଇଁ କହିଲେ। 

   ସେଇ କିଛି ସମୟର ଚାହାଣିରେ ପ୍ରଥମ କରି ସୂର୍ଯ୍ୟ ତରଳି ବାକୁ ଲାଗିଲା। ଗାଡ଼ି ଆଗରେ ଲାଗିଥିବା ଆଇନା ଭିତରେ ତାକୁ ବେଳେ ବେଳେ ଦରାଣ୍ଡି ବାକୁ ଲାଗିଲା। ଝିଅ ଟି କିନ୍ତୁ ପୁରା ନୀରବ । ମାତ୍ର ଟିକେ ଦେଖା ଚାହାଁରେ କଲେଜ ଆସିଗଲାଣି। ମହିଳା ଜଣକ ଭ୍ୟାନେଟ ରୁ ପଇସା ବାହାର କରି ବଢ଼େଇ ଦେଲେ । ଝିଅଟି ଟିକେ ବି ତା ଆଡ଼କୁ ଚାହିଁଲାନି। ତଥାପି କୋଉ ଗୋଟେ ଖୁସିରେ ସେ ବିଭୋର। 


     ପରଦିନ ନିଜକୁ ଟିକେ ଆଗ ଅପେକ୍ଷା ଅଧିକ ସଜାଡ଼ିଦେଇଛି। ଆଜି କିନ୍ତୁ ଅଟୋ ବାହାରେ ସେ ଏପଟ ସେପଟେ ହୋଉଛି କାଳେ ସେଇ ଝିଅ ପୁଣି ଦେଖା ହେଇଯିବ। ନହେଲେ ବି ସେ ମହିଳା ଜଣକ ଆସି ପୁଣି ବସିଯିବେ ଆଉ ରାସ୍ତାରେ ସେ ଝିଅ ମିଳିଯିବ।

    ବାସ୍ ପଛରୁ ଡାକ ଶୁଣି ଦେଖିଲା ବେଳକୁ ଦୁହେଁ ହାଜର। ପୁଣି ସେଇ ମହିଳା ଜଣକ ଝିଅଟିକୁ ବସେଇ ଦେଇ ଚାଲିଲେ କଲେଜ । ଆଜିବି କିନ୍ତୁ ସେ ନିରବ ଥିଲା। ମହିଳା ଜଣକ କାହାସହ ଫୋନ୍ ରେ ଗପିବାରେ ଲାଗିଥିଲେ ।

ବାସ୍ ରାସ୍ତା ବି ଖୁବ୍ ଜଲଦି ସରିବାର ଥିଲା ବୋଧେ। କଲେଜ ହାଜର।କିଛି ବି ହେଇପାରିଲାନି।

    ଏମିତି ଚାଲିଲା ଚାରିଦିନ। ସେ ଭାବିଲା ଝିଅଟି ଅଳ୍ପ ହସୁଛିମାନେ ତା ମନରେ ମୋହ ଅଛି ନିହାତି। ସେ କହିପାରୁନି। ଏଣୁ ତାକୁ କିଛି କହିବାକୁ ପଡ଼ିବ। ଅନ୍ତତଃ ଅଳ୍ପ ହେଉ ପଛେ ଆରମ୍ଭ କରିବ।

   ଆଜି ସେ ବେଶ୍ ସାହସର ସହିତ ଆସିଛି। କିଛି ବି ପଚାରିଦେବ।ଗାଡ଼ି ଆସି କଲେଜ ଆଗରେ ଲାଗିଲା। ମହିଳା ଜଣକ ବ୍ୟାଗ୍ ରୁ ପଇସା ବାହାର କରୁ କରୁ ସୂର୍ଯ୍ୟ ସେଇ ଝିଅଟି ଆଡ଼କୁ ଚାହିଁ ବେଧଡକ ପଚରିଦେଲା,

      ଆପଣ କଣ ଏଇ କଲେଜ ରେ ପଢନ୍ତି?


   ସେ ପୂର୍ବ ପରି ନୀରବ ଥିଲା।କିଛି ଉତ୍ତର ନଦେଇ ଅଳ୍ପ ହସିଦେଲା ତଳକୁ ଚାହିଁ। ମହିଳା ଜଣକ ନିରବତା ଭାଙ୍ଗି ଉତ୍ତର ଦେଲେ 

   

   ଆରେ ବାପା , କଥା କଣ କି ସେ କଥା କହି ପାରେନି। ,,, କଲେଜ ରେ ସେ ପିଅନ ଅଛି। ତା ବାପା ଏଠି ଚାକିରି କରୁଥିଲେ ସେ ଅସମୟରେ ଚାଲିଗଲେ ତେଣୁ,,,,, ଝିଅଟି।।।।


   ସୂର୍ଯ୍ୟ ନିରବତା ର ଉତ୍ତର ପାଇ ସାରିଥିଲା। ଚାରିଦିନ ର ଅଜଣା ଆନନ୍ଦ ତା ପାଇଁ ଆଉ ବିଶେଷ କିଛି ପାଇବାର ଆଶାରେ ଚଳଚଞ୍ଚଳ ନଥିଲା। ଗାଡ଼ି ଏବେ ଛକ ଆଡ଼କୁ ଫେରି ଚାଲିଛି। ଆଉ ଧିରେ ଧିରେ ଉଭାନ ହେଇଗଲାଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance