STORYMIRROR

shibananda barik

Abstract

3  

shibananda barik

Abstract

ନାସ୍ତିକ

ନାସ୍ତିକ

2 mins
196

ଆଜି ମକର ସଂକ୍ରାନ୍ତିରେ ବି ବାପୁନ ଏଯାଏଁ ଶୋଇଚି। ସେ ତୁମ ସହ ମନ୍ଦିର ଯିବନି କି ?


 କାଇଁ ତା କଥା କହୁଛୁ । ସେଟା କଣ ମଣିଷ କିଲୋ! ନାସ୍ତିକ ଟେ । ନିଜେ କିଛି କରିବନି କି କାହାକୁ କରେଇ ଦେବନି । 


 ଛାଡ ତା କଥା, ଚାଲ ଚାଲ ବୋଉ ! ଯିବା। ପିଲାଟା ସେ,,,


 ମନ୍ଦିରରୁ ଭାଉଜ ଆଉ ବୋଉ ଫେରିଲାବେଳକୁ ଆଜି କିନ୍ତୁ ଖଟ ଖାଲି। ବୋଉ ପଚାରିଲା ସୋନାଲି କୁ,

  

   ସୋନାଲି ! ଭାଇ କାଇଁ କିଲୋ?? ସକାଳୁ କୁଆଡେ ଗାୟବ ହେଇଯାଇଛି? ପ୍ରସାଦ ଟିକେ ଖାଇ କୁଆଡେ ଯାଅନ୍ତା ହେଲେ।

  

  ମୁଁ ଜାଣିନି ତୋ ପୁଅ କଥା ହେଲା,, ଅଧାକିଲୋ ଘିଅ ପୂଜାଘରୁ ବାହାର କରି ଚୁଡ଼ା ଦି'କିଲୋ , ଚିନି ଅଳେଇଚ ପକେଇ ଖୁବ୍ ଦଳିଲା । ଆଉ ବଡ ଗୋଟେ ପଲିଥିନ ଆଣି ସବୁତକ ଭରିଦେଇ କୁଆଡେ ନେଇଗଲା। ,,ଆଉ କୋଉଠି ? ସେଇ ଅଳିଆ ଷଣ୍ଢ ଗୁଡାକୁ ଖୋଇବାକୁ ନେଇଥିଵ ସେଇ ଗୁହାଳ ୟୁଥ୍ କଲୋନୀକୁ।।


  ମୁଁ ଆଉ ରହିବି ନି ଏଇ ଘରେ। ସବୁତକ ଘିଅ ସରିଦେଇଛି ନା!! ମୋର ପୂଜା ପରବ କେମିତି ହେବ। ନାସ୍ତିକ ଟେ ପୁରା। ଲକ୍ଷ୍ମୀ ଛାଡ଼ିଗଲା ତାକୁ। ମନ୍ଦିର ଗଲେ ମୁଣ୍ଡିଆ ହବନି। କହିବ ପଥର ଗୁଡାକ। କଣ ହବ ହେ ପ୍ରଭୁ ତା'ର ।


  ଦଶଟା ବେଳେ ବାପା ଫେରିଲେ । ବୋଉ କହିଲା ବାପୁନକୁ ଫୋନ୍ କରି ଖାଇବା ପାଇଁ ଡାକିବାକୁ ସେଇ ଚାରି ଦଉଡ଼ି କଟା ଆଲଜ୍ୟା ତଥାକଥିତ ବନ୍ଧୁ ମାନଙ୍କଠାରୁ। କହୁ କହୁ ନାଟକୀୟ ଢଙ୍ଗରେ ପ୍ରବେଶ କଲେ ନାସ୍ତିକ ବାପୁନ୍।


  କିରେ ! ମୋ ଦେଶୀ ଘିଅ ସବୁ ସେଇ ଡାଆଣାଗୁଡାକୁ ଦେଇ ଆସିଲୁ ।।?,,, କହୁନୁ ତାଙ୍କ ବୋପାମାନଙ୍କୁ କାରଖାନା ବସେଇବେ।,,,


 ବାପୁନ୍ କିନ୍ତୁ ସମ୍ପୂର୍ଣ୍ଣ ଅଣଦେଖା କରେ ସେଇ କଥା ଗୁଡାକ। ଯେମିତି ଆମେ ସମସ୍ତେ ଅଳ୍ପ ବହୁତ କରୁ। ବାପା ଶେଷଦୃଶ୍ୟର ନୀରବ ଯବନିକା ଟାଣି କହିଲେ ,


  "କାଇଁ ସେମିତି ହୋଉଛ ! ପଥର ମୂର୍ତ୍ତି ଉପରେ ସିନା ଘିଅ ଢ଼ାଳିନି ତୁମ ଭଳି !! ସକାଳୁ ଉଠି ସେ ରମାଦେବୀ ବୃଦ୍ଧା ଶ୍ରମ ଯାଇଥିଲା । ଚୁଡ଼ା ଜଳଖିଆ ନେଇ,,,। ପୂଜାରୀ ଆଜି ରୋଷେଇ ନକରି ମନ୍ଦିର ପଳେଇଥିଲା ସେଥିପାଇଁ।,,,, ଆଉ ହଁ ମାଳତୀ ,, ତାକୁ ନାସ୍ତିକ କୁହନି। ତମଠାରୁ ସେ ଅଧିକା ଭକ୍ତି କରେ । ଜିଅନ୍ତା ମାନଙ୍କୁ।,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract