shibananda barik

Classics

4.2  

shibananda barik

Classics

କ୍ରିୟାକର୍ମ

କ୍ରିୟାକର୍ମ

3 mins
239



ଗାଁ ଶେଷ ମୁଣ୍ଡରେ ଆଜି ଭୋଜି। ଭୋଜି କିନ୍ତୁ ବିଶେଷ ଲୋକଙ୍କ ଭିତରେ ନୁହଁ ଅଳ୍ପ କେଇଟା ଲୋକ ଏକାଠି ହେଇ ପ୍ରସାଦ ଟିକେ ପାଇଲା ଭଳି ବସିଛନ୍ତି ଧାଡ଼ି ବାନ୍ଧି । ବିଚରା ସାଧୁଟା ମୁଣ୍ଡନ ହେଇ କର୍ତ୍ତା ସାଜିଛି । ସମସ୍ତଙ୍କୁ ଜଣା ସାଧୁଟା ଅନାଥ । ହେଲେ କେବେ ଅନାଥ ହେଇ ବଞ୍ଚିବାକୁ ଦେଇନଥିଲେ ବିମଳା ଦେବୀ। ପୁଅ ଉଚ୍ଚ ଶିକ୍ଷିତ ବୋଲି ଗାଁ ମାଟି ମାଡିଲାନି। ବୁଢ଼ୀ ବିଚାରି ଅମାପ ଧନ ଧରି କରିବ ଵା କଣ ? ଶେଷ ବେଳେ ତ କିଏ ଗୋଟେ ରହିଲାନି। ବିଚରା ସାଧୁ ମନ୍ଦିର ଯିବା ବାଟରେ ବୁଢ଼ୀ କୁ ସାଙ୍ଗରେ ନେଇ ହାତ ଧରି ଯିବା ଆସିବା କରିବା ପରଠୁ ବୁଢ଼ୀର ମାୟା ଲାଗିଯାଇଛି । ତରକାରୀ ଟିକେ ଶାଗ ଟିକେ ମୁଗ ଟିକେ ନେଇ ଦେଇ ଆସେ । ଧୀରେ ଧୀରେ ବୁଢ଼ୀ ଚାଲବୁଲା କରି ପାରିଲାନି ଆଉ । ସାଧୁ ଏଣିକି ତାର ନିଜର। ପୁଅକୁ ଖବର ଦେଇ ପଠେଇଲା ହେଲେ ତାର ଆଉ ଦେଖାନାହିଁ। ଗୋଟିଏ ବୋଲି ପୁଅ ଯେ ବୁଢ଼ୀ କତରା ଲାଗେ ହେଲା ପରେ ବି ସେ ଆସି ଥରେ ଦେଖିଯିବାକୁ ମନ କଲାନି। ସେଇ ଦୁଃଖରେ ବୁଢ଼ୀ ମନ ଖୁବ୍ ଦୁଃଖ। କେତେଥର ନେହୁରା ହେଇଛି ତ ସାଙ୍ଗରେ ସହରକୁ ନେବାକୁ । କିଛି ନହେଲେ ନାତି ଟୋକା ସହ ଟିକେ ଖେଳି ଵୁଲି ଶେଷ ଦିନ ଗୁଡାକ କାଟିଦେବାକୁ। ହେଲେ ବୋହୂ ଘରେ ରହୁନି ଏଣୁ ଦେଖାଶୁଣା କରିବା କଷ୍ଟ କହି ବୁଢ଼ୀ କୁ ଆଉ ନେଲେନି। ଏବେ ସାଧୁ ତାର ଆଶାବାଡି। ଦିନେ ରାତିରେ ବୁଢ଼ୀ କୁ ଭୀଷଣ ଜ୍ଵର । ଥୁଡୁଥୁଡୁ ହେଉ ହେଉ ସାଧୁ ରିକ୍ସା ଡାକି ଘେନିଗଲା ଡାକ୍ତରଖାନା। ଦୁଇଦିନ ରହିଲା ଯେ ବୁଢ଼ୀ ଖାଲି ପୁଅ ନାଆଁ ଜପାମାଳି କରି ଶୋଇଲା। ,,, ହଇରେ ସାଧୁ,,, ପୁଅଟାକୁ ଡାକରେ,,, ଦେଖିଦେଇ ଯିବ,,, କି ପାପ କରିଛି ରେ,,, ।। ମଲା ମୁହଁ ଦେଖିବାକୁ ଆସିବ କିରେ !,,, ମୋ ଧନ ରେ,,, ଏ ମୋ ସୁନା,,,,


     ବାଉଳି ଚାଉଳି ହେବାରୁ କମ୍ପୌଣ୍ଡର ବାବୁ ଔଷଧ ଦେଇ ଘରକୁ ପଠେଇଦେଲେ। ଦୁଇଦିନ ଯେମିତି ସେମିତି ଗଲା ହେଲେ ଶନିବାର ଆଳତି ସାରି ସାଧୁ ଫେରିଲା ବେଳକୁ ତା ଦେହରେ ଖଇ ଫୁଟିଛି । ଔଷଧ ଦେଇ ପାଦ ହାତ ଘଷା ମୋଡା କଲା। ଦେହ ଟିକେ ଥଣ୍ଡା ଧରିବାରୁ ସାଧୁ ଆରଘରେ ଗଡ ପଡ଼ ହେଇ ଜଗିଥିଲା। ହେଲେ ଅଧରାତିରେ,,, ଓହୋ ,, କରି ଆବାଜ୍ ଶୁଣି ଦୌଡି ଯାଇ ଦେଖେ ବୁଢ଼ୀ ଶେଷ। 


  ଚାରି ଦିନ ଯାଇ ପାଞ୍ଚଦିନ। ପୁଅକୁ ଖବର ଦିଆ ସରିଛି, ହେଲେ ସେ କଣ ଆଉ ଫେରିବ? ଆଜି ବୁଢ଼ୀର ଏକାଦଶୀ । ବିଚରା ମାଗିଯାଚି ବୁଢ଼ୀ ଆତ୍ମା ର ଶାନ୍ତି ପାଇଁ ଜାତି ଲୋକ ଡାକି ବସେଇଛି ଅଗଣାରେ । ,, ପେଁ ,, ପେଂ ଶବ୍ଦ କରି ଗାଡ଼ି ଗୋଟେ ଅଗଣା ରେ ଲାଗିଲା। ବାବୁ ଗାଡିରୁ ଓହ୍ଲେଇ ସିଧା ସିଧା ଗହିରି ଘରକୁ। ପଛେ ପଛେ ସାଧୁ ଚାଲିଗଲା ଭିତରକୁ। 

   

   ସାଧୁ,,, ଦେଖ ବୋଉ ତୋ ବିଷୟରେ ବହୁତ୍ କହିଛି। ,, ମୋର କାମ ଯୋଗୁ ମୁଁ ଆସି ପାରିଲିନି।,, 

    ଦେଖ ,, ତୁ ବୋଉର ସେବା କରିଛୁ । ସେଥି ପାଇଁ ମୁଁ ସବୁ ଖର୍ଚ୍ଚ ଦେଇଦେବି। ହେଲେ ସତ କହ,, ବୋଉ ଘର ଆଉ ଜମି କାଗଜ ପତ୍ର କୋଉଠି ରଖିଛି ,, ବାକି ତୋ ପାଉଣା ତୋତେ ମିଳିଯିବ।


   ସାଧୁ ସେମିତି ପଥର ଭଳି ଚାହିଁ ରହିଥାଏ। ପୁଅ ଘରେ ପହଞ୍ଚିବା କଥା ଶୁଣି ଗାଁ ପୁରୋହିତ ଧଇଁ ସଇଁ ହୋଇ ଭିତରକୁ ମାଡ଼ି ଆସିଲେ। ଟିକେ ସମୟର ନିରବତା ପରେ ଭଲମନ୍ଦ କଥା କହି କାଖ ମୁଣି ଭିତରୁ କାଗଜ ଖଣ୍ଡେ ବାହାର କରି କହିଲେ 

    ,,ବୁଝିଲ ବାପା !,, ମା ତୁମର ଖୁବ୍ ଧର୍ମପରାୟଣ ବ୍ୟକ୍ତି,, ନହେଲେ ଏମିତି ମୋହ ମାୟା ଛାଡି ସବୁ ତକ ମନ୍ଦିର କୁ ଦେଇଗଲେ । ଆହା! ଦେବୀ କି ଜଣେ ଆଉ,,,ସାଧୁ ଟା ଖୁବ୍ ଆଦର କରିଥିଲା। ତାକୁ କିଛି ଦେବାପାଇଁ କହିଲାରୁ ସେ କହିଲେ ,,, ତାକୁ କାଳେ କଦୁଆମୁଲି ଜମି ଦି ମାଣ ବହୁତ୍ ଥର ଯାଚିଛନ୍ତି ହେଲେ ବିଚରା ରୋକ୍ ଠୋକ୍ ମନା କରିଛି। ମୋହ ମାୟା ବୋଲି କିଛି ନାହିଁ ,,, ଏଇ କ୍ରିୟା କର୍ମ ପାଇଁ ମନ୍ଦିରରୁ ମଠରୁ ମାଗି ଯାଚି ଯାହା କରିଛି।,,,,,

    

     କାହା ମୁହଁରେ କିଛି ଉତ୍ତର ନାହିଁ। ସାଧୁ ମୁଁହ ତଳକୁ କରି ଛିଡ଼ା ହେଇଥାଏ।


Rate this content
Log in

Similar oriya story from Classics