STORYMIRROR

shibananda barik

Others

3  

shibananda barik

Others

ସନ୍ଦେହ

ସନ୍ଦେହ

2 mins
248


ସବୁବେଳେ ଏମିତି ସ୍ୱାମୀଙ୍କୁ ନନା କଥା କହି ସନ୍ଦେହରେ ଗାଳି ଦବା ସବୁ ସ୍ତ୍ରୀଙ୍କ ଗୋଟେ ଗୋଟେ ଅଭ୍ୟାସ। ରାଧା କିନ୍ତୁ ଶିକ୍ଷିତ । ସେ ଏସବୁ କଥାଠୁ ବାହାରେ। ସରକାରୀ ବାସଭବନରେ ସେ ଏବେ ନୂଆ ନୂଆ ରହୁଛନ୍ତି । ତେଣୁ ସେ ପଡୋଶୀ ସହ ବି ତାଙ୍କର ଧୀରେ ଧୀରେ ଜାଣିବା ଆରମ୍ଭ ହେଇଛି। ବେଶ୍ ଖୁସିରେ ଚାଲିଛି ନୂଆ ନୂଆ ବିବାହିତ ଜୀବନ । ଏସବୁ କିନ୍ତୁ ସବୁ ଲୋକଙ୍କ ଆଖିରେ ସହିବା ସହଜ ନୁହଁ। ସଜମାଛରେ ପୋକ ପକେଇବା କିଛି ଲୋକଙ୍କର ରିତିମତ ଅଭ୍ୟାସ । ପଡୋଶୀ ଅଞ୍ଜନା ମାଡ଼ାମ ନିକେତନଙ୍କ ସହକର୍ମୀ ଏଣୁ ଅଫିସ ଯିବା ଆସିବା ପ୍ରାୟ ଆଗରୁ ଲାଗି ରହିଛି ତାଙ୍କର। ଏସବୁ କିନ୍ତୁ ରାଧାକୁ ବିଶେଷ ଫରକ ପଡୁ ନଥିଲା ଆଗରୁ। ଏବେ କିନ୍ତୁ ପରିସ୍ଥିତି ଅଲଗା ପ୍ରକାର। ସାମ୍ନାରେ ରହୁଥିବା ମିଶ୍ରବାବୁଙ୍କ ମାଡାମ ପରାମର୍ଶ ଦେବାରେ ଖୁବ୍ ଧୂରନ୍ଧର। ତାଙ୍କର ପରାମର୍ଶ ଯୋଗୁଁ ରାଧା ପାଇଛି ଦିବ୍ୟଦୃଷ୍ଟି। ଆଉ ଟିକେ ଟିକେ ଜଳିବା ବି ଆରମ୍ଭ ହେଲାଣି। ମିଶ୍ର ବାବୁଆଣି ଖୁବ୍ ଯତ୍ନ ସହକାରେ ସବୁ ଜିନିଷ ସଞ୍ଜୟ ପରି ଧୃତରାଷ୍ଟ୍ରଙ୍କ ଆଗରେ ଗୋଟି ଗୋଟି କରି ବର୍ଣ୍ଣନା କରିଦିଅନ୍ତି ଆଉ ବିଚାରି ରାଧା ବି ସେୟା ଦେଖେ । ଟିଫିନ୍ ଦେବା ବାହାନାରେ ଯେତେ ଥର ଗଲାଣି ସେ ଦୁହିଁଙ୍କୁ ଏକାଠି ଦେଖେ। ନିତି ସନ୍ଧ୍ୟାରେ ଦୁହେଁ ଏବେ ପାର୍କ ବି ଯିବା ଆସିବା ଆରମ୍ଭ କଲେଣି। ଅଫିସ ଯିବା ଆସିବା ତ ଲାଗି ରହିଛି ଆଗରୁ । ଏସବୁ ନେଇ ଘରେ ରାମାୟଣ ମହାଭାରତ ବି ଆରମ୍ଭ ହୋଇସାରିଲାଣି। ନିକେତନ ବହୁତ୍ ବୁଝାଇବାକୁ ଚେଷ୍ଟା କରନ୍ତି କିନ୍ତୁ ସେ ବୁଝିବାକୁ ନାରାଜ। କଥା ଏତେ ଦୂରକୁ ଗଲାଣି ଯେ ଦୁହେଁ ଅଲଗା ଅଲଗା ଯିବା ଆସିବା ଆରମ୍ଭ କଲେ। ଯଦି କେବେ କେମିତି ଅଞ୍ଜନାଙ୍କ ଫୋନ୍ ଆସିଲେ ରାଧା ଚିଡି ଚିଡି ହେଇ ଫୋନ୍ ବି କାଟିଦେଇ ନାନା ଦୁର୍ଭାଷାରେ ଗାଳି ଦେବାରୁ ନିକେତନଙ୍କ ସଂଯମତା ସୀମା ଟପି ରାଧା ଉପରକୁ ହାତ ବି ଉଠିଛି । ଏଇ କଥା ନେଇ ଦୁହିଁଙ୍କ ଭିତରେ କଥା କଟାକଟି। ରାଧା ରାଗିଯାଇ ଘରକୁ ଯିବାକୁ ଜିଦ ଧରି ବସିଛି। ନିକେତନ ଭୁଲ ମଗିଲାରୁ କଥା ଟିକେ ଆୟତ୍ତ ଭିତରେ। ରକ୍ଷାବନ୍ଧନରେ ମା ଆସିଛନ୍ତି ଏଥର । ଦ୍ଵିପହରେ ଅଞ୍ଜନା ମାଡମ ତାଙ୍କ ସ୍ଵାମୀ ବୋଲି ପରିଚୟ ଦେଇ ଜଣେ ପୁରୁଷଙ୍କ ସହ ଘରକୁ ଆସିଲେ ଖଣ୍ଡେ ରାକ୍ଷୀ ଆଉ କିଛି ଫୁଲ ସହ ମିଠା ନେଇ। 

କହିଲେ ,

  " ନିକେତନ, ମୁଁ ସକାଳୁ ଅପେକ୍ଷା କରିଥିଲି । ଗଲା ତିନି ବର୍ଷ ଧରି ମୁଁ ତୁମ ହାତରେ ରାକ୍ଷୀ ବାନ୍ଧେ । ବୟସରେ ମୁଁ ତୁମଠୁ ଢେର୍ ବଡ଼ କିନ୍ତୁ ସବୁବେଳେ ତୁମେ ଛାଇ ଭଳି ମୋ ପାଖରେ ଅଛ। ତୁମ ସାହାଯ୍ୟ କେବେ କଣ ଭୁଲି ପାରିବି? ତୁମେ ମୋତେ ଖୁସିରେ ଯେଉଁ ଦିଦି ବୋଲି ପଦେ ଡାକିଦିଅ, ମୋତେ ଲାଗେନା ମୋର କିଏ ଭାଇ ନାହିଁ ବୋଲି। ! ବୋଧହୁଏ ନିଜ ଭାଇଟେ ଥିଲେ ଏମିତି ସ୍ନେହ ସମ୍ମାନ ପାଇନଥାନ୍ତି। " 


 ସମସ୍ତେ ଚୁପ୍ ଚାପ୍ ଚାହିଁ ରହିଥାନ୍ତି। ରାକ୍ଷୀଟି ବାନ୍ଧି ଦେଇ ମିଠା ଟିକେ ଖୋଉ ଖୋଉ ମାଆ ପାଖକୁ ଆସି ଅଞ୍ଜନାଙ୍କୁ କୋଳେଇ ଧରି କହିଲେ," ଝିଅ ଲୋ ସେ ବି ତୋ କଥା ବହୁତ୍ କହେ । ତୁ ବି ମୋ ଝିଅ ପରି ।! ଖୁସିରେ ରହ। ନିକେତନ ମିଠା ଖାଇ ଅଞ୍ଜନାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ । ହସ ଖୁସିରେ ଦୁଇପଦ କଥା ହେଉ ହେଉ ଅଞ୍ଜନା ବାହାରିଲେ ଘରକୁ। ଏତିକି ବେଳେ ରାଧା ପାଟି କରି ଉଠିଲା,

 " ରୁହ ରୁହ ଗେଲି ନଣନ୍ଦ! କୁଆଡେ ଯାଉଛ! ଭାଇ ଘରକୁ ଆସି ନ ଖାଇ ଚାଲିଯିବ ? କାଜୁ ଦେଇ କ୍ଷୀରି କରିଛି ଦୁଇ କପ ଖାଇଦେଇ ଯିବ । 

 ସେ ହସିଦେଲେ। ନିକେତନ ବି ଏବେ ଖୁସ୍।



Rate this content
Log in