STORYMIRROR

shibananda barik

Abstract

4  

shibananda barik

Abstract

ଚାକିରି ରୁ ବହିଷ୍କାର

ଚାକିରି ରୁ ବହିଷ୍କାର

3 mins
285


   ମାଆ କେତେଥର କହିଲାଣି ଜିଁ ଥାଉ ଥାଉ ବୋହୂଟେ ନେଇଆ। କେତେ ହଇରାଣ ହୋଉଛି ସତରେ ଭେଣ୍ଡିଆଟା । ବୁଢ଼ୀ ଆଠ ମାସ ହେଲା ଚକଲଗା ରେ ବସିଲାଣି । ପୁଅ କଣ ଦୁଇଟା ରନ୍ଧିଦେଇ ଅଳ୍ପ ଦୁଇଟା ଖାଇଦେଇ ଚାଲିଯାଏ ପେଟ ଦରପୁରା କରି ,କିନ୍ତୁ ବୁଢ଼ୀକୁ ଟିକେ ବି ଅଣଦେଖା କରେନି। ସମୟ ଦେଖି ଔଷଧ ପାଣି , ଜଳଖିଆ ସବୁ ଦିଆ ନିଆ କରୁ କରୁ ତାର ଡେରି । ଉପରକୁ ବେସରକାରୀ ଚାକିରି ରେ ଯୋଉ ପ୍ରକାର ଦହଗଞ୍ଜ ସେଇଟା କେବଳ ମୁଣ୍ଡ ପାତି ସବୁ କଥାରେ ହଁ ଭରୁଥିବା ଦାସ ଦାସୀ ମାନଙ୍କଠୁ ଅଧିକା କିଏ କହିପାରିବ। ଏମିତି ଅନେକ ଥର ଉପରିସ୍ଥ ଅଧିକାରୀଙ୍କ ଠୁ ବୋଲ ବକର ଶୁଣି ମଧୁ କିନ୍ତୁ ଅଭ୍ୟସ୍ତ ହେଇ ସାରିଲାଣି ।ବେଳେ ବେଳେ ଚିନ୍ତା କରେ ବୋଧେ ହୁଏ ଏମିତି ବଞ୍ଚିବା ଖୁବ୍ କାଠିକର ପାଠ , କିନ୍ତୁ ମା ର କଣ ହେବ ? ଏତେ ସବୁ ଭିତରେ ବି ପାଦ ଚୁପି ଚାପି ସେ ବଞ୍ଚିବାକୁ ଚେଷ୍ଟା କରେ। ବଜାର ସଉଦା , ପାଣି ନିଆଁ, ରୋଷେଇ ବାସ , କନା ପତର ସଫା, ଘର ଦୁଆର ପୋଛା ଇତ୍ୟାଦି ଇତ୍ୟାଦି ତା ପୁଣି ଆଚ୍ଛା ଯୁଆନ ପୁରୁଷ ପୁଅଟେ । ଭଗଵାନ ଜାଣନ୍ତି ସେ କଷ୍ଟ। ଶରୀର ଠୁ ମନ ଭିତରେ ଏକ ବିଚ୍ଛିନ୍ନତା ଅବଶ୍ୟସମ୍ଭାବି ନୈରାଶ୍ୟତା। କଦାପି କ୍ଵଚିତ ସମୟ ପାଇଲେ ବାହାରକୁ ବୁଲିଆସିଲେ ତାକୁ ଟିକେ ଭଲ ଲାଗେ ,କିନ୍ତୁ ସେ ସବୁ ଏବେ ଆଉ ସମ୍ଭବ ନାହିଁ। ବଡ଼ ଦିଦିକୁ ଘରକୁ ଡାକିଲା ରୁ ଦୁଇଦିନ ନହଉଣୁ ଜୋଇଁ ଘରୁ ଘନ ଘନ ଡାକରା। ଯେଉଁ ରୀତିମତ ଜଞ୍ଜାଳ ରେ ଥିଲା ପୁଣି ଫେରିଯାଏ ସେଇ ଦୁନିଆ। 

    କାଲି ବୋଉ ଦେହ ବିଶେଷ ଖରାପ ହେବାରୁ ସଦର ହସ୍ପିଟାଲ ରୁ ଫେରୁ ଫେରୁ ରାତି ଦୁଇଟା। ସକାଳୁ ଉଠୁ ଉଠୁ ପ୍ରାୟ ଆଠଟା। ନିଜେ ପଛେ ଭୋକରେ ରହିଯିବ କିନ୍ତୁ ବୁଢ଼ୀ ପାଇଁ ରୁଟି ଦୁଇପଟ ନ କଲେ ସେ ବଞ୍ଚିବ ତ? ତଥାପି ଆଜି ଢେର୍ ବିଳମ୍ବ। ଘରୁ ବାହାରୁ ବାହାରୁ ସାଢେ଼ ଦଶ।


    ଅଫିସ ରେ ପହଞ୍ଚୁ ପହଞ୍ଚୁ ଗେଟ୍ ସାମ୍ନାରେ ସେଇଦିନକୁ ଛିଡ଼ା ହେଇଥିଲେ ସଂସ୍ଥାର ନିର୍ଦ୍ଦେଶକ ।


   ସାର୍ ସାର୍ ଗୁଡ ମୋର୍ଣିଂ,,,,


# ଆପଣ ମଧୁସୂଦନ ରଥ ନା?


 * ହଁ ସାର୍ ,, ହଁ,,


 #ଆପଣଙ୍କୁ ସମୟ ଜ୍ଞାନ ନାହିଁ କି ? କେତେଟା ବାଜିଲାଣି ? ସେମିତି ରେ ମୁଁ ତୁମ ନାଆଁ ରେ ଆଗରୁ ବି ବହୁତ୍ ଥର ଶୁଣିଲିଣି।।।


 * ସାର୍ କଥା କଣ କି ,, ମୋ ଘର ଏଠୁ ଚଉଦ କିଲୋମିଟର,, ତେଣୁ,,,,,,


 # ତ?,,, କୋଉଠି ଅଫିସ ମାନୁଆଲ ରେ ଲେଖା ଅଛି , ଆପଣ ଙ୍କ ଘର ଦୂର ବୋଲି ଲେଟ ରେ ଆସିବେ ,,,,


*ସାର୍,,,,,

 

# ପଟ୍ଟନାୟକ ବାବୁଙ୍କଠୁ ତମ ଟର୍ମିନେସନ ଲେଟର ନେଇଯାଅ,,,,


  ମଧୁ ଅଳ୍ପ ହସିଦେଲା ବିନା କୌଣସି ଉତ୍ତର ନା ଥିଲା କିଛି ଯୁକ୍ତି ନା କିଛି ପ୍ରଶ୍ନ ଏସବୁ ଯେମିତି ପୂର୍ବନିର୍ଦ୍ଧାରିତ ଥିଲା ତା ପାଇଁ। ସନ୍ଧ୍ୟାବେଳେ ନିର୍ମଳ ଘରକୁ ଆସିଲା । ନିର୍ମଳ ଖାଲି ଅଫିସ ରେ ତା ସହକର୍ମୀ ନୁହଁ ବରଂ ସୁଖଦୁଃଖ ରେ ତା ସାଙ୍ଗରେ ରହି ଆସିଛି ଗତ ତିନି ବର୍ଷ ଧରି। ଉଭୟେ ଚାହା କପେ କପେ ମାରିଲେ ଠିକ୍ ପୂର୍ବ ଥର ଭଳି।

   ନିର୍ମଳ କଣ କହିବ ଆଉ କିଭଳି କହିବ ନିଜେ ବି ଶବ୍ଦ ପାଉ ନଥାଏ। କିଛି ନ କହି ସୋଫା ଉପରେ ତା ଆଡ଼କୁ ଢଳି ଯାଇ ତା ଦୁଇହାତକୁ ଜାବୁଡି ଧରି ମୁଁହ ତଳକୁ କରି କାନ୍ଦିବାରେ ଲାଗିଲା। 


   # ମୋର ଭୁଲ୍ ହେଇଗଲା ରେ ଭାଇ ।। ବହୁତ୍ ବଡ଼ ଭୁଲ୍ ହେଇଗଲା। ।


  * ଆରେ ,, ଆରେ,, ଏମିତି ଛୁଆ ଭଳି କଣ ହୋଉଛୁ?,,,


#ତୁ ସେମିତି ରେ ବୋଉ ପାଇଁ କାମ କରି କରି ଖୁବ୍ ଡେରି ରେ ଅଫିସ ଆସୁ ।। ମୁଁ ଜାଣି ଜାଣି ଏମିତି ତୋତେ ସୀମାକୁ ନେଇ ସ୍କୁଲ୍ ରେ ଛାଡି ଆସିବାକୁ କହି କିଛି ଠିକ୍ କଲି ନାହିଁ । ମୋର ଭୁଲ୍,,,,,

 

* ଆରେ ,, ପାଗଳ କିରେ ,, ସୀମା ଟା ଅନାଥ ଛୁଆ ଟେ । ତା ପାଇଁ ତୁ ଯାହା ସବୁ କରୁଛୁ ,, ସତରେ ତୋ ଆଗରେ ମୁଁ ୠଣି। ,,, ଆଉ ବାକି ରହିଲା ଚାକିରି । ଆଜି ନହେଲେ କାଲି ପୁଣି ମିଳିଯିବ। ହେଲେ ତୋ ଭଳି ସାଙ୍ଗଟେ ମିଳିବ କି?


 ଦୁହେଁ ଚାନ୍ଦିନୀ ଗଳି ଆଡେ ବାହାରିଗଲେ , କୁମାର ଭାଇର ଚାଟ ଦୋକାନ ଆଡେ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract