STORYMIRROR

shibananda barik

Thriller

3  

shibananda barik

Thriller

ହତ୍ୟା

ହତ୍ୟା

2 mins
210


 * ପାପା, ପାପା ! ମୋ ପାଇଁ ସ୍କେଚ କଲର୍ ଆଣିଦିଅ ନା ପ୍ଲିଜ୍!


 # ଏଇନେ ପରା ଆଣିଥିଲି ! ତାକୁ ଗିଳି ସାରିଲୁଣି କି ?


* ନାଇଁ ପାପା ମୋଠୁ ଛଡେଇ ମୋହନ ସବୁ ଭାଙ୍ଗିଦେଲା । ତମେ ନୂଆଁ ଆଣିଦିଅ । ମିସ ଆମକୁ ଆଞ୍ଜେଲ ମାନେ ପରି ଚିତ୍ର କରିବାକୁ ଦେଇଛନ୍ତି । 


  # ଗୋଟେ କାମ କର ସୋନୁ ! ଯା ଦୀକ୍ଷା ଦିଦି ଠୁ ନେଇ କରିଆଣେ । ତୋ ପରୀ ଯଦି ମୋତେ ଭଲ ଲାଗିଲା ତାହେଲେ ତୋ ପାଇଁ ସ୍କେଚ୍ ପକ୍କା !

 


  ଖୁସି ହେଇ ଭିତରକୁ ଧଇଲା ସୋନୁ, ନିଜ ବୁଦ୍ଧି ଆଉ ଦାଗହୀନ କଅଁଳିଆ ହାତରେ ବଳପ୍ରୟୋଗ କରି କାଗଜ ଉପରେ ସୃଷ୍ଟି କରିବ କୀର୍ତ୍ତିଟିଏ । ଯଦିଓ ମୁଁ ପ୍ରଥମରୁ ପ୍ରଲୋଭନ ଜାଲରେ ତା'ଠାରୁ ଅଧିକା ଆଶା କରିଥିଲି । 


  ସନ୍ଧ୍ୟାବେଳେ ସ୍ୱାଇଁ ବାବୁ ଘରକୁ ଆସିଥିଲେ । ଗୋଟେ ନ୍ୟୁଜ୍ ଚ୍ୟାନେଲର ଜଣେ ବିଶିଷ୍ଟ ସାମ୍ବାଦିକ ସେ । ଦୁହେଁ ବସି ଏଣୁତେଣୁ ଗପିବା ଭିତରେ ନିଜକୁ ଅନ୍ୟ ଆଗରେ ଦେଖେଇହବାର ମୋହ ଭିତରେ ସୋନୁ ଡ୍ରଇଂ ସିଟ ଖଣ୍ଡେ ରୋଲ ବାଡ଼ି କରି ଧରି ଆସିଲା ମୋ ପାଖକୁ, ଖୁସି ତା ମୁହଁରୁ ଆଦୌ ଓହରି ନଥିଲା । 


  ପାପା, ମୁଁ କରିଦେଲି, ଦେଖିବ କି ?


 ଆରେ ୱାହ, ଏତେ ଜଲ୍ଦି? ଦେଖା ଦେଖା,,


  ସରପ୍ରାଇଜ୍, ଏଇ ଦେଖ,


 କିଛି ସମୟ ପୁରା ନିରବ ହେଇ ପଚାରିଲି, ଆରେ ବାବା ଏସବୁ କଣ? ପରୀ କାଇଁ? ଚିତ୍ରଟିକୁ ଟେବୁଲ୍ ଉପରେ ଥୋଇଦେଇ ଆଣ୍ଠେଇ ପଡ଼ି କୁନି ଆଙ୍ଗୁଳିରେ ବୁଝେଇଦବାକୁ ଲାଗିଲା ଖଣ୍ଡେ ଇଞ୍ଜିନିୟର ଭଳି...  

  ଏଇ ଦେଖୁନ, ତା ଖପୁରୀ, ଆଉ ଏସବୁ ତା ହାଡ଼, ଆଉ ଏଇଟା ଦେଖ ତା ରେଡ କଲର୍ ଲେଗିନ୍ସ, କାଲି ତ ଟିଭିରେ ପରୀକୁ ଦେଖୋଉଥିଲା । ମିସ୍ କହୁଥିଲେ ପରୀମାନେ ଆମଠୁ ଅଲଗା । ଦେଖୁନ ପାପା, ତାଙ୍କର ହାଡ଼ ବି ଆମଠୁ କମ୍, ମାତ୍ର ଆଠଟା, ଭଲ ହେଇଛି ନା ପାପା, ମୋ ପାଇଁ ନୂଆ ସ୍କେଚ୍ ଆଣିଦେବ ତ? କୁହ, 


 ମୋ ପାଖରେ କିଛି ଉତ୍ତର ନଥିଲା, ଥିଲା କେବଳ କ୍ଷୋଭର ଛନ୍ଦାଛନ୍ଦି ଢେର୍ ସାରା ପ୍ରଶ୍ନପୁଞ୍ଜି, କିନ୍ତୁ ମୁଁ ଏସବୁ କାହାଠୁ ବୁଝିବି । ସରକାର ଠୁ ? ପ୍ରଶାସନ ଠୁ ? ପୋଲିସ ଠୁ? ନା ଆମ ଭଳି କିଛି ସଭ୍ୟ ସମାଜର ଜଟାଧାରୀ ରାବଣ ମାନଙ୍କ ଠାରୁ??? 


  ସ୍ୱାଇଁ ବାବୁ ବେଶ୍ ନିର୍ବିକାର ଭାବେ ବସି ଆମେ ବାପ ପୁଅ ଦୁଇଟାକୁ ଏକ ଲୟରେ ଚାହିଁ ରହିଥିଲେ ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Thriller