STORYMIRROR

Manoj Behera

Romance Tragedy Action

3  

Manoj Behera

Romance Tragedy Action

ସ୍ମୃତି ଆଉ ଇତିହାସର ସାଉଁଟା ବରଗଛ

ସ୍ମୃତି ଆଉ ଇତିହାସର ସାଉଁଟା ବରଗଛ

3 mins
197

ଏକ ବରଗଛ ।ଏକ ସମୟରୁ।

ଏକ ପୃଷ୍ଠାରେ ସେ ' ସ୍ମୃତି ଆଉ ଇତିହାସକୁ ସାଉଁଟିବା ରେ ମୋର ବର୍ଣ୍ଣନା ଏହିପରି ।


ଇଏ ସେଇ ବାରିପଦା ସହର।

କାହିଁ କେଉଁ କାଳରୁ ଛିଡା ହୋଇଥିବା ବୁଢାବରଗଛଟା ଏବେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହତାରେ ଅଛି ।  ଗଲା ଆସିଲା ବେଳେ ନିଶ୍ଚୟ , ସେହି ବରଗଛ ଡ଼ାଳର

ଆଢୁଆଳରେ ତୁମେ ବି ! କେବେ ନିଶ୍ଚୟ ଛିଡ଼ା ହୋଇଥିବ । ବରଗଛର ଛାଇ ତୁମ..କୁ ଆବୋରି ନେଇଥିବ ।  କେତେ ଥଣ୍ଡା ,ଗରମ, ବର୍ଷା ଏବଂ ଆହୁରି ଅନେକ ଋତୁ , ତୁଫାନର ସାମ୍ନା କରିଛି ସେହି ବରଗଛ । ସେ ପାଇବାର ଇଚ୍ଛା କେବେ କରି ନାହିଁ।ବରଂ ସବୁବେଳେ କିଛି ଦେଇଛି ।କେତେ ଭ୍ରମଣକାରି,ପଥିକ, ଯାତ୍ରୀ, ଧର୍ମପନ୍ଥି, ସମ୍ପ୍ରଦାୟ,ବରଗଛର କୋଳରେ ଟିକିଏ ବସିଲେ ଶୀତଳତା ପାଆନ୍ତି। 

ଆରାମ ପାଆନ୍ତି।

ଶାନ୍ତି ଅନୁଭବ କରନ୍ତି । 

ମାତ୍ର ଏବେ ସମୟର ଅବିରତ ଧାରା ରେ ପରିବର୍ତ୍ତନ ଆସିଛି।

ଅଛି ସେହି ବରଗଛ।

 ଅଛି ସେହି ବାରିପଦା।

ଅଛି ସେହି ଗୋଲାକାର ପିଣ୍ଡା। 

ଅଛି ସେହି ବରଗଛର ଶୀତଳ ଛାଇ।ଗଛଟି ବହୁତ ପୁରୁଣା।ଯାହା ନିଜ ଭିତରେ ଅନେକ ଇତିହାସ ଧାରଣ କରିଛି।ଅନେକ ଇତିହାସ ର ମୁକସାକ୍ଷୀ ସେଇ ବୁଢା ବରଗଛ। ଗଲା ଆଇଲା ଲୋକ ବରଗଛର ଛାଇରେ ଗାଡି ରଖି ତଳେ ବିଶ୍ରାମ ନିଅନ୍ତି। କାହିଁ କେଉଁ କାଳରୁ ବିଦ୍ୟମାନ ସେହି ବରଗଛ।ସେଇ ବରଗଛର ପିଣ୍ଡିରେ କେତେ ଲୋକ ବସିଛନ୍ତି ।କଥା ହୋଇଛନ୍ତି।

ସେ ସବୁର ହିସାବ ରଖିଛି ସେଇ ବରଗଛ।

ବରଗଛର ସ୍ନିଗ୍ଧ ଛାୟାକାନ୍ତ ଅଞ୍ଚଳ ଟା ମୋତେ କାହିଁକି ମୋପରି ସମସ୍ତଙ୍କୁ କେମିତି କେମିତି ଲାଗେ। ଚିହ୍ନା- ଚିହ୍ନା ଆପଣାର ଲାଗେ ବରଗଛ ।  ମନେପଡେ ପିଲାବେଳେ ହାତ ବଢେଇ ତା’ର ଓହଳରେ ଝୁଲିବାର ସ୍ମୃତି।ସେତେବେଳେ ଅନେକ ବର ଓହଳ ଭୁଇଁ ପର୍ଯ୍ୟନ୍ତ ଝୁଲିଥାଏ । ତୁମେ ଦେଖିଛ କେତେ ହଜିଲା ଦିନର ସ୍ପନ୍ଦନ। 

ବିଶେଷ କରି ବାରିପଦା ପୁଲିସ ଲାଇନ ପଡିଆରେ ପାଳିତ ସ୍ଵାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ ପାଳନ ସାରିବା ପରେ ସବୁ ପିଲା ଠୁଳ ହୁଅନ୍ତି ସେହି ଝଙ୍କାଳିଆ ବରଗଛ ପାଖରେ ।

 ନାଁ'ସେଥିରେ କିଏ ଚିହ୍ନା –ନାଁ' କିଏ ଅଛି ଅଚିହ୍ନା ତୋ ପାଖେ ବିତିଛି ଅନେକ ମହାର୍ଘ ମୁହୁର୍ତ୍ତ । 

ଖେଳ କଉତୁକର ଦିନ । ସାକ୍ଷୀ ଅଛୁ ତୁ କେତେ ଯେ ପିଢ଼ିର ଅପାସରା ସ୍ମୃତି ସବୁ। 

।ଅନେକ ଲୋକ ଆସନ୍ତି, ବସନ୍ତି, ଚାଲିଯାଆନ୍ତି।

ହେଲେ ବରଗଛ କାହିଁ କେତେଦିନ ରୁ ରହିଅଛି।

କେତେ କେତେ ଲୋକଙ୍କୁ ସେ ନିକଟରୁ ସେ ଦେଖିଛି।ତାହା ତା'କୁ ହିଁ ଜଣା। 

ରାତି ହେଲେ କେହି ନାହାଁନ୍ତି । 

ସେ ଏକୁଟିଆ। ରଥଯାତ୍ରା ସମୟରେ ଦୂର ଦୂରାନ୍ତରୁ ଲୋକମାନେ ମାନେ ଦଳ ଦଳ ହୋଇ ବାରିପଦାକୁ ରଥ ଦେଖିବାକୁ ଆସୁଥିଲେ। ଭାରି ଗହଳି ହେଉଥିଲା । ରାଜପଥ ମୁଖରିତ ହୋଇ ଉଠୁଥିଲା । ଯାନବାହାନ ଅଭାବରୁ ସେମାନେ ନିଜ ନିଜ ଗ୍ରାମରୁ ଚାଲି ଚାଲି ରଥ ଦେଖିବାକୁ ଆସୁଥିଲେ। ରଥଯାତ୍ରା ଦେଖି ରାତିରେ ସେମାନେ

କଚେରି ପିଣ୍ଡା ,ଜିଲ୍ଲାପାଳ କାର୍ଯ୍ୟାଳୟର ଏହି ବାରଣ୍ଡା,ପୌରପରିଷଦର ପିଣ୍ଡା ଏବଂ ଏମ.କେ.ସି ହାଇସ୍କୁଲ ବାରଣ୍ଡା ଇତ୍ୟାଦିରେ ଶୋଇ ରାତିଟା କଟାଇ ଦେଇ ପରଦିନସକାଳୁ ସ୍ୱ- ଗ୍ରାମକୁ ବାହୁଡି ଯାଉଥିଲେ । ଏବେ ଯାନବାହାନ ର ଅନେକ ସୁବିଧା ହୋଇଛି । ମଫସଲରୁ ଲୋକ ମାନେ ରଥଦେଖିବା ପାଇଁ ବାରିପଦା ଆସୁଛନ୍ତି । 

କିନ୍ତୁ ରଥ ଦେଖି ସାରିlସେମାନେ ନିଜଗ୍ରାମକୁ ବାହୁଡି ଯାଉଛନ୍ତି । କଚେରି ପିଣ୍ଡାରେ ଶୋଇ

ରାତି କଟାଇବା ଆବଶ୍ୟକ ଆଉ ରହୁନାହିଁ । ଏତଦ ବ୍ୟତୀତ ମୟୂରଭଞ୍ଜ ର ବିଭିନ୍ନ ସ୍ଥାନ ରେ ରଥଯାତ୍ରା ହେଉଛି । ବାରିପଦାର ଶ୍ରୀ ହରିବଳଦେବ ଜୀଉ ବିଜେ ,ବାଣ୍ଠିଆ ଜଗନ୍ନାଥ ମନ୍ଦିର ,ତକତପୁର ,ବାରିପଦା ପୁଲିସ ଲାଇନ ମନ୍ଦିରରେ, ସେହିପରି ବାଙ୍ଗିରିପୋଷିର ଆଦେଶ୍ଵର ମନ୍ଦିର , ସାରସକ୍ଷେତ୍ର ସାରସକଣାର ଜଗନ୍ନାଥ ମନ୍ଦିର ,ଶୀର୍ଷାର ଶୂନ୍ୟମାଧବ ମନ୍ଦିର ,ରାଇରଙ୍ଗପୁରର ଜଗନ୍ନାଥ ମନ୍ଦିର ,ରରୁଆଁ ,ଠାକୁରମୁଣ୍ଡା ,ମାଣତ୍ରୀର ହରିହର କ୍ଷେତ୍ର କଖାରୁଆ ବୈଦ୍ୟନାଥ ମନ୍ଦିର ,ଉଦଳା ଜଗନ୍ନାଥ ମନ୍ଦିର,ଡ଼ିହିରାକୁଳ ,ରାଢୋ, କଇଁସାରୀ ଜଗନ୍ନାଥ ମନ୍ଦିର,ବେତନଟୀ ଜଗନ୍ନାଥ ମନ୍ଦିର, ରାସଗୋବିନ୍ଦପୁରର ସାରୁମଳା,ଯଦି କେଉଁ ସ୍ଥାନର ନାମ ଛାଡିଯାଇଛି ଦୟାକରି କମେଣ୍ଟରେ ଲେଖିବେ । ସେହି ସ୍ଥାନ କୁ ଏହି ଲେଖାରେ ସନ୍ନିବେଶିତ କରିବା ଦାଇତ୍ଵ ଆପଣ ସମସ୍ତଙ୍କୁ ରହିଲା ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଙ୍କ ସମୟରେ ଜଜକୋର୍ଟ , ନିଜସ୍ଵ ଅଫିସ ଗୃହ ଦେଓ୍ୱାନଙ୍କ ଅଫିସ ଆଦି ନିର୍ମିତ

ହୋଇଥିଲା । ବର୍ତ୍ତମାନ ଯେଉଁ କଲେକ୍ଟରେଟ ଅଟ୍ଟାଳିକାଟି ଅଛି  ତାହାର ନିର୍ମାଣ କାର୍ଯ୍ୟ ୧୯୩୦ ମସିହା ଏପ୍ରିଲ ମାସରେ ଶେଷ ହୋଇଥିଲା । ମୟୂରଭଞ୍ଜ ହାଇକୋର୍ଟର ଅଟ୍ଟାଳିକା ନିର୍ମାଣ ଦାୟିତ୍ଵ ମହାରାଜା ବ୍ରିଟେନିୟା କମ୍ପାନୀକୁ ଦେଇଥିଲେ । ସେଠାକାର ଢ଼ାଞ୍ଚାରେ ବାରିପଦାରେ

ହାଇକୋର୍ଟ ଓ ଜିଲ୍ଲା କାର୍ଯ୍ୟାଳୟର ଏହି ଅଟ୍ଟାଳିକା ନିର୍ମାଣ କରାଯାଇଛି । ବହିଃ ପ୍ରାଙ୍ଗଣରେ ପ୍ରାକ୍ତନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଙ୍କର ପୂର୍ଣ୍ଣଅବୟବ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । କଲିକତା ର ବିଖ୍ୟାତ ସୌଧ ନିର୍ମାଣକାରୀ ସଂସ୍ଥା ‘ମାର୍ଟିନ ଏଣ୍ଡ ବାର୍ଣ୍ଣ ଦ୍ଵାରା । ମାର୍ଟିନ ବର୍ଣ୍ଣ ଲିମିଟେଡ୍ କୋଲକାତାରେ ଅବସ୍ଥିତ ଏକ ଅଗ୍ରଣୀ ରିଏଲ୍ ଇଷ୍ଟେଟ୍ ବିକାଶ ସଂସ୍ଥା | ଦୁଇଟି ସିଭିଲ୍ ଇଞ୍ଜିନିୟରିଂ କମ୍ପାନୀ ଅର୍ଥାତ୍ ମାର୍ଟିନ୍ ଆଣ୍ଡ କୋ. ଏବଂ ବର୍ଣ୍ଣ ଆଣ୍ଡ କୋ. ର ମିଶ୍ରଣ ହେତୁ ୧୯୪୬ ମସିହାରେ ତାର ରୂପାନ୍ତରୀଣ ହୁଏ ମାର୍ଟିନ୍ ଆଣ୍ଡ ବର୍ଣ୍ଣ ନାମରେ ।  

ମହାରାଜା ସାର ପ୍ରତାପଚନ୍ଦ୍ର ଭଞ୍ଜଦେଓଙ୍କ ଉଦ୍ୟମ ରେ ସନ ୧୯୮୩ ମସିହାରେକଲିକତାର ଖ୍ୟାତନାମାଶିଳ୍ପୀ ଶ୍ରୀ ଅତୁଲବୋଷ ବାରିପଦାକୁ ଆସିଥିଲେ । ଏହି ସମୟରେ ମହାରାଜା କୃଷ୍ଣଚନ୍ଦ୍ର, ଶ୍ରୀରାମଚନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ରଙ୍କରତିନୋଟି ପୂର୍ଣ୍ଣାବୟବ ତୈଳଚିତ୍ରମାନ ଅଙ୍କନ କରିଥିଲେ ।ଯାହାକି କଲେକ୍ଟରେଟ ରେ ଏବେବି ଶୋଭିତ । ସେହି ସମୟରେ ହେମେନ ମଜୁମଦାର ବାରିପଦାକୁ ଆସି କେତେକ ତୈଳ ଚିତ୍ର ଅଙ୍କନ କରିଥିଲେ । ଅନେକ ବର୍ଷ ପରେ ବୋଧହୁଏ ୨୦୦୧ ରୁ ୨୦୦୪ ମଧ୍ୟରେ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ ଙ୍କର ଏକ ତୈଳଚିତ୍ର ମହାରାଜା ପ୍ରତାପ ଚନ୍ଦ୍ର ସ୍ମୃତି କମିଟି ପକ୍ଷରୁ ସେଠାରେ ଲଗାଯାଇଛି। ଏହି ତୈଳ ଚିତ୍ର ପାଇଁ କମିଟୀର ସମ୍ପାଦକ ଶ୍ରୀଯୁକ୍ତ ଆଶୁତୋଷ ଦାଶ ଅଗ୍ରଣୀ ଭୂମିକା ନେଇଥିଲେ।


Rate this content
Log in

Similar oriya story from Romance