ସ୍ମୃତି -୩
ସ୍ମୃତି -୩
ମୋତେ ଦେଖିଥିଲ ତୁମେ କୁଆଡେ ରାସ୍ତାରେ ଆଉ ମୋ ନିକଟତର ହେବାକୁ ବି ଅନେକ ଉପାୟ ଖୋଜିଛ ।ଏମିତିକି ଆମେ ରହୁଥିବା ଭଡାଘର ପାଖରେ ତୁମେ ବି ଭଡା ନେଈ ରହିଲ ।ମୁଁ ବି ଆସ୍ତେ ଆସ୍ତେ ତୁମକୁ ଭଲ ପାଇବା ଝିଅଟି ଭାଗ୍ୟବତୀ ହୋଇଥିବ ଭାବି ପ୍ରେମ ବିଷୟରେ ଜାଣିବାକୁ ପାଇଲି ।ଆଉ ଯେଉଁ ଦିନ ଜାଣିଲି ତୁମ ପ୍ରେମିକା କେହି ନାହାଁନ୍ତି ମୁଁ ତୁମ ପ୍ରେମିକା ହେବାକୁ ହଁ କରିଥିଲି ।ତୁମ ପ୍ରେମ ପ୍ରସ୍ତାବରେ ରାଜି ହୋଇଗଲି ।
ତୁମ ସହ ପ୍ରେମ ଯେଉଁଦିନ ଆରମ୍ଭ ହେଲା ଭୟ ବି ଅନେକ ଥିଲା କାଳେ ତମେ ଧୋକା ଦେବ,ଆମ ଘର ଲୋକ ଅନୁମତି ଦେବେନି ଏମିତି ଅନେକ କଥା ।ମୋ ଶରୀର ଲୋମ ଟାଙ୍କୁରି ଉଠୁଥିଲା ଭୟରେ ତୁମେ ମୋ ହାତ ଧରିବା କି ମୋ ସହ କଥା ହେବା ବେଳେ ।
ଦିନେ ମୋ ହାତରେ ତୁମ ନା ଲେଖିଲ ଆଉ ବହୁତ ଖୁସି ହେଲ ।ହେଲେ ସେ ଖୁସିକୁ ମୋ ବଡ ଭଉଣୀ ସହିପାରିନଥିଲା କାରଣ ସେ ତୁମକୁ ଭଲ ପାଉଥିଲା ।ତୁମ ହାତରେ ବି ମୁଁ ମୋ ନାମର ପ୍ରଥମ ଅକ୍ଷର ଲେଖିଥିଲି ତୁମେ ବାଧ୍ଯ କରିବା ଯୋଗୁଁ ।ତୁମ ନାମ ଓ ମୋ ନାମ ର ପ୍ରଥମ ଅକ୍ଷର ଗୋଟିଏ ଥିଲା ଏଣୁ ମୋ ଭଉଣୀ ଇର୍ଷାରେ ଜଳିଯାଉଥିଲା । ଆଜି ଆମେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛେ ଆଉ ଭଲପାଇବା ଦୁଇଗୁ
ଣା ବଢି ଯାଇଛି ।ଜଣଙ୍କ ବିନା ଆର ଜଣକର ଜୀବନ ନାହିଁ।
ପ୍ରଥମ ଦିନ ପ୍ରେମରେ ପଡିବା ପରେ ମୋତେ ଭାରୀ ଲାଜ ଲାଗୁଥିଲା ଆଉ ସେ କଥା ଆଜି ମନେ ପଡିଲେ ନ ହସି ରହିପାରୁନି ।ତୁମେ ବି ଭାରୀ ଲାଜୁଆ ଥିଲ , ଦିନେ ନ ଦେଖା କଲେ ବାୟା ଭଲ ହେଉଥିଲ ।କଲେଜ କ୍ଯାମ୍ପସରେ ପହଞ୍ଚି କଥା ହୋଇ ଆସୁଥିଲ ।ସତ କଥା କହିବାକୁ ଗଲେ ମୁଁ ବି ତୁମକୁ ବହୁତ ଭଲ ପାଉଥିଲି ତୁମ ହାତର ସ୍ପର୍ଶ ପାଇବା ପରଠାରୁ ଆଉ ଆଜି ବି ତୁମକୁ ବହୁତ ଭଲ ପାଉଛି ।ତୁମ ବିନା ମୋର ଅସ୍ତିତ୍ବ ହିଁ ନାହିଁ ।ଭଗବାନଙ୍କୁ ବର ଆକାରରେ ମୁଁ ମୋ ଆୟୁଷ ତୁମକୁ ଲାଗୁ ବୋଲି ମାଗୁଛି ।ଇଛା ଅଛି ଯେବେ ଏ ଦୁନିଆ ଛାଡିବାକୁ ହେବ ପ୍ରଥମେ ମୋ ଦିନ ହେଉ ଆଉ ତୁମ କୋଳରେ ଶୋଇ ଥାଇ ଶେଷ ନିଃଶ୍ବାସ ଯାଉ ।ଆମ ଭଲ ପାଇବାର ଅମୂଲ୍ୟ ସଂପତ୍ତିକୁ ତୁମେ ଅତି ଯତ୍ନରେ ବଡ କରିବ ଆଉ ସେମାନଙ୍କୁ ବି ଭଲ ପାଇବା ଘଟଣା ଠିକ ଭାବେ କହିବ ।
ଏମିତି ଏକ ସ୍ବପ୍ନ ଦେଖୁ ଦେଖୁ ଚମକିଉଠିଲି ଆଉ ଦେଖିଲି ମୁଁ ଆଜି ବି ଖାଲି ପ୍ରେମ କରୁଛି ହେଲେ ତୁମ ସହ ମୋ ବାହାଘର ହୋଇନାହିଁ ।କାରଣ ତୁମ ଭଉଣୀମାନେ ବାହା ହୋଇନାହାଁନ୍ତି ।ଉଫ !କି ସୁନ୍ଦର ଥିଲା ସ୍ବପ୍ନଟି । ସତ ହୋଇଯାଆନ୍ତା କି ?