STORYMIRROR

Seetaram Dash

Romance

3  

Seetaram Dash

Romance

ଶୁଖିଲା ନଈ

ଶୁଖିଲା ନଈ

2 mins
452

ଦଶହରା ସରିଗଲା। ଛୁଟି ବି ସରିଗଲା ଆଉ ସରିଗଲା ରିୟା ସହିତ ସବୁ ସମ୍ପର୍କ। ଏତେ ଅବୁଝା ସେ ? କିଛି ବି ଶୁଣିଲାଣି।


ଦଶହରା ଛୁଟିରେ ଆମେ ସ୍ଥିର କରିଥିଲୁ, ଏକ ନୂଆ ଜାଗାକୁ ବୁଲିଯିବାକୁ। ଅରୁନ୍ଧତୀ ପାହାଡ଼, ତା ପାଖରେ ଅଙ୍କେଇ ବଙ୍କେଇ ବହିଯାଇଛି ଅରୁଣୀମା ନଦୀ। ପାହାଡ଼ ଶୀର୍ଷରେ ରାଧାମୋହନଙ୍କ ମନ୍ଦିର। ରିୟା ତ ମନା କରୁଥିଲା। ଏ ପାହାଡ଼ ପର୍ବତରେ ତାର ଆକର୍ଷଣ ନାହିଁ। ଏକ ପ୍ରକାର ବାଧ୍ୟତାମୂଳକ ନେଇଗଲି ତାକୁ। ଆରୁଣୀମା ନଦୀରେ ନୌକା ବିହାର କରିବାର ଲୋଭ ଦେଖାଇ।


 ବୁଲାବୁଲି ସରିଲା। ଜାଗାଟି ରିୟା ମନକୁ ଆଦୌ ଆସିଲାନି। ଶେଷରେ ନଦୀ କୂଳରେ ଦୁହେଁ ବସିଥାଉ। ନଦୀରେ ପାଣି ନାହିଁ। ଆଉ ନୌକା ବିହାର କଣ କରିବୁ? ବିରକ୍ତ ହୋଇ ରିୟା କହିଲା, ହଉ ଚାଲ ଯିବା। ଶୁଖିଲା ନଈଟାକୁ କଣ ଦେଖୁଛ। ମୁଁ କିନ୍ତୁ, ଦେଖୁଥିଲି ନଦୀର ସୌନ୍ଦର୍ଯ୍ୟକୁ। ନଦୀ ନୁହେଁତ ସତେ ଯେମିତି ଏକ ଅନୁଢା କନ୍ୟା। ଏକ ବିରହିଣୀ ଅପେକ୍ଷା କରିଛି ତା ପ୍ରିୟତମକୁ ଯୁଗ ଯୁଗରୁ। 


ମୁଁ କହିଲି, "ରିୟା ନଦୀକୁ ଭଲ କରି ଦେଖିଲ"। ସତେ ଯେମିତି ନବ ଯୌବନା କିଶୋରୀଟିଏ ଶୋଇଛି ଆଣ୍ଠୁ ଭାଙ୍ଗି। ନଦୀ ପଠାର ପଟୁ ମାଟିରେ କୃଷକ ଭାଇର ଧାନ କ୍ଷେତ୍ର, ସତେ ଯେମିତି ତାର ନୀଳ କେଶରାଶି। ଧାନ କ୍ଷେତ୍ରରେ ବସିଥିବା ବଗ ବଗୁଲି ସତେ ଯେମିତି ତାର କେଶ ରାଶିରେ ଗୁନ୍ଥା ହୋଇଥିବା ମଲି ଫୁଲ। ନଦୀର ମଝିରେ ଦେଖା ଯାଉଥିବା ବାଲୁକା ରାଶି ସତେ ଯେମିତି ତାର ବକ୍ଷ ସ୍ଥଳ। ମନ୍ଦ ମନ୍ଦ ପବନ ତାର ପିନ୍ଧା ବସ୍ତ୍ରକୁ ଉଡାଇ ନେଉ ଥିବାରୁ ତାହା ପ୍ରତୀୟମାନ ହେଉଛି ଦୂରକୁ ଅନେକ ଦୂରକୁ।


ରିୟାର ମୁଖ ମଣ୍ଡଳ ହଟାତ ପରିବର୍ତ୍ତନ ହୋଇଗଲା। ତାର ସୁନ୍ଦର ଟିକି ମୁହଁଟି ରାଗରେ ଲାଲ ପଡ଼ିଗଲା। ଟିରଷ୍କାର କରି ସେ କହିଲା, ଛି.. ତମର ଚିନ୍ତାଧାରା ଏତେ କଦର୍ଯ୍ୟ, ଛି ଛି...। ମତେ ନେଇ ତୁମେ କଣ କଣ ଭାବି ନ ଥିବ? ଆଜି ନଦୀର ରୂପ ବର୍ଣ୍ଣନା କଲ, କାଲି ମୋର ରୂପ ବର୍ଣ୍ଣନା କରିବ ପର ଦିନ ନିଶା ଦେଇ ମତେ...ଛି।


ଏତକ କହି ଚାଲିଗଲା ଦ୍ରୁତ ଗତିରେ। ଗଲା ଯେ ଗଲା, ସବୁଦିନ ପାଇଁ ସବୁ ସମ୍ପର୍କ କାଟି ଚାଲିଗଲା। ବୁଝାଇବାର ସବୁ ପ୍ରୟାସ ବିଫଳ ପରେ ମୁଁ ରହିଗଲି ଏକ ଶୁଖିଲା ନଈ ଭଳି ସାରା ଜୀବନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance