ସହର ବଦଳି (ଅଣୁଗଳ୍ପ)
ସହର ବଦଳି (ଅଣୁଗଳ୍ପ)
[୦୧]
ସେ:- ଆଜିକାଲି ତୁମେ ଖୁବ୍ ବ୍ୟସ୍ତ ରହୁଛ..।
ମୁଁ:- ତୁମେ ତ ଜାଣ ସିପ୍ରା ,ପ୍ରମୋସନ୍ ପରେ ନୂଆ ଯାଗାକୁ ବଦଳି । ଦାୟିତ୍ଵ ବଢିଯିବା ସ୍ବାଭାବିକ କଥା..।
ସେ:- କିନ୍ତୁ ଏତେ ସମୟ ଫୋନ ବନ୍ଦ ରଖିବା..?
ମୁଁ:- ଫଳନ୍ତି ବୃକ୍ଷ ଗଳ୍ପ ଶୁଣିଛ, ମିଠା ଫଳଟିଏ ଯାଚିଦେବା ପାଇଁ ତାକୁ ଅନେକ ଆଘାତ ସହିବାକୁ ପଡେ । ଠିକ୍ ସେମିତି ଏ ଖଣି ଅଞ୍ଚଳ,ଦୁନିଆକୁ ସବୁକିଛି ଖଣିଜ ସମ୍ପଦ ଯାଚିଦେବା ପରେ ମଧ୍ୟ ସେ ଅବହେଳିତ ! ଏଠି ନା ଭଲ ରାସ୍ତାଟିଏ ହେଇପାରିଲା ନା ଦୃଢ଼ ଇଣ୍ଟରନେଟ , ତେଣୁ ନେଟୱର୍କ ନରହିଲେ ତୁମ ସହିତ ଯୋଗାଯୋଗ ବିଚ୍ଛିନ୍ନ ତ ହେବ..!
ସେଦିନ ସେ ଚୁପ୍ ଚାପ୍ ଅନେକ ଅଭିମାନ ଅଭିଯୋଗ ମୋ ଉପରେ ଲଦି ଦେଲା ଆଉ ମୁଁ ତୁଛା ସାନ୍ତ୍ଵନା ଆଞ୍ଜୁଳାଏ ଯାଚିଦେଇ ନିଜ କର୍ମମୟ ଜୀବନକୁ ଆବୋରି ନେଲି ।
[୦୨]
ମୁଁ:- ତୁମ ପାଇଁ ଏକ ସର୍ପ୍ରାଇଜ୍ ଅଛି, କହିଲ କ'ଣ ଥାଇପାରେ..।
ସେ :-ଥାଉ ଜାଣିବାର କୈାଣସି ଆଗ୍ରହ ନାହିଁ..!
ମୁଁ:- ବାବା ଏତେ ରାଗ.! ହଁ ଏତେଦିନ ହେଲା ତୁମ ସହରରୁ ଦୂରରେ ରହିଲିଣି, ଠିକ୍ ରେ ଯୋଗାଯୋଗ ବି ହେଇପାରୁନି ରାଗିବନି
କେମିତି ଯେ । କିନ୍ତୁ ମୁଁ ବି ତ ସେତିକି କଷ୍ଟ ଭୋଗୁଛି ନା ଯେତିକି ମୋ ବିନା ତୁମେ ଭୋଗୁଛ । ତୁମେ କ'ଣ ଭାବୁଛ ତୁମଠୁ ଦୂର ରହି ମୁଁ ଖୁସିରେ ଅଛି..?
ଓକେ ବାବା ଆଇ ଏମ୍ ସରି ..! ଆଉ ରାଗନି ହେଲା, ଆସନ୍ତା ମାସ ମୁଁ ତୁମ ପାଖରେ ଯାଇ ପହଞ୍ଚିବି, ପକ୍କା..।
ସେ କିଛି ନକହି ଫୋନ ରଖିଦେଲେ..।
[୦୩]
ମୁଁ:- କ'ଣ ହେଇଛି ସିପ୍ରା ,ଆଜିକାଲି ତୁମେ ଏତେ ବ୍ୟସ୍ତ ରହୁଛ,ନା ଜାଣି ଜାଣି ମୋତେ ଆଭଏଡ୍ କରୁଛ..!?
ସେ:- ନା ସେମିତି କିଛି ନୁହେଁ , ତୁମେ ଟିକିଏ ଫୋନ ରଖ ମୁଁ ପରେ କଥା ହେବି..!
ମୁଁ:- କାହିଁକି..?
ସେ:-କେହିଜଣେ ଆସିଛନ୍ତି ବୋଧହୁଏ, ଦେଖେତ..!
ପୁନଶ୍ଚ ସେପାଖେ ଫୋନ କଟ୍ ହେଲା, ଆଉ ବନ୍ଦ ରହିଲା ଅନିର୍ଦ୍ଦିଷ୍ଟ କାଳ..!
ଶତଚେଷ୍ଟା ସତ୍ତ୍ୱେ ତା ସହିତ ଠିକ୍ ରେ ଯୋଗାଯୋଗ ହେଇ ପାରୁନଥିଲା..!
ଅନେକ ଦିନ ପରେ.....
କିନ୍ତୁ ଆଜୀବନ ମୋତେ ୟୈ ଅଣଦେଖା କାରଣ ବିଷୟରେ ଅବୁଝା ରଖିବା ଅପେକ୍ଷା ଅନ୍ତତଃ ସେଦିନ ସେ କହିଦେବାର ଥିଲା "କେହିଜଣେ ଆସିଥିଲେ", ହେଲେ ତାଙ୍କ ଘରକୁ ନା ହୃଦୟକୁ ?