Shiba Charan Mahapatra

Others

3  

Shiba Charan Mahapatra

Others

ନଅଟି ନାନୋ କଥା

ନଅଟି ନାନୋ କଥା

2 mins
228



୦୧-ପ୍ରେମ..!!


ଏକବିଂଶ ଶତାବ୍ଦୀରେ ଏସବୁ କିମ୍ବଦନ୍ତୀ ଅବା ଆଖ୍ୟାୟିକା କଥା କହି ହସୁଥିବା ରୋହନ ଆଜି ଅଜଣା ରୋଗରେ ଆକ୍ରାନ୍ତ । ଡାକ୍ତର କହିଛନ୍ତି ସ୍ୱାସ୍ଥ୍ୟବସ୍ଥା ସୁଧାର ପାଇଁ ମାନସିକ ଶାନ୍ତି ଏକାନ୍ତ ଆବଶ୍ୟକ..!!


୦୨-ଅହଂକାର..!!


ଲାଗୁଛି ଅନ୍ଧାରିବିଜେ ରେ ବାହାରିଛନ୍ତି ମହାମହିମ..!!

ନଚେତ୍ ଲଣ୍ଠନ ଆଲୁଅରେ ନିଜ ପାଦ ଦେଖି ଚାଲିବା ସାହାସ୍ କାହାର ବା ଅଛି..!?


୦୩-ଅବିଶ୍ୱାସ..!!


ଘୋଡ଼ା ପିଠିରେ ବସି ମୁଁ ଦୌଡୁଛି ଆଗକୁ ଆଗକୁ । ପଛରୁ ଶୁଭୁନି ଆଉ ଘୋଡ଼ା ଟାପୁ -ଘଣ୍ଟି- ଘାଗୁଡି ଶବ୍ଦ ,ଲାଗୁଛି କଥା ଦେଇଥିବା ମଣିଷ ପୋତି ସାରିଛି ପାଦ ଅଧା ବାଟ ଚୋରାବାଲିରେ..!!


୦୪-ଇର୍ଷା..!!


ଏଯାଏଁ ଜାଣି ପାରିଲିନି , କିପରି ଶୀତତାପ ନିୟନ୍ତ୍ରିତ କୋଠରୀ ସତ୍ତ୍ୱେ ପଡିଶା ଘର ଝାଳ ଗନ୍ଧ ଆମ ଝର୍କା ଡେଇଁ ନାକ ରୁନ୍ଧି ପକାଉଛି..!?


୦୫-ସେକ୍ସ..!!


କୁମ୍ଭାର ଘର ପିଲା ହୋଇ ମୋ ଦେଇ କେବେ ସୁନ୍ଦର ପାତ୍ରଟିଏ ଗଢି ହେଲାନି , ଏଥିରେ ମୋର ଦୋଷ କଣ..!? ଏଯାଏଁ ଶିଖିପାରିଲିନି କେତେ ଆଙ୍ଗୁଠି ଚିପି ଧରିଲେ ପାତ୍ର ମଙ୍ଗ ମେଲି ବସି କୁମ୍ଭାକୃତି ହେବ ।


୦୬-ଧୋକା..!!


ବରଗଛ ଡାଳରେ ବସା ବାନ୍ଧିଥିବା କପୋତ ସାଇନାଇଡ୍ ବିଷରେ ପ୍ରାଣ ହରେଇବା ପରେ ଜଣାଗଲା ବ୍ୟାଧ ହାତରୁ ବିଷ କିଣିଥିବା ସୁନ୍ଦରୀ ଜଣକ ପ୍ରିୟ କପୋତୀ..!!


୦୭-ମୂଲ୍ୟ..!!


ବଜାରରେ ଚଢ଼ା ଦରରେ ବିକ୍ରୀ ହେଉଛି ପବନ । ଶୁକ୍ରୁ ସକାଳୁ ବାହାରିଗଲାଣି ଜଙ୍ଗଲ , କାଠ ଭାରଟିଏ ବିକ୍ରି କଲେ କିଣି ପାରିବ ଦି' ଢୋକ ପବନ, ଦି' ଘଡ଼ି ଜୀବନ..!!


୦୮-ଆବିଷ୍କାର..!!


ସନିଆ'ଟା ପାଗଳ ହେଇଯାଇଛି । ଗାଁ ଲୋକେ ଯେଉଁ ରାସ୍ତାରେ ଯାଉଛନ୍ତି ସେ ରାସ୍ତା ତା'ର ନାପସନ୍ଦ । ଦେଖୁଚ , ସେ ନିଜେ ସନିଆ ନୁହେଁ କହି କାନ୍ଦି କାନ୍ଦି ଜଙ୍ଗଲ ମୁହାଁ ଧାଇଁଛି..!?


୦୯-ଆଇନା..!!


ଇଂ ନୀହାର ରଞ୍ଜନ ପରିଡ଼ାଙ୍କ ରେନକୋଟ୍ ପଢ଼ିସାରି କାହ୍ନା କହିଲା,-" ଜାଣିଛ ସିପ୍ରା ,ପ୍ରତି ମୋଡରେ ଚମକେଇ ଦେବାର ସାମର୍ଥ୍ୟ ରଖେ ଏ ଉପନ୍ୟାସ , ଯଦିଓ ମୁଁ ବିଶେଷ ଉପନ୍ୟାସ ପଢିନି ତଥାପି ସେ ମୋ ବନ୍ଧୁ ବୋଲି ମନା କରିପାରିଲିନି । ଓଃ.. ନିଛକ ପ୍ରେମ ବିରହ ତ୍ୟାଗର ଫେଣ୍ଟା ଫେଣ୍ଟି ପ୍ୟାକେଜ..!! କିନ୍ତୁ ଏସବୁ କ'ଣ ବାସ୍ତବ ଜୀବନରେ ଘଟିତ ଅବା ଘଟିବାକୁ ଥିବା ଘଟଣାର ଚିତ୍ରକଳ୍ପ..!? 

       ଏବେ କାହ୍ନାଙ୍କୁ କେମିତି ବୁଝେଇଥାନ୍ତା ସିପ୍ରା, ସେ ହିଁ ତ ରେନକୋଟ୍ ଅନନ୍ୟା ଚରିତ୍ର..!!


Rate this content
Log in