The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Shiba Charan Mahapatra

Classics Inspirational

2  

Shiba Charan Mahapatra

Classics Inspirational

ବଡବାବୁଙ୍କ କୁକୁର

ବଡବାବୁଙ୍କ କୁକୁର

2 mins
11



ସେଦିନ ରାତିରେ ଖାଇବାବେଳେ ବାପା ରୋକଠୋକ୍ ଶୁଣେଇଦେଲେ ,-" କିଛି କରିବାର ଅଛି ତ କର୍ ନହେଲେ ଏ ଘର ଛାଡି ସୁରଟ କିମ୍ବା ହାଇଦ୍ରାବାଦ ଚାଲିଯା..!! ଷଣ୍ଢ ଭଳିଆ ଗାଁ ଗାଁ ବୁଲି ଘରେ ଏ ଗେମ୍ଫା ମାରିବା ବନ୍ଦ୍ କର୍..!!"


ମୋ ମୁଣ୍ଡକୁ ପିତ୍ତ ଚଢିଗଲା , ଖାଇବା ଥାଳି ଠେଲିଦେଇ ଉଠିଆସିଲି..!!


ମା' କହୁଥାଏ ,-" ଆରେ ଖାଇଦେଇ ଯା..!! 

ତୁମେ ବି ସବୁବେଳେ ଛୁଆଟା ଉପରେ ଖାଲି ଗରଗର ହେଉଛ , ଖାଇବାକୁ ତ ଟିକିଏ ଦିଅ..!!"


ମୁଁ କିଛି ନଶୁଣି ଏକମୁହାଁ କ୍ଲବ ଘର ଆଡକୁ ଚାଲିଲି..!!


"ସେ ଯାଉ ମ.. ଦିନଟିଏ ନଖାଇଲେ ମରିଯିବନି ଯେ..! 

ଏତେ ବଡ ଭେଣ୍ଡିଆଟେ ହେଲାଣି କିଛି କାମ ଧନ୍ଦା ନକରି ଘରେ ପଡିରହିଛି..!!" 


ବାପାଙ୍କ ପାଟି ଦାଣ୍ଡରାସ୍ତା ଯାଏଁ ଶୁଭୁଥାଏ..!! 


ମୋ ପାଇଁ ଯଦିଓ ଏସବୁ ନିତିଦିନିଆ ଘଟଣା କିନ୍ତୁ ଆଜି ତାଙ୍କ କଥା ଟିକିଏ ଅଧିକ କଷ୍ଟ ଦେଉଥିଲା..!!


ସ୍ଥିର କରିନେଲି ପରଦିନ ସକାଳୁ ସୁଧିର୍ ଭାଇଙ୍କ ପାଖକୁ ଭୁବନେଶ୍ଵର ଚାଲିଯିବି..!!


ଯୋଜନା ମୁତାବକ ଭୁବନେଶ୍ଵର ପହଞ୍ଚିବା ପରେ ସୁଧିର୍ ଭାଇ ତାଙ୍କ ବଡବାବୁଙ୍କ ପାଖରେ କାମଟିଏ ଯୋଗାଡ କରିଦେଲେ..!!


ସକାଳୁ ଉଠି ରୋନିକୁ ବୁଲେଇବା , ତାର ଖାଇବା ପିଇବା ଶୋଇବା ଉଠିବା ସବୁକିଛିର ଯତ୍ନ ଠିକ୍ ରେ ନେବା ମୋର ଦାୟିତ୍ୱ..!!


ଖୁବ୍ ଖୁସି ଲାଗୁଥାଏ..!! 

ଭୁବନେଶ୍ବରରେ ନୂଆ ଚାକିରୀ ପୁଣି ଏତେବଡ ବାବୁଙ୍କ ଘରେ..!! ଆଉ ଇଏ ଗୋଟିଏ କେଉଁ ବଡ କାମ ଯେ , ବାବୁଙ୍କ ପୁଅ କଣ ଗାଇ ନା ଛେଳି ଯେ ତା' ଗୋଡେଗୋଡେ ଜଗିଥିବି..!?


ପରଦିନ ସାକ୍ଷାତ ହେଲା ରୋନି ସହିତ ,

 -"ହେ ଭଗବାନ..!

ରୋନି ତେବେ ବଡବାବୁଙ୍କ ପୁଅ ନୁହଁ ତାଙ୍କ ପୋଷା କୁକୁର..!?"


ମୋର ସବୁ ସ୍ୱପ୍ନ ପାଣି ଫୋଟକା ଭଳି କ୍ଷଣିକେ ମିଳେଇଗଲା , ତଥାପି ରୋଜଗାର ତ କରିବାକୁ ହେବ ତେଣୁ ପଡିରହିଲି ସେଇଠି ନିର୍ଲଜଟେ ପରି..!!


ଅବଶ୍ୟ ଆରମ୍ଭ କିଛିଦିନ ସେ ମୋତେ ଦେଖି ଭୋକୁଥିଲା କିନ୍ତୁ ମୋ ନୀରିହ ଚାହାଣୀ , ସରଳତା ଏବଂ ସଚୋଟପଣିଆ ଦେଖି ସେ ଏବେ ମୋ ଗୋଡ ପାଖରେ ଆସି ଘୁରିବୁଲୁଛି..!! 


ମୋର ମଧ୍ୟ ସବୁକିଛି ଦେହସୁହା ହେଇଗଲାଣି..!!


ସେ ସାନ ଦିଦିଙ୍କୁ ଦେଖିଲେ ତାଙ୍କ ହାତ ଗୋଡ ପାଦ ମୁହଁ ଚାଟି ପକାଏ ହେଲେ ମୋତେ କେବେ ସେମିତି ଚାଟେନି..!!

ବୋଧହୁଏ ସେ ଠିକ୍ ରେ ଜାଣେ ଏଠି କିଏ ମାଲିକ ଆଉ କିଏ ଚାକର..??


କହନ୍ତି ସବୁ କୁକୁରଙ୍କ ଦିନ ବଦଳେ ମୋର ମଧ୍ୟ ବଦଳିଲା..!! 


ସେଦିନ ରୋନି ମୋ ଶୋଇବା ବିଛଣାରେ ଚଢି ଯା..ଛା..ତା କରୁଥିଲା..!! ଏସବୁ ଦେଖି ମୋ ମୁଣ୍ଡରେ ନିଆଁ ଲାଗିଗଲା ଆଉ ମୁଁ ତା'ଉପରକୁ ଶକ୍ତ ଗୋଇଠାଟିଏ ମାରିଲି..!! ସେ କାଉଁ କାଉଁ ହୋଇ ଏକାନିଶ୍ୱାସେ ସାନ ଦିଦିଙ୍କ ରୁମ୍ ଆଡକୁ ଦୌଡ଼ିଲା..!!


ଯା' ଶଃ..!! 


ସତ କହୁଛି , ମୋ ନିଜ ଖାଇବା ରହିବା ଆଉ ପିନ୍ଧିବା ଉପରେ ମୁଁ କେବେ ସାଲିସ୍ କରିପାରିବିନି..!! ସେ ଯିଏ ହେଉନା କାହିଁକି , ଏ ତିନି ଜିନିଷ ଉପରେ ଯେ ନଜର ପକେଇବ ସେ ଈଶ୍ବର ହେଲେ ମଧ୍ୟ ଆଉ ରକ୍ଷା ନାହିଁ..!!


ଏବେ ଆଉ କଣ ହେବ ଯେ..!? 


ଏଇ ପା' ବସ୍ ରେ ବସିଛି..!! ସୁଧିର୍ ଭାଇ ରାତି ବସ୍ ରେ ଗାଁକୁ ଟିକେଟ୍ କରିଦେଇଛନ୍ତି ଆଉ କହିଛନ୍ତି ଜୀବନରେ ବଡହେବାପାଇଁ ହେଲେ ବଡବାବୁଙ୍କ କୁକୁରକୁ ସମ୍ଭାଳିବା ଶିଖ୍..!! କେବେଯେ ତୁ ବଡହେବୁ କେଜାଣି , ସବୁକଥା ତୋତେ ଶିଖେଇବାକୁ ପଡୁଛି..!?"


ମୁଁ ମୁଣ୍ଡ ହଲେଇ କଣ ଇସାରା ଦେଲି ,ନା ସେ ବୁଝିଲେ ନା ମୁଁ ବୁଝିଲି..!!


ବାସ୍ ଏତିକି ବୁଝିଗଲି ବଡବାବୁଙ୍କ କୁକୁରକୁ ସନ୍ତୁଷ୍ଟ କରିବା ଅପେକ୍ଷା ସବୁଦିନ ମୁଁ ଛୋଟ ହେଇ ରହିବାକୁ ପସନ୍ଦ କରିବି..!!


Rate this content
Log in

More oriya story from Shiba Charan Mahapatra

Similar oriya story from Classics