Shiba Charan Mahapatra

Horror Classics

3.9  

Shiba Charan Mahapatra

Horror Classics

ଦେହ

ଦେହ

2 mins
229


!! ଏକ !!


ସୋମବାର ସକାଳୁ ଜେଜେବାପା ଆମ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ । ସପରିବାର ଆତ୍ମିୟସ୍ୱଜନ ଗଳା ଫଟେଇ କାନ୍ଦୁଥାନ୍ତି କିନ୍ତୁ ମୁଁ ଜେଜେବାପାଙ୍କୁ ଉଠେଇବାକୁ ଶତଚେଷ୍ଟିତ ଥାଏ । ବାପା ମୋ ହାତ ଧରି ଘରଭିତରକୁ ନେଇ କହିଲେ ,-"ତୋ ଜେଜେ ଆଉ ନାହାନ୍ତି ରେ ଶିବୁ..! ସେ ଆଉକେବେ ଫେରିବେନି..!!"


-"କିନ୍ତୁ ଯିଏ ଦାଣ୍ଡ ଦୁଆରେ ଶୋଇଥିଲେ..!? ସେ କଣ ମୋ ଜେଜେବାପା ନୁହନ୍ତି..!?"


!! ଦୁଇ !!


ନାନ୍ସି'ର କଲେଜ ନୋଟ୍ ରେ "ଆଇ ଲଭ୍ ୟୁ ନାନ୍ସି" ଲେଖିଥିବା ପିଲାଟି ମୁଁ ଜାଣି ସେଦିନ ସମସ୍ତଙ୍କ ସାମ୍ନାରେ ସେ କହିଲା,-" ହାଉ ଡେୟାର ୟୁ..!? ତୁମେ କେମିତି ଭାବି ପାରିଲ କଲେଜ କୁଇନ୍ ନାନ୍ସି ତୁମ ଲବ୍ ପ୍ରପୋଜାଲ୍‌ କୁ ଏକ୍ସେପ୍ଟ କରିବ..!? ଡୁ ୟୁ ନୋ , କଲେଜର କେତେ ହ୍ୟାଣ୍ଡସମ ମୋ ପାଇଁ ପାଗଳ..!? ଆଇନାରେ ଥରେ ନିଜକୁ ଦେଖିଆସ୍ ତା' ପରେ ଏ ପ୍ରେମ ପତ୍ର ଲେଖିବୁ..!!"


ମୋ ମୁହଁକୁ ସେ ଚିରା ଫର୍ଦ୍ଦ ଫିଙ୍ଗିଦେଇ ଚାଲିଗଲା..!!


ମୁଁ ବୁଝିସାରିଥିଲି ପ୍ରେମିକ ହେବାକୁ ହେଲେ ଏତିକି ସାଧାରଣ ଯୋଗ୍ୟତା ରହିବା ନିହାତି ଦରକାର..!!



!! ତିନି !!


" ନୈନଂ ଛିଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ , ନ ଚୈନଂ କ୍ଲେଦୟନ୍ତ୍ୟାପୋ 

ନ ଶୋଷୟତି ମାରୁତଃ..!!" 


ଗାଁ ମୁଣ୍ଡ ମଠରେ ହୃଷିକେଶ ଅଜା ଏହାର ଖୁବ୍ ସୁନ୍ଦର ଭାବାର୍ଥ ବ୍ୟାଖ୍ୟା କରୁଥା'ନ୍ତି । ହଠାତ୍ କୁଆଡୁ କେଜାଣି ବିଷଧର ନାଗସାପଟିଏ ତାଙ୍କ ଆସନ ପଛପାଖୁ ବାହାରି ପଡ଼ିଲା । ହୃଷି ଅଜା ବିଳିବିଳେଇକି ଡିଆଁ ମାରି ଛୁ..!! 


ସେଇ ଦିନଠାରୁ ହୃଷି ଅଜା " ଦେହ ସର୍ବସ୍ବ ନାତିଆ ଆତ୍ମା କଥା ଛାଡ୍ " କହି 

ମଠ ଆସିବା ବନ୍ଦ କରିଦେଲେ । 


ଏବେ ମଠରେ ବଡ଼ ତାଲାଟିଏ ଝୁଲୁଛି..!!


!! ଚାରି !!


କୁମାର ପୂର୍ଣ୍ଣିମା ସଂଧ୍ୟାରେ ମୋତେ ନିରୋଳାରେ ପାଇ ସିପ୍ରା ଗୋଟାପଣେ ମୋ ଭିତରେ ମିଶିଯିବାକୁ ତତ୍ପର ଥିଲା ।


କିନ୍ତୁ ସମସ୍ତ ଆବେଗ , ଉତ୍ତେଜନା ରୋକି ମୁଁ କହିଲି,

-" ସିପ୍ରା, ମୁଁ ତୁମକୁ ହୃଦୟରୁ ଭଲପାଏ , ବିବାହ ପୂର୍ବରୁ ଏସବୁ ପାପ..!!"


ତା'ପର ଦିନ ସକାଳୁ ମୋ ଜୀବନର ସୂର୍ଯ୍ୟୋଦୟ ଭିନ୍ନ ଦିଗରୁ ଉଇଁଲା ।



!! ପାଞ୍ଚ !!


ଅଧରାତିରେ ବାଡ଼ି ପାଖରୁ କିଛି ଫୁସ୍ ଫାସ୍ ଶବ୍ଦ ଶୁଣି ମୁଁ ଘରୁ ଉଠିଆସିଲି । ଦେଖେତ ଆମ ଘର ପଛ ବାଟ ଦେଇ କେହିଜଣେ ଅପା ରୁମ୍ ଭିତରକୁ ପଶିଯାଉଛି । 


ମୁଁ ଚିଲ୍ଲେଇ ଉଠିଲି ,-"କିଏ ସେଠି..?"


ଘର ଭିତରୁ ସମସ୍ତେ ବାହାରି ଆସିଲେ ।


ଅପା କବାଟ ଖୋଲି ଆଖି ମଳି ମଳି ସଫେଇଦେଲା,-" କ'ଣ କିରେ ଛାଇ-ଫାଇ ଦେଖିଲୁ କି..!? ଡରୁଆ..!! ଯା' ଶୋଇପଡ଼ , ଅଧରାତିରେ ସମସ୍ତଙ୍କୁ ଉଠେଇ ପକଉଚି..!!"


ମୁଣ୍ଡରେ ହାତ ମାରି ମୁଁ ଭାବୁଥିଲି -"ହୁଏତ ମୁଁ ଭୁଲ୍ ଦେଖିଥାଇପାରେ..!! କିନ୍ତୁ କାୟା ବିନା ଛାୟା..!?"






Rate this content
Log in

Similar oriya story from Horror