Shanti Mishra

Romance

3  

Shanti Mishra

Romance

ଶେଷ ସହର

ଶେଷ ସହର

10 mins
296



ପାଣି କାଦୁଆ ରାସ୍ତାକୁ ସନ୍ଧ୍ୟ| ଆଗତ ପ୍ରାୟ l ଚପଲଟା ବି ଛିଣ୍ଡି ଗଲା ଏତିକି ବେଳକୁ l ଖାଲି ପାଦରେ କେତେ ବାଟ ବା ଚାଲିବ l ପାଦରେ ଏଣେ ଗୋଡି ଫୁଟି ଯାଉଛି l ସେ ଡାହାଣ ମୋଡରେ ବୁଲି ଯାଇ ଏକ ପାଦ ଚଲା ରାସ୍ତାରେ ଯିବା ଆରମ୍ଭ କରିଦେଲା l ଅତି କମରେ ଏ ରାସ୍ତାରେ ଘାସ ଅଛି l ସଟକଟ୍ ରାସ୍ତା l ଦଶ ମିନିଟ୍ ତାର ବଂଚି ବି ଯିବ ଏ ରାସ୍ତାରେ ଗଲେ l ଘରେ ଶୀଘ୍ର ପହଁଚି ଯିବ l ବୋଉ ବହୁତ ବ୍ୟସ୍ତ ହୋଇ ପଡେ ଟିକେ ଡେରି ହେଲେ l କିନ୍ତୁ ଏ ରାସ୍ତାଟା ବଡ ବଡ ଗଛ, ବଣ ବୁଦାରେ ଭର୍ତି l ଜଗଂଲିଆ ରାସ୍ତା l ଏତେ ନିରାପଦ ବି ନୁହେଁ l ଭାରି ଡର ଡର ଲାଗେ l ବଣ୍ୟ ଜନ୍ତୁକଂ ଡର ବି ଅଲଗା ଥାଏ l ଆଗରୁ ଥରେ ଅଧେ ଏ ରାସ୍ତାରେ ଯାଇଛି l କିନ୍ତୁ ସାଂଗ ମାନକଂ ସାଥିରେ l

ତଥାପି ସେ ସାହସ ସଂଚୟ କରି ଶୀଘ୍ର ଶୀଘ୍ର ପାଦ ବଢେଇଲା l ଦିନର ଆଲୋକ ଥାଉ ଥାଉ ଘରେ ପହଂଚି ଯିବ ଭାବି l କିଛି ବାଟ ଯାଇଛି କି ନାହିଁ ଗୋଟେ ମଟର ସାଇକଲ ପଛରୁ ଆସିବାର ଶବ୍ଦ ସେ ଶୁଣି ପାରିଲା l ଟିକେ ଡରିଗଲା l ଏ ରାସ୍ତାରେ ଏ ବେଳରେ କିଏସେ ମଟର ସାଇକଲରେ l ଭୟାଳୁ ମନରେ ସେ ଶୀଘ୍ର ଶୀଘ୍ର ପାଦ ଆଗକୁ ବଢେଇବା ଭିତରେ ତା ପଛରେ ମଟର୍ ସାଇକଲ୍ ରହିବା ପରି ଲାଗିଲା l ତା ପର ମୁହୁର୍ତ୍ତରେ ଜଣେ ତା ହାତକୁ ଧରି ନେଲା ବେଳେ ସେ ଚିତ୍କାର କରି ହାତ ଛଡେଇ ନେବାକୁ ଚେଷ୍ଟା କଲା l

“ତୁ ଏ ରାସ୍ତାରେ ପାଦ ଦେଲା ବେଳଠୁ ତୁ ଆମ ଆଖିରେ ପଡିଥିଲୁ l ତତେ କିଛି ସମୟ ଚାଲିବାକୁ ଦେଇ ସା ରିଲା ପରେ ଆମେ ତତେ ଅନୁସରଣ କରିବା ଆରମ୍ଭ କରିଦେଲୁ l ଏପରି ସୁଯୋଗ କେହି ହାତ ଛଡା କରେନି ତେଣୁ ଆତ୍ମ ରକ୍ଷା କରିବାର ବର୍ଥ ଚେଷ୍ଟା କରନି କାରଣ କେହି ତତେ ଆଜି ଆମ କବଳରୁ ରକ୍ଷା କରି ପାରିବେନି l”

ଏକ ବିକୃତ ଅଟହାସ୍ୟ ଦ୍ବାରା ସେମାନେ ଏପରି କଥା ବାର୍ତ୍ତା କରିବାକୁ ଲାଗିଲେ l ‘ଶ୍ରଦ୍ଧା’ ଜାଣିଥିଲା ଆଜି ତାର ନିସ୍ତାର ନାହିଁ ତଥାପି ସେ ଚିତ୍କାର କରି କିଛି ବାଟ ଦୌଡି ବାକୁ ଚେଷ୍ଟା କରି ବିଫଳ ହୋଇଥିଲା l ସେମାନେ ତା ସହିତ ଖେଳିବାକୁ ଲାଗିଲେ l କିଛି ସମୟ ଦୌଡିବାକୁ ଛାଡିଦେଇ ପୁଣି ପଛରୁ ଯାଇ ଧରି ପକୋଉଥିଲେ l ସେ ଗୋଡ ତଳେ ପଡି ତାକୁ ଛାଡି ଦେବାକୁ ଅନୁନୟ କରୁଥିଲେ ବି କେହି ଶୁଣିବା ଅବସ୍ଥାରେ ନଥିଲେ l

ହଠାତ୍ ତିନି ଜଣ ତିନି ଦିଗରୁ ଆକ୍ରମଣ କରିବାକୁ ଏକ ସଂଗେ ପ୍ଲାନ୍ କରୁଥିବା ଅବସ୍ଥାରେ ହଠାତ୍ ପାଖରେ ଥିବା ଏକ ବିରାଟ ଆମ୍ବ ଗଛରୁ କେହି ଜଣେ ତଳକୁ ଡେଇଂ ପଡି ତା ଆଗରେ ଆସି ଠିଆ ହୋଇଗଲା l ହାତରେ ତାର ଏକ ତୀକ୍ଷଣ ଛୁରା ଟାଏ ଥିଲା l ଲୋକ ତିନି ଜଣ ହଠାତ୍ ଚମକି ପଡି ପଛକୁ କିଛି ପାଦ ଘୁନ୍ଚିଗଲେ ସତ ପୁଣି ପର ମୁହୁର୍ତ୍ତରେ ଆକ୍ରମଣ ପାଇଂ ପ୍ରସ୍ତୁତ ହୋଇଗଲେ l ଏଥରକ ଦୁଇ ଜଣକୁଂ ଆକ୍ରମଣ l

କିନ୍ତୁ ଲୋକ ଜଣକ ବଡ଼ ନିର୍ଭୟରେ ତିନି ଜଣକଂ ଭିତରୁ ଜଣକୁ ଛୁରୀରେ ଆକ୍ରମଣ କରି ତା ହାତକୁ ରକ୍ତାକ୍ତ କରି ଦେବା ପରେ ଅନ୍ୟ ଦୁଇ ଜଣ ଡରି ଦୌଡି ତାଂକ ବାଇକରେ ଆହତ ସାଂଗକୁ ଧରି ପଳେଇଗଲେ l ଶ୍ରଦ୍ଧା କିଛି ନବୁଝି ପାରି ଆଶ୍ଚର୍ଯ୍ୟରେ ହତବାକ୍ ହୋଇ ଚାହିଁ ରହିଲା l କଣ ହୋଇଗଲା କିଛି ବୁଝି ପାରିଲାନି l କିଏ ସେ ଏ ଦେବଦୂତ, ଠିକ୍ ଟାଇମରେ ସିନେମାରେ ହିରୋ ପଦାର୍ପଣ କଲା ପରି କୁଆଡୁ ଆସିଗଲା l ଶ୍ରଦ୍ଧା ସେତେବେଳେ ତଳେ ବଡ ଅସହାୟ ଭାବେ ପଡି ରହିଥିଲା, ଲୋକଟି ତାକୁ ତଳୁ ଉଠଇବା ପାଇଂ ହାତ ବଢ଼େଇଦେଲା l

କିଛି କ୍ଷଣ ପରେ ସମ୍ବିତ୍ ଫେରି ପାଇ ଶ୍ରଦ୍ଧା ପଚାରିଥିଲା -“କିଏ ଆପଣ, କେହି ଦେବତା ନୁହନ୍ତିତ ! -“ନା ମୁଁ ଜଣେ ଚୋର, ପୋଲିସ୍ ମତେ ଧରିବାକୁ ଚେଷ୍ଟାରେ ଅଛିl ଦୁଇ ଦିନ ତଳେ ମତେ ପୋଲିସ୍ ଗୋଡଇଥିଲା ମୁଁ ଆସି ଏଇ ଆମ୍ବ ଗଚ୍ଛ ଉପରେ ଲୁଚି କରି ବସିଥିଲି l ତୁମ ଚିତ୍କାର ଶୁଣି ଏ ରାକ୍ଷାସ ମାନକୁଂ ଘଉଡେଇବା ପାଇଂ ବାଧ୍ୟ ହେଲି ତଳକୁ ଆସିବକୁ l ଏବେ ତୁମେ ଯାଅ l ପୋଲିସ୍ ଯଦି କିଛି ସୁରାକ୍ ପାଇଯିବ ମୁଁ ଏଠି ଲୁଚିଛି ବୋଲି ଆସି ଧରିନେବ l ମାସେ ହେଲାଣି ମୁଁ ପୋଲିସ୍ ପାଖରୁ ଲୁଚି ଲୁଚି ବୁଲୁଛି l ଏ ସହର ଛାଡି ଚାଲି ଯିବାକୁ ଚେଷ୍ଟା କରି ସଫଳ ହୋଇ ପାରୁନି l”

“କିନ୍ତୁ ଆପଣ ଚୋର ପରି ତ ଦିଶୁ ନାହାଁନ୍ତି l ସତ କୁହନ୍ତୁ କଣ ଆପଣକଂ ପରିଚୟ l”

“ ପରିଚୟ ଦେବାକୁ ବେଳ ନାହିଁ l ମୁଁ ପୋଲିସ୍ ହାତରେ ଧରା ପଡିବାକୁ ଚାହେଁନା l ତଥାପି ସଂକ୍ଷିପ୍ତରେ କହୁଛି ମୁଁ ଚୋର ନଥିଲି ମୁଁ ଗୋଟେ ଫ୍ୟାକ୍ତ୍ରୀରେ ଜଣେ ସାଧାରଣ ଶ୍ରମିକ ମାତ୍ର ଥିଲି l ଚାରି ବର୍ଷ ତଳେ ମୋର ବିବାହ ହୋଇଥିଲା କିନ୍ତୁ ଦୁର୍ଭାଗ୍ୟକୁ ମୋ ସ୍ତ୍ରୀ ଏକ ଅଜଣା ରୋଗର ଶିକାର ହୋଇ ଶୀଘ୍ର ମରିଯିବ ବୋଲି ଡାକ୍ଟର କହିବାରୁ ତାର ଚିକିସ୍ଛା ପାଇଂ, ଅନେକ ଲୋକକୁଂ ଟଂକା ଧାର ମାଗିଲି କେହି ଦେଲେ ନାହିଁ ଆଉ ଯୋଉ ମାନେ କିଛି ଦେଲେ ସେତକ ଯଥେଷ୍ଟ ନଥିଲା ତେଣୁ ମାଲିକ ଘରେ ପଶି ଚୋରୀ କରିବାକୁ ବାଧ୍ୟ ହେଲି କିନ୍ତୁ ହସ୍ପିଟାଲକୁ ଟକାଂ ଧରି ଆସିଲା ବେଳକୁ ସ୍ତ୍ରୀ ଚାଲି ଯାଇଥିଲା l

ସେତେବେଳକୁ ମାଲିକ ପୋଲିସର ସହୟତାରେ ମତେ ଧରିବାକୁ ଚେଷ୍ଟା କରୁଥିଲା l ତା ପର ଦିନ ମାଲିକ କୁ କିଏ ହତ୍ୟା କରିଦେଇଥିଲା l ଦୋଷ ମୋ ମୁଣ୍ଡରେ ଲଦି ଦିଆଗଲା l ଗୋଟିଏ ଭୁଲ୍ କରିଦେଲି ଟକାଂ ତାକୁଂ ସିଧା ସଳଖ ଯାଇ ଫେରେଇ ନଦେଇ ଯୋଉଠୁ ନେଇଥିଲି ସେଇଠି ଚୁପ୍ ଚାପ୍ ଯାଇ ରଖିଦେଲା ବେଳେ ମାଲିକର ପୁଅ ମତେ ଦେଖିଦେଲା l ସେତିକି ବେଳେ ଜାଣିଲି ମାଲିକକଂ ମୃତ୍ୟୁ ଖବର ଏବଂ ତାକୁ ସେଥି ପାଇଂ ଦୋଷୀ ସାବ୍ୟସ୍ଥ କରା ଯାଇଛି l ତା ପାଖରେ କିଛି ଉପଯୁକ୍ତ ପ୍ରମାଣ ଯୋଗେଇବା ସମ୍ଭବ ନଥିଲା, ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବା ପାଇଂ l କିଛି କରୁ ବା ନକରୁ ଗରିବ ତ ସହଜରେ ଦୋଷୀ ସାବ୍ୟସ୍ଥ ହୋଇଯିବ l ମୋର ଆତ୍ମା ଜାଣେ ମୁଁ ସମ୍ପୁର୍ଣ ନିର୍ଦୋଷ l ତେଣୁ ଏଇ ସହରରୁ ମୁକ୍ତି ଚେଷ୍ଟାରେ ଅଛି l

କୌଣସି ଉପାୟରେ ହେଉ ମୁଁ ପୋଲିସ୍ ଆଖିରେ ଧୁଳି ଦେଇ ଫେରାର୍ ହୋଇଗଲି ସତ କିନ୍ତୁ ପୋଲିସ୍ ମତେ ସବୁ ଗଳି କନ୍ଦିରେ ଛଦ୍ମ ବେଶରେ ବୁଲି ଖୋଜୁଛି l ତମେ ଏଠୁ ଶୀଘ୍ର ଚାଲି ଯାଅ l ମତେ ଲୁଚିବାକୁ ଦିଅ l ମୁଁ ଯେମିତି ବି ହେଉ ଚେଷ୍ଟାକରି ଏ ସହର ଛାଡି ଚାଲିଯିବି କିନ୍ତୁ ପୋଲିସ୍ ହାତରେ ଧରା ପଡିବିନି l କାରଣ ମୁଁ ସମସ୍ତ ଟକାଂ ମାଲିକର ଫେରସ୍ତ କରି ଦେଇଛି l ସେଇ ଗୋଟିକ ଅପରାଧ ବ୍ୟତୀତ ମୁଁ ଆଉ କୌଣସି ଅପରାଧ କରିନି l ସେ ଟ କାଂ ସବୁ ଫେରେଇ ଦେଲା ପରେ ମୁଁ ଏବେ ଆଉ ଅପରାଧୀ ନୁହେଁ l ତଥାପି ସେମାନେ ମତେ ଦଣ୍ଡ ଦବାକୁ ପଛେଇବେନି ମୁଁ ଜାଣେ l ”

“ତମେ ଦି ଦିନ ହେବ କିଛି ତ ଖାଇ ନଥିବ l”

“ଦୁଇ ଦିନ କଣ ମୁଁ ମାସେ ହେବ ଏପରି ଯୋଉଠୁ ଯାହା ମିଳିଲା ଖାଇ ବନ୍ଚିଛି l ଦୁଇ ଦିନ ହେବ ଏଇ ଗଛର କଂଚା ଓ ଅଧା ପାଚିଲା ଆମ୍ବ ସବୁ ଖାଇ କ୍ଷୁଧା ନିବାରଣ କରୁଛି l”ଏତିକି କହି ମୋହନ ଗଛ ଚଢିବାକୁ ଉଦ୍ୟତ ହେଲା l ଶ୍ରଦ୍ଧା ପଛରୁ ଡାକି କହିଥିଲା “ମୁଁ ତୁମକୁ ଏପରି ଅବସ୍ଥ|ରେ ଏଠି ଏକାକୀ ଭାବେ ଛାଡି ଦେଇ ପାରିବିନି l ତୁମେ ଆଜି ମୋର କେତେ ବଡ ଉପକାର କରିଛ ଏଜନ୍ମ କଣ ଆଉ ଦଶ ଜନ୍ମ ଚାଲିଗଲେ ବି ତାହା ଶୁଝି ପାରିବିନି l”

“କିନ୍ତୁ ତୁମେ ମତେ ଏ ବିପଦରୁ ଉଧାର କରି ପାରିବନି l ତେଣୁ କିଛି ନଭାବି ଏଠାରୁ ଶୀଘ୍ର ଚାଲି ଯାଅ ଆଉ କିଛି ଅଘଟଣ ଘଟିବା ପୂର୍ବରୁ l” ଶ୍ରଦ୍ଧା କିନ୍ତୁ ଛାଡିବାକୁ ନାରାଜ ସେ ଶୀଘ୍ର ଯାଇ ମୋହନର ହାତକୁ ଧରି ପକେଇ କହିଥିଲା, “ଶୀଘ୍ର ତୁମ ପ୍ୟାଂଟ ସାର୍ଟ କାଢି ମତେ ଦିଅ ଓ ମୋ ଶାଢୀ ତମେ ପିନ୍ଧି ନିଅ ମୁଁ ତୁମକୁ ଏଠାରୁ ନେଇ ଯାଇ ପାରିବି ମୋ ଘର ଯାଏ ତା ପରେ ବିଚାର କରିବା କେମିତି ତୁମେ ଏ ସହର ଛାଡି ଚାଲି ଯାଇ ପାରିବ l”

“କିନ୍ତୁ ଏ ମଇଳା ଦୁର୍ଘନ୍ଧ ପ୍ୟାଣ୍ଟ ସାର୍ଟ ତୁମେ ପିନ୍ଧିବ କିପରି !”

“ତାର ଚିନ୍ତା ତୁମେ କର ନାହିଁ, ଶୀଘ୍ର କର l” ଗୋଟେ ବଡ ଗଛର ପଛ ପଟକୁ ଯାଇ ଦୁହେଁ ଦୁହିଁକଂର ଲୁଗା ପଟା ବଦଳାଇ ନେଲେ l ଶାଢୀ ପଣତରୁ ଖଣ୍ଡେ ଚିରି ଶ୍ରଦ୍ଧା ଘୋଡେଇ ହୋଇ ପଡିଲା l ମୋହନ ଶାଢୀ ପିନ୍ଧି ମୁଣ୍ଡରେ ଓଢଣା ଦେଇ ଶ୍ରଦ୍ଧାର ଘର ପର୍ଯ୍ୟନ୍ତ ପୋଲିସ୍ ଆଖିକୁ ଏଡାଇ ଚାଲି ଆସିଲା l

ଡେରି ହେବା କାରଣରୁ ବୋଉ ଘରେ ବହୁତ ବ୍ୟସ୍ତ କିନ୍ତୁ ସବୁ ଶୁଣି ସାରିଲା ପରେ ବହୁତ ଧନ୍ୟବାଦ ଦେଲା ମୋହନକୁ l ତାର ଗାଧୁଆ ପାଧୁଆ ଖାଇବା ଓ ବିଶ୍ରାମର ବ୍ୟବସ୍ଥା କରି ଦିଆ ଗଲା l ମାସେ କଣ ଦିମାସେ ହୋଇ ଗଲାଣି ସ୍ତ୍ରୀ ବେମାର ପଡିବା ଦିନରୁ ତାର ଖିଆ ପିଆର କିଛି ଠିକ୍ ଠିକଣା ନଥିଲା l ଆଜି ଏକ ପେଟ ପୁରା ଆତ୍ମ ସନ୍ତୋଷ ଜନକ ଭୋଜନ ପରେ ନିଦ ଟା ବଡ ଜୋର୍ ଆସି ଯାଇଥିଲା l

ସକାଳୁ ଉଠୁ ଉଠୁ ବହୁତ ଡେରି ହୋଇ ଯାଇଥିଲା ମୋହାନର l ସେତେବେଳକୁ ଶ୍ରଦ୍ଧା କାମକୁ ଚାଲି ଯାଇଥିଲା l ଶ୍ରଦ୍ଧା ଏକ ଛୋଟ ହସ୍ପିଟାଲରେ ନର୍ସକଂ ସହକାରୀ ଭାବେ କାମ କରେl ସୀମିତ ଦରମାରେ ମା ଝିଅର ଛୋଟ ସଂସାର ବେଶ୍ ଚଳିଯାଏ l ଶ୍ରଦ୍ଧାର ମାକଂ ଠାରୁ ସବୁ ଶୁଣି ମୋହନ ସେମାନକଂ ଉପରେ ବୋଝ ହେବାକୁ ଚାହୁଁ ନଥିଲା କିନ୍ତୁ ତାର ଅନ୍ୟ କୌଣସି ଉପାୟ ନାହିଁ ବର୍ତ୍ତମାନ l

ସେ ବର୍ତ୍ତମାନ ସମ୍ପୁର୍ଣ ରୁପେ ରିକ୍ତ ହସ୍ତ l କିନ୍ତୁ ଏ ରୁଣ ଭବିଷ୍ୟତରେ ସେ ନିଶ୍ଚୟ ସୁଧ ମୁଳ ସହିତ ସୁଝିବ ବୋଲି ଶ୍ରଦ୍ଧାର ମାକୁଂ କହିଥିଲା l ଖାଲି ଏ ସହରରୁ ସେ ଯଦି କୌଣସି ଉପାୟରେ ଖସି ଯାଇ ପାରେ, ତାର କୌଣସି ଆଉ ଅସୁବିଧା ହେବନି l କିନ୍ତୁ ଏଠୁ ବାହାରିବ କିପରି l ତା ଯୋଗୁ ବିଚାରା ଆଉ ଦିଜଣ ନିରିହ ଲୋକ ବି ହଇରାଣ ହୋଇ ପାରନ୍ତି l

ଶ୍ରଦ୍ଧା ଦିନେ ଦେଖିଲା ଦୁଇ ଜଣ ପୋଲିସ୍ ତାକଂଘର ସାମନା ବାଟେ ଜିପ୍ ଧରି ଏପଟ ସେପଟ ହେଉଛନ୍ତି l ତାପରେ ସେମାନକୁଂ ଅନେକ ଥର ଏହି ପରି ଟହଲୁ ଥିବାର ଦେଖି ତାର ଟିକେ ଡର ପସିଗଲା l ନିଶ୍ଚୟ ସେମାନେ କିଛି ଠଉରେଇଛନ୍ତି ବୋଧେ l ଆଗରୁ ତ କେବେ ଏମିତି ଭାବେ ସେମାନକୁଂ ଦେଖିନି l

ଏଇଟା ତାର ଭୁଲ୍ ବୋଧେ l ଦୁଇ ସପ୍ତାହ ତଳେ ସହରରେ ବଡ଼ ଧୁମ୍ ଧାମ ରେ ଦୂର୍ଗାପୂଜା ଏଇ ଛୋଟିଆ ସହରରେ ପାଳିତ ହୋଇଥିଲା l ସେଦିନ ମୋହନର ଜନ୍ମ ଦିନ ଥିଲା l ସେ ମୋହନ ପାଇଂ ଏକ ସୁଟ୍ ଟୋପି ଭଡା ରେ ନେଇ ଆସି ତାକୁ ପିନ୍ଧେଇ ଦେଇ ସେମାନକଂ ସଂଗେ ଦୂର୍ଗା ପୂଜା ମେଢ ଦେଖେଇବାକୁ ବାଧ୍ୟ କରି ନେଇ ଯାଇଥିଲା l ଘର ଭିତରେ କେତେ ବା ଲୋକ ଟାଏ ବସି ରହିବ l ଟିକେ ମନ ପରିବର୍ତ୍ତନ ପାଇଂ ସେ ଏପରି ବ୍ୟବସ୍ଥା କରି ଦେଇଥିଲା l

ପ୍ରକୃତରେ ମୋହନକୁ ସୁଟ୍ ବୁଟ୍ ଟୋପି ଓ କଳା ଚଷମା ଭିତରେ ଯେ କେହି ଚିନ୍ହି ନେବା ଏତେ ସହଜ ନଥିଲା l ସେମାନେ ମା ଝିଆ ବି ଧୋକା ଖାଇ ଯାଇଥିଲେ l ସେମାନେ ମାତ୍ର ଦୁଇ ଘଣ୍ଟା ବାହାରେ ରହି ଘରକୁ ଫେରିଥିଲେ l ସେବେଠୁ ପୋଲିସ୍ ମାନକଂ ତତ୍ପରତା ସେ ଦେଖୁଛି l ସେମାନକଂ ଚାରି ବଖରା ଚାଳ ମାଟି ଘରର ଗୋଟେ ପ୍ରକୋଷ୍ଠରେ ଗୋଟେ ଗ୍ରାଉଣ୍ଡ ଷ୍ଟୋର ରୁମ୍ ଥିଲା ଯୋଉଥିରେ ଧାନ ଚାଉଳ ପୁର୍ବଜ ମାନେ ରଖୁଥିଲେ କିନ୍ତୁ ତାହା ଏବେ ଆଉ ବ୍ୟବହୃତ ହେଉନି l ତାକଂ ପାଖରେ ଆଉ ପୂର୍ବ ପରି ଅଧିକ ଧାନ ଚାଉଳ ନାହିଁ l ତେଣୁ ତାହା ଅନେକ ବର୍ଷରୁ ଅବ୍ୟବହୃତ ହୋଇ ରହିଛି l ତା ଉପରେ କାଠର କବାଟ ଦ୍ବାରା ତାକୁ ବନ୍ଦ କରା ଯାଇଛି l

ଶ୍ରଦ୍ଧା ମୋହନକୁ ନେଇ ଦେଖେଇଦେଲା ସେ ଜାଗା ଯଦି କେବେ ଅତର୍କିତ ଭାବେ ପୋଲିସ୍ ଆସି ଯାଏ ସେ ବିନା କିଛି ନଭାବି ତା ଭିତରକୁ ଚାଲି ଯିବl ସେମାନେ ଦୌଡିରେ ଏକ ଲିସୁଣୀ ତିଆରି କରିଦେଲେ l ତଳକୁ ଯିବା ଆସିବା କରିବାକୁ ଯେପରି ସୁବିଧା ହେବ କିନ୍ତୁ ଦୌଡିକୁ ସେ ତଳକୁ ଯାଇ ଲୁଚେଇଦେବ ଏବଂ ଏକ ଛୋଟ ଟର୍ଚ ଲାଇଟ ସବୁବେଳେ ପାଖରେ ରଖିବାକୁ ଦେଇଥାଏ l କାରଣ ସେ ତଳ ଘର ପୁରା ଅନ୍ଧାର l ନା ଝରକା ନା ଆଲୋକ ଆସିବାର ଅନ୍ୟ କିଛି ପଥ ଥାଏ l ମା’କୁ ବି କହି ଦେଇଥାଏ l ମୋହନ ତଳ ଘରେ ଲୁଚିଥିଲା ଅବସ୍ଥାରେ ସେ କବାଟ ଉପରେ ଯେତକ ଅନାବନା ପୁରୁଣା ଜିନିଷ ଭଂଗା ରୁଜା ଛିଣ୍ଡ| ଲୁଗା ପଟା ତା ଉପରେ ରଖିଦେବ l ଯେପରି କେହି କିଛି ସନ୍ଦେହ କରି ନପାରିବ l

ଦିନେ ତା ସନ୍ଦେହକୁ ସତ ପ୍ରମାଣ କରି ପୋଲିସ୍ ଆସି ଅସମୟରେ କବାଟ ବାଡ଼େଇଲେ l ଭାଗ୍ୟକୁ ସେଦିନ ଶ୍ରଦ୍ଧାର ଛୁଟି ଥିଲା ଓ ସେ ଘରେ ଥିଲା l ପୂର୍ବ ପ୍ଲାନ୍ ଅନୁସାରେ ମୋହନ ତା ଜାଗାରେ ଯାଇ ଲୁଚିଗଲା l ମା କିଛି ଛିଣ୍ଡା କଂଥା ତା ଉପରେ ରଖିଦେଲା l

ପୋଲିସ୍ ଘର ତଲାସ କରି କିଛି ନପାଇ ଫେରି ଯିବା ପୂର୍ବରୁ ପଚାରିଥିଲା, “ ତମ ଘରକୁ ଜଣେ ପୁରୁଷ ସଦସ୍ୟ ଯିବା ଆସିବା କରିବାର ପଡୋଶୀ ମାନେ ଦେଖିଛନ୍ତି l” ଶ୍ରଦ୍ଧା ମନା କରିଥିଲା, କହିଥିଲା “ଚାରି ଦିନ ପାଇଂ ତା ମାମୁଁ ପୁଅ ଭାଈ ଦୂର୍ଗା ପୂଜାକୁ ଆସିଥିଲେ ସେ ତ ଫେରି ଗଲେଣି କେବେଠୁ l” କୌଣସି ପ୍ରକାର ସନ୍ଦେହ କରିବାର ଚିହ୍ନ ପୋଲିସ୍ ନପାଇ ଫେରିଗଲେ l

ଏବେ ମୋହନ କହିଥିଲା “ନା ତୁମ ମାନକୁଂ ମୁଁ ହଇରାଣ ନକରି ଏଠାରୁ ତାର ଚାଲିଯିବା ଉଚିତ୍ ବା ପୋଲିସ୍ ପାଖରେ ଆତ୍ମ ସମର୍ପଣ କରି ନେବାଟା ଉଚିତ୍ ହେବ l” ଶ୍ରଦ୍ଧା କହିଥିଲା “ମୁଁ ତୁମକୁ ଏପରି ଭାବେ ଚାଲି ଯିବାକୁ ଦେବିନି l ମୋ ଜୀବନ ମୋ ଇଜଜ୍ବତର ରକ୍ଷା କର୍ତ୍ତା ତୁମେ l ତୁମେ ଏ ସହର ଭଲରେ ଭଲରେ ଛାଡି ଚାଲି ନଯିବା ପର୍ଯ୍ୟନ୍ତ ମୁଁ ତୁମକୁ ସାହାଯ୍ୟ କରିବି l ମୋ ରୁଣ ପରିଶୋଧ କରିବାର ମତେ ଅନୁମତି ମିଳିବ ବୋଲି ତୁମ ପାଖରୁ ଏତିକି ଆଶା ରଖୁଛି l” ତା କଥାର ସମ୍ମୋହନ ଶକ୍ତିରେ ବନ୍ଦୀ ହୋଇ ଯାଉ ଥାଏ ମୋହନ, ଏବେ ଏବେ ବଂଚିବା ପାଇଂ ତାର ମୋହ ବଢିବାରେ ଲାଗିଛି l ଦିନକୁ ଦିନ ସେ ଏକ ଅଜଣା ଆକର୍ଷଣର ରଜ୍ଜୁରେ ଛନ୍ଦି ହୋଇ ପଡୁଛି l

ଦିନେ ଶ୍ରଦ୍ଧା କାମରୁ ଫେରି କହିଥିଲା ସେମାନେ କାଲି ସକାଳ ଟ୍ରେନରେ ଏ ସହର ଛାଡି ଅନ୍ୟ ଏକ ସହରକୁ ଚାଲି ଯିବେ l ସେ ସବୁର ବ୍ୟବସ୍ଥ| ସେ କରି ଦେଇଛି l ମୋହନର ବାରଣ କିଛି ଶୁଣୁ ନଥିଲା ଶ୍ରଦ୍ଧା l ପଡୋଶୀକୁଂ କହିଦେଲା ସେମାନେ ତା ମାମୁଁ ଘରକୁ ଯାଉଛନ୍ତି ମାମୁଁ ମୃତ୍ୟୁ ଶଯ୍ୟ|ରେ ତାକୁଂ ଶେଷ ଦେଖା କରିବାକୁ ଯାଉଛନ୍ତି l ବ୍ୟାକଂରେ ତାର ଯୋଉ ସୀମିତ ଗଛିତ ଅର୍ଥ ଥିଲା ତାକୁ ସବୁ ଉଠେଇ ଆଣି ସେମାନେ ରାତି ଅଧରୁ ଘରୁ ବାହାରି ଯାଇ, ଯାହା ଯେମିତି ଜିନିଷ ପତ୍ର ଥିଲା ଧରି ଚାଲି ଯାଇ ସେଇ ଜଂଗଲ ଭିତରେ ଲୁଚି ରହିଲେ l ସକାଳ ପାହାନ୍ତିଆ ହେବା ପୂର୍ବରୁ ଷ୍ଟେସନ ଅଭିମୂଖେ ଯାତ୍ରା କରିଥିଲେ l ମୋହନ ମା’ର ଶାଢୀ ଖଣ୍ଡେ ପିନ୍ଧି ହାତେ ଓଢଣା ମା’ ଆଉ ସିଏ ଦୁଇ ଜଣ ପକେଇ ଦେଇଥିଲେ l ଶ୍ରଦ୍ଧା ସତର୍କ ଦୃଷ୍ଟିର ସହିତ ସେମାନକୁଂ ବାଟ କଢେଇ ନଉଥିଲା l ତା ନିର୍ଦେଶନାରେ ସବୁ କାମ ବେଶ୍ ସୁଚାରୁ ରୁପରେ ଚାଲିଥିଲା l l

କିନ୍ତୁ କୋଉ ସହରକୁ ଯିବେ ତାକୁ ତ କିଛି ଜଣା ନାହିଁ l ସେଇଠି ଷ୍ଟେସନରେ ପଚାରିଥିଲା କିଛି ଯାତ୍ରୀକୁଂ ଏ ଟ୍ରେନ୍ କୋଉ ଶେଷ ଷ୍ଟେସନରେ ରହେ ଦଶ ଜଣକୁଂ ପଚାରିଲା ପରେ ଜଣେ ତାର ଉତ୍ତର ଦେଇ ପାରିଥିଲେ l ସିଏ ସେଇ ଶେଷ ଷ୍ଟେସନ ପାଇଂ ତିନିଟା ଟିକେଟ୍ କିଣି ଆଣି ସେହି ଶେଷ ଷ୍ଟେସନ ଅଭିମୁଖେ ଯାତ୍ରା କରିଥିଲେ l ଯେତେ ଅଧିକ ଦୂର ଯାଇ ହେବ ଏ ସହର ଠାରୁ ସେତେ ଭଲ ମୋହନ ପାଇଂ l

ଓ କି ଆଶ୍ବସ୍ତି l ଏବେ ମୋହନର ଆଉ କିଛି ଡର ନାହିଁ l ଏତିକି ସାହାଯ୍ୟ ସେ ଅନେକ ଦିନରୁ ଖୋଜୁଥିଲା l ତାକୁ ଏପରି ଅଚାନକ ଭାବେ ମିଳିଯିବ ସେ କେବେ ସ୍ବପ୍ନରେ ଭାବି ନଥିଲା l ବାଥ୍ ରୁମକୁ ଯାଇ ତା ବେଶ ବଦଳେଇ ଦେଇଥିଲା l ମୁକ୍ତିର ନିଶ୍ବାସ ସତରେ କେତେ ମିଠା l

ତାକୁଂ ଚାରିଦିନ ସେଇ ଷ୍ଟେସନରେ ବିତେଇବକୁ ପଡିଥିଲା ମୋହନ ଏକ ଭଡା ଘର ଖୋଜିବା ପର୍ଯ୍ୟନ୍ତ l ତାକୁ ମିଳିଗଲା ପରେ ସେମାନେ ସେଠାକୁ ଚାଲିଗଲେ l ପାଖ ହସ୍ପିଟାଲରେ ଶ୍ରଦ୍ଧା ଏକ ଚାକିରୀ ପ୍ରଥମେ ଯୋଗାଡ କରିନେଲା l ତାପରେ ମୋହନ ପାଇଂ ବି ଯୋଗାଡ କରିଦେଲା l ମା’ ଏକ ହୋସ୍ ରେ ପିଲା ମାନକୁଂ ସାହାଯ୍ୟ କରିଚାଲିଥିଲା କିନ୍ତୁ ପରିବେଶ ପରିସ୍ଥିତି ସୁଧୁରି ଯାଇ ଜୀବନ ସ୍ବଭାବିକ୍ ହୋଇ ଗଲା ପରେ ମା’ ତା ନିଜ ଘର ନିଜ ସହରକୁ ଝୁରିବାରେ ଲାଗିଲା l

ଶ୍ରଦ୍ଧା ମା’କୁ ଦିନେ ଘରକୁ ନେଇ ବୁଲେଇ ଆଣିଥିଲା ବାକି ଜିନିଷ ପତ୍ର ଯାହା ଥିଲା ଆଣି ଘରକୁ ଭଡା ଲଗେଇ ଦେଇଥିଲା l ଜଣେ ସାଂଗର ଦୟୁତ୍ବରେ ସବୁ ଛାଡି ଦେଇ ଆସିଲା l ମା’ର ନିଜ ଘରେ ରହିବାର ଇଛା ଥିଲେ ବି ତାକୁ ଏକା ସେଠି ଛାଡିଦେବା ଟା ଠିକ୍ ହେବ ନାହିଁ ତା ପୀଇଂ l

ସେ ଜାଣି ଥିଲା ମା’ ଖୁସି ନଥିଲା କିନ୍ତୁ ତା ପାଖରେ ଆଉ କିଛି ବିକଳ୍ପ ନଥିଲା ମୋହନକୁ ଜେଲ୍ ଯିବାରୁ ରକ୍ଷା କରିବା ପାଇଂ l ସେ ତା ପାଖରେ ଚିର ରୁଣୀ l ତା କରଜରୁ ମୁକ୍ତ ହେବା ପାଇଂ ଏଇ ଗୋଟିଏ ରାସ୍ତା ତା ପାଖରେ ମାତ୍ର ଥିଲା l ମା’ କିଛି ମୁହଁ ଖୋଲି କହୁ ନଥିଲେ ବି ଶ୍ରଦ୍ଧା ମା’ର ମନ କଥା ବୁଝି ପାରୁଥିଲା କିନ୍ତୁ ହଠାତ୍ ଦିନେ ମା’ ଅସୁସ୍ଥ ହୋଇ ଶଯ୍ୟାଶାୟୀ ହୋଇଗଲା l ଶେଷରେ ମୋହନ ହାତରେ ଶ୍ରଦ୍ଧାକୁ ଅର୍ପଣ କରି ମା’ ଆର ପୁରକୁ ଚାଲିଗଲା l ମୋହନ ପ୍ରତିବାଦ କରିଥିଲା, “ଦେଖ ମୋର ଇତିହାସ ତୁମେ ଜାଣ l ଆଜି ରକ୍ଷା ପାଇ ଯାଇଛି କିନ୍ତୁ ହୁଏତ ମୁଁ ଧରା ପଡିଯାଇ କାଲି ଜେଲ୍ ଯାଇପାରେ l

ଶ୍ରଦ୍ଧା କହିଥିଲା “ମତେ ତୁମର ସବୁ ସର୍ତ୍ତ, ସବୁ କଥା, ସବୁ ପରିସ୍ଥିତି ପାଇଂ ମଂଜୁରୀ ଅଛି l ତୁମ ବିନା ଆଜି ଆଉ ମୋର ଏ ସଂସାରରେ କେହି ନହଁନ୍ତି l ଜଣେ ଥିଲା ସିଏ ଆଜି ଛାଡି ଚାଲିଗଲା l ତୁମେ ଅରାଜି ହେଲେ ବନ୍ଚିବା ର କ୍ଷୀଣ ଆଶା ମୋର ମଉଳି ଯିବ l କିନ୍ତୁ ମୁଁ କୌଣସୀ ଥିରେ ତୁମକୁ ବାଧ୍ୟ କରିବିନି l ତୁମେ ତୁମର ମନକୁ ପ୍ରସ୍ତୁତ କରିବା ପାଇଂ ସମୟ ନେଇ ପାର l”ମୋହନ କହିଥିଲା, “ନା ସମୟ ନେବି ନାହିଁ l ମତେ ବି ସବୁ ମଂଜୁର ଅଛି l”



రచనకు రేటింగ్ ఇవ్వండి
లాగిన్

Similar oriya story from Romance